Suryabanshi Suraj

Suryabanshi Suraj

Share

"तेरा वैभव अमर रहे माँ, हम दिन चार रहें ना रहें"
Sevak, Dhamanagar | Minister of State, Govt.

of Odisha | Higher Education Dept. | Sports & Youth Services | Odia language, literature & Culture. Suryabanshi Suraj, Son of Late Bishnu Charan Sethi
State Coordinator of Youth BJP

Managing Editor of "Ghasaphula" (Renowned Socio-cultural and History based quarterly Odia magazine)
Founder member of "Sambhab" ( Socio-Cultural Organisation )
Founder of "Bande Bhadrak" ( Social service Organisation for Bhadrak District)

02/06/2026

ଓଡ଼ିଶାର ମାଟିର ଗର୍ବ, ବିଶିଷ୍ଟ ଉଦ୍ଭିଦ ବିଜ୍ଞାନୀ ତଥା ମହାନ ଶିକ୍ଷାବିତ୍ ପଦ୍ମଭୂଷଣ ଡ. ପ୍ରାଣକୃଷ୍ଣ ପରିଜାଙ୍କ ଶ୍ରାଦ୍ଧବାର୍ଷିକୀରେ ବିନମ୍ର ଶ୍ରଦ୍ଧାଞ୍ଜଳି।
​ବିଜ୍ଞାନ ଗବେଷଣା ଓ ଉଚ୍ଚଶିକ୍ଷାର ପ୍ରସାର କ୍ଷେତ୍ରରେ ତାଙ୍କର ଅଦ୍ୱିତୀୟ ସେବା ଓଡ଼ିଶା ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିବ।

Photos from Suryabanshi Suraj's post 01/06/2026

ଆଜି ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଓ ମନ୍ତ୍ରୀମାନଙ୍କ ଗହଣରେ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଲୋକଙ୍କ ସରକାରର ପ୍ରାଥମିକତା ହେଉଛି ସିଧାସଳଖ ଲୋକଙ୍କ ଅଭିଯୋଗ ଶୁଣିବା ଓ ଅବିଳମ୍ବେ ତାହାର ସମାଧାନ ପାଇଁ ତ୍ୱରିତ ପଦକ୍ଷେପ ନେବା । ଏହି ମୁଖ୍ୟ ଉଦ୍ଦେଶ୍ୟକୁ ଚରିତାର୍ଥ କରିବା ନିମନ୍ତେ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ସମେତ ଡବଲ ଇଞ୍ଜିନ ସରକାରର ପ୍ରତିଟି ସଦସ୍ୟ ଉଦ୍ୟମରତ ।

ଲୋକହିତରେ ଲୋକଙ୍କ ସରକାର ।

01/06/2026

ଓଡ଼ିଶାର ମାନନୀୟ ରାଜ୍ୟପାଳ ଡକ୍ଟର Dr. Hari Babu Kambhampati ଙ୍କ ଦ୍ୱାରା ଆଇପିଏସ୍ ଅଧିକାରୀ ସୁଶ୍ରୀ ଅନନ୍ୟା ଅବସ୍ଥି, ରାଜ୍ୟପାଳଙ୍କ ପୋଲିସ ସହାୟକ(ଏଡିସି) ଭାବରେ ନିଯୁକ୍ତ ହୋଇଛନ୍ତି। ଓଡ଼ିଶାର ରାଜ୍ୟପାଳଙ୍କ ପ୍ରଥମ ମହିଳା ଏଡିସି ଭାବେ ତାଙ୍କର ଏହି ନିଯୁକ୍ତି ମହିଳା ନେତୃତ୍ୱ ଏବଂ ନାରୀ ପ୍ରଗତିର ଏକ ଐତିହାସିକ ପ୍ରତୀକ।
​ସୁଶ୍ରୀ ଅନନ୍ୟା ଅବସ୍ଥିଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ପାଇଁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ। ଆପଣଙ୍କର ଏହି ସଫଳତା ଆମର ସମଗ୍ର ମାତୃଶକ୍ତି ଓ ଯୁବପିଢ଼ିଙ୍କ ପାଇଁ ପ୍ରେରଣାର ଉତ୍ସ ସାଜିବ।

01/06/2026

Wishing a very Happy Birthday to Shri Mansukh Mandaviya Ji

May the grace and blessings of Mahaprabhu Lord Jagannath be with you always, bringing peace, prosperity, and good health into your life.

01/06/2026

ଓଡ଼ିଶା ସରକାରଙ୍କ ମାନ୍ୟବର ମନ୍ତ୍ରୀ ଶ୍ରୀ Nityananda Gond ଙ୍କୁ ଜନ୍ମଦିନର ଅସୁମାରୀ ଶୁଭେଚ୍ଛା । ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଆଶୀର୍ବାଦରୁ ଆପଣ ସର୍ବଦା ସୁସ୍ଥ ଓ ସୁଖୀ ରୁହନ୍ତୁ ।

Photos from Suryabanshi Suraj's post 31/05/2026

ଶିକ୍ଷା ହିଁ ପ୍ରଗତିର ମୂଳଦୁଆ। ଓଡ଼ିଶାର ପ୍ରମୁଖ ଗଣମାଧ୍ୟମ ସଂସ୍ଥା ଓଟିଭି ପକ୍ଷରୁ ଆୟୋଜିତ Education Conclave & Expoରେ ଯୋଗଦେଇ ରାଜ୍ୟର ଶିକ୍ଷା ବ୍ୟବସ୍ଥାର ରୂପାନ୍ତରଣ, ନୂତନ ଶିକ୍ଷାନୀତିର ସଫଳ ରୂପାୟନ ଏବଂ ଯୁବପିଢ଼ିଙ୍କ କ୍ୟାରିୟର ଗଠନ ସମ୍ପର୍କରେ ଆଲୋଚନା କରିବାର ସୁଯୋଗ ମିଳିଲା।
​ଆମ ଛାତ୍ରଛାତ୍ରୀମାନଙ୍କୁ ଆଧୁନିକ ଓ ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ସେମାନଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଆମ ସରକାର ସଦାସର୍ବଦା ପ୍ରତିଶ୍ରୁତିବଦ୍ଧ। ଏଭଳି ଏକ ସାରଗର୍ଭକ କାର୍ଯ୍ୟକ୍ରମର ଆୟୋଜନ ପାଇଁ ଓଟିଭି କର୍ତ୍ତୃପକ୍ଷଙ୍କୁ ଅଶେଷ ଧନ୍ୟବାଦ।

31/05/2026

ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମରେ ଦେଶର ଯୁବ କ୍ରୀଡ଼ାବିତଙ୍କ ସଫଳତା ବିଷୟରେ ଉଲ୍ଲେଖ କରିଛନ୍ତି । ମୋଦୀଜୀ ଆମ ସଫଳ ଧାବକ ଅନିମେଷ କୁଜୁରଙ୍କ ସହିତ ବାର୍ତ୍ତାଳାପ କରିବା ସହ ତାଙ୍କ ଚମତ୍କାର ପ୍ରଦର୍ଶନ ପାଇଁ ପ୍ରଶଂସା ମଧ୍ୟ କରିଛନ୍ତି । ଏହା ଆମ ଅଗଣିତ ଯୁବ କ୍ରୀଡ଼ାବିତଙ୍କୁ ନିଶ୍ଚିତ ଭାବେ ଉତ୍ସାହିତ କରିବ ।

31/05/2026

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇଁ ସତର୍କତା ଅବଲମ୍ବନ କରିବାକୁ ଦେଶବାସୀଙ୍କ ନିକଟରେ ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଆଗ୍ରହ ପ୍ରକାଶ କରିଛନ୍ତି ଏବଂ ଏହି ଗମ୍ଭୀର ସମୟରେ ବେଲ ପଣା ଭଳି ସ୍ଥାନୀୟ ତଥା ଦେଶୀ ପାନୀୟ ଗ୍ରହଣ କରିବାକୁ ପରାମର୍ଶ ଦେଇଛନ୍ତି ।

Photos from Suryabanshi Suraj's post 31/05/2026

ମାନନୀୟ ରାଜ୍ୟପାଳ ଡକ୍ଟର Dr. Hari Babu Kambhampati ଜୀ ଏବଂ ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ଙ୍କ କରକମଳରେ ଲୋକ ଭବନଠାରେ ଦୁଇ ଦିନିଆ କୁଳପତି ସମ୍ମିଳନୀ ଉଦଘାଟିତ ହୋଇଛି । ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ଶିକ୍ଷାର ମାନ ବୃଦ୍ଧି କରିବା, ଜାତୀୟ ଶିକ୍ଷା ନୀତିର ସଫଳ ପ୍ରୟୋଗ ଏବଂ ଛାତ୍ରଛାତ୍ରୀଙ୍କ ପାଇଁ ଉନ୍ନତ ଗବେଷଣା ଭିତ୍ତିଭୂମି ପ୍ରସ୍ତୁତ କରିବା ଏହି ସମ୍ମିଳନୀର ମୁଖ୍ୟ ଲକ୍ଷ୍ୟ । ଓଡ଼ିଶାର ଉଚ୍ଚଶିକ୍ଷା କ୍ଷେତ୍ରକୁ ଆଗକୁ ନେବା ଦିଗରେ ଏହି ମାନସ ମନ୍ଥନ ନିଶ୍ଚିତ ଭାବେ ଏକ ସକାରାତ୍ମକ ପରିବର୍ତ୍ତନ ଆଣିବ ।

Photos from Suryabanshi Suraj's post 31/05/2026

ଆଜି ଲୋକଭବନଠାରେ ମହାମହିମ ରାଜ୍ୟପାଳ ଡ଼ Dr. Hari Babu Kambhampati , ମାନନୀୟ ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ତଥା ମାନନୀୟ ଉପମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀମାନଙ୍କ ଗହଣରେ ଆମ ଯଶସ୍ବୀ ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଙ୍କ ‘ମନ୍ କୀ ବାତ୍’ କାର୍ଯ୍ୟକ୍ରମ ଶୁଣିବାର ସୁଯୋଗ ମିଳିଲା । ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ପ୍ରେରଣାଦାୟୀ ସମ୍ବୋଧନରେ ପରିବେଷ ସୁରକ୍ଷା, ଗ୍ରୀଷ୍ମ ପ୍ରବାହ ସମ୍ବନ୍ଧୀୟ ସତର୍କତା, କ୍ରୀଡ଼ାକ୍ଷେତ୍ରରେ ଯୁବପିଢ଼ିଙ୍କ ସଫଳତା ତଥା ରାଷ୍ଟ୍ରର ସାଂସ୍କୃତିକ ଗୌରବର ବାର୍ତ୍ତା ରହିଥିଲା ।

Want your business to be the top-listed Government Service in Bhadrak?

Click here to claim your Sponsored Listing.

Location

Address

Bhadrak
Bhadrak