Belpahar Parivar

Call Directions

Belpahar Parivar THE PRESTIGIOUS PAGE OF BELPAHAR.

ବେଲପାହାଡ଼ରେ ୩.୨୩୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଷ୍ଟେସନ ନିକଟରୁ ୩.୨୩୩ କେଜି ଗଞ୍ଜେଇ ଜବତ କରିଛି ବେଲପ...
07/10/2026

ବେଲପାହାଡ଼ରେ ୩.୨୩୩ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

ଝାରସୁଗୁଡା ଜିଲ୍ଲା ବେଲପାହାଡ଼ ରେଳ ଷ୍ଟେସନ ନିକଟରୁ ୩.୨୩୩ କେଜି ଗଞ୍ଜେଇ ଜବତ କରିଛି ବେଲପାହାଡ଼ ପୋଲିସ।
ଏହି ଘଟଣାରେ ଛତିଶଗଡ଼ର ଯୋଗେଶ ସାହୁ (୨୧)ଙ୍କୁ ଗିରଫ କରାଯାଇଛି।
ତାଙ୍କ ନିକଟରୁ ଗଞ୍ଜେଇ ସହ ଗୋଟିଏ ଭିଭୋ Y-27 ମୋବାଇଲ ଓ ୧୨୦ ଟଙ୍କା ନଗଦ ଜବତ ହୋଇଛି।
ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୩୩ ହଜାର ଟଙ୍କା ବୋଲି ପୋଲିସ କହିଛି।
ଏନେଇ ବେଲପାହାଡ଼ ଥାନାରେ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ ସହ ତଦନ୍ତ ଜାରି ରହିଛି।

06/10/2026

।।ସ୍କୁଟି କୁ ପିଟିଲା କାର। ସ୍କୁଟି ଚାଳକ ଏବଂ କାର ଚାଳକ ଗୁରୁତର ଅବସ୍ଥା ରେ ଚିକିତ୍ସା ପାଇଁ ସ୍ଥାନାନ୍ତର।।
ଝାରସୁଗୁଡା ଜିଲା ବନ୍ଧବାହାଲ ନୁଆଁ ଦର୍ଲ୍ଲିପାଲି ଛକ ନିକଟରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା l ସ୍କୁଟି କୁ ପିଟିଲା କାର l ଦୁର୍ଘଟନା ଏତେ ଭୟଙ୍କର ଥିଲା ଯେ ଦୁଇଟି ଯାକ ଗାଡ଼ି ପିଟି ହୋଇ ରାସ୍ତା ତଳକୁ ଓଲଟି ପଡ଼ିଛି। ସ୍କୁଟି ଚାଳକ ଗୁରୁତର ଥିବାବେଳେ କାର ଚାଳକ ଚେତା ଶୂନ୍ୟ ହୋଇପଡିଥିବା ସ୍ଥାନୀୟ ଲୋକେ ସୂଚନା ଦେଇଛନ୍ତି l ଦୁଇ ଚାଳକଙ୍କୁ ପୋଲିସ ଉଦ୍ଧାର କରି ଚିକିତ୍ସା ପାଇଁ ସ୍ଥାନାନ୍ତର କରିଛି l

ଆଶୁତୋଷ ଦୀକ୍ଷିତ ନୂଆ ବାୟୁସେନା ମୁଖ୍ୟଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବଡ଼ ଦାୟିତ୍ବବାୟୁସେନାର ମୁଖ୍ୟ ଭାବେ ଆଶୁତୋଷଙ୍କୁ ନିଯୁକ୍ତିଏ.ପି...
06/10/2026

ଆଶୁତୋଷ ଦୀକ୍ଷିତ ନୂଆ ବାୟୁସେନା ମୁଖ୍ୟ

ଏୟାର ମାର୍ଶାଲ ଆଶୁତୋଷ ଦୀକ୍ଷିତଙ୍କୁ ବଡ଼ ଦାୟିତ୍ବ
ବାୟୁସେନାର ମୁଖ୍ୟ ଭାବେ ଆଶୁତୋଷଙ୍କୁ ନିଯୁକ୍ତି
ଏ.ପି ସିଂଙ୍କ ଅବସର ପରେ କାର୍ଯ୍ୟଭାର ସମ୍ଭାଳିବେ
ଅକ୍ଟୋବର ୩୧ରେ ସରୁଛି ଏ.ପି ସିଂଙ୍କ କାର୍ଯ୍ୟକାଳ

06/10/2026




ବେଲପାହାଡ଼ ମୁନିସିପାଲିଟି ନିକଟସ୍ଥ ମାର୍କେଟ କମ୍ପ୍ଲେକ୍ସ ଗଣେଷ ପୂଜା ଗଜାନନ ମୂର୍ତ୍ତି ବିସର୍ଜନ ମହା ଆଡମ୍ବରରେ ଅନୁଷ୍ଠିତ।

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏💐💐ଶ୍ରୀ ଚନ୍ଦୁଲାଲ ସାହୁ ସାର ଏବେ ଆଉ ଆମ ଗହଣ ରେ ନାହାନ୍ତି। ସେ ଦୀର୍ଘ ବର୍ଷ ଶିକ୍ଷକତା କରି ହଜାର ହଜାର ଛାତ୍ର ଛାତ...
06/10/2026

ଅଶ୍ରୁଳ ଶ୍ରଦ୍ଧାଞ୍ଜଳି 🙏🙏💐💐
ଶ୍ରୀ ଚନ୍ଦୁଲାଲ ସାହୁ ସାର ଏବେ ଆଉ ଆମ ଗହଣ ରେ ନାହାନ୍ତି। ସେ ଦୀର୍ଘ ବର୍ଷ ଶିକ୍ଷକତା କରି ହଜାର ହଜାର ଛାତ୍ର ଛାତ୍ରୀଙ୍କୁ ମଣିଷ କରିବା ସହିତ School Inspector ଭାବେ ସେବା ପ୍ରଦାନ କରି ଚାକିରିରୁ ଅବସର ନେଇଥିଲେ। 78 ବର୍ଷ ବୟସରେ ସାହୁ ସାରଙ୍କ ପରଲୋକ ଘଟିଛି। ଜଗତର ନାଥ ଜଗନ୍ନାଥ ଓ ଜଗତ ଜନନୀ ମା ସମଲେଶ୍ୱରୀ ଅମର ଆତ୍ମା କୁ ସଦଗତି ଦିଅନ୍ତୁ।
ଓଁ ଶାନ୍ତି 🙏🙏🙏

06/10/2026

।।ସାମ୍ବାଦିକଙ୍କ ନିଷ୍ଠାପର ପ୍ରଚେଷ୍ଟା ପାଇଁ ଦୁଇ ଦୁଇଟା ଜୀବନ ଆଜି ବଞ୍ଚିବାର ନୂଆ ରାହା ପାଇଛି।।
କେବଳ ଯେ ସାମ୍ବାଦ ପରିବେଷଣ କରିବା ଜଣେ ସାମ୍ବାଦିକଙ୍କ କର୍ତ୍ତବ୍ୟ ନୁହେଁ ବରଂ ସମାଜ ରେ ଘଟୁଥିବା ସମସ୍ତ ଘଟଣା କୁ ନିଜ ସକ୍ଷମ ଅନୁସାରେ ସମାଧାନ କରି ଲୋକଙ୍କ ସେବା କରିବା ମଧ୍ୟ।ସାମ୍ବାଦିକ Sitam Pradhan ଆମ ବେଲପାହାଡ଼ ପରିବାର ଆପଣଙ୍କୁ ଅନେକ ଅନେକ ସାଧୁବାଦ ଜଣାଇବା ସହିତ ଆପଣଙ୍କ କର୍ତ୍ତବ୍ୟ ନିଷ୍ଠା କୁ ହୃଦୟରୁ କୃତଜ୍ଞତା ଜଣାଉଛି କାରଣ ଆପଣଙ୍କ ସମ୍ବାଦ ପରିବେଷଣ ପରେ ଭୋକ ଓ ଅବହେଳାରେ ଜୀବନ କାଟୁଥିବା ୭ ବର୍ଷୀୟ ସାହିଲ ମହାରଣା ଓ ତାଙ୍କ ଅସହାୟ ମା’ ରାଧା ମହାରଣାଙ୍କୁ ଶେଷରେ ଉଦ୍ଧାର କରିଛି ଜିଲ୍ଲା ପ୍ରଶାସନ। ବେଲପାହାଡ଼ ପୌରପରିଷଦ ଅନ୍ତର୍ଗତ ଜୋରାବଗାର ସାହିଲଙ୍କ ଦୁର୍ଦ୍ଦଶା ସମ୍ପର୍କରେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇବାର ମାତ୍ର ୧୨ ଘଣ୍ଟା ମଧ୍ୟରେ ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌ ଓ ସମ୍ପୃକ୍ତ ବିଭାଗର ଟିମ୍‌ ସାହିଲ ଓ ତାଙ୍କ ମା’ଙ୍କୁ ଉଦ୍ଧାର କରିଛନ୍ତି।
ଝାରସୁଗୁଡ଼ା ଜିଲ୍ଲାପାଳ କୁନାଲ ମୋତିରାମ ଚୌହାଣଙ୍କ ନିର୍ଦ୍ଦେଶକ୍ରମେ ଜିଲ୍ଲା ସାମାଜିକ ସୁରକ୍ଷା ବିଭାଗ, ଶିଶୁ କଲ୍ୟାଣ ସମିତି (ସିଡବ୍ଲ୍ୟୁସି), ମେଡିକାଲ ଟିମ୍‌ ଓ ପୁଲିସ ଟିମ୍‌ ବେଲପାହାଡ଼ ଜୋରାବଗାସ୍ଥିତ ସାହିଲଙ୍କ ଘରେ ପହଞ୍ଚିଥିଲେ। ବେଲପାହାଡ଼ ଥାନା ଅଧିକାରୀ ବିକାଶ କଲେତଙ୍କ ନେତୃତ୍ୱରେ ପୁଲିସ ଟିମ୍‌ ମଧ୍ୟ ଉଦ୍ଧାର ପ୍ରକ୍ରିୟାରେ ସାମିଲ ହୋଇଥିଲା।
ଉଦ୍ଧାର ପରେ ସାହିଲ ଓ ତାଙ୍କ ମା’ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ସହ କାଉନସେଲିଂ କରାଯାଇଛି। ପରୀକ୍ଷାରୁ ଉଭୟଙ୍କ ଶରୀରରେ ରକ୍ତହୀନତା ଥିବା ଜଣାପଡ଼ିଛି। ପ୍ରଶାସନର ତତ୍ତ୍ୱାବଧାନରେ ଉଭୟଙ୍କ ଆବଶ୍ୟକ ଚିକିତ୍ସା କରାଯିବ।
ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ କୁମାର ନାୟକଙ୍କ ସୂଚନା ଅନୁଯାୟୀ, ଚିକିତ୍ସା ପରେ ସାହିଲଙ୍କୁ ଚାଇଲ୍ଡ କେୟାର ଇନ୍‌ଷ୍ଟିଚ୍ୟୁଟ୍‌ (ସିସିଆଇ)ର ତତ୍ତ୍ୱାବଧାନରେ ରଖାଯିବ। ସେହିପରି ତାଙ୍କ ମା’ ରାଧା ମହାରଣାଙ୍କୁ ମିଶନ ଆଶ୍ରାରେ ରଖାଯାଇ ଉଭୟଙ୍କ ଯତ୍ନ ନିଆଯିବ।
ସୂଚନାଯୋଗ୍ୟ, ପ୍ରାୟ ୬ ବର୍ଷ ତଳେ ସାହିଲ ତାଙ୍କ ବାପାଙ୍କୁ ହରାଇଥିଲେ। ପରେ ମା’ ରାଧା ମଧ୍ୟ ଅସହାୟ ହୋଇପଡ଼ିଥିଲେ। ମା’ ଦିନରାତି ଏଣେତେଣେ ବୁଲାବୁଲି କରୁଥିବାରୁ ସାହିଲ ଘରେ ଏକାକୀ ରହୁଥିଲେ। ନିୟମିତ ଖାଦ୍ୟ ନମିଳିବା ଓ ଅବହେଳିତ ଜୀବନର ପ୍ରଭାବ ତାଙ୍କ ଶରୀରରେ ସ୍ପଷ୍ଟ ଦେଖାଯାଉଥିଲା।
ଯେଉଁ ବୟସରେ କାନ୍ଧରେ ସ୍କୁଲ ବ୍ୟାଗ୍‌ ରହିବା କଥା, ସେହି ବୟସରେ ଦୁଇବେଳା ଖାଦ୍ୟ ପାଇଁ ସାହିଲଙ୍କୁ ଅନ୍ୟର ଦ୍ୱାରକୁ ଚାହିଁବାକୁ ପଡ଼ୁଥିଲା। ସାହିଲଙ୍କ ପାଠପଢ଼ା ମଧ୍ୟ ଆରମ୍ଭ ହୋଇପାରିନଥିଲା। ୭ ବର୍ଷ ବୟସ ହୋଇଥିଲେ ମଧ୍ୟ ସେ ଏପର୍ଯ୍ୟନ୍ତ ସ୍କୁଲ ଯାଇନଥିବା ଜଣାପଡ଼ିଥିଲା।
ସାହିଲଙ୍କ ଏଭଳି ଦୁର୍ଦ୍ଦଶା ସମ୍ପର୍କରେ ସ୍ଥାନୀୟ କାଉନସିଲର ଗୀତାରାଣୀ ପାନ୍‌ ମଧ୍ୟ ଡିଏସ୍‌ଏସ୍‌ଓ ଓ ଚାଇଲ୍ଡ ଲାଇନ୍‌ର ଦୃଷ୍ଟି ଆକର୍ଷଣ କରିଥିଲେ। ତେବେ ‘ପ୍ରମେୟ’ରେ ଖବର ପ୍ରକାଶ ପାଇବା ପରେ ଜିଲ୍ଲା ପ୍ରଶାସନ ତତ୍ପର ହୋଇ ଉଭୟ ମା’ ଓ ପୁଅଙ୍କୁ ଉଦ୍ଧାର କରିଛି। ଏହି ପଦକ୍ଷେପ ପାଇଁ ଜୋରାବଗା ଗ୍ରାମବାସୀ ‘News7 ସାମ୍ବାଦିକ ସିତମ ପ୍ରଧାନ ’ ଓ ପ୍ରଶାସନକୁ କୃତଜ୍ଞତା ଜଣାଇଛନ୍ତି।

 #ନୟାପଲ୍ଲୀ_ଦୁଷ୍କର୍ମ_ଘଟଣାରେ_ଏନକାଉଣ୍ଟର - ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୁଲିସକୁ ମିଳିଛି ବଡ...
04/10/2026

#ନୟାପଲ୍ଲୀ_ଦୁଷ୍କର୍ମ_ଘଟଣାରେ_ଏନକାଉଣ୍ଟର
- ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଘଟିଥିବା ବହୁଚର୍ଚ୍ଚିତ ଦୁଷ୍କର୍ମ ମାମଲାରେ ପୁଲିସକୁ ମିଳିଛି ବଡ଼ ସଫଳତା
- ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ଥାନା ପୁଲିସର ମିଳିତ ଚଢ଼ଉରେ ଅଭିଯୁକ୍ତ ଧରାପଡିଛି
- ଗିରଫ ଅଭିଯୁକ୍ତ ହେଲା ଗଞ୍ଜାମଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅନ୍ତର୍ଗତ ପ୍ରଦୀପ ପଣ୍ଡାଙ୍କ ୨୪ ବର୍ଷୀୟ ପୁଅ ସନ୍ତୋଷ ଓରଫ ଶ୍ରୀଧର ପଣ୍ଡା
- ସେ ମଞ୍ଚେଶ୍ୱର ଥାନା ଅନ୍ତର୍ଗତ ଚାକେଇଶିଆଣି ଗ୍ରାମରେ ରହୁଥିଲା
- ଆଜି ଚନ୍ଦକା ଥାନା ଅଞ୍ଚଳରେ ଅଭିଯୁକ୍ତ ଲୁଚି ରହିଥିବା ଖବର ପାଇ ସ୍ପେଶାଲ ସ୍କ୍ୱାଡ୍ ଓ ନୟାପଲ୍ଲୀ ଥାନା ପୁଲିସ ମିଳିତ ଭାବେ ତାକୁ କାବୁ କରିବାକୁ ଉଦ୍ୟମ କରିଥିଲେ
- ଏକ ସ୍କ୍ରୁ-ଡ୍ରାଇଭର ସାହାଯ୍ୟରେ ନୟାପଲ୍ଲୀ ଥାନାର ଆସିଷ୍ଟାଣ୍ଟ ସବ-ଇନ୍ସପେକ୍ଟର (SI)ଙ୍କୁ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲା
- ଆତ୍ମରକ୍ଷା ପାଇଁ ପୁଲିସ ପକ୍ଷରୁ ୨ ରାଉଣ୍ଡ ଗୁଳି ଚାଳନା କରାଯାଇଥିଲା
- ଗୁଳିଟି ଅଭିଯୁକ୍ତର ଡାହାଣ ଗୋଡ଼ରେ ବାଜିବାରୁ ସେ ଗୁରୁତର ଆହତ ହୋଇଥିଲା

🎙️ JHUMO RE: The Garba Utsav 2026“Belpahar, get ready to celebrate Garba like never before!” 💃✨Ladies and gentlemen, boy...
02/10/2026

🎙️ JHUMO RE: The Garba Utsav 2026

“Belpahar, get ready to celebrate Garba like never before!” 💃✨

Ladies and gentlemen, boys and girls…
For the FIRST TIME EVER IN BELPAHAR, get ready for a grand evening filled with Garba, Dandiya, music, dance and unlimited festive energy! 🎶🔥

Presenting “JHUMO RE – The Garba Utsav 2026”, brought to you by Sambalpuri Youth Association.

And making the evening even more exciting, your host for the night is Amisha Mishra! 🎤✨

📅 18th & 19th October 2026
⏰ 7:00 PM to 11:00 PM
📍 Behind Jagannath Temple, Gumadera, Belpahar

Contact For Pre Booking :- 7978903567 / 63704 47049

So gather your friends and family, put on your most colourful traditional outfit, bring your Dandiya sticks, and get ready to dance to the beats of Garba! 💃🕺

🌟 Two Nights. One Grand Celebration. Unlimited Garba Masti! 🌟

Belpahar… are you ready to JHUMO RE?

18th & 19th October — mark your dates!
JHUMO RE 2026 — The Garba Utsav! 🎉🔥

See you there! 💃🕺

ଆଜି ସକାଳେ ଲଖନପୁର MCl ଦର୍ଲିପାଲି ଗାଁ ନିକଟସ୍ଥ ବ୍ରିଜ୍‌ ଜଳଭର୍ତ୍ତି ସ୍ଥାନରେ ଏକ ଅଘଟଣ ଘଟିଛି। ଘଟଣାରେ ପ୍ରାୟ ୫୦ ବର୍ଷ ବୟସ୍କ ଧନପତି ଭୋଇ...
01/10/2026

ଆଜି ସକାଳେ ଲଖନପୁର MCl ଦର୍ଲିପାଲି ଗାଁ ନିକଟସ୍ଥ ବ୍ରିଜ୍‌ ଜଳଭର୍ତ୍ତି ସ୍ଥାନରେ ଏକ ଅଘଟଣ ଘଟିଛି। ଘଟଣାରେ ପ୍ରାୟ ୫୦ ବର୍ଷ ବୟସ୍କ ଧନପତି ଭୋଇ ନାମକ ଜଣେ ଠିକା ଶ୍ରମିକଙ୍କ ମୃ_ ସମ୍ପର୍କରେ ସୂଚନା ମିଳିଛି।
ଧନପତି ଭୋଇ ILBL OCPର ୱେଟ୍‌ ବ୍ରିଜ୍‌ରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ସମୟ ରେ ଏକ ହାଇୱା ତାଙ୍କ ଉପରେ ଚଢ଼ି ଯାଇ ଘଟଣାସ୍ଥଳ ରେ ହିଁ ତାଙ୍କର ମୃତ୍ୟୁ ଘଟିଛି ବୋଲି ସୂଚନା ମିଳିଛି।
ଘଟଣା ସମ୍ପର୍କରେ ଅଧିକ ତଥ୍ୟ ଓ ଉଦ୍ଧାର କାର୍ଯ୍ୟ ସମ୍ବନ୍ଧୀୟ ସୂଚନା ଅପେକ୍ଷାରତ ରହିଛି।

 ାଉ_ବେଳେ_ଅବକାରୀ_ଟିମକୁ_ଆକ୍ରମଣ - ସୁନ୍ଦରଗଡ଼ରେ ବେଆଇନ ମଦ ଚଢ଼ାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ- ଏସ୍‌ଆଇ ଆହତ, ୫ ଗିରଫ ଓ ୫ ବାଇକ୍‌ ଜ...
30/09/2026

ାଉ_ବେଳେ_ଅବକାରୀ_ଟିମକୁ_ଆକ୍ରମଣ
- ସୁନ୍ଦରଗଡ଼ରେ ବେଆଇନ ମଦ ଚଢ଼ାଉ ବେଳେ ଅବକାରୀ ଟିମ୍‌ ଉପରେ ଆକ୍ରମଣ
- ଏସ୍‌ଆଇ ଆହତ, ୫ ଗିରଫ ଓ ୫ ବାଇକ୍‌ ଜବତ
- ସୁନ୍ଦରଗଡ଼ ଜିଲ୍ଲା ଧରୁଆଡିହି ଥାନା ଅନ୍ତର୍ଗତ ଅଲଙ୍ଗପାଣି, ମାନମୁଣ୍ଡା ଓ ଧାଉଁଲାଖମାନ ଅଞ୍ଚଳରେ ଅବକାରୀ ଟିମ୍‌ ଚଢ଼ାଉ କରିବାକୁ ଯାଇଥିଲେ
- ଏହି ସମୟରେ ମଦମାଫିଆଙ୍କ ଗୁଣ୍ଡାମାନେ ଅବକାରୀ ବିଭାଗ କର୍ମଚାରୀଙ୍କୁ ଅଟକାଇ ଗାଳିଗୁଲଜ କରିଥିଲେ
- ଏହାର ପ୍ରତିରୋଧ କରିବାରେ ଠେଙ୍ଗା, ଢେଲା ଆଦିରେ ଆକ୍ରମଣ କରିଥିଲେ
- ଦୁଇ ପ୍ଲାଟୁନ୍‌ ସଶସ୍ତ୍ର ପୁଲିସ ବାହିନୀ ସହ ସୁନ୍ଦରଗଡ଼ ସଦର ଏସ୍‌ଡିପିଓ ନିର୍ମଳ କୁମାର ମହାପାତ୍ର, ଧରୁଆଡିହି ଥାନା ଅଧିକାରୀ ଅଶୋକ କୁମାର ଦାସ, ଭସ୍ମା ଥାନା ଅଧିକାରୀ ଅମର ହୋତାଙ୍କ ସମେତ ଅବକାରୀ କର୍ମଚାରୀମାନେ ଚଢ଼ାଉ କରି ଆକ୍ରମଣକାରୀଙ୍କୁ ଚିହ୍ନଟ କରିଛନ୍ତି
- ସେମାନଙ୍କ ମଧ୍ୟରୁ ୫ଜଣଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରୁଥିବା ୫ଟି ମୋଟରସାଇକଲ ମଧ୍ୟ ଜବତ କରାଯାଇଛି

Address

Bajar Pada
Belpahar
768217

Telephone

+917894583010

Website

Alerts

Be the first to know and let us send you an email when Belpahar Parivar posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share