BJD Parjanga Assembly Constituency
bjd jindabad
06/20/2023
04/29/2022
ଦଶମ ବୋର୍ଡ ପରୀକ୍ଷା ଦେବାକୁ ଯାଉଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ସଭାପତି ତଥା ମୁଖ୍ୟମନ୍ତ୍ରୀ ଶ୍ରୀ Naveen Patnaik ଶୁଭେଚ୍ଛା ଜଣାଇଛନ୍ତି। ଚାପମୁକ୍ତ ହୋଇ ପରୀକ୍ଷାରେ ଉତ୍ତମ ପ୍ରଦର୍ଶନ ପାଇଁ ପରାମର୍ଶ ଦେବା ସହ ସମସ୍ତଙ୍କର ଉଜ୍ଜ୍ଵଳ ଭବିଷ୍ୟତ କାମନା କରିଛନ୍ତି।
02/02/2022
10/02/2021
ପରଜଙ୍ଗ --- ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ଆଖୁଆପାଳ ପଞ୍ଚାୟତର ଦଦରାଘାଟି ରାମେଶ୍ବର ସରକାରୀ ହାଇସ୍କୁଲ ପରିସରରେ ଅକ୍ଟୋବର ୨ତାରିଖ ଦିନ ୧୫୨ତମ ଗାନ୍ଧୀ ଜୟନ୍ତୀ ଅବସରରେ ବିଜୁ ଜନତା ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ପାଳିତ ହୋଇଯାଇଛି ।କାର୍ଯ୍ୟକ୍ରମରେ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଫଟୋରେ ପୁଷ୍ପ ମାଲ୍ୟ ଅର୍ପଣ କରି ଗାନ୍ଧିଜୀଙ୍କ ଗୁଣ ଗାନ କରିଥିଲେ ।ପ୍ରତି ବର୍ଷ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ପ୍ରାୟ ଏକ ମାସ ଧରି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଦଳ ପକ୍ଷରୁ ଯେଉଁ ଜନସଂପର୍କ ପଦଯାତ୍ରା ହେଉଥିଲା ବର୍ତ୍ତମାନ କରୋନା ମହାମାରୀ ପ୍ରଭାବ ଯୋଗୁଁ ଏହା କରା ନଯାଇ ସାମାଜିକ ସେବା କାର୍ଯ୍ୟକ୍ରମ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି ।ଏହି ଅବସରରେ ଦଳ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଦିନ ଠାରୁ ଆରମ୍ଭ କରି ନଭେମ୍ବର ୨ତାରିଖ ପର୍ଯ୍ୟନ୍ତ ପ୍ରାୟ ଏକ ମାସ ଧରି ଯେଉଁ ସମାଜସେବା କାର୍ଯ୍ୟକ୍ରମ ଜାରି ରହିବ ଏହାକୁ ସ୍ଥାନୀୟ ବିଧାୟକ ଡ,ସାହୁଙ୍କ ଦ୍ଵାରା ଶୁଭାରମ୍ଭ କରାଯାଇଥିଲା । ଅନୁଷ୍ଠିତ କାର୍ଯ୍ୟକ୍ରମରେ ନିର୍ବାଚନ ମଣ୍ଡଳୀର ଯୁବ ନେତା ତଥା ସଂଗଠକ ଅସିତ୍ କୁମାର ରାୟ ଚୌଧୁରୀ , ବ୍ଲକ ଅଧ୍ୟକ୍ଷ ଅକ୍ଷୟ କୁମାର ବେହେରା , ବ୍ଲକ ବିଜେଡ଼ି ସଭାପତି କୃଷ୍ଣ ଚନ୍ଦ୍ର ମହାନ୍ତି , ବ୍ଲକ ଯୁବ ବିଜେଡ଼ି ସଭାପତି ସୁବ୍ରତ କୁମାର ଦାସ ,ଜିଲ୍ଲା ସାଧାରଣ ସମ୍ପାଦକ ତଥା ସ୍ଥାନୀୟ ସରପଞ୍ଚ ପ୍ରଦୀପ ବେହେରା ,ଛାତ୍ର ବିଜେଡ଼ି ସଭାପତି ତଥା ସରପଞ୍ଚ ପ୍ରୀୟଜିତ ସାମଲଙ୍କ ସମେତ ଶତାଧିକ ଦଳୀୟ କର୍ମୀ ଉପସ୍ଥିତ ଥିଲେ ।ପରିଶେଷରେ ଦଦରାଘାଟି ମେଡିକାଲ ପରିସରରେ ବିଧାୟକଙ୍କ ଦ୍ଵାରା ବୃକ୍ଷ ରୋପଣ କରାଯାଇ ୧ନମ୍ବର କଲୋନୀ ବିଦ୍ୟାଳୟ ପରିସରରେ ମାକ୍ସ ଓ ସାନିଟାଇଜର ବଣ୍ଟନର ଆୟୋଜନ କରାଯାଇଥିଲା ।
Click here to claim your Sponsored Listing.
