Prasad Harichandan Fan

Prasad Harichandan Fan

Partager

political party

Photos from Prasad Harichandan Fan's post 05/01/2026

ସତ୍ୟବାଦୀ କଣାସ ଠାରେ ଶୀତୁଆ ରାତିରେ ଚା ଖଟିରେ

ଅଂଚଳର ସମସ୍ୟା ସମ୍ପର୍କରେ ଆଲୋଚନା କଲେ
ସାଧାରଣ ଜନତା ଙ୍କ ସହିତ
ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ।

Photos from Prasad Harichandan Fan's post 05/01/2026

କଣାସ ବ୍ଲକ କଂଗ୍ରେସ ସଭାପତି,ଅଧିବକ୍ତା ସଦାନନ୍ଦ ପ୍ରଧାନ ଙ୍କ ଏକାଦଶ କାର୍ଯ୍ୟକ୍ରମରେ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଲି।

Photos from Prasad Harichandan Fan's post 03/01/2026

ପୁରୀ ଜିଲ୍ଲାର ଗୋପ ବ୍ଲକରେ ଆୟୋଜିତ କଂଗ୍ରେସ କର୍ମୀ ସମ୍ମିଳନୀ ଓ ମିଶ୍ରଣ ପର୍ବରେ ଯୋଗଦେଲି।

Photos from Prasad Harichandan Fan's post 03/01/2026

ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ,ବିଶିଷ୍ଟ ରାଜନେତା, ବାଗ୍ନୀ, ଲେଖକ, ବିଦ୍ୱାନ ତଥା ଆଧୁନିକ ଓଡ଼ିଶାର ମହାନାୟକ ସ୍ବର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ପାଳନ ଅବସରରେ ତାଙ୍କ ଅମର ଆତ୍ମା ପ୍ରତି ଶ୍ରଦ୍ଧାଞ୍ଜଳି ଜଣାଉଛି ।🙏

Photos from Prasad Harichandan Fan's post 24/12/2025

ପୁର୍ବତନ ମନ୍ତ୍ରୀ ତଥା ବିଶିଷ୍ଟ ଜନନେତା ସ୍ଵର୍ଗତଃ ରାମଚନ୍ଦ୍ର ଉଲାକାଙ୍କ ପୁଣ୍ୟତିଥିରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି। ଓଡ଼ିଶା ପ୍ରଦେଶ କଂଗ୍ରେସର ଏକ ବଳିଷ୍ଠ ବ୍ୟକ୍ତିତ୍ଵ ଓ ଜନନେତା ଭାବରେ ସେ ଚିରକାଳ ଜନମାନସରେ ରହିବେ।

10/12/2025

ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବାକୁ ଆହ୍ବାନ।
ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣଙ୍କ ୧୧୦ତମ ଜୟନ୍ତୀ ସମାରୋହ।

ଖୋର୍ଦ୍ଧା : ସ୍ବାଧୀନତା ସଂଗ୍ରାମରେ ସ୍ବାଧୀନତା ସଂଗ୍ରାମୀ କବିଗୋୖରବ ପଣ୍ଡିତ ନାରାୟଣ ମିଶ୍ରଙ୍କ ତ୍ୟାଗ ଓ ତିତୀକ୍ଷା ବିଶ୍ବସ୍ତରରେ ପହଞ୍ଚାଇବା ସହ ତାଙ୍କ ଆଦର୍ଶ ପ୍ରତି ଯୁବମାନସଙ୍କୁ ଆକୃଷ୍ଟ କରିବା ଲାଗି ପୂର୍ବତନ ମନ୍ତ୍ରୀ ପ୍ରସାଦ ହରିଚନ୍ଦନ ଆହ୍ବାନ ଦେଇଛନ୍ତି। ସଂଗ୍ରାମୀ ନାରାୟଣ ସ୍ମୃତି ପରିଷଦ ପକ୍ଷରୁ ଖୋର୍ଦ୍ଧାସ୍ଥିତ ଜୟୀ ରାଜଗୁରୁ ଟାଉନ ହଲ ପରିସରରେ ଆୟୋଜିତ ସ୍ବାଧୀନତା ସଂଗ୍ରାମୀ ପଣ୍ଡିତ ନାରାୟଣ ମିଶ୍ରଙ୍କ ୧୧୦ତମ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ପଣ୍ଡିତ ମିଶ୍ରଙ୍କ ଲବଣ ସତ୍ୟାଗ୍ରହରୁ ଆରମ୍ଭ କରି ଅସହଯୋଗ ଆନ୍ଦୋଳନରେ ରହିଥିବା ସମ୍ପୃକ୍ତି ସମ୍ପର୍କରେ ଆଲୋକପାତ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଜୟୀ ରାଜଗୁରୁ ସ୍ମୃତି ସଂସଦର ରାଜ୍ୟ ସଭାପତି ତଥା ସ୍ମୃତି ପରିଷଦର ରାଜ୍ୟ ସମ୍ପାଦକ ଶିକ୍ଷାବିତ୍ ଡକ୍ଟର ଧୀରେନ୍ଦ୍ର ନନ୍ଦ ତାଙ୍କ ସ୍ବାଗତ ଭାଷଣରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ପ୍ରତିପାଦନ କରିବା ସହିତ ଜୟୀ ରାଜଗୁରୁଙ୍କ ବଳିଦାନ ଦିବସ ଡିସେମ୍ବର ୬ ଠାରୁ ସଂଗ୍ରାମୀ ନାରାୟଣ ମିଶ୍ରଙ୍କ ଜୟନ୍ତୀ ଡିସେମ୍ବର ୯ ପର୍ଯ୍ୟନ୍ତ ଦୀର୍ଘ ଚାରି ଦିନ ଧରି 'ସ୍ବାଧୀନତା ସଂଗ୍ରାମୀ ସ୍ମୃତି ସମାରୋହ' ଆସନ୍ତା ବର୍ଷ ଠାରୁ କରାଯିବ ବୋଲି କହିଥିଲେ। ମୁଖ୍ୟବକ୍ତା ରୂପେ ଅଖିଳ ଭାରତ ଅଧିବକ୍ତା ପରିଷଦର ରାଜ୍ୟ ସଭାପତି ବରିଷ୍ଠ ଆଇନଜୀବି ଅଜିତ କୁମାର ପଟ୍ଟନାୟକ କହିଲେ ଆମ ଇତିହାସରେ କୌଣସି ସଂଗ୍ରାମୀ ତଥା ଅମର ଶହୀଦ ମାନଙ୍କ ବିଷୟରେ ପଢ଼ାଯାଉନଥିବାରୁ ଆମେ ଆଜି ମହାନ୍ ସଂଗ୍ରାମୀ ମାନଙ୍କ ତ୍ୟାଗ ଓ ବଳିଦାନ ବିଷୟରେ ଜାଣିପାରୁ ନାହୁଁ। ସେଥିପାଇଁ କ୍ଷୋଭ ପ୍ରକାଶ କରି ଇତିହାସର ପୁନର୍ଲିଖନ ଆଜିର ଆବଶ୍ୟକତା ବୋଲି ମତ ପ୍ରକାଶ କରିଥିଲେ। ଅଖିଳଚକ୍ର-ଓଡ଼ିଶାର ସମ୍ପାଦକ ହରେକୃଷ୍ଣ ପଣ୍ଡା ପଣ୍ଡିତ ମିଶ୍ର ଯାଜପୁର ଜିଲାର ବରୀ ଆଶ୍ରମରେ ରହି କିଭଳି ସ୍ବାଧୀନତା ସଂଗ୍ରାମରେ ସାମିଲ ହେବା ଲାଗି ବାନର ସେନା ଗଠନ କରିବାରେ ଅଗ୍ରସର ହେଉଥିଲେ, ସେ ସମ୍ପର୍କରେ ଅବତାରଣା କରିଥିଲେ। ବିଶିଷ୍ଟ ଶିକ୍ଷାବିତ୍ ଡକ୍ଟର ନିରଞ୍ଜନ ମହାନ୍ତି ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ପଣ୍ଡିତ ମିଶ୍ରଙ୍କ 'ଷଠି ଘର' ଓ ‘ସ୍ବାଧୀନତା ସଂଗ୍ରାମ ସୈନିକ ସଦନ’ର ପୁନରୁଦ୍ଧାର ପ୍ରତି ସରକାର ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସମ୍ମାନିତ ବକ୍ତା ବରିଷ୍ଠ ଶିକ୍ଷାବିତ୍ ଓ ସାହିତ୍ୟିକ ସତ୍ୟବାଦୀ ବଳିୟାରସିଂହ ଯୋଗଦେଇ ପଣ୍ଡିତ ମିଶ୍ରଙ୍କ ଲିଖିତ ‘ଚିଲିକା ଦର୍ଶନ’, ‘ଭୋଟର ଭାବନା’, ‘ପୁଣ୍ୟଶ୍ଲୋକ’ ଓ ‘ଦଶଦିଗ’ ଆଦି କାବ୍ୟ ଓଡ଼ିଆ ସାହିତ୍ୟର ଅମୂଲ୍ୟ ଗ୍ରନ୍ଥ ବୋଲି ବିବେଚନା କରିଥିଲେ। ସମ୍ମାନିତ ଅତିଥି ରୂପେ ଇନର ହୁଇଲ କ୍ଲବ ସଭାନେତ୍ରୀ ଡ଼. ମିନତା ମହାନ୍ତି, କ୍ୟାପିଟାଲ ଆଇନ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ଡକ୍ଟର ବୃନ୍ଦାବନ ପଣ୍ଡା ପ୍ରମୁଖ ଯୋଗଦେଇ ବାଜପୁର ତଥା ଖୋର୍ଦ୍ଧା ମାଟି ପୁଣ୍ୟାତ୍ମା ମିଶ୍ରଙ୍କ ପାଇଁ ରୁଦ୍ଧିମନ୍ତ ହୋଇଛି ବୋଲି କହିଥିଲେ। ଏହି ପରିପ୍ରେକ୍ଷୀରେ ବିଶିଷ୍ଟ ସମାଜସେବୀ ତଥା ପରିବେଶବିତ୍ ସୁକାନ୍ତି ପଟ୍ଟନାୟକ ଓ ଯୁବ ସାମ୍ବାଦିକ କମଲ କ୍ରିଷ୍ଣ ମହାନ୍ତି ପ୍ରମୁଖଙ୍କୁ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ନିମନ୍ତେ ମାନପତ୍ର ଓ ଉପଢ଼ୌକନ ଦ୍ଦ୍ୱାରା "ସଂଗ୍ରାମୀ ନାରାୟଣ ସ୍ମୃତି ସମ୍ମାନ"ରେ ବିଶେଷ ଭାଵରେ ସମ୍ବର୍ଦ୍ଧିତ କରାଯାଇଥିଲା। ଆନ୍ଦୋଳନ ଓଡ଼ିଶାର ସମ୍ପାଦକ ନାଟ୍ୟକାର ସନ୍ତୋଷ କୁମାର ମହାନ୍ତି, ଚିତ୍ରଉତ୍ତୋଳକ ଗୋପୀନାଥ ନନ୍ଦୀ ଏବଂ ଫଟୋଗ୍ରାଫର ସନ୍ତୋଷ କୁମାର ଦାଶ ପ୍ରମୁଖଙ୍କୁ ସେମାନଙ୍କ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନୀତ କରାଯାଇଥିଲା। ଶେଷରେ ପଣ୍ଡିତ ମିଶ୍ରଙ୍କ ଅଣନାତି ସୌଭବ ମିଶ୍ର କାର୍ଯ୍ୟକ୍ରମର ସଫଳତା ପାଇଁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସକାଳେ ମଙ୍ଗଳା ନଗର ଛକସ୍ଥିତ ପଣ୍ଡିତ ମିଶ୍ରଙ୍କ ପୂର୍ଣ୍ଣାବୟବ ପ୍ରତିମର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା। ଅନ୍ୟମାନଙ୍କ ମଧ୍ୟରେ ମେଜର କ୍ଷୀରୋଦ ପ୍ରସାଦ ମହାନ୍ତି, ଉମାଶଙ୍କର ପ୍ରସାଦ, ଶକ୍ତି ଶଙ୍କର ମିଷ୍ର, ବିମଳ ଚନ୍ଦ୍ର ଷଡ଼ଙ୍ଗୀ, ପଣ୍ଡିତ ମିଶ୍ରଙ୍କ ପୁତ୍ରବଧୂ ମନୋରମା ମିଶ୍ର, ଜୟଦେବ ମିଶ୍ର, ସୁବାସ ସାମନ୍ତରାୟ, ବୈକୁଣ୍ଠନାଥ ରାଜଗୁରୁ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Photos from Prasad Harichandan Fan's post 23/11/2025

ସତ୍ୟବାଦୀ ବ୍ଳକ୍ ଅନ୍ତର୍ଗତ ଶ୍ରୀରାମଚନ୍ଦ୍ରପୁର ଗ୍ରାମପଞ୍ଚାୟତର ଶ୍ରୀରାମଚନ୍ଦ୍ରପୁର ଗାଁର ବିରଞ୍ଚି ନାରାୟଣ ମିଶ୍ରଙ୍କ ଏକାଦଶ କ୍ରିୟାରେ ପହଁଞ୍ଚି ତାଙ୍କ ଫୋଟଚିତ୍ରରେ ପୁଷ୍ପ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜଣାଇଲି l
ଜଗତର ନାଥ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା ତାଙ୍କ ଆତ୍ମାର ସଦଗତି ହେଉ l
ଓଁ ଶାନ୍ତି 🙏🏻

22/11/2025

ଜାତୀୟ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ !

ଦକ୍ଷ ଉପସ୍ଥାପକ, ପ୍ରଖର ମୁଖପାତ୍ର, ନିପୁଣ ଗଣମାଧ୍ୟମ ସଂଯୋଜକ, ଗବେଷଣାତ୍ମକ ସମୀକ୍ଷକ ପାଇଁ ଜାତୀୟ କଂଗ୍ରେସର ଅଭିନବ ପ୍ରୟାସ ।
ଏହି ଅନ୍ୱେଷଣ କାର୍ଯ୍ୟକ୍ରମରେ ସାମିଲ ହୁଅନ୍ତୁ, ଦେଶ ନିର୍ମାଣରେ ଭାଗିଦାର ହୁଅନ୍ତୁ !

Photos from Prasad Harichandan Fan's post 22/11/2025

ଶ୍ରୀ ସଦାନନ୍ଦ ପ୍ରଧାନ, ସଭାପତି,କଣାସ ବ୍ଲକ କଂଗ୍ରେସ କମିଟି ଆଚାର୍ଯ୍ୟ ହରିହର କର୍କଟ ରୋଗ ଚିକିସ୍ଛା ଓ ଗବେଷଣା ପ୍ରତିଷ୍ଠାନ,କଟକରେ ଭର୍ତ୍ତି ହୋଇଥିଲେ ।
ଡା. ସୁରେନ୍ଦ୍ରନାଥ ଶତପଥୀଂକ ଚିକିସ୍ଛାରେ ଉନ୍ନତି ହେଉଛି ।
କ୍ୟାବିନ୍ କୁ ନିଆଯାଇଛି ।
ମା’ କୁଂଜେଶ୍ୱରୀଂକ କୃପାରୁ ଆରୋଗ୍ୟ ହୋଇ ଘରକୁ ଫେରିଯିବେ ବୋଲି ପ୍ରାର୍ଥନା।

22/11/2025

ଜାତୀୟ ମେଧା ଅନ୍ୱେଷଣ କାର୍ଯ୍ୟକ୍ରମ ପାଇଁ ଆବାହକ, ସହ ଆବାହକ ସମେତ ଜୋନାଲ ସଂଯୋଜାକ ପ୍ରଦେଶ କଂଗ୍ରେସ ପକ୍ଷରୁ ନିଯୁକ୍ତ କରାଯାଇଅଛି।

22/11/2025

ସତ୍ୟବାଦୀ ବ୍ଳକ୍ ଅନ୍ତର୍ଗତ କାଦୁଆ ପଞ୍ଚାୟତର ବରାଳ ଗ୍ରାମର ନାରାୟଣ ପଣ୍ଡାଙ୍କ ପୁଅର ବିବାହ ଉତ୍ସବରେ ସତ୍ୟବାଦୀ ମଣ୍ଡପ ଠାରେ ଯୋଗଦାନ କରି ନବଦମ୍ପତିଙ୍କୁ ଶୁଭେଚ୍ଛା ଜଣାଇବା ଅବସରରେ।

Photos from Prasad Harichandan Fan's post 22/11/2025

ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ବର୍ଷବ୍ୟାପୀ ଜନ୍ମ ଶତବାର୍ଷିକୀ ପାଳନ ପାଇଁ ସ୍ମୃତି କମିଟି ପକ୍ଷରୁ ଏକ ପ୍ରସ୍ତୁତି ବୈଠକ ଏବଂ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ କାର୍ଯ୍ୟକ୍ରମରେ ବହୁ ବିଶିଷ୍ଟ ନେତୃବୃନ୍ଦ ଯୋଗ ଦେଇଥିଲେ।

Vous voulez que votre entreprise soit Service Du Gouvernement la plus cotée à Democratic Republic of the ?

Cliquez ici pour réclamer votre Listage Commercial.

Site Web

Adresse


Democratic Republic Of The