05/06/2026
ଯୁବ ନେତା ସାନ ଭାଇ ତୁଷାର ର ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ପ୍ରଭୁ ଜଗନ୍ନାଥ ଙ୍କ ଆଶିର୍ବାଦ ରୁ ତାର ଚଲାପଥ କୁସୁମିତ ହେବା ସହିତ ଭଲ ମଣିଷ ହୋଇ ସମାଜ ରେ ନିଜ ର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରୁ ଏତିକି ଠାକୁରଙ୍କ ପାଖରେ ପ୍ରାର୍ଥନା କରୁଛି।
04/06/2026
ଆଜି OSTAPADA ଗ୍ରାମ ର ଯୁବ ନେତା ତଥା ସାନ ଭାଇ ମୁନା, ଟାଙ୍ଗୀବନ୍ତ ଗ୍ରାମ ର ଯୁବ ନେତା ଯଯାତି ସ୍ୱାଇଁ ,VSSNAGAR ର ମହିଳା ନେତ୍ରୀ ରୁବି ମହାନ୍ତି ଙ୍କ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି। ପ୍ରଭୂ ଜଗନ୍ନାଥ ଙ୍କ ଆଶିର୍ବାଦ ରୁ ସମସ୍ତଙ୍କ ଜୀବନ ମଙ୍ଗଳମୟ ହେଉ।ଜୟ ଜଗନ୍ନାଥ
03/06/2026
ପଟିଆ ଗ୍ରାମ ର ଯୁବ ନେତା ତଥା ସାନ ଭାଇ ଟାଟୁଆ ଙ୍କ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଉଛି।ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ତାର ଦୈନଦିନ ଜୀବନ ସୁଖମୟ ହେଉ।
03/06/2026
ଗଣ୍ଡରପୁର ଗ୍ରାମ ର ଯୁବ ସମାଜସେବୀ ତଥା ସାନ ଭାଇ ପ୍ରଶାନ୍ତ ପ୍ରଧାନ ଙ୍କୁ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଏବଂ ଶୁଭକାମନା।ପ୍ରଭୁ ସୋମନାଥ ଙ୍କ ଆଶୀର୍ବାଦ ରୁ ତାଙ୍କ ଚଲାପଥ କୁସୁମିତ ହେବା ସହିତ ଆଗାମୀ ଦିନରେ ସମାଜସେବା ରେ ନିଜକୁ ସମର୍ପିତ କରି ନିଜ ର ଏବଂ ପରିବାର ର ସୁନାମ ଅର୍ଜନ କରନ୍ତୁ।
02/06/2026
ଆଜି ବିଜୁ ଜନତା ଦଳ ର ଯୁବ ନେତା , ବରିମୁଣ୍ଡୁ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ସାନ ଭାଇ ବୀରେନ୍ଦ୍ର ଜେନା ଙ୍କୁ ଜନ୍ମଦିନ ରେ ଅନେକ ଅନେକ ଶୁଭେଚ୍ଛା ଏବଂ ଅଭିନନ୍ଦନ।ପ୍ରଭୁ ଲକ୍ଷେଶ୍ୱର ତାଙ୍କ ଚଲାପଥ କୁସୁମିତ କରିବା ସହିତ ତାଙ୍କ ସାମାଜିକ ଜୀବନ ରେ ସେ ଆହୁରି ଅନେକ କିଛି ସମାଜସେବା କାର୍ଯ୍ୟ କରି ନିଜ ପିତା ମାତା ଙ୍କ ନାଁ ରଖନ୍ତୁ।ଜୟ ଜଗନ୍ନାଥ
02/06/2026
ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ କଳାରାହାଙ୍ଗ ଗ୍ରାମ ର ମୂରବୀ ତଥା ଜଣେ ମିଷ୍ଟଭାଷୀ ପରୋପକାରୀ ବ୍ୟକ୍ତି ସ୍ବର୍ଗତ ପ୍ରକାଶ ଚନ୍ଦ୍ର ରଥ ଙ୍କ ଦ୍ଵାଦଶ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲି ।ରଥ ଭାଇନା ଆମ ପାଖରେ ନ ଥିଲେ ମଧ୍ୟ ସେ ସବୁଦିନ ପାଇଁ ସମସ୍ତଙ୍କ ହୃଦୟ ରେ ରହିବେ । ମୁଁ ଅମର ଆତ୍ମା ର ସଦଗତି କାମନା କରିବା ସହିତ ପ୍ରଭୂ ଜଳେଶ୍ୱର ଙ୍କ ନିକଟରେ ପ୍ରାର୍ଥନା କରୁଛି ପ୍ରଭୂ ତାଙ୍କ ପରିବାର କୁ ଏତେ ବଡ଼ ବିପଦ ସମୟରେ ସହାୟ ହୁଅନ୍ତୁ । ଓଁ ଶାନ୍ତି
01/06/2026
ଗତକାଲି ମୋ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ରଘୁନାଥପୁର ଠାରେ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ଯୋଗଦେବା ସହିତ ଶିଖରଚଣ୍ଡୀ ନଗର ର ଯୁବକ ମାନଙ୍କ ଦ୍ଵାରା ଆୟୋଜିତ କବାଡି ପ୍ରତିଯୋଗିତା ରେ ଯୋଗଦେଇଥିଲି।
31/05/2026
ମୋ ଗାଁ ପଟିଆ ର ଗୁରୁଜନ ମୋର ପିତୃତୁଲ୍ୟ ଶ୍ରୀଯୁକ୍ତ ଧରଣୀଧର ରାଉତ ଙ୍କ ଏକାଦଶ ରେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲି।ଆମ ଅଞ୍ଚଳ ର ଜଣେ ବରିଷ୍ଠ ମୂରବୀ ଙ୍କୁ ହରେଇ ଆମେ ସମସ୍ତେ ମର୍ମାହତ । ମୁଁ ଅମର ଆତ୍ମା ର ସଦଗତି କାମନା କରିବା ସହିତ ପ୍ରଭୂ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ପ୍ରଭୂ ତାଙ୍କ ପରିବାର କୁ ଘଣ୍ଟ ଘୋଡେଇ ରଖନ୍ତୁ ଏବଂ ଏତେ ବଡ ବିପଦ ସମୟରେ ଭଗବାନ ତାଙ୍କ ପରିବାର ବର୍ଗ ଙ୍କୁ ସହାୟ ହୁଅନ୍ତୁ। ଆଜି ମୋ ସହିତ ବରିଷ୍ଠ ନେତା ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତ,ଗ୍ରାମ ସଭାପତି ଶ୍ରୀଯୁକ୍ତ ଚିତ ରଞ୍ଜନ ପାତ୍ର,କର୍ପୋରେଟର ଶ୍ରୀଯୁକ୍ତ ମିହିର ରାଉତ ଏବଂ ଗ୍ରାମ କମିଟି ର ସମ୍ପାଦକ ଶ୍ରୀଯୁକ୍ତ ହିମାଂଶୁ ଶେଖର ଦାସ ଙ୍କ ସମେତ ଅନ୍ୟ ବରିଷ୍ଠ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଓଁ ଶାନ୍ତି
31/05/2026
ଆଜି ଜୟଦେବ ଭବନ ଠାରେ JEEVAN SEVA FOUNDATION ର ସପ୍ତମ ପ୍ରତିଷ୍ଠା ଦିବସ ରେ ଯୋଗଦେବା ର ସୁଯୋଗ ମିଳିଥିଲା।ଏହି ଅନୁଷ୍ଠାନ ଖାଲି ଭୁବନେଶ୍ୱର ନୁହେଁ ଉପାନ୍ତ ଅଞ୍ଚଳରେ ବି ଗରିବ,ଦୁଃଖୀ , ଦରିଦ୍ର ମାନଙ୍କ ସେବା ରେ ନିଜକୁ ନିୟୋଜିତ କରି ପାରିଥିବା ରୁ ମୁଁ ଅନୁଷ୍ଠାନ ର ସମସ୍ତ ସଭ୍ୟ ସଭ୍ୟା ମାନଙ୍କୁ ହୃଦୟ ରୁ କୃତଜ୍ଞତା ଜ୍ଞାପନ କରୁଛି। ଏହି ଅବସରରେ ମୋ ଅଞ୍ଚଳ ର ସମାଜସେବୀ ଗଗନ ବାବୁ ଏବଂ ଅନ୍ୟ କିଛି ସମାଜସେବୀ ମାନଙ୍କୁ ସମ୍ବର୍ଦ୍ଧିତ କରି ମୁଁ ନିଜକୁ ଗୌରବାନିତ ମନେ କରୁଛି।ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଏ ଅନୁଷ୍ଠାନ ର ଉତ୍ତରତ୍ୱର ଉନ୍ନତି ହେବା ସହିତ ସମାଜସେବା କ୍ଷେତ୍ର ରେ ଏମାନେ ଅନେକ ସଫଳତା ହାସଲ କରି ଗରିବ ନିଷ୍ପେସିତ ଦୁଃଖୀ ରଙ୍କି ଙ୍କ ସେବା ରେ ନିଜକୁ ନିୟୋଜିତ କରନ୍ତୁ ।ଜୟ ଜଗନ୍ନାଥ
31/05/2026
ଗତକାଲି ମୋ ନେତା , ମୋ ଆଦର୍ଶ ,ସାଢ଼େ ଚାରି କୋଟି ଓଡ଼ିଆଙ୍କ ହୃଦୟ ର ମଣିଷ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କ ସହିତ ଏକ ସୌଜନ୍ୟମୂଳକ ସାକ୍ଷାତ କରିଥିଲି ।ମୋ ସହିତ ବିଜୁ ଜନତା ଦଳ ର ରାଜ୍ୟ ସାଧାରଣ ସମ୍ପାଦକ ଶ୍ରୀଯୁକ୍ତ ପ୍ରତାପ ଚନ୍ଦ୍ର ରାଉତ,GADAKAN ଗ୍ରାମ ର କିଛି ଯୁବ ନେତା ମାନେ ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଙ୍କୁ ସାକ୍ଷାତ କରିଥିଲେ ।