Yuva Chhatra Kranti Sena,Odisha

Yuva Chhatra Kranti Sena,Odisha

Share

Contact information, map and directions, contact form, opening hours, services, ratings, photos, videos and announcements from Yuva Chhatra Kranti Sena,Odisha, Political organisation, Bhubaneswar.

12/01/2026

ସ୍ୱାମି ବିବେକାନନ୍ଦଙ୍କ ପବିତ୍ର ଜନ୍ମ ଜୟନ୍ତି ତଥା ରାଷ୍ଟ୍ରିୟ ଯୁବଦିବସ ଅବସରରେ
ସ୍ୱାମିଜୀଙ୍କ “ଉଠ, ଜାଗ, ଏବଂ ଲକ୍ଷ୍ୟ ପ୍ରାପ୍ତି ପର୍ଯ୍ୟନ୍ତ ଅଟୁଟ ରୁହ” ବାଣୀରୁ ପ୍ରେରଣା ନେଇ ଦେଶର ଯୁବଶକ୍ତିକୁ ନୂତନ ଚିନ୍ତା, ଦୃଢ଼ ସଙ୍କଳ୍ପ ଓ ସକାରାତ୍ମକ କାର୍ଯ୍ୟର ପଥରେ ଅଗ୍ରସର କରୁ ।
ଏହି ପ୍ରେରଣାଦାୟକ ପଦକ୍ଷେପ ସମାଜ ଓ ଦେଶ ଗଢ଼ିବାରେ ଯୁବମାନଙ୍କୁ ନେତୃତ୍ୱ ଦେବ ଆଶା l

08/01/2026


ସରକାର ଲୋକଙ୍କୁ କୋକୁଆ ଭୟ ସୃଷ୍ଟି କରି ସରକାରୀ ଦାଦା ବଟିି ନେଉଛନ୍ତି ଲୋକଙ୍କ ସରକାର l

ଓଡିିଶା ବାସୀଙ୍କୁ ନିିବେଦନ ଘରୁ ଘରୁ ପ୍ରତିିବାଦ କରନ୍ତୁ ଏ ପୁଞ୍ଜିିବାଦ ସରକାର ବିିରୁଦ୍ଧରେ l

ଟାଟାର ଜୁଲୁମ, ପ୍ରଦୁଷଣ ଜୁଲୁମ ଏବଂ ଚାଷୀ ମାନଙ୍କ ଉପରେ ଜୁଲୁମ୍ କରୁଛନ୍ତିି ଲୋକଙ୍କ ସରକାର l

ଧାନ ବିକିବା ପାଇଁ ଚାଷୀମାନଙ୍କ ଆନ୍ଦୋଳନ , ସ୍ମାର୍ଟ ମିଟର ଓ TATA POWERର ଶୋଷଣ ବିପକ୍ଷରେ ବିଦ୍ୟୁତ୍ ଉପଭୋକ୍ତା ମାନେ ରାସ୍ତାକୁ ଆସିଛନ୍ତି , ପଲ୍ୟୁସନ୍ ସାର୍ଟିଫିକେଟ୍ ନବୀକରଣ ନାଁରେ ଫାଇନ୍ ଆଦାୟ କରାଯାଉଛି !

ପ୍ରଦୂଷଣ ନାମରେ ନାଟକ ଚାଲିଛି ସାଧାରଣ ଜନତାଙ୍କୁ ଲୁଟିବା ପାଇଁ , ବିିଜେପିି ସରକାରର ଜୁଲୁମ ସାଧାରଣ ଲୋକଙ୍କୁ ଅସହ୍ୟ ହେଲାଣିି।

ମାନ୍ୟବର ଲୋକଙ୍କ ମୁଖ୍ୟମନ୍ତ୍ରୀ ଚୁପ ରହିି ତମାଶା ଦେଖୁଛନ୍ତିି।

ଦିନ ଦ୍ୱିପ୍ରହରରେ ସାଧାରଣ ନିିରହ ଓଡିିଆଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପଲ୍ୟୁସନ ନାଁ ରେ ଜୁଲୁମ, ଅତ୍ୟାଚାର, ଲୁଟିବା ପାଇଁ ସରକାର ଛାଡି ଦେଇଛନ୍ତି l

08/01/2026

ଏଇ ସପ୍ତାହରେ ମିଳିବ ସୁଭଦ୍ରା ଟଙ୍କା

ମାଗଣା ଯୋଜନାର କରୁଣ ପରିିସ୍ଥିିତିି ଭୋଗୁଛନ୍ତିି ସାଧାରଣ ଓଡିିଆ , ଗୋଟେ ଘରୁ ୪ ଜଣ ସୁଭଦ୍ରାରେ ବସିି ବସିି ଘରେ ଟଙ୍କା ପାଇବେ ଭରଣା କରିିବୁ ଆମେ ସବୁ।

ନିିରୀହ ଜନସାଧାରଣଙ୍କୁ ସରକାରୀ ନାଲିି ଆଖିି ଦେଖାଇ ବଟିି ଆଦାୟ କରାଯାଉଛିି ଆଉ ମାଗଣା ଯୋଜନା ଦ୍ବାରା ସନ୍ତୁଷ୍ଟ କରି ଭୋଟ ଗୋଟାଅ , ସେଇଥିପାଇଁ ଅଗ୍ରିମ ରୂପେ ପଲ୍ୟୁସନ ଇନ୍ସୁରାନ୍ସ ଆକାରରେ ଟଙ୍କା ଆଦାୟ ଚାଲିଛି ଆଗକୁ ପୁଣି ଯଦି ଟଙ୍କା ଅଭାବ ପଡିବ ତେବେ ସାଇକେଲ ରେ ପଲ୍ୟୁସନ ଡ୍ରାଇଭିଂ ଲାଇସେନ୍ସ,ଚକରେ ହାବା କମ ରହିଲେ,ଶଗଡ଼ ଗାଡ଼ିରେ କଳା କାଚ ନଲାଗିଲେ,ରେଳରେ ସିଟ ବେଲ୍ଟ ହ୍ୟାଲମେଣ୍ଟ ବାଧ୍ୟତା ମୂଳକ କରାଯିବ, ଆଇନ ଉଲଂଘନ କରିଲେ ଫାଇନ ଆଦାୟ କରାଯିବ l

ଆମ ସରକାର ଲୋକଙ୍କ ସରକାର
ଲୋକଙ୍କୁ ଲୁଟିବା ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯିବ
ତୁମେ ଯେତେଦିନ ପର୍ଯ୍ୟନ୍ତ ଏମିତି ସହିିଚାଲିିଥିିବ ସେତେଦିନ ସରକାର ଲୋକଙ୍କୁ କୋକୁଆ ଭୟ ସୃଷ୍ଟି କରି ସରକାରୀ ଦାଦା ବଟିି ନେଉଥିିବ ଲୋକଙ୍କ ସରକାର l

ଓଡିିଶା ବାସୀଙ୍କୁ ନିିବେଦନ ଘରୁ ଘରୁ ପ୍ରତିିବାଦ କରନ୍ତୁ ଏ ପୁଞ୍ଜିିବାଦ ସରକାର ବିିରୁଦ୍ଧରେ l

ଦିନ ଦ୍ୱିପ୍ରହରରେ ସାଧାରଣ ନିିରହ ଓଡିିଆଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ପଲ୍ୟୁସନ ନାଁ ରେ ଜୁଲୁମ, ଅତ୍ୟାଚାର, ଲୁଟିବା ପାଇଁ ସରକାର ଛାଡି ଦେଇଛନ୍ତି l

ବର୍ତମାନର ସରକାର ଯେଉଁ ମାଗଣା ଯୋଜନା ଦେଉଛନ୍ତିି ସେସବୁ ଦଳୀୟ ପାଣ୍ଠି ଯେତିକି Electoral bond ରୁ ଦେବା ପାଇଁ ଅନୁରାଧ ଆଉ ଓଡିଶା ବାସୀଙ୍କୁ ଆର୍ଥିକ ବୋଝ ନ ଦିଅନ୍ତୁ l

08/01/2026


ଓଡିିଶା ବାସୀଙ୍କୁ ନିିବେଦନ ଘରୁ ଘରୁ ପ୍ରତିିବାଦ କରନ୍ତୁ ଏ ପୁଞ୍ଜିିବାଦ ସରକାର ବିିରୁଦ୍ଧରେ l
ଲୋକଙ୍କ ସରକାରର ଶୋଷଣ l

06/01/2026

ପ୍ରଦୂଷଣ ନାମରେ ନାଟକ ଚାଲିଛି ସାଧାରଣ ଜନତାଙ୍କୁ ଲୁଟିବା ପାଇଁ , ଯେତେ ପାରିବ ସେତେ ଲୁଟି ଚାଲ l

ବିିଜେପିି ସରକାରର ଜୁଲୁମ ସାଧାରଣ ଲୋକଙ୍କୁ ଅସହ୍ୟ ସତ୍ବେ ପ୍ରମୁଖ ବିିରୋଧୀ ଦଳ ବିିଜେଡିିର ଭୂମିିକା ସନ୍ଦେହ ଘେରରେ।
ଯାଦୁଆ ବିକୁଛି ଯାଦୁର ମଲମ !!!!
ସରକାର ନିିଜେ ଆଇନ ଉଲ୍ଲଙ୍ଘନ କରି ପ୍ରଦୂଷଣ ସାର୍ଟିଫିକେଟ ଓ ଫିଟନେସ ବିନା ବେଧଡ଼କ ସରହରେ ନିଜ ବାହାନ ବୁଲାଉଛନ୍ତି !! ଏଭଳି ବହୁ ଫିଟନେସ ନଥିବା ବହୁ ସରକାରୀ ପୁରୁଣା ଗାଡି
ସଡ଼କରେ ବୁଲୁଛି l
ଏଥିପ୍ରତି ବିଶେଷ ଧ୍ୟାନ ଦେବାକୁ ଅନୁରୋଧ !!
CMO Odisha

03/01/2026

ଆଶାୟୀ ଙ୍କ ପ୍ରତି ସରକାରୀ ଉପହାସ : କ୍ରାନ୍ତିି ସେନା

ଓଡ଼ିଶାରେ ପ୍ରଥମ ବିନା ଓଏଏସ୍ ପୋଷ୍ଟରେ ଓଏଏସ୍ ବିଜ୍ଞପ୍ତି ବାହାରିଛି । ଓଏଫଏସ୍ ନାହିଁ, ଓଆରଏସ୍ ନାହିଁ, ଓଏଏସ୍ ନାହିଁ । କେବଳ ଓପିଏସର 12ଟା ପୋଷ୍ଟ ବାହାରିଛି । ବିନା ପୋଷ୍ଟରେ ପରୀକ୍ଷା କେମିତି ???ବିଜ୍ଞପ୍ତିରେ ଓଡ଼ିଶା ପ୍ରଶାସନିକ ସେବାର କୌଣସି ପଦବୀ ନାହିଁ ।

01/01/2026

#ଅଭିିନନ୍ଦନ୨୦୨୬

01/01/2026

ନବବର୍ଷ ୨୦୨୬ର ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ସମସ୍ତଙ୍କ ସୁଖ ଓ ସମୃଦ୍ଧି କାମନା କରୁଛୁ l

28/12/2025

ଗରିିବଙ୍କ ଉପରେ ଉପହାସ କରୁଛନ୍ତିି ସରକାର : କ୍ରାନ୍ତିି ସେନା

ମୋଟର ଯାନର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ନେଇ ଜନସାଧାରଣ ସମ୍ମୁଖୀନ ହେଉଥିବା ସମସ୍ୟା ‘ବୈଧ ପ୍ରଦୂଷଣ ପ୍ରମାଣପତ୍ର ବିନା ଇନ୍ଧନ ମନା’ ପ୍ରଦୁଷଣ ନାଁ ରେ ଲୁଟ୍ କ୍ରାନ୍ତିି ସେନା ପକ୍ଷରୁ କୁହାଯାଇଛିି l

ସରକାରୀ ଗାଡିଗୁଡିକର ଇନ୍ସୁରେନ୍ସ , ପଲ୍ୟୁସନ ଓ ଫିଟନେସ୍ ଅଛିକି ନାହିଁ, ତଦାରଖ କରାଯାଉ , ଦୁଇବର୍ଷ ତଳେ ବିଜେଡି ସରକାର ଅମଳରେ, ନମ୍ବର ପ୍ଲଟ ନାଁରେ ସାଧାରଣ ଜନତାଙ୍କୁ ଲୁଟାଗଲା ପରେ ପରେ, ହେଲମେଟ ଚେକିଂ କରି ଲୁଟା ଚାଲିଛି ଏବେ ପଲ୍ୟୁସନ ନାଁ ରେ ଲୁଟିବା ଆରମ୍ଭ ହେଲା । ଏପରି କଲେ ସରକାର ଜନ ଆକ୍ରୋଶର ଶିକାର ହେବା ଛଡା ଆଉ କିଛି ନୁହେଁ।

ବାୟୁ ପ୍ରଦୂଷଣ ନ ହେବା ପାଇଁ BS 4 ଗାଡ଼ିରୁ BS 6 ହେଲା , ଯେଉଁ ଗାଡ଼ିର ଦାମ୍ 60,000 ଥିଲା ତାହା 1 ଲକ୍ଷ ପାର ହେଲା । ଗାଡ଼ି ପିଛା 40,000 ଅଧିକ ଦେଲା ପରେ ବି ପ୍ରଦୂଷଣ ନା ରେ ଲୁଟ୍ ।

ପ୍ରଦୂଷଣ ହଟିବ ନାହିଁ ପ୍ରଦୂଷଣ ପାଇଁ ଫିଜ ଦେଇ ସାର୍ଟିଫିକେଟ ନେଇ ଆସିଲେ । ସାର୍ଟିଫିକେଟ ଧରି ଗାଡ଼ି ଚାଲିବ , ଧୁଆ ନିର୍ଗତ କରିବ,ପ୍ରଦୂଷଣ ଜାରି ରହିବ। ଏହି ବାହାନାରେ ସରକାର ଙ୍କ ରାଜସ୍ବ ସଂଗ୍ରହ ବଢ଼ିବ ଏଇଟା ଏକଚାଲ୍।
ବାୟୁ ପ୍ରଦୂଷଣ ନାଁରେ ଲକ୍ଷ ଲକ୍ଷ ଟଙ୍କାର ଜୋରିମାନା ପରିବହନ ବିଭାଗ ମାଧ୍ୟମରେ ସାଧାରଣ ଲୋକଙ୍କ ଠାରୁ ଆଦୟ କରୁଛି ସରକାର। ଓଡ଼ିଶାରେ ବଡ଼ ବଡ଼ କମ୍ପାନୀମାନଙ୍କ ଦ୍ବାରା ହଜାର ହଜାର ଏକର ଜଙ୍ଗଲକୁ ନଷ୍ଟ କରାଯାଉଛି, ସେଥିପାଇଁ କମ୍ପାନୀମାନଙ୍କ ଠାରୁ ଜୋରିମାନା ଆଦାୟ କରିପାରୁନାହାନ୍ତି। ପ୍ରଦୂଷଣର ବଡ଼ ଭାଗ ସରକାରଙ୍କ ଦ୍ବାରା ଅନୁମତି ପ୍ରାପ୍ତ ବଡ଼ ବଡ଼ କମ୍ପାନୀ ହୋଇଥିବା ବେଳେ ଓଡ଼ିଶାରେ କିନ୍ତୁ ବିଜେପି ସରକାର ଝିଣ୍ଟିକା ମାରି ବଣି ପୋଷିବା ନୀତି ଆପଣାଇଛି। ସାଧାରଣ ଲୋକଙ୍କୁ ସରକାର ଶୋଷଣ କରି ବଡ଼ କମ୍ପାନୀମାନଙ୍କୁ ଠିକା ସଂସ୍ଥାକୁ ଅନୁମତି ପ୍ରଦାନ କରୁଛି।

ଏତେ ସବୁ ପ୍ରହସନ କରିବା ଅତ୍ୟନ୍ତ ଦୁଖର ବିଷୟ ଲୋକଙ୍କୁ ଲୁଟ କରି କମ୍ପାନୀ ସରକାରୀ ଓ ସରକାର ପୋଷଣ ନୀତି ଛାଡନ୍ତୁ l

ପ୍ରଥମେ ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନାଁ ରେ ଲୁଟ ଏବେ ପଲ୍ୟୁସନ୍ ସାର୍ଟିଫିକେଟ ନାଁ ରେ ମହାଲୁଟ।

ଇଂ ପାର୍ଥସାରଥୀ ମୁଦୁଲିି
କ୍ରାନ୍ତିି ସେନା, ଓଡିିଶା
CMO Odisha

22/12/2025

ଦିନ ଦ୍ୱିପ୍ରହରରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ୨୦୨୦ ମସିହାରୁ ଟାଟା ପାୱାର ହାତରେ ଓଡ଼ିଶାର ୧ କୋଟି ଗ୍ରାହକଙ୍କୁ ଲୁଟିବା ପାଇଁ ସରକାର ଛାଡି ଦେଇଛନ୍ତି, ଆଜି ତାର ପରିଣାମ ଭୋଗୁଛନ୍ତି ଓଡ଼ିଶାବାସୀ । ବିଭିନ୍ନ ଆଳ ଦେଖାଇ, ଆଇନର ଧମକ ଦେଇ ଟାଟା ପାୱାର ସାଧାରଣ ଗ୍ରାହକଙ୍କୁ ଲୁଟ କରୁଛି ଏବଂ ତାଙ୍କର ବିଜୁଳି ଲାଇନ କାଟି ଦେଉଛି । କିନ୍ତୁ ୬ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ବାକିଆ ପଡିଥିବା ସତ୍ତ୍ୱେ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଜାତୀୟ ହାର ଠାରୁ ଅଧିିକ ଦାମ ଦେଇ ଓଡ଼ିଶାର ବିଜୁଳି ଗ୍ରାହକମାନେ ବିଜୁଳି କିଣୁଥିବା ବେଳେ ଓଇଆରସି ଓ ଓଡ଼ିଶା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ସ୍ମାର୍ଟ ମିଟର ନାଁରେ ଗ୍ରାହକଙ୍କୁ ଅଧିିକ ବିଜୁଳି ବିଲ୍ ଦେବାକୁ ହେଉଛି ।
ଇଂ ପାର୍ଥସାରଥୀ ମୁଦୁଲିି
ଆବାହକ, ଯୁବ ଛାତ୍ର କ୍ରାନ୍ତିି ସେନା
CMO Odisha

22/12/2025

ଟିପିସିଓଡିଏଲ ଟାଟା ପାୱାର ପକ୍ଷରୁ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ବିଦ୍ୟୁତ୍ ଉପଭୋକ୍ତାମାନଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା (ଏ.ଏସ.ଡି) ଆଦାୟ ପାଇଁ ଡିମାଣ୍ଡ ନୋଟିସ ପଠାଯାଇଛି । ନୋଟିସ୍ ପାଇବାର ୩୦ ଦିନ ଧରେ ଯଦି କୌଣସି ଗ୍ରାହକ ଅତିରିକ୍ତ ସୁରକ୍ଷା ଜମାରାଶି ପଠା ନ କରନ୍ତି, ତେବେ ୨୦୧୯ ବିଦ୍ୟୁତ୍ ଯୋଗାଣ ଆଇନ ଅନୁଯାୟୀ ତାଙ୍କ ଠାରୁ ଶତକଡ଼ା ୧୦ ଟଙ୍କା ସୁଧରେ ଜୋରିମାନା ଆଦାୟ କରାଯିବ । ଜୋରିମାନା ଦେବାକୁ ଅସମର୍ଥ ହେଲେ ସେହି ଗ୍ରାହକଙ୍କ ବିଜୁଳି ଲାଇନ କାଟି ଦିଆଯିବ ବୋଲି ଏହି ନୋଟିସରେ କୁହାଯାଇଛି । ହ୍ୱାଟସଆପ ମାଧ୍ୟମରେ ଟାଟା ପାୱାର ଟିପିସିଓଡିଏଲ ଗ୍ରାହକମାନଙ୍କୁ ତୁରନ୍ତ ଏହି ଜମାରାଶି ପଠା କରିବା ପାଇଁ ମେସେଜ ଦେବାରେ ଲାଗିଛି । ଟାଟା ପାୱାରର ଏହି ଜିଜିଆକର ଗ୍ରାହକ ମହଲରେ ଅସନ୍ତୋଷ ସୃଷ୍ଟି କରିଛି ।
ଆଇନର ନାଲିଆଖି ଦେଖାଇ ଜୋରିମାନା ଆଦାୟ କରିବା ଓ ଜୋରିମାନା ପଠା ନକଲେ ଲାଇନ କାଟିଦେବାର ଧମକ ଯୋଗୁଁ ଜନ ଆନ୍ଦୋଳନ ହେବାର ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରିବ ନାହିଁ । ଟାଟା ପାୱାରର ଅତିରିକ୍ତ ସୁରକ୍ଷା ଜମାରାଶି ନୋଟିସ ପ୍ରତ୍ୟାହାର ଦାବି କରିିଛିି ଯୁବ ଛାତ୍ର କ୍ରାନ୍ତିି ସେନା, ଏହି ଦାବିପତ୍ରରେ ପ୍ରକାଶ କରାଯାଇଛି ଯେ, ଅତିରିକ୍ତ ସୁରକ୍ଷା ଜମାରାଶି ସାଧାରଣ ଗ୍ରାହକଙ୍କ ପାଇଁ ଟାଟା ପାୱାରର ଜିଜିଆକର ସଦୃଶ । ଏହାକୁ ତୁରନ୍ତ ପ୍ରତ୍ୟାହାର କରିବା ପାଇଁ ଯୁବ ଛାତ୍ର କ୍ରାନ୍ତିି ସେନା, ଓଡିିଶା ଦାବି କରିଛିି । ଆଜକୁ ୩୦ ବର୍ଷ ତଳେ ୧୯୯୪-୯୫ ମସିହାରେ ରାଜ୍ୟରେ ବିଦ୍ୟୁତ୍ ସଂସ୍କାର ଆରମ୍ଭ ହୋଇଥିଲା । ସାଧାରଣ ଖାଉଟିଙ୍କୁ ସରକାର ପ୍ରତିଶ୍ରୁତି ଦେଇଥିଲେ ଏହି ସଂସ୍କାର ଫଳରେ ରାଜ୍ୟବାସୀ ଶସ୍ତା ଓ ସୁଲଭ ମୂଲ୍ୟରେ ନିରବଚ୍ଛିନ୍ନ ଓ ଗୁଣାତ୍ମକ ବିଜୁଳି ସେବା ପାଇପାରିବେ । କିନ୍ତୁ ଦୁଃଖର କଥା ବିଜୁଳି ଆଜି କମ୍ପାନୀମାନଙ୍କ ପାଇଁ ଏକ ଲେଉଟିଆ କିଆରି ହୋଇଛି । ଓଡ଼ିଶାବାସୀଙ୍କ ଠାରୁ ପାଖାପାଖି ୨ ହଜାର କୋଟିରୁ ଅଧ୍ୟକ ଟଙ୍କା ଲୁଟ୍ କରି ଆମେରିକା କମ୍ପାନୀ ଏ.ଏସ.ଏସୁ ଓଡ଼ିଶା ଛାଡିଲା । ସରକାର ଏ.ଏସ.ଏସୁ.କୁ କିଛି କଲେ ନାହିଁ । ରିଲାଏନ୍ସ ପାୱାର ମଧ୍ୟ ଦୀର୍ଘ ୧୫ ବର୍ଷ ଧରି ଓଡ଼ିଶାବାସୀଙ୍କୁ ଲୁଟ୍ କରି ୭ ହଜାର କୋଟିରୁ ଅଧ୍ୟକ ଟଙ୍କା ଲୁଟ୍ କରି ଓଡ଼ିଶା ଛାଡିଲା, ସରକାର କିଛି କଲେ ନାହିଁ । ପୁଣି ଦିନ ଦ୍ୱିପ୍ରହରରେ ଗ୍ରାହକଙ୍କ ଆଖିରେ ଆଙ୍ଗୁଠି ଗେଞ୍ଜି ୨୦୨୦ ମସିହାରୁ ଟାଟା ପାୱାର ହାତରେ ଓଡ଼ିଶାର ୧ କୋଟି ଗ୍ରାହକଙ୍କୁ ଲୁଟିବା ପାଇଁ ସରକାର ଛାଡି ଦେଇଛନ୍ତି । ଆଜି ତାର ପରିଣାମ ଭୋଗୁଛନ୍ତି ଓଡ଼ିଶାବାସୀ । ବିଭିନ୍ନ ଆଳ ଦେଖାଇ, ଆଇନର ଧମକ ଦେଇ ଟାଟା ପାୱାର ସାଧାରଣ ଗ୍ରାହକଙ୍କୁ ଲୁଟ କରୁଛି ଏବଂ ତାଙ୍କର ବିଜୁଳି ଲାଇନ କାଟି ଦେଉଛି । କିନ୍ତୁ ୬ ହଜାରରୁ ଉର୍ଦ୍ଧ୍ୱ କୋଟି ଟଙ୍କା ବାକିଆ ପଡିଥିବା ସତ୍ତ୍ୱେ ସେଥିପାଇଁ କୌଣସି ପଦକ୍ଷେପ ନିଆଯାଉ ନାହିଁ । ଏକଲବି ଜାତୀୟ ହାର ଠାରୁ ଅଧ୍ୟକ ଦାମ ଦେଇ ଓଡ଼ିଶାର ବିଜୁଳି ଗ୍ରାହକମାନେ ବିଜୁଳି କିଣୁଥିବା ବେଳେ ଓଇଆରସି ଓ ଓଡ଼ିଶା ସରକାର ନୀରବଦ୍ରଷ୍ଟା ସାଜିଛନ୍ତି । ସ୍ମାର୍ଟ ମିଟର ନାଁରେ ଗ୍ରାହକଙ୍କୁ ଅଧ୍ୟକ ବିଜୁଳି ବିଲ୍ ଦେବାକୁ ହେଉଛି । ସରବରାହ ଜନିତ କ୍ଷତି ଜାତୀୟସ୍ତରରେ ୧୨ ପ୍ରତିଶତ ଥିଲାବେଳେ ଓଡ଼ିଶାରେ ଏଟିସି ଲସ୍ ୧୯.୫୩ ପ୍ରତିଶତ । କମ୍ପାନୀମାନଙ୍କର ଦୁର୍ନୀତି ଓ ଅପାରଗତା ଯୋଗୁଁ ଏ ବାବଦରେ ବର୍ଷକୁ ହାରାହାରି ୭୫୦ କୋଟି ଟଙ୍କାର ଅଧ୍ୟକ ବୋଝ ବୋହୁଛନ୍ତି ଉପଭୋକ୍ତା । ଓଡ଼ିଶାରେ ଓଡ଼ିଆ ସରକାରୀ ଭାଷା ହୋଇଥିବା ସତ୍ତ୍ୱେ ବିଜୁଳି ବିଲ୍ କିନ୍ତୁ ଇଂରାଜୀରେ ଦିଆଯାଉଛି ଯାହା ସାଧାରଣ ଖାଉଟି ବୁଝିବା ପାଇଁ ଅସମର୍ଥ ।
ଇଂ ପାର୍ଥସାରଥୀ ମୁଦୁଲିି
ଆବାହକ, ଯୁବ ଛାତ୍ର କ୍ରାନ୍ତିି ସେନା

21/12/2025

ପ୍ରତିିଟିି ଓଡିିଆଙ୍କ ସେବାରେ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address

Bhubaneswar