State Transport Authority Odisha

State Transport Authority Odisha

Share

Official account of State Transport Authority, Govt. of Odisha

03/06/2026

ଭୁବନେଶ୍ୱରରେ 'ଜୁନିଅର ରକ୍ଷକ' ପ୍ରଶିକ୍ଷଣ ନେଲେ ୫୫୦ ଏନସିସି କ୍ୟାଡେଟ । ସଡ଼କ ଦୁର୍ଘଟଣାଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପାଇଁ ବାଣିଜ୍ୟ ଓ ପରିବହନ ବିଭାଗର ପ୍ରୟାସ। ପରବର୍ତ୍ତୀ ପିଢ଼ିକୁ ସଡ଼କ ସୁରକ୍ଷା ସଚେତନ କରିବାର ରହିଛି ଲକ୍ଷ୍ୟ।

03/06/2026

ଡିଲରଙ୍କ ଜରିଆରେ ଆପଣ ନିଜର ପୁରୁଣା ଗାଡ଼ି କିଣାବିକା କରୁଛନ୍ତି କି?

ତେବେ କେବଳ ପରିବହନ ବିଭାଗ ଦ୍ଵାରା ପଞ୍ଜିକୃତ (Registered) ଡିଲରଙ୍କ ଠାରୁ ହିଁ ଗାଡ଼ି କିଣନ୍ତୁ କିମ୍ବା ବିକ୍ରି କରନ୍ତୁ। ସମସ୍ତ ପଞ୍ଜିକୃତ ଡିଲରଙ୍କ ତାଲିକା ଅନଲାଇନରେ ଉପଲବ୍ଧ ରହିଛି।

ଭିଜିଟ୍ କରନ୍ତୁ:vahan.parivahan.gov.in/vahanauc

03/06/2026

ସାଇକେଲ ଚଳାଇବାର ଲାଭ: ସ୍ୱାସ୍ଥ୍ୟ ସୁରକ୍ଷା, ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ।

ରାସ୍ତାରେ ସାଇକେଲ ଚାଳକଙ୍କୁ ସୁରକ୍ଷିତ ରାସ୍ତା ଛାଡ଼ନ୍ତୁ, ସଡ଼କ ସୁରକ୍ଷା ପ୍ରତି ସଦା ସର୍ବଦା ଯତ୍ନବାନ ରୁହନ୍ତୁ।

ବିଶ୍ୱ ସାଇକେଲ ଦିବସର ଶୁଭେଚ୍ଛା

03/06/2026

Speed thrills, but kills!
ଦ୍ରୁତଗତି ଓ ବେପରୁଆ ଗାଡ଼ି ଚାଳନା କେବଳ ଭୟଙ୍କର ଦୁର୍ଘଟଣାକୁ ନିମନ୍ତ୍ରଣ କରିଥାଏ।
ଟ୍ରାଫିକ ନିୟମର ସଠିକ୍ ପାଳନ କରିବା ଜଣେ ଦାୟିତ୍ୱସମ୍ପନ୍ନ ସଡ଼କ ବ୍ୟବହାରକାରୀର ପ୍ରକୃତ ପରିଚୟ।

ମନେରଖନ୍ତୁ, ସଡ଼କରେ ସତର୍କତା ହିଁ ସୁରକ୍ଷା ଆଣିଥାଏ।

03/06/2026

ଗ୍ରୀଷ୍ମ ପ୍ରବାହରେ ଯାତ୍ରାକୁ ନେଇ ସତର୍କ ରୁହନ୍ତୁ
କ୍ରମାଗତ ଅଢ଼େଇ ଘଣ୍ଟାରୁ ଅଧିକ ସମୟ ଗାଡ଼ି ଚଳାଇଲେ ଗାଡ଼ି ଚାଳକ 'ପଥ ସମ୍ମୋହନ'ର ଶିକାର ହୁଅନ୍ତି। ଏଥିପାଇଁ ଅନେକ ସମୟରେ ଦୁର୍ଘଟଣା ଘଟିଥାଏ।
ଏଥିରୁ ବର୍ତ୍ତିବାକୁ ହେଲେ ନିଜକୁ ସତେଜ ରଖନ୍ତୁ।
-ଗାଡ଼ିକୁ ସୁରକ୍ଷିତ ପାର୍କିଂ କରି ଚଲାବୁଲା କରନ୍ତୁ
-ଭଲରେ ମୁହଁ ଧୋଇଦିଅନ୍ତୁ
-କିଛି ସମୟ ବିଶ୍ରାମ ନିଅନ୍ତୁ

02/06/2026

ସଡ଼କରେ ଛୋଟ ପିଲାଙ୍କୁ କଦାପି ଏକା ଛାଡନ୍ତୁ ନାହିଁ ଏବଂ ସବୁବେଳେ ସେମାନଙ୍କ ହାତ ଧରି ସୁରକ୍ଷିତ ଭାବେ ରାସ୍ତା ପାର କରାନ୍ତୁ। ଏଥିସହିତ ଗାଡ଼ି ଚାଳକମାନେ ମଧ୍ୟ ଜନବସତି, ଶିକ୍ଷାନୁଷ୍ଠାନ ଏବଂ ବଜାର ଅଞ୍ଚଳରେ ନିଜ ଗାଡ଼ିର ଗତି କମ କରି ସତର୍କତାର ସହ ଗାଡ଼ି ଚଳାନ୍ତୁ।

02/06/2026

ଡିଜେଲ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ନିର୍ଦ୍ଧାରିତ ସୂତ୍ର ଅନୁଯାୟୀ ଷ୍ଟେଜ୍ କ୍ୟାରେଜ୍ ବସ୍‌ଗୁଡ଼ିକର ଭଡ଼ା ସଂଶୋଧନ କରାଯାଇଛି।

02/06/2026

ଗ୍ରୀଷ୍ମ ପ୍ରବାହରେ ଯାତ୍ରାକୁ ନେଇ ସତର୍କ ରୁହନ୍ତୁ। ସୁରକ୍ଷିତ ଯାତ୍ରା ପାଇଁ ସରକାରଙ୍କ ପରାମର୍ଶର ଅନୁପାଳନ କରନ୍ତୁ। ଅସହ୍ୟ ଖରାରେ ଯାତ୍ରା କରନ୍ତୁ ନାହିଁ, ଘରୁ ବାହାରିଲେ ପ୍ରଚୁର ପାଣି ପିଅନ୍ତୁ। ସାଥୀରେ ପାଣି ବୋତଲ ନିଅନ୍ତୁ । ଗରମରେ ମଣିଷ ଭଳି ଗାଡ଼ିକୁ ବି ଉଚିତ୍ ଯତ୍ନ ଦରକାର ହୁଏ । ଯାତ୍ରା ପୂର୍ବରୁ ଟାୟାର ଯାଞ୍ଚ କରନ୍ତୁ । ଭଲ ଭାବେ ଗାଡ଼ିର ଅବସ୍ଥା ଦେଖିନିଅନ୍ତୁ ।

02/06/2026

ଆରଟିଓ, କଟକ ଅଧୀନରେ CDA ସେକ୍ଟର-୬ ଠାରେ ଥିବା ଡ୍ରାଇଭିଂ ଟେଷ୍ଟିଂ ଟ୍ରାକ୍‌ଟି ଏବେ ଗୋପାଳପୁର ସ୍ଥିତ ନୂତନ ‘ସ୍ୱୟଂକ୍ରିୟ ଯାନ ଚାଳନା ପରୀକ୍ଷା କେନ୍ଦ୍ର’ (ADTS) କୁ ସ୍ଥାନାନ୍ତରିତ ହୋଇଛି। ସମସ୍ତ ଆବେଦନକାରୀଙ୍କୁ ଡ୍ରାଇଭିଂ ଟେଷ୍ଟ ପାଇଁ ADTS ଆସିବା ପାଇଁ ଅନୁରୋଧ କରାଯାଉଛି।

01/06/2026

RCB retained the trophy
Now it’s your turn to be a champion on the road
Make sure your family doesn’t lose you
Obey traffic rules & Come Home Safe

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Telephone

Address

Cuttack

Opening Hours

10am - 5pm