CPI Odisha State

CPI Odisha State

Share

This is a page to promote CPI activities in Odisha State

Photos from CPI Odisha State's post 31/05/2026

ଆଜି ଅଖିଳ ଭାରତ କୃଷକ ସଭା ପକ୍ଷରୁ ବଲାଙ୍ଗୀର ଜିଲ୍ଲାର ଟିଟିଲାଗଡ଼ଠାରେ କପାଚାଷୀ ମାନକୁଂନେଇ ଏକ ବିଶାଳ କୃଷି -କୃଷକ କର୍ମଶାଳା ଅନୁଷ୍ଠିତ ହୋଇଛି ।All India kisan sabha (AIKS) ର ସର୍ବଭାରତୀୟ ସଭାପତି ସାଥି Rajan Khirsagar, AIKS ଓଡିଶା ରାଜ୍ୟ ସମ୍ପାଦକ ସାଥି Khirod Singhdeo, ସଭାପତି ଶଶୀଭୂଷଣ ସ୍ବାଁଇ , CPI ରାଜ୍ୟ ସଂପାଦକ ମଣ୍ଡଳୀ ସଭ୍ଯ ସାଥି Damodar behera, AIKS ବଲାଙ୍ଗୀର ଜିଲ୍ଲା ସମ୍ପାଦକ ସାଥି ଗୋପାଳ ସେଠ ,CPI କଳାହାଣ୍ଡି ଜିଲ୍ଲା ସମ୍ପାଦକ Jagadish Durga ବଲାଙ୍ଗୀର ଜିଲ୍ଲା ସମ୍ପାଦକ ଜଳେନ୍ଜୟ ରଣା,ସହସମ୍ପାଦକ ସାଥି ପାଣ୍ଡଵ ଭୋଇଯୋଗ ଦେଇଥିଲେ .

Photos from CPI Odisha State's post 30/05/2026

ଆଖିଳ ଭାରତ କୃଷକ ସଭା AIKS ର ରାଜ୍ଯ ପରିଷଦ ବୈଠକ ଅନୁଷ୍ଠିତ: ଆମେରିକା-ଭାରତଉ ପନିବେଶବାଦୀ ଚୁକ୍ତି ବିରୋଧରେ ଐକ୍ଯଵଦ୍ଧ କୃଷକ ଆନ୍ଦୋଳନରେ ଝାସ ଦେବାକୁ ଆହ୍ଵାନ ଦେଲେ ରାଜନ କ୍ଷୀରସାଗର।

ଭୁବନେଶ୍ଵର: ତା୩୦/୫/୨୦୨୬: ଅଖିଳ ଭାରତ କୃଷକ ସଭା AIKS ର ପରିଵର୍ଦ୍ଧିତ ଓଡ଼ିଶା ରାଜ୍ଯ ପରିଷଦ ବୈଠକ ଆଜି ଭଗବତୀ ଭବନଠାରେ ଅନୁଷ୍ଠିତ ହୋଇଅଛି। ଏହି ବୈଠକରେ ଏଆଇକେଏସ୍ ର ସର୍ବଭାରତୀୟ ସଭାପତି କମ୍ରେଡ୍ ରାଜନ କ୍ଷୀରସାଗର ଉଦବୋଧନ ଦେଇ ସ୍ଵାଧୀନ ଭାରତର କୃଷକ କୃଷି ପାଇଁ ଜମି, କୃଷି ପାଇଁ ଜଳ ସେଚନ, କୃଷି ଯନ୍ତ୍ରପାତିର ଶିଳ୍ପ ପ୍ରତିଷ୍ଠା, ଜୈବିକ ସାର, ପୋକ ମରା ଔଷଧ, କୃଷି ଉତ୍ପାଦନର ଲାଭ ଜନକ ଦର ଅଥବା ଆଇନଗତ ସର୍ବନିମ୍ନ ସହାୟକ ମୂଲ୍ୟ ଓ କୃଷି ଉତ୍ପାଦିତ ସାମଗ୍ରୀର ସୁରକ୍ଷିତ ସଂରକ୍ଷଣ, ପ୍ରକ୍ରିୟା କରଣ ଶିଳ୍ପ, ଶୀତଳ ଭଣ୍ଡାର, ପିଆଜ ସଂରକ୍ଷଣ ଭଣ୍ଡାର ପ୍ରତିଷ୍ଠା ଇତ୍ୟାଦି ପାଇଁ ଦାବି ନେଇ ନିଜ ଜୀବନ ଓ ଜୀବିକାର ସୁରକ୍ଷାର ସଂଘର୍ଷ କରୁଆସିଛନ୍ତି। ଐତିହାସିକ କୃଷକ ଆନ୍ଦୋଳନ ୨୦୨୦ମସିହା ନଭେମ୍ବର ୨୬ରୁ ୨୦୨୧ ମସିହା ନଭେମ୍ବର ୧୯ ପର୍ଯ୍ୟନ୍ତ ଦିଲ୍ଲୀର ବିଭିନ୍ନ ସୀମା ରେ ଚାଲିଥିବା ବେଳେ ୭ଶହରୁ ଅଧିକ କୃଷକ ଶହୀଦ ହୋଇଥିଲେ ବି ପଛକୁ ହଟି ନଥିଲେ ଏବଂ ଏକଛତ୍ରଵାଦୀ ମୋଦୀ ସରକାର ବାଧ୍ୟ ହୋଇ ତିନିଟି କଳା କୃଷି ଆଇନ ପ୍ରତ୍ୟାହାର ବେଳେ ଯେଉଁ ସର୍ବନିମ୍ନ ସହାୟକ ମୂଲ୍ୟ ଆଇନ ପ୍ରଣୟନରେ ପ୍ରତିଶୃତି ଦେଇଥିଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକାରୀ କରି ନାହାନ୍ତି । ଏହି ଘଡିସନ୍ଧି ମୁହୁର୍ତ୍ତରେ ଭାରତର ବିଜେପି ନେତୃତ୍ଵାଧୀନ ଏନଡିଏ ସରକାର ଆମେରିକା - ଭାରତ ବାଣିଜ୍ୟ ଚୁକ୍ତି କରାଇ ଦେଶର ଜନଗଣଙ୍କୁ ଆମେରିକା ଉପନିବେଶବାଦୀ ଶାସନ ଓ ଶୋଷଣ ଭିତରକୁ ଠେଲି ଦେଇ ଭାରତର କୃଷକ ସମାଜ ଉପରେ ତାରିଫ ନାମରେ ରକ୍ତ ଶୋଷଣ କରିବାକୁ ଚୁକ୍ତିବଦ୍ଧ ହୋଇଛନ୍ତି। ଏହି ଉପନିବେଶବାଦୀ ଶାସନ ଓ ଶୋଷଣ ବିରୋଧରେ କୃଷକ ସମାଜ ପଲ୍ଲୀ ରୁ ଦିଲ୍ଲୀ ପର୍ଯ୍ୟନ୍ତ କୃଷକ ସଂଘର୍ଷକୁ ଶାଣିତ କରିବାକୁ ଆହ୍ଵାନ ଦେଇଥିଲେ।
ଏଆଇକେଏସର ରାଜ୍ଯ ସଭାପତି କମ୍ରେଡ୍ ଶଶୀଭୂଷଣ ସ୍ବାଇଁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ପରିବର୍ଦ୍ଧିତ ରାଜ୍ଯ ପରିଷଦ ବୈଠକରେ ସର୍ବଭାରତୀୟ ସାଧାରଣ ସମ୍ପାଦକ କମ୍ରେଡ୍ ରାବୁଲା ଭେଙ୍କାୟା ଉଦବୋଧନ ଦେଇ ବ୍ରିଟିଶ ଉପନିବେଶବାଦୀ ଶାସନାଧିନ ଭାରତର ମୁକ୍ତି ସଂଘର୍ଷର ଅଗ୍ନୀ ଗର୍ଭରୁ ୧୧ ଏପ୍ରିଲ ୧୯୩୬ରେ ସହଜାନନ୍ଦ ସରସ୍ଵତିଙ୍କ ନେତୃତ୍ଵରେ ପ୍ରତିଷ୍ଠା ଦିନ ଠାରୁ ଏ ପର୍ଯ୍ୟନ୍ତ ଦେଶର ଅର୍ଥନୀତିର ମେରୁଦଣ୍ଡ କୃଷି ଓ କୃଷକ ସମାଜର ହକ୍, ଅଧିକାର ଏଵଂ ବିକାଶ ପାଇଁ ସଂଘର୍ଷ ଅବ୍ୟାହତ ଥିବା ବେଳେ କୃଷକ ସମାଜର ହକ୍ ଏବଂ ଅଧିକାରର ସଂଘର୍ଷ କରୁଥିବା ବାମପନ୍ଥୀ ଆନ୍ଦୋଳନ ଓ ସଂସଦୀୟ ପ୍ରତିନିଧିତ୍ଵ ବୃଦ୍ଧି ଦ୍ଵାରା ହିଁ ସମ୍ଭବ ହେବ ବୋଲି କହିଥିଲେ। ଏଥିପାଇଁ ପ୍ରତ୍ୟେକ ଗାଁ ରେ ଅଖିଳ ଭାରତ କୃଷକ ସଭାର ସଭ୍ୟ ସଂଗ୍ରହ, ଶାଖା ଗଠନ ସହ କୃଷକ ଆନ୍ଦୋଳନ ଶକ୍ତିଶାଳୀ ହେଲେ ହିଁ କୃଷକ ସମାଜର ଦାବି ପୂରଣ ସହ ଗ୍ରାମ୍ୟ ଅର୍ଥନୀତି ସୁଦୃଢ ହୋଇ ପାରିଵ ବୋଲି ଆହ୍ଵାନ ଦେଇ ଓଡ଼ିଶାରେ କୃଷକ ଆନ୍ଦୋଳନକୁ ଶାଣିତ କରିବାକୁ ଆହ୍ଵାନ ଦେଇଥିଲେ। ଜାତୀୟ ଉପସଭାପତି କମ୍ରେଡ୍ ଆଶିଷ କାନୁନଗୋ ଓଡ଼ିଶାର କୃଷି ଓ କୃଷକ ସମସ୍ୟା ନେଇ ଆଗାମୀ ଜୁଲାଇ ଅଗଷ୍ଟ ରେ ରାଜ୍ୟବ୍ୟାପୀ ପଦଯାତ୍ରା ସହ ୧ ସେପ୍ଟେମ୍ବର ରାଜ୍ୟସ୍ତରୀୟ କୃଷକ ଗର୍ଜନ ମହା ସମାବେଶ ଭୁଵେନେଶ୍ଵରରେ କରାଇବାକୁ ଆହ୍ଵାନ ଦେଇଥିଲେ। ରାଜ୍ଯ ସମ୍ପାଦକ କମ୍ରେଡ୍ କ୍ଷୀରୋଦ ସିଂହଦେଓ ଅଖିଳ ଭାରତ କୃଷକ ସଭାର କାର୍ଯ୍ଯ ବିବରଣୀ ଉପସ୍ଥାପନ କରିବା ସହ ଆଗାମୀ କାର୍ଯ୍ୟସୂଚୀ ଯଥା ଏକ ଲକ୍ଷ ସଭ୍ୟ ସଂଗ୍ରହ ସହ ଶାଖା ଗଠନ, ଶାଖା ସ୍ତରୀୟ ଆନ୍ଦୋଳନ ଓ ରାଜ୍ୟସ୍ତରୀୟ କୃଷକ ଗର୍ଜନ ମହା ସମାବେଶର ଆହ୍ଵାନ ଦେଇଥିଲେ। ସିପିଆଇ ରାଜ୍ଯ ସମ୍ପାଦକ ଡଃ ପ୍ରଶାନ୍ତ କୁମାର ମିଶ୍ର ଓଡ଼ିଶା ରେ ଭଗବତୀ ଚରଣ ପାଣିଗ୍ରାହୀ, ପ୍ରାଣନାଥ ପଟ୍ଟନାୟକ,ଗୁରୁ ଚରଣ ପଟ୍ଟନାୟକ, ଗୋବିନ୍ଦ ପ୍ରଧାନ, ଦୟାନନ୍ଦ ଶତପଥୀ, ନଟବର ଵନଛୋର, ଗତି କୃଷ୍ଣ ସ୍ଵାଇଁ, ଗୋବିନ୍ଦ ପଣ୍ଡା, ଗଙ୍ଗାଧର ପାଇକରାୟ, ପ୍ରଶନ୍ନ କୁମାର ପଣ୍ଡାଙ୍କ ନେତୃତ୍ବରେ ଆରମ୍ଭ ହୋଇଥିବା କମ୍ଯୁନିଷ୍ଟ ପାର୍ଟି ଓଡିଶା ରେ ଉତ୍କଳ କୃଷକ ସଭା ବା ଅଖିଳ ଭାରତ କୃଷକ ସଭାର ଯେଉଁ ଐତିହ୍ୟ ସୃଷ୍ଟି କରିଥିଲେ ସେହି ସଂଘର୍ଷକୁ ତେଜିୟାନ କରିବା ପାଇଁ କୃଷି ଉପଯୋଗୀ ଜମିରେ ଖଣିଜ ଖନନ ଅଥଵା ଶିଳ୍ପ ପ୍ରତିଷ୍ଠା ଵନ୍ଦ କରି ରାଜ୍ୟରେ କୃଷିଭିତ୍ତିକ ଶିଳ୍ପ ପ୍ରତିଷ୍ଠା କୁ ଅଗ୍ରାଧିକାର ଦେବା ଦାବିରେ ଆନ୍ଦୋଳନ ପାଇଁ ଆହ୍ଵାନ ଦେଇଛନ୍ତି। ଏଆଇକେଏସ୍ ରାଜ୍ଯ କାର୍ଯ୍ୟକାରୀ ସଭାପତି କମ୍ରେଡ୍ ଶ୍ରୀହର୍ଷ ରଥ, ନୀଳକଣ୍ଠ ଦାଶ, ରାମଚନ୍ଦ୍ର ମୁଦୁଲି, ବ୍ରଜବନ୍ଧୁ ପରିଡା, ତରୁଣ କାନ୍ତ ନାୟକ, କୃଷ୍ଣ ଚନ୍ଦ୍ର ରାଉତ, ଦେବେନ୍ଦ୍ର ସାହୁ, ପୀତାମ୍ବର ଦାସ, ସୁରେନ୍ଦ୍ର ବେହେରା, ଅରକ୍ଷିତ ବେହେରା, ବସନ୍ତ ସେଠୀ, କୈଳାସ ପୁହାଣ, ରଞ୍ଜନ ଜେନା, ହରିହର ବେହେରା, ଲକ୍ଷ୍ମୀ ଚରଣ ପାଣିଗ୍ରାହୀ, ମାନସ ପୃଷ୍ଟି, ଚିତ୍ତରଞ୍ଜନ ସ୍ଵାଇଁ, ପଞ୍ଚାନନ ସ୍ଵାଇଁ, ହରିହର ବେହେରା, ବିମ୍ବାଧର ବାରିକ, ଅର୍ଜୁନ ଚରଣ ମାହାନ୍ତ ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ଆଲୋଚନା କରିଛନ୍ତି।

Photos from CPI Odisha State's post 25/05/2026

3rd International Anti-Fascist Forum Conference on “The Struggle Against International Terrorism, Arbitrariness and Aggression: For Peace and Security” inaugurated by Gennady Zyuganov, General Secretary of the Communist Party of the Russian Federation (CPRF), in Moscow.

CPI General Secretary D. Raja and National Secretary Rama Krushna Panda are participating on behalf of the Communist Party of India.

24/05/2026
Photos from CPI Odisha State's post 22/05/2026

ସିପିଆଇ ରାଜ୍ଯ ପରିଷଦ ଆହ୍ବାନକ୍ରମେ ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବାର୍ଧ୍ଧକ୍ଯ ଭତ୍ତା,ତଥା ଅନ୍ଯାନ୍ଯ ସାମାଜିକ ସୁରକ୍ଷା ଯୋଜନାରୁ ବନ୍ଚିତ ପ୍ରକୃତ ହିତାଧିକାରୀକଂ ଦାବୀସହ ଅନ୍ଯାନ୍ଯ ଜନଦାବୀ ନେଇ ବନ୍ତ ବ୍ଲକ ରାମଚନ୍ଦ୍ରପୁର ପନ୍ଚାୟତ ଅଫିସ ସମ୍ମୁଖରେ ସିପିଆଇ ବନ୍ତ ଜୋନ କମିଟିର ରାମଚନ୍ଦ୍ରପୁର ଶାଖା ନେତୃତ୍ବରେ ଗଣଧାରଣା ଚାଲୁରହିଛି।

21/05/2026

From August 5 to 16, the Communist Party of India will march across the country with nationwide padyatras to highlight the growing livelihood crisis, unemployment, price rise and agrarian distress affecting millions. The campaign will culminate in a massive rally in Delhi on September 28 — the birth anniversary of Shaheed Bhagat Singh — reaffirming the Left’s commitment to secularism, democracy, social justice and resistance to the BJP-RSS agenda.@

Photos from CPI Odisha State's post 21/05/2026
Photos from CPI Odisha State's post 20/05/2026

କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନକଂ ତୁରନ୍ତ ଇସ୍ତଫା ଦାବୀକଲା AISF.
ନିଟ୍ ପ୍ରଶ୍ନପତ୍ର ପ୍ରଘଟ ମାମଲା।ଭୂବନେଶ୍ବରରେ AISF ର ପ୍ରତିବାଦ ବିକ୍ଷୋଭ।
ବିଜେପିର ଅସଲ ଚେହେରା ପଦାରେ ପଡିଲା।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Website

Address


Ashoknagar
Bhubaneswar