District Administration,Bhadrak

Directions Website Contact the organization

District Administration,Bhadrak Mirror of Day to Day activities of Bhadrak District.

ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) କାର୍ଯ୍ୟାଳୟରେ ହାଇବ୍ରିଡ୍ ମୋଡ୍‌ରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ...
08/10/2026

ଆଜି ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ (ସିଡିଏମଓ) କାର୍ଯ୍ୟାଳୟରେ ହାଇବ୍ରିଡ୍ ମୋଡ୍‌ରେ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ ଅଧୀନରେ ଜୋଶ୍ (Joint Squad for Health-JOSH) କାର୍ଯ୍ୟକ୍ରମର ଜିଲ୍ଲାସ୍ତରୀୟ ଉଦ୍‌ଘାଟନ ଅନୁଷ୍ଠିତ ହୋଇଛି।ଏହି କାର୍ଯ୍ୟକ୍ରମ କେନ୍ଦ୍ର ସ୍ତରରେ ଆୟୋଜିତ ଜାତୀୟ ଉଦ୍‌ଘାଟନର ଅଂଶବିଶେଷ।ଜାତୀୟ ଉଦ୍‌ଘାଟନର ନେତୃତ୍ୱ ନେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ତଥା ରସାୟନ ଓ ସାର ମାନ୍ୟବର ମନ୍ତ୍ରୀ ଜେ.ପି. ନାଡ୍ଡା।
ଜିଲ୍ଲା ସ୍ତରୀୟ କାର୍ଯ୍ୟକ୍ରମରେ ଜିଲ୍ଲାର ସରପଞ୍ଚ ବୃନ୍ଦ,ଏନ୍‌ସିସି କମାଣ୍ଡର,ଯୁବ ଭାରତର ଯୁବ ସମନ୍ୱୟକ,ସିଡିଏମଓ, ଜିଲ୍ଲା ପଞ୍ଚାୟତ ଅଧିକାରୀ ଓ ସ୍ୱାସ୍ଥ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।ଏହି ଅବସରରେ ଜିଲ୍ଲାସ୍ତରରେ ଟିବି ମୁକ୍ତ ପଞ୍ଚାୟତ ହାସଲ କରିଥିବା ୨୬ ଜଣ ସରପଞ୍ଚଙ୍କୁ ପୁରସ୍କୃତ କରାଯାଇଛି।କାର୍ଯ୍ୟକ୍ରମରେ ଉପସ୍ଥିତ ଅଧିକାରୀ ଓ ପ୍ରତିନିଧିମାନେ ଯକ୍ଷ୍ମା ମୁକ୍ତ ଭଦ୍ରକ ଗଢ଼ିବା ପାଇଁ ସମସ୍ତଙ୍କ ସକ୍ରିୟ ସହଯୋଗ ଆବଶ୍ୟକ ବୋଲି ଉଲ୍ଲେଖ କରିଛନ୍ତି।

🗳️ Your Name.Your Right.Your Voice!Ready to make your voice count?BLOs are present at their booths from 7–9 Oct,26 to he...
08/10/2026

🗳️ Your Name.Your Right.Your Voice!

Ready to make your voice count?BLOs are present at their booths from 7–9 Oct,26 to help young & eligible left out voters enrol in the Electoral Roll.

📢 Don’t wait-head to your nearest Booth-Level Camp & take charge of your Voter Registration.

✅ Check whether your name is on the voter list.
✅ Eligible but missing from the list? Apply for enrolment through Form 6 with the help of your BLO.
✅ Step up,get enrolled and be ready to shape the future.

👉 Check your name.Enroll if you’re eligible. Make sure your name is on the Electoral Roll.




ଧାମନଗରରେ ଉର୍ତ୍ସ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ବ...
07/10/2026

ଧାମନଗରରେ ଉର୍ତ୍ସ ଉତ୍ସବକୁ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ପାଇଁ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା।ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ,ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଓ ସହାୟକ ଜିଲ୍ଲାପାଳ(ବିଚାର) ପ୍ରମୁଖ ଉପସ୍ଥିତ ଥିଲେ।ତହସିଲଦାର,ଧାମନଗର,ଉପଖଣ୍ଡ ଆରକ୍ଷୀ ଅଧିକାରୀ ଏବଂ ଭାରପ୍ରାପ୍ତ ଅଧିକାରୀ,ଧାମନଗରଙ୍କ ସମେତ ଉର୍ତ୍ସ କମିଟିର ସଦସ୍ୟବୃନ୍ଦ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

ଭଦ୍ରକ ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦର ନିର୍ବାଚନ କୁ ସ୍ୱଚ୍ଛ,ଅବାଧ,ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା...
07/10/2026

ଭଦ୍ରକ ଜିଲ୍ଲାରେ ବିଭିନ୍ନ ମହାବିଦ୍ୟାଳୟରେ ଛାତ୍ର ସଂସଦର ନିର୍ବାଚନ କୁ ସ୍ୱଚ୍ଛ,ଅବାଧ,ନିରପେକ୍ଷ ଏବଂ ଶାନ୍ତି ଶୃଙ୍ଖଳାର ସହିତ ସମ୍ପନ୍ନ କରିବା ନିମିତ୍ତ ଜିଲ୍ଲାପାଳ ଓ ଜିଲ୍ଲା ମାଜିଷ୍ଟ୍ରେଟ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଆଜି ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଆରକ୍ଷୀ ଅଧିକ୍ଷକ,ଭଦ୍ରକ,ଅତିରିକ୍ତ ଜିଲ୍ଲାପାଳ,ଉପ ଜିଲ୍ଲାପାଳ ଓ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ।ଭଦ୍ରକ ଜିଲ୍ଲାର ଛାତ୍ର ସଂସଦର ନିର୍ବାଚନ ହେବାକୁ ଥିବା ମହାବିଦ୍ୟାଳୟର ଅଧ୍ୟକ୍ଷ,ସମସ୍ତ ଉପଖଣ୍ଡସ୍ତରୀୟ ଆରକ୍ଷୀ ଅଧିକାରୀ,ସମସ୍ତ ଥାନାର ଭାରପ୍ରାପ୍ତ ଅଧିକାରୀମାନେ ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ।

🗳️ Special Drive for Enrolment of Left-out & Young VotersTraining of BLOs & BLO Supervisors was organised by all AEROs o...
07/10/2026

🗳️ Special Drive for Enrolment of Left-out & Young Voters
Training of BLOs & BLO Supervisors was organised by all AEROs of Bhadrak District to ensure effective implementation of the Special Drive from 7th–9th October 2026.The training focused on identification of eligible left-out and young voters, facilitation of Form-6 applications, and ensuring accurate and inclusive electoral rolls.





ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଜନଶୁଣାଣି ଶିବିର ଭଦ୍ରକ ବ୍ଳକ ଅନ୍ତର୍ଗତ ସାହାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ...
05/10/2026

ଜିଲ୍ଲାପାଳ,ଭଦ୍ରକ ଓ ଆରକ୍ଷୀ ଅଧିକ୍ଷକ,ଭଦ୍ରକଙ୍କ ପ୍ରତ୍ୟକ୍ଷ ଜନଶୁଣାଣି ଶିବିର ଭଦ୍ରକ ବ୍ଳକ ଅନ୍ତର୍ଗତ ସାହାଡ଼ା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା।ଏହି ଶିବିରରେ ମୁଖ୍ୟ ଉନ୍ନୟନ ଅଧିକାରୀ,ଜ଼ିଲ୍ଲା ପରିଷଦ ଓ ଉପ ଜିଲ୍ଲାପାଳଙ୍କ ସମେତ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତି ରହି ଅଭିଯୋଗ ଶୁଣାଣି କରିଥିଲେ।

ଏତେଦ୍ୱାରା ସର୍ବସାଧାରଣଙ୍କ ଅବଗତି ନିମିତ୍ତ ଜଣାଇଦିଆଯାଉଛି ଯେ ଆସନ୍ତା 📅 ୦୫ ଅକ୍ଟୋବର(ସୋମବାର) ଦିନ ପୂର୍ବାହ୍ନ ⏰ ୧୦ ଘଟିକା ରୁ ଅପରାହ୍ନ ୧ ...
04/10/2026

ଏତେଦ୍ୱାରା ସର୍ବସାଧାରଣଙ୍କ ଅବଗତି ନିମିତ୍ତ ଜଣାଇଦିଆଯାଉଛି ଯେ ଆସନ୍ତା 📅 ୦୫ ଅକ୍ଟୋବର(ସୋମବାର) ଦିନ ପୂର୍ବାହ୍ନ ⏰ ୧୦ ଘଟିକା ରୁ ଅପରାହ୍ନ ୧ ଘଟିକା ପର୍ଯ୍ୟନ୍ତ ଭଦ୍ରକ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଅଭିଯୋଗ ପ୍ରକୋଷ୍ଠ #ସାହାଡ଼ା #ଗ୍ରାମପଞ୍ଚାୟତ #କାର୍ଯ୍ୟାଳୟରେ ଜିଲ୍ଲାସ୍ତରୀୟ ଅଧିକାରୀମାନଙ୍କ ଉପସ୍ଥିତିରେ ଅନୁଷ୍ଠିତ ହେବ।

03/10/2026

A proud moment for Odisha and a significant step towards preserving India’s rich linguistic heritage.

The Ministry of Education’s approval of a Centre of Excellence for Classical Pali at the Central University of Odisha will strengthen the study, preservation and promotion of Pali, a language deeply connected with India’s intellectual, spiritual and cultural traditions.

This Centre will further strengthen Odisha’s contribution to preserving India’s civilisational knowledge and linguistic heritage.

My congratulations to the Central University of Odisha and everyone associated with this important initiative.

ଭଦ୍ରକ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କୀୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାର...
03/10/2026

ଭଦ୍ରକ ଜିଲ୍ଲା ର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ର କାର୍ଯ୍ୟାନ୍ୱୟନ ଓ ଅଗ୍ରଗତି ସମ୍ପର୍କୀୟ ସମୀକ୍ଷା ବୈଠକ ଆଜି ଜିଲ୍ଲାପାଳ,ଭଦ୍ରକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ବ),ଉପଜିଲ୍ଲାପାଳଙ୍କ ସମେତ ଯାନ୍ତ୍ରିକ ବିଭାଗୀୟ ମୁଖ୍ୟ ଏବଂ ଜିଲ୍ଲାର ସମସ୍ତ ତହସିଲଦାର ଯୋଗ ଦେଇଥିଲେ।

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ ଗତକାଲି ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ...
03/10/2026

ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୭ତମ ଜୟନ୍ତୀ ଅବସରରେ ଗତକାଲି ଭଦ୍ରକ ଜିଲ୍ଲା ସଂସ୍କୃତି ଭବନ ଠାରେ ଜିଲ୍ଲାସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ-୨୦୨୬ ରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ,ମୁଖ୍ୟ ବକ୍ତା ଭାବେ ସମାଜସେବୀ ତଥା ସଭାପତି,ତ୍ୟାଗଭୂମି ଶ୍ରୀ ଅଜୟ କୁମାର ନାୟକ ଯୋଗ ଦେଇଥିଲେ।ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂସ୍କୃତି ଅଧିକାରୀ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଓ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ମଞ୍ଚାସୀନ ଥିଲେ। ପ୍ରାତଃରେ ଭଦ୍ରକ ସହରସ୍ଥିତ ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା।ଏହି ଅବସରରେ ଅତିଥିବୃନ୍ଦ ଗାନ୍ଧୀଜୀଙ୍କ ଜୀବନାଦର୍ଶ, ସ୍ୱାଧୀନତା ସଂଗ୍ରାମରେ ତାଙ୍କ ଅବଦାନ ଏବଂ ସମାଜ ପାଇଁ ତାଙ୍କ ଚିରନ୍ତନ ବାର୍ତ୍ତା ସମ୍ପର୍କରେ ଅଭିଭାଷଣ ପ୍ରଦାନ କରିଥିଲେ ଏବଂ ଗାନ୍ଧୀ ଜୟନ୍ତୀ ଅବସରରେ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରିଥିଲେ।

Address

Bhadrak
756100

Alerts

Be the first to know and let us send you an email when District Administration,Bhadrak posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to District Administration,Bhadrak:

Shortcuts

Share