OBMS TV

OBMS TV

Share

We Are Promote in online of All Type Business Advertisement Of Every Company's Product and Software,Hardware Service Also. Then Are You want any services?

For reach to Us :- nine six nine double two three two six zero nine Dear Sir,
We wish to express our sincere thanks to you for choosing our services.Here you will get better assistant full transparency . One Business Multi Solution is a value driven company in the field of Web Design & Development, Software Development, And Online Business Development & Search Engine Optimization. One of the leadi

02/09/2022

ଚାରିବର୍ଷ ପରେ, ଯେତେବେଳେ ଅଲମ୍ପିକ୍ ଖେଳିବାପାଇଁ ଲଣ୍ଡନକୁ ଆସିଲେ, ସେତେବେଳେ ବ୍ରିଟେନ ନଅଗୋଟି ଅଲମ୍ପିକ୍ ରେକର୍ଡ଼ ଏବଂ ସାତଗୋଟି ବିଶ୍ୱ ରେକର୍ଡ଼ ସ୍ଥାପିତ କଲା ।
ସେହି ବର୍ଷ, ବ୍ରିଡ଼ଲୀ ବିଗିନ୍ସ, 'ଟୁର୍ ଡ଼ି ଫ୍ରାନ୍ସ'ର ବିଜେତା ଭାବରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ ବ୍ରିଟିଶର ସାଇକେଲ୍ ଚାଳକ । ତା ପରବର୍ଷ ତାଙ୍କ ଟିମ୍-ର ସାଥୀ କ୍ରିସ୍ ଫ୍ରୋମ୍ ଏହି ରେସ୍-କୁ ଜିତିଥିଲେ ଏବଂ ଏହିଭଳି ଭାବେ 2015, 2016 ତଥା 2017ରେ ମଧ୍ୟ ବ୍ରିଟିଶ୍ ଟିମ୍ ଛଅବର୍ଷ ମଧ୍ୟରେ ପାଞ୍ଚଥର ''ଟୁର୍ ଡ଼ି ଫ୍ରାନ୍ସ'' ପ୍ରତିଯୋଗିତାରେ ବିଜୟୀ ହୋଇପାରିଥିଲା ।
2007ରୁ 2017 ମସିହା ପର୍ଯ୍ୟନ୍ତ ଦଶବର୍ଷର ଅବଧି ମଧ୍ୟରେ ବ୍ରିଟିସ୍ ସାଇକେଲ୍ ଚାଳକମାନେ 178 ବିଶ୍ୱ ଚ୍ୟାମ୍ପିୟନସିପ୍ ଏବଂ 66ଟି ଅଲମ୍ପିକ୍ ଅବା ପାରାଅଲମ୍ପିକ୍ ସ୍ୱର୍ଣ୍ଣ ପଦକ ଜିତିଥିଲେ ଏବଂ ସାଇକ୍ଲିଙ୍ଗର ସବୁଠାରୁ ମୁଖ୍ୟ ପ୍ରତିଯୋଗିତା ''ଟୁର୍ ଡ଼ି ଫ୍ରାନ୍ସ''ରେ 5ଗୋଟି ବିଜୟ ହାସଲ କରିଥିଲେ ।
ଏସବୁ କିପରି ହେଲା ? ପୂର୍ବର ସାଧାରଣ ଆଥଲେଟ୍ ମାନଙ୍କର ଏକ ଟିମ୍, ଛୋଟଛୋଟ ପରିବର୍ତ୍ତନ କରି ବିଶ୍ୱ ଚ୍ୟାମ୍ପିୟନ୍ କିପରି ହୋଇପାରିଲେ ?
କାରଣଟି ସ୍ପଷ୍ଟ ପ୍ରତୀତ ହେଉଛି, ଆଉ ତାହା ହେଉଛି, ''ଅଭ୍ୟାସରେ ଛୋଟଛୋଟ ପରିବର୍ତ୍ତନ !''
ଏହି ଛୋଟଛୋଟ ସୁଧାର ଆଣିବାର ସମ୍ମିଳିତ ପ୍ରଭାବ ଉଲ୍ଲେଖନୀୟ ପରିଣାମସମୂହରେ ପରିବର୍ତ୍ତିତ ହୋଇଥିଲା ।
ସାଧାରଣତଃ ଆମେ ବିଚାର କରୁ କି, ଯେତେବେଳେ ଆମେ ଆମ ଜୀବନକୁ ପରିବର୍ତ୍ତନ କରିବାକୁ ଚାହିଁବା, ସେତେବେଳେ ଆମକୁ କିଛି ବୃହତ୍ ଚିନ୍ତା କରିବା ଆବଶ୍ୟକ କିନ୍ତୁ ବାସ୍ତବରେ ଏହା ଶହ ଶହ ଛୋଟଛୋଟ ପରିବର୍ତ୍ତନର ପ୍ରଭାବ କାରଣରୁ ହିଁ ସମ୍ଭବ ହୋଇଥାଏ ।
ସଫଳତା ଦୈନିକ ଅଭ୍ୟାସର ପରିଣାମ ଅଟେ, ସମ୍ପୂର୍ଣ୍ଣ ଜୀବନରେ ଗୋଟିଏ ଥରରେ କରାଯାଇଥିବା କାର୍ଯ୍ୟର ପରିଣାମ ନୁହେଁ ।
ଏବେ ବିଚାରର କଥା ହେଉଛି, ଆମେ ଏହାକୁ ଆମ ଜୀବନରେ କେଉଁଭଳି ପ୍ରତିଫଳିତ କରିପାରିବା ?

ଶିକ୍ଷା

''ଧ୍ୟାନାଭ୍ୟାସର ଏକ ମହତ୍ତ୍ୱପୂର୍ଣ୍ଣ ଉପହାର ହେଉଛି ବିବେକ । ଏକ ଧ୍ୟାନକେନ୍ଦ୍ରିତ ମନ ତତ୍କାଳ ଜାଣିନେଇଥାଏ, ''ମୋ ପାଇଁ କଣ କରିବା ଠିକ୍ ହେବ ? ମୋ ପାଇଁ କଣ ବିକାଶଶୀଳ ଅଟେ ? ମୋତେ କଣ ଉନ୍ନତ କରିପାରିବ ? ''ଏଭଳି ସ୍ଥିତିରେ ଅବଗତି କମ୍ ଥିଲେ ମଧ୍ୟ ତତ୍କାଳ ସ୍ପଷ୍ଟ ନିର୍ଣ୍ଣୟ ନେବା ସହଜ ହୋଇଥାଏ ।''

02/09/2022

ଆଟୋମିକ୍ ହାବିଟ୍ସର ଶକ୍ତି

ଜୀବନରେ ପରିବର୍ତ୍ତନ ଆଣିବାପାଇଁ କଣ ଆମକୁ ବହୁତ ବଡ଼ ପଦକ୍ଷେପ ନେବାକୁ ପଡ଼ିବ ?

ଆଟୋମିକ୍-ର ଦୁଇଗୋଟି ଅର୍ଥ ରହିଛି, ବହୁତ ଛୋଟ ଅବା ଅପାର ଊର୍ଜାର ସ୍ରୋତ (immense energy source) ଏବଂ ହାବିଟ୍ସର ଅର୍ଥ ହେଉଛି, ସେହି ବସ୍ତୁ ଯାହାକୁ ଆମେ ପ୍ରତ୍ୟେକ ଦିନ ଦୋହରାଇଥାଉ । ବାସ୍ତବରେ କହିଲେ, ଆଟୋମିକ୍ ହାବିଟ୍ସ ହେଉଛି ସେହିସବୁ ଛୋଟଛୋଟ ଅଭ୍ୟାସ, ଯାହା ଆମ ଜୀବନରେ ବିରାଟ ପରିବର୍ତ୍ତନ ଆଣିପାରେ ।
ପ୍ରକୃତରେ ଛୋଟଛୋଟ ପରିବର୍ତ୍ତନ ଜୀବନକୁ ପରିବର୍ତ୍ତିତ କରିଦେଇଥାଏ...
2003 ମସିହାରେ ଦିନେ ବ୍ରିଟିଶ୍ ସାଇକ୍ଲିଙ୍ଗର ଭାଗ୍ୟ ବଦଳିଗଲା । ଗ୍ରେଟ୍ ବ୍ରିଟେନରେ ସାଇକ୍ଲିଙ୍ଗ ସଂଘ ସେ ସମୟରେ ଡେବ୍ ବ୍ରିଲ୍ସଫୋର୍ଡ଼ଙ୍କୁ ତାର ନୂତନ ନିର୍ଦ୍ଦେଶକ ରୂପେ ନିଯୁକ୍ତି ଦେଲା । ସେପର୍ଯ୍ୟନ୍ତ ଗ୍ରେଟ୍ ବ୍ରିଟେନରେ ବୃତ୍ତିଧାରୀ ସାଇକେଲ୍ ଚାଳକମାନେ ହାରାହାରି 100ବର୍ଷ ପର୍ଯ୍ୟନ୍ତ ସେମାନଙ୍କର କଳା ପ୍ରଦର୍ଶନ କରିସାରିଥିଲେ ।
1908 ମସିହା ପରେ, ବ୍ରିଟିଶ ସାଇକେଲ ଚାଳକମାନେ ଅଲମ୍ପିକ୍ ଖେଳରେ କେବଳ ଏକମାତ୍ର ସ୍ୱର୍ଣ୍ଣ ପଦକ ଜିତି ପାରିଥିଲେ ଆଉ ସାଇକ୍ଲିଙ୍ଗ୍-ର ସବୁଠାରୁ ବଡ଼ ପ୍ରତିସ୍ପର୍ଦ୍ଧା ବା ପ୍ରତିଯୋଗିତା 'ଟୁର୍ ଡ଼ି ଫ୍ରାନ୍ସ'ରେ ସେମାନଙ୍କର ପ୍ରଦର୍ଶନ ବହୁତ ଖରାପ ଥିଲା । ବିଗତ 110ବର୍ଷ ମଧ୍ୟରେ, କୌଣସି ବ୍ରିଟିଶ୍ ସାଇକେଲ୍ ଚାଳକ କେବେ ବି ଏହି ପ୍ରତିଯୋଗିତାର ବିଜେତା ହୋଇପାରି ନଥିଲେ ।
ବାସ୍ତବରେ, ବ୍ରିଟିଶ୍ ସାଇକେଲ୍ ଚାଳକଙ୍କର ପ୍ରଦର୍ଶନ ଏତେ ନିରାଶଜନକ ଥିଲା ଯେ ୟୁରୋପର ଶୀର୍ଷ ବାଇକ୍ ନିର୍ମାତାମାନଙ୍କ ମଧ୍ୟରୁ ଜଣେ ତାଙ୍କୁ ସାଇକେଲ୍ ବିକ୍ରି କରିବାପାଇଁ ମନା କରିଦେଇଥିଲେ କାରଣ ତାଙ୍କୁ ଡର ଥିଲା ଯେ, ଯଦି ଅନ୍ୟ ବୃତ୍ତିଧାରୀ ସାଇକେଲ୍ ଚାଳକମାନେ ବ୍ରିଟେନ୍ ବାସୀଙ୍କୁ ଏହି କମ୍ପାନୀର ସାଇକେଲ୍-କୁ ଉପଯୋଗ କରୁଥିବାର ଦେଖିନେବେ, ତେବେ ସେମାନଙ୍କ ସାଇକେଲ୍ ବିକ୍ରିରେ ବାଧା ଉତ୍ପନ୍ନ ହେବ ଆଉ ତାଙ୍କୁ କ୍ଷତି ସହିବାକୁ ପଡ଼ିବ ।
ବ୍ରିଲ୍ସଫୋର୍ଡ଼ଙ୍କୁ ବ୍ରିଟିଶ୍ ସାଇକ୍ଲିଙ୍ଗକୁ ଏକ ନୂତନ ଦିଗ ପ୍ରଦାନ କରିବାପାଇଁ ନିଯୁକ୍ତ କରାଯାଇଥିଲା । ଯେଉଁଥିପାଇଁ ସେ ପୂର୍ବତନ କୋଚ୍ ମାନଙ୍କଠାରୁ ଭିନ୍ନ ସାବ୍ୟସ୍ତ ହେଉଥିଲେ, ତାହା ଥିଲା 'ରଣନୀତି ପ୍ରତି ପ୍ରବଳ ପ୍ରତିବଦ୍ଧତା' ଯାହାକୁ ସେ ''ସୀମାନ୍ତ ଲାଭର ଏକତ୍ରୀକରଣ'' ବୋଲି କହିଥିଲେ, ଯାହା ଆମ ଦ୍ୱାରା କୃତ ସମସ୍ତ ପ୍ରକାର କାମରେ ସୁଧାର ଆଣିବାର ଏକ କ୍ଷୁଦ୍ର ପୃଥକତ୍ୱକୁ ଅନୁସନ୍ଧାନ କରୁଥିବା ଏକ ଦର୍ଶନ ଥିଲା ।
ବ୍ରିଲ୍ସଫୋର୍ଡ଼ କହିଥିଲେ, ''ସମ୍ପୂର୍ଣ୍ଣ ସିଦ୍ଧାନ୍ତ ଏହି ବିଚାରରୁ ସୃଷ୍ଟି ହୋଇଛି କି, ଯଦି ଆମେ ସେହି ବାଧାକୁ ପାର କରିନେବା ଯାହା ଆମକୁ ଆମ ପ୍ରଦର୍ଶନରେ 1 ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ସୁଧାର ଆଣିଦିଏ ତେବେ ଏହି କ୍ରମାଗତ ଅଭ୍ୟାସ ଆମ ପ୍ରଦର୍ଶନରେ ଉତ୍ତରୋତ୍ତର ଉନ୍ନତି କରିଚାଲିବ ଏବଂ ପରିଣାମସ୍ୱରୂପ ଆମେ ଏକ ମହତ୍ତ୍ୱପୂର୍ଣ୍ଣ ବିରାଟ ଉପଲବ୍ଧି ପ୍ରାପ୍ତ କରିପାରିବା ।''
ବ୍ରିଲ୍ସଫୋର୍ଡ଼ ଏବଂ ତାଙ୍କର ପ୍ରଶିକ୍ଷକମାନେ ଏକ ବୃତ୍ତିଧାରୀ ସାଇକ୍ଲିଙ୍ଗ୍ ଟିମ୍ ଗଠନ କରିବା ନିମନ୍ତେ ଛୋଟଛୋଟ ଉପାୟ କରିବା ଆରମ୍ଭ କରିଦେଲେ । ସେମାନେ ସାଇକେଲ୍ ସିଟକୁ ଆହୁରି ଅଧିକ ଆରାମଦାୟକ କରିବାପାଇଁ ପୁଣିଥରେ ଡିଜାଇନ୍ ଆରମ୍ଭ କରିଦେଲେ ଆଉ ସାଇକେଲ୍ ଟାୟାରରେ ଏଲ୍କୋହଲ୍-ର ପରଖ ଲଗାଇଦେଲେ ଯଦ୍ଦ୍ୱାରା ସେଗୁଡ଼ିକ ରାସ୍ତା ସହିତ ଦୃଢ଼ ଭାବରେ ସଂଯୁକ୍ତ ହୋଇ ରହିବ, ଖସିଯିବ ନାହିଁ ।
ଏହା ବ୍ୟତିରେକ ସାଇକ୍ଲିଙ୍ଗ୍ କରିବା ସମୟରେ ମାଂସପେଶୀସମୂହର ଆଦର୍ଶ ତାପମାତ୍ରାକୁ ବଜାୟ ରଖିବାପାଇଁ ସେମାନେ ବିଦ୍ୟୁତ୍ ଊର୍ଜାଭଳି ଉତ୍ତପ୍ତ ରହିଲାପରି ସାର୍ଟର ଚୟନ କରିଥିଲେ । ସେମାନେ ବାୟୋଫିଡ଼ବ୍ୟାକ୍ ସେନ୍ସରର ବ୍ୟବହାର କରିଥିଲେ ଯଦ୍ଦ୍ୱାରା ଏହା ଦେଖିହେବ ଯେ, ପ୍ରତ୍ୟେକ ଆଥଲେଟ୍ କେଉଁଭଳି ପ୍ରଦର୍ଶନ କରିଛନ୍ତି । ତାଙ୍କର ଟିମ୍ ଏକ ବାୟୁପୂର୍ଣ୍ଣ ସୁଡ଼ଙ୍ଗରେ ବିଭିନ୍ନ ବସ୍ତ୍ରର ପରୀକ୍ଷଣ କଲେ ଏବଂ ସେମାନେ ଖୋଲା ସ୍ଥାନରେ ସାଇକ୍ଲିଙ୍ଗ୍ କରିବା ସମୟରେ ପିନ୍ଧିଥିବା ବସ୍ତ୍ରକୁ 'ଇନଡ଼ୋର ରେସିଙ୍ଗ ସୂଟ୍'ରେ ପରିବର୍ତ୍ତିତ କରିଦେଲେ । ଯାହା ହାଲୁକା ଏବଂ ଅଧିକ ଏୟାରୋଡ଼ାୟନାମିକ୍ ସିଦ୍ଧ ହେଲା ।
କିନ୍ତୁ ସେ ଏତିକିରେ ଅଟକି ଗଲେ ନାହିଁ । ବ୍ରିଲ୍ସଫୋର୍ଡ଼ ଏବଂ ତାଙ୍କର ଟିମ୍ ଅନୁସନ୍ଧାନ ଜାରି ରଖିଲେ ଏବଂ ଅଣଦେଖା ତଥା ଅପ୍ରତ୍ୟାଶିତ କ୍ଷେତ୍ରରେ 1 ପ୍ରତିଶତର ସୁଧାର ଆଣିପାରିଥିଲେ । ସେମାନେ ଏହା ଜାଣିବାପାଇଁ ବିଭିନ୍ନ ପ୍ରକାର ମାଲିସ୍ ତୈଳର ପରୀକ୍ଷଣ କରିଥିଲେ କି, କେଉଁ ତୈଳ ଖୁବ୍ ଶୀଘ୍ର ମାଂସପେଶୀ ସମୂହକୁ ଠିକ୍ କରିପାରିବ । ସେ ପ୍ରତ୍ୟେକ ଚାଳକଙ୍କୁ ନିଜ ହାତ ଧୋଇବାର ସବୁଠାରୁ ଉତ୍ତମ ଉପାୟ ଶିଖାଇବା ନିମନ୍ତେ ଜଣେ ସର୍ଜନଙ୍କୁ ରଖିଥିଲେ ଯଦ୍ଦ୍ୱାରା ସେମାନଙ୍କ ହାତ ଯେପରି ଥଣ୍ଡା ଯୋଗୁଁ ଥରି ନ ଉଠୁ । ସେମାନେ ସାଇକେଲ୍ ଚାଳକଙ୍କ ପାଇଁ ଏଭଳି ତକିଆ ଆଉ ଗଦିର ଚୟନ କଲେ ଯାହାଦ୍ୱାରା ସେମାନଙ୍କୁ ରାତିରେ ଭଲ ନିଦ ହେବ ।
ସେମାନେ ସାଇକେଲ୍ ନେଇ ଯାଉଥିବା ଟ୍ରକ୍-ର ଭିତର ପାର୍ଶ୍ୱକୁ ମଧ୍ୟ ଧଳା ରଙ୍ଗରେ ରଙ୍ଗାଇ ଦେଇଥିଲେ, ଯଦ୍ଦ୍ୱାରା ସେମାନେ ଧୂଳିକଣାକୁ ମଧ୍ୟ ସ୍ପଷ୍ଟ ଭାବେ ଦେଖିପାରିବେ, ସାଧାରଣକରି ଯାହା ଉପରେ କେହି ବି ଧ୍ୟାନ ଦେଇ ନଥାନ୍ତି । ହେଲେ ସେହି କ୍ଷୁଦ୍ର ଧୂଳିକଣା ମଧ୍ୟ ସାଇକେଲ୍-ର ସନ୍ତୁଳନକୁ ବିଗାଡ଼ିଦେଇ ପାରେ ।
ଏହିଭଳି ଭାବେ ଟିିକିନିଖି କରି ଶହ ଶହ ଛୋଟଛୋଟ ସୁଧାରସବୁକୁ ପ୍ରୟୋଗ କରିବାପରେ, ସକାରାତ୍ମକ ପରିଣାମ ତୀବ୍ରଗତିରେ ଦେଖାଦେଇଥିଲା, ଯାହାକୁ କେହି ବି କଳ୍ପନା କରିପାରି ନଥିଲେ ।
ବ୍ରିଲ୍ସଫୋର୍ଡ଼ ପାଞ୍ଚବର୍ଷଧରି ପଦଭାର ସମ୍ଭାଳିବା ପରେ, ବ୍ରିଟିଶ୍ ସାଇକ୍ଲିଙ୍ଗ୍ ଟିମ୍ 2008 ମସିହାର ଅଲମ୍ପିକ ଖେଳରେ ସାଇକ୍ଲିଙ୍ଗ୍ ପ୍ରତିଯୋଗିତାରେ ନିଜର ସ୍ଥାନକୁ ସୁଦୃଢ଼ କରିପାରିଥିଲା ଏବଂ ବିଜିଙ୍ଗ୍ ଅଲମ୍ପିକରେ ସେମାନେ ଆଶ୍ଚର୍ଯ୍ୟଜନକ ଭାବେ 60 ପ୍ରତିଶତ ସ୍ୱର୍ଣ୍ଣ ପଦକର ବିଜେତା ହୋଇପାରିଥିଲେ

02/09/2022

1. GST Registration
2. GST Nil return Filing
3. MSME Registration
4. FSSAI (Food License)
5. Company, NGO & Partnership Reg.
6. Importer Exporter Code
7. ISO Registration
8. Logo Design
9. WEBSITE DESIGNING
10. Application Development
11. APEDA Registration
12. HACCP-GMP- CE-HALAL- KOSAR. CERTIFICATE
13. DSC
14. Trademark Registration
15. Company Audit/ Tax Audit/ ITR Filling
16. Domain and Best cheapest web hosting available
whatsapp 9692232609 call 9778551116

31/08/2022

ONE BUSINESS MULTI SOLUTION WISHES YOU TO ALL
{{{HAPPY
GANESH
POOJA}}}
Welcome To OBMS Software Company,Bhubaneswar,Odisha,India. For Details Call Now : 9692232609 / 9778551116 |

28/08/2022

Welcome To OBMS Software Company,Bhubaneswar,Odisha,India. For Details Call Now : 9692232609 / 9778551116 |

13/08/2022

ଡିନାମାଇଟ୍
ଲୋକମାନେ ଆମକୁ କେଉଁରୂପେ ମନେ ପକାଇବେ, କେବେ ଏକଥା ଭାବିଛନ୍ତି କି ?
1888 ମସିହାର କଥା, ଜଣେ ବ୍ୟକ୍ତି ସକାଳୁ ଉଠି ଖବର କାଗଜ ପଢ଼ୁଥିଲେ, ଏହି ସମୟରେ ହଠାତ୍ ତାଙ୍କର ଦୃଷ୍ଟି ଏକ ''ଶୋକ ବାର୍ତ୍ତା'' ଉପରେ ପଡ଼ିଲା । ସେ ତାହାକୁ ଦେଖି ସ୍ତବ୍ଧ ହୋଇଗଲେ, କାରଣ ମରିଯାଇଥିବା ବ୍ୟକ୍ତିଙ୍କ ସ୍ଥାନରେ ତାଙ୍କରି ନାମ ଲେଖାଯାଇଥିଲା ।
ନିଜର ନାମ ପଢ଼ି ସେ ଆଶ୍ଚର୍ଯ୍ୟଚକିତ ତଥା ଭୟଭୀତ ହୋଇପଡ଼ିଲେ । ଖବର କାଗଜରେ ତାଙ୍କର ବଡ଼ଭାଇ ଲୁଡ଼ୱିଗଙ୍କ ମୃତ୍ୟୁ ଖବର ପ୍ରକାଶ ପାଇବା ସ୍ଥାନରେ ତାଙ୍କର ମୃତ୍ୟୁ ଖବର ପ୍ରକାଶ ପାଇବା କଥାକୁ ସେ ବିଶ୍ୱାସ କରିପାରୁ ନଥିଲେ । କ୍ଷଣକ ପାଇଁ ସେ ବିସ୍ମିତ ହୋଇଗଲେ । ଯାହା ବି ହେଉ, କୌଣସିମତେ ସେ ନିଜକୁ ସମ୍ଭାଳିନେଲେ । ଲୋକମାନେ ତାଙ୍କର ମୃତ୍ୟୁକୁ ନେଇ କେଉଁଭଳି ପ୍ରତିକ୍ରିୟା ସବୁ ଦେଇଛନ୍ତି, ଏହା ଜାଣିବାପାଇଁ ଇଚ୍ଛାକରି ସେ ଖବର କାଗଜଟିକୁ ପଢ଼ିବା ଆରମ୍ଭ କଲେ, ସେଥିରେ ଫ୍ରେଞ୍ଚ୍ ଭାଷାରେ ଲେଖାଥିଲା, ''ମୃତ୍ୟୁର ସୌଦାଗର'' ମରିସାରିଛି ।
ଏହା ତାଙ୍କ ପାଇଁ ଏକ ବିରାଟ ବଡ଼ ଆଘାତ ଥିଲା, ସେ ମନେମନେ ବିଚାର କଲେ, ''କଣ ମୁଁ ମରିବାପରେ ଲୋକମାନେ ମୋତେ ଏହିଭଳି ମନେପକାଇବେ ?''
ଏହି ଦିନଟି ତାଙ୍କ ଜୀବନର କ୍ରାନ୍ତିକାରୀ ପରିବର୍ତ୍ତନର ଦିନ ଥିଲା ଆଉ ସେହି ଦିନ ଠାରୁ ଡିନାମାଇଟିର ଏହି ଆବିଷ୍କାରକ ବିଶ୍ୱ ଶାନ୍ତି ଏବଂ ସମାଜ କଲ୍ୟାଣ ପାଇଁ କାମ କରିବାକୁ ଲାଗିଲେ ତଥା ମୃତ୍ୟୁ ପୂର୍ବରୁ ସେ ତାଙ୍କର ଅଚଳ ସମ୍ପତ୍ତିକୁ ସେହି ଲୋକମାନଙ୍କୁ ପୁରସ୍କାର ଦେବାପାଇଁ ଦାନ କରିଦେଇଥିଲେ, ଯେଉଁମାନେ ବିଜ୍ଞାନ ଏବଂ ସମାଜ କଲ୍ୟାଣ କ୍ଷେତ୍ରରେ ସର୍ବଶ୍ରେଷ୍ଠ କାର୍ଯ୍ୟ କରିଥାନ୍ତି ।
ସେହି ମହାନ୍ ବ୍ୟକ୍ତିଙ୍କ ନାମ ଥିଲା, ''ଅଲଫର୍ଲଡ଼ ବର୍ନାର୍ଡ଼ ନୋବେଲ'' । ଆଜି ତାଙ୍କରି ନାମରେ ପ୍ରତିବର୍ଷ ''ନୋବେଲ ପ୍ରାଇଜ୍'' ଦିଆଯାଉଛି । ଆଜି କେହି ତାଙ୍କୁ ''ମୃତ୍ୟୁର ସୌଦାଗର'' ରୂପରେ ମନେପକାଉ ନାହାଁନ୍ତି ବରଂ ତାଙ୍କୁ ଜଣେ ମହାନ୍ ବୈଜ୍ଞାନିକ ଏବଂ ସମାଜସେବୀ ରୂପେ ମନେପକାଉଛନ୍ତି ।
ଡିନାମାଇଟର ଶକ୍ତି ଚଟ୍ଟାଣକୁ ଭାଙ୍ଗିଦେଇପାରେ, ହେଲେ ଆମ ବିଚାରସମୂହର ଶକ୍ତି ଡିନାମାଇଟକୁ ବି ଚୂର୍ଣ୍ଣବିଚୂର୍ଣ୍ଣ କରିଦେଇପାରେ ।
ଶିକ୍ଷା
''ଆମର ପ୍ରତିଦିନର ବିଚାର ଅନୁସାରେ ହିଁ ଆମେ ଆମ ଭାଗ୍ୟର ନିର୍ମାଣ କରିଥାଉ । ଆନ୍ତରିକ ସ୍ପଷ୍ଟତା ଏବଂ ସ୍ଥିରତା ପାଇବାପାଇଁ ନିଜ ବିଚାରସମୂହର ନିୟମନ କରନ୍ତୁ ।''

13/08/2022

ବିଧିର ବିଧାନ ଅପରିବର୍ତ୍ତନୀୟ
ଏକ ବିଚାର...କିଏ ଅଛନ୍ତି ଯିଏ ଏହି ସୃଷ୍ଟିକୁ ପରିଚାଳିତ କରୁଛନ୍ତି ?
ଭଗବାନ ବିଷ୍ଣୁ ଗରୁଡ଼ ପୃଷ୍ଠରେ ବସି କୈଳାସ ପର୍ବତକୁ ଯାତ୍ରା କଲେ । ଦ୍ୱାରଦେଶରେ ଗରୁଡ଼କୁ ଛାଡ଼ିଦେଇ ସ୍ୱୟଂ ଶିବଙ୍କ ସହିତ ସାକ୍ଷାତ କରିବାପାଇଁ ଭିତରକୁ ଚାଲିଗଲେ । କୈଳାସର ଅପୂର୍ବ ପ୍ରାକୃତିକ ଶୋଭାକୁ ଦେଖି ଗରୁଡ଼ ମନ୍ତ୍ରମୁଗ୍ଧ ହୋଇଗଲେ । ଠିକ୍ ଏହି ସମୟରେ ତାଙ୍କର ଦୃଷ୍ଟି ଏକ କ୍ଷୁଦ୍ର ସୁନ୍ଦର ପକ୍ଷୀ ଉପରେ ପଡ଼ିଲା ।
ପକ୍ଷୀଟି ଏତେ ସୁନ୍ଦର ଥିଲା ଯେ, ଗରୁଡ଼ଙ୍କର ସମସ୍ତ ବିଚାର ସେହି ପକ୍ଷୀ ଦିଗକୁ ଆକର୍ଷିତ ହେବାକୁ ଲାଗିଲା । ସେହି ସମୟରେ କୈଳାସକୁ ଯମ ଦେବତା ଆସିଲେ ଆଉ ଭିତରକୁ ପ୍ରବେଶ କରିବା ପୂର୍ବରୁ ସେ ସେହି ପକ୍ଷୀଟିକୁ ଆଶ୍ଚର୍ଯ୍ୟ ହୋଇ ଦେଖିଲେ ।
ଗରୁଡ଼ ବୁଝିଗଲେ ଯେ ସେହି ପକ୍ଷୀଟିର ଅନ୍ତ ସମୟ ଆସିଯାଇଛି ଆଉ ଯମଦେବତା କୈଳାସରୁ ପ୍ରତ୍ୟାବର୍ତ୍ତନ କରିବାମାତ୍ରେ ତାକୁ ତାଙ୍କ ସହିତ ଯମଲୋକକୁ ନେଇଯିବେ ।
ଗରୁଡ଼ଙ୍କୁ ଦୟା ଆସିଲା । ଏତେ କ୍ଷୁଦ୍ର ଆଉ ସୁନ୍ଦର ପକ୍ଷୀଟିର ମୃତ୍ୟୁକୁ ସେ ଦେଖିବାକୁ ଚାହୁଁନଥିଲେ । ଏଥିପାଇଁ ସେ ତାକୁ ନିଜ ପଞ୍ଝାରେ ଦବାଇ କୈଳାସଠାରୁ ହଜାର କୋଷ ଦୂର ଏକ ଜଙ୍ଗଲର ଚଟ୍ଟାଣ ଉପରେ ଛାଡ଼ିଦେଇ କୈଳାସକୁ ଫେରିଆସିଲେ ।
ଯେତେବେଳେ ଯମ ବାହାରକୁ ଆସିଲେ, ସେତେବେଳେ ଗରୁଡ଼ ପଚାରିଦେଲେ ଯେ, ''ସେ ସେହି ପକ୍ଷୀଟିକୁ ଏତେ ଆଶ୍ଚର୍ଯ୍ୟ ଦୃଷ୍ଟିରେ କାହିଁକି ଦେଖୁଥିଲେ ?''
ଯମ କହିଲେ, ''ଗରୁଡ଼, ଯେତେବେଳେ ମୁଁ ସେହି ପକ୍ଷୀଟିକୁ ଦେଖିଲି, ସେତେବେଳେ ମୋତେ ଜ୍ଞାତ ହେଲା କି, ସେହି ପକ୍ଷୀଟି ଅଳ୍ପକିଛି ମୁହୂର୍ତ୍ତ ପରେ ହଜାର କୋଷ ଦୂରରେ ଥିବା ଏକ ନାଗସର୍ପର ଭୋଜନ ହୋଇଯିବ । ମୁଁ ଚିନ୍ତା କରୁଥିଲି, ସେ ଏତେ ଶୀଘ୍ର ଏତେ ଦୂର କିପରି ଯାଇପାରିବ, ହେଲେ ଏବେ ଯେତେବେଳେ ଏଠାରେ ନାହିଁ ତେବେ ନିଶ୍ଚିତ ରୂପେ ସେ ମରି ସାରିଥିବ ।''
ଗରୁଡ଼ ବୁଝିଗଲେ, ''ଯେତେ ଚତୁରତା ଅବଲମ୍ବନ କଲେ ମଧ୍ୟ ମୃତ୍ୟୁକୁ କେହି ଟାଳି ପାରିବେ ନାହିଁ ।''
ଏଥିପାଇଁ ଶ୍ରୀକୃଷ୍ଣ କହିଛନ୍ତି--
ତୁ ଯାହା ଚାହୁଁ, ସେପରି କରିଥାଉ । ହେଲେ ହୁଏ ତାହା ଯେପରି ମୁଁ ଚାହେଁ । ଏବେ ତୁ ତାହା କର ଯେପରି ମୁଁ ଚାହୁଁଛି, ଦେଖିବୁ ତାହାହିଁ ହେବ, ଯେପରି ତୁ ଚାହୁଁଥିବୁ ।
ଶିକ୍ଷା
''ଏହି ସଂସାର ସମ୍ଭାବନାର ସଂସାର ଅଟେ । ନିଃସନ୍ଦେହ, ଏଠାରେ ଏକ ସମ୍ଭାବିତ ଘଟଣା ଘଟିତ ହେବାର ପୂର୍ଣ୍ଣ ସମ୍ଭାବନା ଥାଏ କିନ୍ତୁ ସବୁଠାରୁ ମହତ୍ତ୍ୱପୂର୍ଣ୍ଣ କଥା ହେଉଛି, ଏଠାରେ ଏକ ଅସମ୍ଭାବିତ ଘଟଣା ସମ୍ଭବ ହେବାର ମଧ୍ୟ ସମ୍ଭାବନା ରହିଥାଏ ।''

13/08/2022
29/07/2022

Obms TV- https://t.me/OBMSTV
OnebusinessMultiSolution- https://t.me/onebusinessmultisolutionpvtltd
Bhubaneswar Local Business Promotion Hub - https://t.me/+aECpCv-FRW1mZDRl
Berhampur Local Business Promotion Hub- https://t.me/obmsgroup5
Delhi Local Business Promotion Hub - https://t.me/OneBusinessMultiSolutionBBSR
International Business Promotion Hub - https://t.me/obmsgroup8
All Odisha Business Promotion Hub - https://t.me/obmsgroup4
Puri Local Business Promotion Hub - https://t.me/obmsgroup1
All India Business Promotion Hub - https://t.me/obmsgroup7
Odisha Business Promotion Hub Only In(Bhubaneswar_Cuttack_Puri) - https://t.me/obmsgroup6
Cuttack Local Business Promotion Hub - https://t.me/obmsgroup2

20/07/2022

ତେବେ ଝଡ଼ି ପଡ଼ିଥିବା ଫୁଲ କାହିଁକି ନୁହେଁ !
ଶିକ୍ଷା
''ନିଜକୁ ଦିବ୍ୟ ଶକ୍ତିର ଅଧୀନରେ ରଖି ପ୍ରେମ ଏବଂ ଦୃଢ଼ ବିଶ୍ୱାସର ସହିତ ସେବା କରନ୍ତୁ, ତାହା ସକ୍ରିୟ ସେବା ହେଉ ଅବା ନିଷ୍କ୍ରିୟ ହେଉ ପର୍ଯ୍ୟାପ୍ତ ଅଟେ । ଏହାର ଉଦ୍ଦେଶ୍ୟ ପୂର୍ଣ୍ଣ ହୋଇଯାଏ । ସ୍ୱୟଂକୁ ଅର୍ପଣ କରିବାର ଅନେକ ଉପାୟ ରହିଛି । ସେବା ନିମନ୍ତେ ନିଜକୁ ପ୍ରସ୍ତୁତ କରିବାମାତ୍ରେ ଏହା ଆମର ସ୍ଥିତିକୁ ଉତ୍ତମ କରିଦେଇଥାଏ ।''

20/07/2022

ଝଡ଼ିପଡ଼ିଥିବା ଫୁଲ
କୌଣସି ଫୁଲ ଗଛରୁ ତଳେ ପଡ଼ିଗଲେ କଣ ତାହାର ସୁଗନ୍ଧ ଆଉ ସୌନ୍ଦର୍ଯ୍ୟତା କମ୍ ହୋଇଯାଏ ?
ଦୌଡ଼ିବା ଏକ ସାଧାରଣ ପ୍ରକ୍ରିୟା ଅଟେ । ଦୌଡ଼ିବାରେ ମଧ୍ୟ ସୌନ୍ଦର୍ଯ୍ୟତା ନିହିତ ଅଛି । ଏହା ମାଧ୍ୟମରେ ମୁଁ ମୋ ଆଖପାଖର ଜୀବନକୁ ଉତ୍ତମରୂପେ ନିରୀକ୍ଷଣ କରିପାରେ । ପ୍ରତିଦିନ ସକାଳେ ଜଣେ ବୃଦ୍ଧ ସଜ୍ଜନ ଗଛରୁ ଝଡ଼ି ପଡ଼ିଥିବା ଫୁଲଗୁଡ଼ିକୁ ଉଠାଇ ମନ୍ଦିରର ଦର୍ଶନ ପାଇଁ ରଖାଯାଇଥିବା ଫୁଲଝୁଡ଼ିରେ ରଖୁଥିବାର ମୁଁ ଦେଖେ । ତାଙ୍କର ଏହି ଗତିବିଧି ମୋ ମନରେ ଉତ୍ସୁକତା ଭରିଦିଏ ।
ଦିନେ ସକାଳେ ମୁଁ ତାଙ୍କୁ ଏପରି କରୁଥିବା ଦେଖି ନିଜର ଏହି ଜିଜ୍ଞାସାକୁ ଶାନ୍ତ କରିବାପାଇଁ ସେହି ବୃଦ୍ଧଙ୍କୁ ପଚାରିଲି, ଅନ୍ୟ ବୃଦ୍ଧମାନେ ଗଛରୁ ସତେଜ ଫୁଲ ତୋଳିବା ବେଳେ ସେ ଗଛରୁ ଝଡ଼ି ପଡ଼ିଥିବା ଫୁଲକୁ କାହିଁକି ଉଠାନ୍ତି ।
ମୁଁ ତାଙ୍କୁ ପ୍ରଶ୍ନ କଲି, ''ଦାଦାଜୀ, ମୁଁ ଆପଣଙ୍କୁ ସବୁବେଳେ ଭୂମିରେ ପଡ଼ିଯାଇଥିବା ସତେଜ ଫୁଲ ସବୁକୁ ଉଠାଉ ଥିବାର ଦେଖିଥାଏ । ଆପଣ ଏସବୁକୁ ନେଇ କଣ କରନ୍ତି ?''
ବୃଦ୍ଧ ଜଣକ ଅତ୍ୟନ୍ତ ଶାନ୍ତ ଭାବରେ ଉତ୍ତର ଦେଲେ, ''ଏହି ଫୁଲକୁ ନେଇ ମୁଁ ମୋ ଘରେ ଥିବା ଦେବୀଦେବତାଙ୍କ ଚରଣରେ ଅର୍ପଣ କରିଥାଏ ।''
ମୁଁ ଏହା ପ୍ରଥମଥର ପାଇଁ ଶୁଣିବାକୁ ପାଇଲି । ପୂର୍ବରୁ ଏଭଳି କଥା କେବେ ବି ଶୁଣି ନଥିଲି । ଏଥିପାଇଁ ମୁଁ ପୁଣିଥରେ ତାଙ୍କୁ ପଚାରିଲି, ''ଯଦି ଆପଣ ଖରାପ ନ ଭାବନ୍ତି, ତେବେ କଣ ମୁଁ ଜାଣିପାରେ କି, ଗଛରେ ଏତେସବୁ ଫୁଲ ଫୁଟିଛି, ସେସବୁକୁ ନତୋଳି ଆପଣ ଗଛରୁ ତଳେ ଖସିପଡ଼ିଥିବା ଫୁଲକୁ ନେଇ କାହିଁକି ଈଶ୍ୱରଙ୍କୁ ଅର୍ପଣ କରନ୍ତି ?''
ବୃଦ୍ଧ କହିଲେ, ''ଫୁଲଗୁଡ଼ିକୁ ସେମାନଙ୍କ ଅନ୍ତିମ ଦିନରେ ଭଗବାନଙ୍କ ସହିତ ରହିବା ଉଦ୍ଦେଶ୍ୟକୁ ପୂର୍ଣ୍ଣ କରିବାରେ ମୁଁ ସହାୟତା କରିଥାଏ । ସେମାନଙ୍କ ପାଖରେ ବି ଜୀବନ ଅଛି, ସେମାନେ ମଧ୍ୟ ତାଙ୍କର ଅନ୍ତିମ ଦିନରେ ଆପଣଙ୍କ ଭଳି ତଥା ମୋଭଳି ପରମେଶ୍ୱରଙ୍କ ସହିତ ରହିବାପାଇଁ ଚାହାଁନ୍ତି, ହଁ ନାଁ ନାହିଁ ?'' ମୁଣ୍ଡ ହଲାଇ ମୁଁ ବୃଦ୍ଧଙ୍କ ପ୍ରଶ୍ନର ଉତ୍ତର ଦେଲି । ଏହାପରେ ସେ ମୋତେ କହିଲେ, ''କିଛି ଲୋକ ସେହି କଢ଼ ଗୁଡ଼ିକୁ ତୋଳି ପକାନ୍ତି, ଯେଉଁଗୁଡ଼ିକ ବର୍ତ୍ତମାନ ସୁଦ୍ଧା ଫୁଟି ନଥାନ୍ତି, ଆଉ କିଛି ଲୋକ ସଙ୍ଗେ ସଙ୍ଗେ ଫୁଟିଥିବା କଢ଼ ଗୁଡ଼ିକୁ ତୋଳିପକାନ୍ତି, ସେମାନଙ୍କୁ ନିଜର ସୁଗନ୍ଧ ବିତରଣ କରିବାପାଇଁ ମଧ୍ୟ ଦେଇନଥାନ୍ତି । ପ୍ରତ୍ୟେକ ଲୋକ ସୁନ୍ଦର ଫୁଲଟିକୁ ତୋଳିଥାନ୍ତି । ଗଛରୁ ତାର ସୌନ୍ଦର୍ଯ୍ୟତାକୁ ଛଡ଼ାଇ ନିଅନ୍ତି । ଦେଖନ୍ତୁ, ଏ ଗଛ ଗୁଡ଼ିକ କେତେ ରଙ୍ଗହୀନ ଆଉ ଶୂନ୍ୟ ଦିଶୁଛନ୍ତି ।''
ସେ ପୁଣି ଆଗକୁ କହିଲେ, ''ପ୍ରତ୍ୟେକ ଫୁଲର ଏକ ଉଦ୍ଦେଶ୍ୟ ଥାଏ, ତାହା ହେଉଛି, ଭଗବାନଙ୍କ ସହିତ ରହିବା । ସମସ୍ତେ ଗଛରେ ଲାଗି ରହିଥିବା ଫୁଲଗୁଡ଼ିକୁ ତୋଳିନିଅନ୍ତି ହେଲେ ମୁଁ ସେମାନଙ୍କୁ ଆଣି ନଥାଏ । ଏହା ସେହି ଫୁଲମାନଙ୍କର ଭୁଲ ନୁହେଁ ଯେଉଁଗୁଡ଼ିକ ତଳେ ପଡ଼ିଯାଇଛନ୍ତି । ସେମାନେ ମଧ୍ୟ ଭଗବାନଙ୍କ ସହିତ ରହିବାପାଇଁ ଯୋଗ୍ୟ ଅଟନ୍ତି । ଆପଣ ମଧ୍ୟ ଏହିଭଳି କରନ୍ତୁ, ଏପରି କଲେ ଆପଣଙ୍କୁ ଶାନ୍ତି ଏବଂ ଆନନ୍ଦ ମିଳିବ । ମୋତେ ମିଳିଛି, ଏଥିପାଇଁ ମୁଁ ଏପରି କହୁଅଛି । ମୁଁ ଏହି ବୃଦ୍ଧ ବୟସରେ ତ କାହାରିକୁ ସାହାରା ଦେଇପାରିବି ନାହିଁ, ସେଥିପାଇଁ ଏହି ଫୁଲଗୁଡ଼ିକୁ ସେମାନଙ୍କ ଲକ୍ଷ୍ୟ ପୁରା କରିବାରେ ସାହାଯ୍ୟ କରୁଛି ।''
ମୁଁ କେବଳ ମୁଣ୍ଡ ହଲାଇ ସମ୍ମତି ଦେଲି, ଟିକିଏ ହସିଦେଲି ଆଉ ତାଙ୍କର ଶୁଭକାମନା କରି ନିଜର ଦୌଡ଼କୁ ଜାରୀ ରଖିଲି ।
ମୁଁ ଦୌଡ଼ୁଥିବା ସମୟରେ ମୋର ମନ ମଧ୍ୟ ଦୌଡ଼ୁଥିଲା । ଏକ ନୂତନ ପ୍ରେରଣା ଏବଂ ବିଚାର ସହିତ, ମୁଁ ନିର୍ଣ୍ଣୟ ନେଲି କି, ମୋତେ ମଧ୍ୟ ପୂଜା ପାଇଁ ତଳେ ପଡ଼ିଯାଇଥିବା ଫୁଲଗୁଡ଼ିକୁ ସଂଗ୍ରହ କରିବା ନିମନ୍ତେ ପ୍ରୟାସ କରିବା ଆବଶ୍ୟକ ।
ମୁଁ ଏକ ଜବାକୁସୁମ ବୃକ୍ଷକୁ ପାର କରି ଯିବା ସମୟରେ ଦେଖିଲି, ବୃକ୍ଷ ତଳେ କିଛି ଫୁଲ ପଡ଼ିଛି । ମୁଁ ସେହି ଫୁଲଗୁଡ଼ିକୁ ଉଠାଇବାପାଇଁ ପ୍ରୟାସ କରିବା ସମୟରେ ମୋତେ ଏକ ଶବ୍ଦ ଶୁଣାଗଲା ।
''ତୁମେ ତଳେ ପଡ଼ିଯାଇଥିବା ଫୁଲକୁ ଭଗବାନଙ୍କୁ ଦେଇପାରିବ ନାହିଁ ।'' ଏକଥା ଯେପରି ମୋ ମାଆ ମୋ ମନରେ କହିଥିଲେ, ଯେଉଁଥିପାଇଁ ମୁଁ ଅଟକି ଯାଇଥିଲି ।
''ଭଗବାନ କେବଳ ଆପଣଙ୍କର ଭାବନା ଏବଂ ଭକ୍ତିକୁ ଖୋଜନ୍ତି, ଏଥିପାଇଁ ଆଗକୁ ବଢ଼ ଆଉ ଉଠାଅ ।'' ଏକଥା ମୋ ମନ ଯେପରି ମୋ ମାଆଙ୍କୁ କହିଥିଲା ।
ମନର ଏଭଳି ଭାବନାର କିଛି ସମୟ ପରେ ମୁଁ ଫୁଲକୁ ଉଠାଇଲି ଆଉ ନିଜ ହାତରେ ଧରିଲି । ଯେମିତି ମୁଁ ଫୁଲକୁ ଉଠାଇ ହାତରେ ଧରିଛି, ମୋ ଲୋମ ଟାଙ୍କୁରୀ ଉଠିଲା ଏପରିକି ମୋ ହୃତ୍ ସ୍ପନ୍ଦନ ମଧ୍ୟ ବଢ଼ିଗଲା । ଏହା ଏକ ଭିନ୍ନ ପ୍ରକାର ଭଲପାଇବା ଥିଲା ଯାହାକୁ ମୁଁ ଏହି ଫୁଲ କାରଣରୁ ମୋ ଶରୀର ମଧ୍ୟରେ ଅନୁଭବ କରିପାରୁଥିଲି ।
ମୁଁ ସେହି ଫୁଲଗୁଡ଼ିକୁ ଘରକୁ ନେଇଗଲି, ସେଗୁଡ଼ିକୁ ଧୋଇଦେଲି ଆଉ ଭଗବାନଙ୍କ ଚରଣରେ ଅର୍ପଣ କରିଦେଲି ।
ମୋର ଏହି ଅନୁଭବ ଅଲୌକିକ ଥିଲା । ମୁଁ ଆତ୍ମସନ୍ତୋଷ ପ୍ରାପ୍ତ କରୁଥିଲି । ମୋତେ ଏଭଳି ଲାଗୁଥିଲା, ଯେପରି ମୁଁ କାହାର ଜୀବନ ବଞ୍ଚାଇଛି ଅଥବା କାହାକୁ ଦୁଃଖରୁ ମୁକ୍ତ କରିବାପାଇଁ ସାହାଯ୍ୟ କରିଛି । ମୁଁ ଫୁଲମାନଙ୍କ ସହିତ ଏଭଳି ସନ୍ତୋଷ ପୂର୍ବରୁ କେବେ ଅନୁଭବ କରିପାରି ନଥିଲି । ମୁଁ ଭାବିଲି, ''ଆଗକୁ ବି ମୁଁ ଠିକ୍ ଏହିଭଳି କରିବି । ଯାହା ଝଡ଼ି ପଡ଼ିଛି ତାହାକୁ ଉଠାଇବି ଆଉ ପ୍ରଭୁଙ୍କ ଚରଣରେ ଅର୍ପଣ କରିବି ।''
ଜୀବନରେ ଆମେମାନେ ସର୍ବଦା ଉତ୍ତମ ଏବଂ ସୁନ୍ଦର ଲୋକମାନଙ୍କ ଆଖପାଖରେ ରହିବାପାଇଁ ଇଚ୍ଛାକରୁ । ଆମେ ନିଜକୁ ସେହି ଲୋକମାନଙ୍କ ସହିତ ଦେଖିବାପାଇଁ ଚାହୁଁ, ଯେଉଁମାନେ ଆମ ସହିତ ସମାନତା ରକ୍ଷା କରନ୍ତି, ଆମ ସହ କାନ୍ଧକୁ କାନ୍ଧ ମିଶାଇ ଚାଲିପାରନ୍ତି । ସେମାନଙ୍କୁ ଅଣଦେଖା କରୁ ଯେଉଁମାନେ ଆମଠାରୁ କମ୍ ଯୋଗ୍ୟତା ସମ୍ପନ୍ନ ହୋଇଥାନ୍ତି ।
କିନ୍ତୁ, ପ୍ରକୃତ ସନ୍ତୋଷ ତ ସେତେବେଳେ ପ୍ରାପ୍ତ ହୋଇଥାଏ, ଯେତେବେଳେ ଆମେ କାହାକୁ ସାହାଯ୍ୟ କରୁ ଆଉ ତାଙ୍କ ଜୀବନକୁ ଉତ୍ତମ ରୂପେ ଗଢ଼ିତୋଳିଥାଉ । ସେ ମନୁଷ୍ୟ ହୁଅନ୍ତୁ ଅବା ପଶୁ, ପକ୍ଷୀ ଅବା ଜୀବନର ଅନ୍ୟ କୌଣସି ରୂପ !

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address

Bhubaneswar, Rasulgarh
Bhubaneswar
751010

Opening Hours

Monday 9:45am - 6pm
Tuesday 9:45am - 6pm
Wednesday 9:45am - 6pm
Thursday 9:45am - 6pm
Friday 9:45am - 6pm
Saturday 9:45am - 6pm