02/06/2026
ଅନୁଗୋଳ ବ୍ଲକ ରନ୍ତଲେଇ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ମୂଷାପାପୁଲି ଗ୍ରାମର ୭୨ ବର୍ଷୀୟ ଶ୍ରୀ ଗନ୍ଧର୍ବ ସାହୁଙ୍କ ଗତ କାଲି ହାତୀ ଆକ୍ରମଣରେ ପ୍ରାଣ ହରାଇଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା ପ୍ରଦାନ କରିଛୁ। ଓଁ ଶାନ୍ତି।
ହାତୀ ଆକ୍ରମଣରେ ପ୍ରାଣ ହରାଇବା ଏବେ ଦୈନଦିନ ଘଟଣା ହେଇଗଲାଣି। କେବେ ଚେତିବ ପ୍ରଶାସନ, ବନ ବିଭାଗ ଓ ସରକାର ??
02/06/2026
ବଅଁରପାଳ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଅପର୍ତ୍ତିପୁର ଗ୍ରାମର ବିଜେଡ଼ି ନେତା ସ୍ୱର୍ଗତ ମହେଶ୍ୱର ସାମଲ ଏବଂ ସ୍ୱର୍ଗତ ଯୋଗେଶ୍ୱର ଦାସଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦେଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ। ଓଁ ଶାନ୍ତି।
01/06/2026
ଅନୁଗୋଳ ପୌରପାଳିକା ହୁଲୁରିସିଂହା ଛକ ବାସିନ୍ଦା ତଥା ଆମ ଜିଲ୍ଲାର ଖ୍ୟାତନାମା କଣ୍ଟ୍ରାକ୍ଟର ସ୍ୱର୍ଗତ B N ଅଗ୍ରୱାଲଙ୍କ ପୁତ୍ର ଶ୍ରୀ ସଜ୍ଜନ ଅଗ୍ରୱାଲଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ପାର୍ଥିବ ଶରୀରର ଅନ୍ତିମ ଦର୍ଶନ ଲାଭ କରିବା ସହିତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ଅବସରରେ। କାଉନସିଲର ୱାର୍ଡ ନଂ ୬ ଶ୍ରୀ ସୁଶୀଲ ମୁଖୀ ଏବଂ କାଉନସିଲର ୱାର୍ଡ ନଂ ୫ ଶ୍ରୀ ରଞ୍ଜିତ୍ ମାଣ୍ଡୋଠିଆ ପ୍ରମୁଖ ଉପସ୍ଥିତ। ଓଁ ଶାନ୍ତି।
31/05/2026
ଆଠମଲ୍ଲିକ ନିର୍ବାଚନ ମଣ୍ଡଳୀ କିଶୋରନଗର ପଞ୍ଚାୟତ ସମିତିର ଅଧ୍ୟକ୍ଷା ଶ୍ରୀମତୀ ସୈରେନ୍ଦ୍ରୀ ପଧାନଙ୍କର ସୁପୁତ୍ର ୨୦ ବର୍ଷୀୟ ଯୁବକ ଶ୍ରୀ ଉମାକାନ୍ତ ପଧାନଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଖବର ପାଇ ମୁଁ ଦୁଃଖିତ। ଅମର ଆତ୍ମାର ସଦଗତି କାମନା କରିବା ସହିତ ଏଭଳି କଠିନ ସମୟରେ ପରିବାର ବର୍ଗ ଏବଂ ଆତ୍ମୀୟ ସ୍ଵଜନଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ ପାଇଁ ପ୍ରଭୁ ଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।
30/05/2026
ଗତ କିଛି ଦିନ ତଳେ ଅନୁଗୋଳ ପୌରପାଳିକା ରାଧାରମଣପଡ଼ାର ବାସିନ୍ଦା ତଥା ଆମ ଦଳର ସକ୍ରିୟ ସଦସ୍ୟ ଶ୍ରୀ ଗୋବର୍ଦ୍ଧନ ସାହୁଙ୍କ ପୁତ୍ର ଶ୍ରୀ ସତ୍ୟଜିତ୍ ସାହୁ (କାହ୍ନା) କିଡନୀ ଜନିତ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିବା ଖବର ପାଇ ତାଙ୍କ ବାସଭବନରେ ପହଞ୍ଚି ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ଆଶୁ ଆରୋଗ୍ୟ କାମନା କରିଥିଲୁ।
ଦୀର୍ଘ ୧ ବର୍ଷର ସଂଘର୍ଷ ପରେ ଶ୍ରୀ ସତ୍ୟଜିତ୍ ସାହୁଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ଘଟିଛି। ଘଟଣା ଘଟିବା କ୍ରମେ ତାଙ୍କ ବାସଭବନକୁ ଯାଇ ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛି। ଓଁ ଶାନ୍ତି।
29/05/2026
ବଅଁରପାଳ ଗ୍ରାମ ପଞ୍ଚାୟତ ବିଜୁ ଯୁବ ଜନତା ଦଳର ସକ୍ରିୟ ସଦସ୍ୟ ଶ୍ରୀ ବଳରାମ ସାହୁଙ୍କ ନବଜାତ ଶିଶୁ ହେବା ପରିପ୍ରେଷୀରେ ସାମଲ କେଆର ହସ୍ପିଟାଲ ଠାରେ ଭେଟି ଶୁଭେଛା ଜଣାଇବା ଅବସରରେ।
29/05/2026
ଅନୁଗୋଳ ବ୍ଲକ ରନ୍ତଲେଇ ଗ୍ରାମ ଚଷା ସାହିର ବାସିନ୍ଦା ୨୪ ବର୍ଷୀୟ ଯୁବକ ଶ୍ରୀ ରଞ୍ଜିତ୍ ସାହୁଙ୍କ ଡେରଜଙ୍ଗ ଡ୍ୟାମରେ ବୁଡ଼ି ଅକାଳ ବିୟୋଗ ଘଟିଥିବା ଖବର ପାଇ ତୁରନ୍ତ ତାଙ୍କ ବାସଭବନରେ ପହଞ୍ଚି ଅମର ଆତ୍ମାର ସଦଗତି କାମନା କରିବା ସହିତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛି। ଏଥି ସହିତ ପରିବାର ବର୍ଗଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବା ସହିତ ସରକାରୀ ସ୍ତରରେ ବଅଁରପାଳ ତହସିଲଦାରଙ୍କ ସହିତ କଥା ହୋଇ ସରକାରଙ୍କ ପକ୍ଷରୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ ପାଇଁ ପଞ୍ଚମହଲା RI ଏବଂ ଜରାସିଂହା RI ମଧ୍ୟରେ ସମନ୍ବୟ ରକ୍ଷା କରିବା ପାଇଁ ଆଲୋଚନା କରିଥିଲୁ। ସ୍ଥାନୀୟ ସରପଞ୍ଚ, ସମିତି ସଭ୍ୟା, ନାଏବ ସରପଞ୍ଚ ଓ ୱାର୍ଡ ମେମ୍ବର ପ୍ରମୁଖ ଉପସ୍ଥିତ। ଓଁ ଶାନ୍ତି।
28/05/2026
ଜୟ ମା’ ଦକ୍ଷିଣ କାଳୀ 🙏✨
ଅନୁଗୋଳ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୁଲୁରିସିଂହା ଠାରେ 'ଓଁ ମା ଦକ୍ଷିଣ କାଳୀ ଦଣ୍ଡ ନୃତ୍ୟ ପରିଷଦ' ପକ୍ଷରୁ ଏବଂ 'ଅନୁଗୋଳ ଉତ୍କଳୀୟ ଦଣ୍ଡ ସଂସ୍କୃତି ସମାଜ ମଙ୍ଗଳ ସଂଘ'ର ଆନୁକୁଲ୍ୟରେ ଆୟୋଜିତ "ଚତୁର୍ଦ୍ଦଶ ତମ ବାର୍ଷିକ ମହୋତ୍ସବ"ରେ ମୁଖ୍ୟ ଅତିଥି ଭାବେ ମାନ୍ୟବର ବିଧାୟକ ତାଳଚେର ତଥା ଜିଲ୍ଲା ବିଜେଡ଼ି ସଭାପତି ଶ୍ରୀ ବ୍ରଜକିଶୋର ପ୍ରଧାନ ଯୋଗଦେଇଥିଲେ ଏବଂ ସମ୍ମାନୀତ ଅତିଥି ଭାବେ ଅନୁଗୋଳ ପୌରପରିଷଦର ଅଧ୍ୟକ୍ଷ ଶ୍ରୀଯୁକ୍ତ ଅକ୍ଷୟ କୁମାର ସାମନ୍ତ, ଅନୁଗୋଳ ବାର୍ ଆସୋସିଏସନର ସଭାପତି ଶ୍ରୀଯୁକ୍ତ ଦିଲ୍ଲୀପ କୁମାର ସାହୁ, କାଉନସିଲର କୈଳାଶ ପ୍ରଧାନ ଯୋଗଦେଇଥିଲେ।
28/05/2026
ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ଅନୁଗୋଳ ଜିଲ୍ଲାର ପ୍ରତିଷ୍ଠାତା, ପୂର୍ବତନ ମନ୍ତ୍ରୀ, ବିଶିଷ୍ଟ ସମବାୟବିତ ସ୍ୱର୍ଗତ ଅଦ୍ୱୈତ ପ୍ରସାଦ ସିଂହଙ୍କ ୧୦୩ତମ ଜନ୍ମ ଜୟନ୍ତୀ ଅବସରରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି।