BJD BANKI

Call Directions

BJD BANKI Contact information, map and directions, contact form, opening hours, services, ratings, photos, videos and announcements from BJD BANKI, Political organisation, Banki.

06/10/2026
ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ଠାରେ ଉପଜିଲ୍ଲାପାଳ ମହୋଦୟାଙ୍କ ଅଧ୍ୟକ୍ଷତାରେ ବାଙ୍କୀ ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ...
06/10/2026

ଆଜି ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ ଅଡିଟୋରିୟମ୍‌ଠାରେ ଉପଜିଲ୍ଲାପାଳ ମହୋଦୟାଙ୍କ ଅଧ୍ୟକ୍ଷତାରେ ବାଙ୍କୀ ମହୋତ୍ସବର ପ୍ରଶାସନିକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି।

-ବୈଠକରେ ବାଙ୍କୀ ମହୋତ୍ସବର ପ୍ରତିଷ୍ଠାତା-ସଭାପତି ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ, ମହୋତ୍ସବର ସଭାପତି ତଥା ବାଙ୍କୀ ବିଧାୟକ ଶ୍ରୀ Devi Ranjan Tripathy , ମହୋତ୍ସବ କମିଟିର ସଦସ୍ୟବୃନ୍ଦ ଏବଂ ବାଙ୍କୀ ଉପଖଣ୍ଡର ବିଭିନ୍ନ ବିଭାଗର ସମସ୍ତ ସରକାରୀ ଅଧିକାରୀ ଓ ପଦାଧିକାରୀମାନେ ଉପସ୍ଥିତ ଥିଲେ।
- ବାଙ୍କୀ ମହୋତ୍ସବ-୨୦୨୬ କୁ ଅଧିକ ସୁବ୍ୟବସ୍ଥିତ, ସୁରକ୍ଷିତ, ଲୋକାଭିମୁଖୀ, ଆକର୍ଷଣୀୟ ଓ ସଫଳ କରିବା ପାଇଁ ପ୍ରଶାସନିକ ବ୍ୟବସ୍ଥା, ଜନସାଧାରଣଙ୍କ ସୁବିଧା, ସୁରକ୍ଷା ବ୍ୟବସ୍ଥା, ସମନ୍ୱୟ ଓ ବିଭିନ୍ନ ଆବଶ୍ୟକତା ସମ୍ପର୍କରେ ବିସ୍ତୃତ ଆଲୋଚନା ହୋଇଯାଇଛି।

ଆଜି ବାରଙ୍ଗ ବେଲଗଛିଆ କଲ୍ୟାଣ ମଣ୍ଡପ ଠାରେ ବାଙ୍କୀ ମହୋତ୍ସବ–୨୦୨୬ର ଆଞ୍ଚଳିକ ମହୋତ୍ସବ  ଶାନ୍ତି କମିଟିର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି। -ଏହି...
04/10/2026

ଆଜି ବାରଙ୍ଗ ବେଲଗଛିଆ କଲ୍ୟାଣ ମଣ୍ଡପ ଠାରେ ବାଙ୍କୀ ମହୋତ୍ସବ–୨୦୨୬ର ଆଞ୍ଚଳିକ ମହୋତ୍ସବ ଶାନ୍ତି କମିଟିର ସହଯୋଗରେ ଅନୁଷ୍ଠିତ ହୋଇଯାଇଛି।
-ଏହି ଅବସରରେ ମାନ୍ୟବର ବିଧାୟକ ତଥା ବାଙ୍କୀ ମହୋତ୍ସବର ସଭାପତି ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ ଏବଂ ପ୍ରାକ୍ତନ ବିଧାୟକ ତଥା ମହୋତ୍ସବର ପ୍ରତିଷ୍ଠାତା ଶ୍ରୀ ପ୍ରଭାତ ତ୍ରିପାଠୀ ମହୋଦୟଙ୍କ ସମେତ ବାରଙ୍ଗ ଅଞ୍ଚଳର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ବୁଦ୍ଧିଜୀବୀ
ଉପସ୍ଥିତ ରହି ମହୋତ୍ସବକୁ ଗୌରବାନ୍ୱିତ କରିଥିଲେ।

ବାଙ୍କୀ ଜଗନ୍ନାଥପୁର ଅନ୍ତର୍ଗତ ନଣ୍ଡାହାତପଲ୍ଲି ଅଞ୍ଚଳର ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଜ୍ୟୋତିରଞ୍ଜନ ରାଉତ ଙ୍କ ମାତା ୰ବିନୋଦିନୀ ରାଉତଙ୍କ ଏକାଦ...
24/09/2026

ବାଙ୍କୀ ଜଗନ୍ନାଥପୁର ଅନ୍ତର୍ଗତ ନଣ୍ଡାହାତପଲ୍ଲି ଅଞ୍ଚଳର ଆଗଧାଡ଼ିର କାର୍ଯ୍ୟକର୍ତ୍ତା ଜ୍ୟୋତିରଞ୍ଜନ ରାଉତ ଙ୍କ ମାତା ୰ବିନୋଦିନୀ ରାଉତଙ୍କ ଏକାଦଶାହ କାର୍ଯ୍ୟରେ ଯୋଗଦାନ କରି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମାନ୍ୟବର ବିଧାୟକ ଶ୍ରୀ ଦେବୀ ରଞ୍ଜନ ତ୍ରିପାଠୀ।
ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇବା ସହ ଅମର ଆତ୍ମାର ସଦ୍ଗତି କାମନା କରିଛନ୍ତି।


ଆଜି ବୈଦେଶ୍ୱର ଅମରନାଥ ପୀଠରେ ଆୟୋଜିତ ହୋଇଯାଇଛି ବାଙ୍କୀ ମହୋତ୍ସବ ମହିଳା ଭାଗବତ ସମାବେଶ।-ଏହି ପବିତ୍ର ସମାବେଶରେ ପଶ୍ଚିମ ବାଙ୍କୀର ବିଭିନ୍ନ ...
20/09/2026

ଆଜି ବୈଦେଶ୍ୱର ଅମରନାଥ ପୀଠରେ ଆୟୋଜିତ ହୋଇଯାଇଛି ବାଙ୍କୀ ମହୋତ୍ସବ ମହିଳା ଭାଗବତ ସମାବେଶ।

-ଏହି ପବିତ୍ର ସମାବେଶରେ ପଶ୍ଚିମ ବାଙ୍କୀର ବିଭିନ୍ନ ପ୍ରମୁଖ ମହିଳା ଭାଗବତ ମଣ୍ଡଳୀର ମହିଳାମାନେ ଯୋଗଦେଇ ଭକ୍ତି, ଆଧ୍ୟାତ୍ମିକତା ଓ ସମୃଦ୍ଧ ପରମ୍ପରାର ଏକ ସୁନ୍ଦର ଉଦାହରଣ ସୃଷ୍ଟି କରିଥିଲେ।
-ଏହି ଅବସରରେ ମହୋତ୍ସବ କମିଟି ପକ୍ଷରୁ ଉପସ୍ଥିତ ସମସ୍ତ ଭାଗବତ ମଣ୍ଡଳୀଙ୍କୁ ମାନ୍ୟବର ବିଧାୟକ ତଥା ମହୋତ୍ସବ ସଭାପତିଙ୍କ ଦ୍ୱାରା ଭାଗବତ ମହାପୁରାଣ ପ୍ରଦାନ କରାଯାଇଛି।
#ମହିଳାଭାଗବତସମାବେଶ

ଢଁସର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ପ୍ରତାପ କୁମାର ରାଉତଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ତାଙ୍କ ...
19/09/2026

ଢଁସର ଗ୍ରାମର ବିଶିଷ୍ଟ ଶିକ୍ଷାବିତ୍ ତଥା ସମାଜସେବୀ ସ୍ୱର୍ଗତ ପ୍ରତାପ କୁମାର ରାଉତଙ୍କ ଏକାଦଶାହ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗଦେଇ ତାଙ୍କ ପବିତ୍ର ସ୍ମୃତି ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ପ୍ରାକ୍ତନ ବିଧାୟକ ଶ୍ରୀ ପ୍ରଭାତ କୁମାର ତ୍ରିପାଠୀ।
ଏହି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଧୈର୍ଯ୍ୟ ଓ ସାହସ ପ୍ରଦାନ କରିବା ସହ ଦିବଙ୍ଗତ ଆତ୍ମାର ସଦ୍ଗତି ଓ ଚିରଶାନ୍ତି ପାଇଁ ମା’ ଚର୍ଚ୍ଚିକା ଏବଂ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି

#ଓଁ_ଶାନ୍ତି #ଶ୍ରଦ୍ଧାଞ୍ଜଳି

Address

Banki
754008

Telephone

7894858931

Website

Alerts

Be the first to know and let us send you an email when BJD BANKI posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share