30/08/2025
ଡାକ୍ତର "ଶ୍ରୀକାନ୍ତ ଧର" ସମ୍ ଅଲଟିମେଟ ହସ୍ପିଟାଲ ରେ ମୁଖ୍ୟ ଭେଷଜ ବିଶେଷଜ୍ଞ ଭାବେ କାର୍ଯ୍ୟରତ. ନା ଟା ଶୁଣିଲେ ଚିହ୍ନା ଚିହ୍ନା ଲାଗୁଚି. ଆଜ୍ଞା ହଁ ୟୁଟୁବ ଚ୍ୟାନେଲ ମାଧ୍ଯମ ବା ବିଭିନ୍ନ ସୋସିଆଲ ମିଡିଆ ଚିକିତ୍ସା ସମ୍ବନ୍ଧୀୟ ସେବା ଓ ପରାମର୍ଶ ବାର ବାର ଦିଅନ୍ତି. କୋଭିଡ ମହାମାରୀ ସମୟ ରେ କୋଭିଡ ରୋଗୀ ଙ୍କ ସେବା କରୁ କରୁ ନିଜେ କୋଭିଡ ପଜିଟିଭ୍ ହୋଇ ଯାଇ ଥିଲେ,ଏଇ ଥିରୁ ତାଙ୍କର ଦୃଢ଼ମନୋବଳ, ସେବା ଭାବନା କୁ ପ୍ରମାଣ ମିଳି ଥାଏ. ଏବେ କିଛି ଦିନ ତଳେ ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଏବେ ର ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଚିକିତ୍ସା କରି ଆରୋଗ୍ଯ କରି ଥିବା ରୁ ତାଙ୍କ ଫୋଟ ଓ ଭିଡିଓ ସୋସିଆଲ ମିଡିଆ ରେ ଘୁରି ବୁଲୁଥିବା ର ଦେଖି ବାର ମିଳି ଥିଲା. ଆହୁରି ମଧ୍ଯ ଡାଃ ଧର ଙ୍କର ସାମାଜିକ କ୍ଷେତ୍ର ରେ ସେବା କାର୍ଯ୍ୟ ପାଇଁ ବିଗତ 6 ବର୍ଷ ହେବ ଏକ ସ୍ଵର୍ଣ୍ଣବଂଶୀ ଚାରିଟେବୁଲ ଟ୍ରଷ୍ଟ ଯାହା କି ତାଙ୍କ ମା 'ଆଉ ବାପା ଙ୍କ ନାମ ରେ ସମର୍ପିତ ହୋଇ ସେବା ପ୍ରଦାନ କରି ଆସୁ ଅଛନ୍ତି. ତାଙ୍କର ହସ ହସ ମୁହଁ ରେ ମଧୁର ବ୍ୟବହାର, ଦୟାଳୁ ହୃଦୟ ଓ ସାମାଜିକ ମିଲାମିଶା ସମସ୍ତ ଙ୍କୁ ଅଭିଭୂତ କରି ଥାଏ. ଆପଣ ମାନଙ୍କ ଅବଗତି ନିମନ୍ତେ ଜଣାଉଅଛୁ ଯେ ଏହି ପରି ବ୍ୟକ୍ତିତ୍ୱ ଥିବା ଡାକ୍ତର ଙ୍କର ନିଜସ୍ଵ ଗ୍ରାମ ହିନ୍ଦୋଳ ସବଡିଭିଜନ ରାସୋଳ ଗାଁ ହୋଇ ନିଜସ୍ଵ ଗୃହରେ ଓଡ଼ିଶା ର ହୃଦୟ ବା ଶିଳ୍ପ ନଗରୀ ଅନୁଗୁଳ ଜିଲ୍ଲା ଶିମିଳିପଡା ରେ. ଅବସର ପ୍ରାପ୍ତ ପୋଲିସ ଇନ୍ସପେକ୍ଟର ସ୍ଵର୍ଗତ ଶ୍ରୀଯୁକ୍ତ ବଂଶୀବଦନ ଧର ଓ ସ୍ଵର୍ଗତ ଶ୍ରୀମତି ସ୍ଵର୍ଣ୍ଣଲତା ଧର ଙ୍କ ର କନିଷ୍ଠ ପୁତ୍ର ଡାକ୍ତର ଶ୍ରୀକାନ୍ତ ଧର. ଡାଃ ଧର ଙ୍କର ସ୍କୁଲ ପି ଟି ସି ଉଚ୍ଚବିଦ୍ୟାଳୟ ଓ ଅନୁଗୋଳ ମହାବିଦ୍ୟାଳୟ ରେ ଶିକ୍ଷା ଲାଭ କରିଛନ୍ତି.
ଭୁବନେଶ୍ବର ରେ ରହିବା ସହ ନିଜର କାର୍ଯ୍ୟ ବ୍ୟସ୍ତତା ସତ୍ତ୍ଵେ ଅନଗୁଳ ମାଟି ପାଇଁ ତାଙ୍କର ଦୃର୍ବଳତା ଜାଣି ହୁଏ. ଯେତେ ବେଳେ ଢେଙ୍କାନାଳ ଓ ଅନୁଗୁଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ର ରୋଗୀ ଙ୍କୁ ଆତ୍ମୀୟତା ଭାବ ରେ ସେବା କରନ୍ତି. ଡାକ୍ତର ଶ୍ରୀକାନ୍ତ ଧର ବହୁ ଚର୍ଚ୍ଚିତ ଅନଗୁଳ ଜିଲ୍ଲା ର ଡାକ୍ତର ନରେଶ କୁମାର ପାଲ ଙ୍କର ଭଣଜା, ଆଜି ଅନଗୁଳ ସୁଯୋଗ୍ୟ ସନ୍ତାନ , ଏ ମାଟି ର ଛାତ୍ର , ସାରା ଦେଶ ଓ ରାଜ୍ଯ ସେବା ରେ ସମର୍ପିତ ତା ପାଇଁ ଆମେ ଗର୍ବିତ.