09/09/2026
କଟକ ମହାନଗର ନିଗମ ଅନ୍ତର୍ଗତ ସେକ୍ଟର-୯ ଠାରେ ନୂତନ ଭାବେ ନିର୍ମାଣ କରାଯାଇଥିବା 'ମିଲେନିୟମ୍ ସିଟି ମାର୍କେଟ୍ କମ୍ପ୍ଲେକ୍ସ୍'ର ଲୋକାର୍ପଣ କଲେ ମାନ୍ୟବର ମନ୍ତ୍ରୀ ଗୃହ ନିର୍ମାଣ ଓ ନଗର ଉନ୍ନୟନ ଡ଼ା କୃଷ୍ଣଚନ୍ଦ୍ର ମହାପାତ୍ର ଏହି ଅତ୍ୟାଧୁନିକ ମାର୍କେଟ୍ କମ୍ପ୍ଲେକ୍ସ୍ ଦ୍ଵାରା ସ୍ଥାନୀୟ ବ୍ୟବସାୟୀମାନେ ବହୁଭାବରେ ଉପକୃତ ହେବା ସହ ସହରର ବ୍ୟବସାୟିକ କାର୍ଯ୍ୟକଳାପ ଅଧିକ କ୍ରିୟାଶୀଳ ହୋଇପାରିବ ଏବଂ ନାଗରିକମାନଙ୍କୁ ଉତ୍ତମ ସେବା ଓ ସୁବିଧା ମିଳିପାରିବ।
ଏହି ଉଦ୍ଘାଟନୀ ଉତ୍ସବରେ ଚୌଦ୍ଵାର-କଟକର ମାନ୍ୟବର ବିଧାୟକ ଶ୍ରୀ ସୌଭିକ୍ ବିଶ୍ୱାଳ, କେଏମସି ମେୟର ଶ୍ରୀ ସୁବାସ ଚନ୍ଦ୍ର ସିଂହ ଏବଂ କମିଶନର ସୁଶ୍ରୀ କିରନଦୀପ ସହୋତା ପ୍ରମୁଖ ଉପସ୍ଥିତ ରହି ଏହାକୁ ଶୁଭାରମ୍ଭ କରିଥିଲେ।