24/03/2026
ପ୍ରାକ୍ତନ ମହିଳା କମିଶନ ଅଧ୍ୟକ୍ଷା ତଥା କଥା ସମ୍ରାଟ ସୁରେନ୍ଦ୍ର ମହାନ୍ତିଙ୍କ ସୁପୁତ୍ରୀ ଶ୍ରୀମତୀ ଲୋପାମୁଦ୍ରା ମହାନ୍ତିଙ୍କୁ ଅଶୀତି ଜନ୍ମଦିନ ପାଇଁ ଅସୁମାରୀ ଶୁଭ କାମନା । ଏହି ଶୁଭ ଅବସରରେ ଡାକ୍ତରୀ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆପଣଙ୍କ ଶରୀର ଦାନ ନିଷ୍ପତ୍ତି ଅନ୍ୟ ମାନଙ୍କ ପାଇଁ ପ୍ରେରଣାଦାୟୀ ହେଉ। ଶ୍ରୀ ଜଗନ୍ନାଥ ଆପଣଙ୍କୁ ଶତାୟୁ କରନ୍ତୁ।🙏
31/10/2025
ଦିବଂଗତ ଶଙ୍କର୍ଷଣ ପରିଡ଼ାଙ୍କ ଏ ଥିଲା ୨୨/୨/୨୨ ର ସ୍ବର...... ମାଟିର ସ୍ବର ସହିତ, ମାଟିର ସ୍ୱର ସାଥୀରେ, ବିଚାରରେ,ହୃଦୟରେ ଓ ପ୍ରେମ ରେ..🙏🏿
++++++++++++++++++++
*ଭାଷା ସାହିତ୍ୟ*
"ପ୍ରେମ ବିପ୍ଳବ ସତ୍ଯାଗ୍ରହ ଓ ମହା ସଂଗ୍ରାମର ସ୍ବର"
+++++++++++++++++
"ସାହିତ୍ୟ ଏକ ବିପ୍ଳବ, ବାଣିଜ୍ୟ ନୁହେଁ " ଏ ମର୍ମରେ ସାମାଜିକ ସଂଗଠନ ମାଟିର ସ୍ବର ତରଫରୁ ତା ୨୦/୨/୨୨ ରିଖଦିନ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି।
କବି ଲେଖକ ସାହିତ୍ୟିକ ସମାଜ ସେବୀ ଇତ୍ୟାଦି ଏହି ଆଲୋଚନାରେ ଅଂଶଗ୍ରହଣ କରି ନିଜ ନିଜର ମତାମତ ଉପସ୍ଥାପନ କରିଥିଲେ ।
*ଓଡିଶା, ଯୁବ ଲେଖକ ସମ୍ମେଳନ, ସଭାପତି ତଥା ବରିଷ୍ଠ କବି ସାରସ୍ବତ ଲେଖକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା ଓ ଭୀମଭୋଇ ଗବେଷଣା କେନ୍ଦ୍ର, ସମ୍ବଲପୁର ବିଶ୍ଵବିଦ୍ୟାଳୟର ପ୍ରଫେସର ବିଶିଷ୍ଟ ସାହିତ୍ୟିକ ଡଃ ପ୍ରଦୀପ କୁମାର ପଣ୍ଡା ଏବଂ ସାହିତ୍ୟିକ ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ମହୋଦୟ ଏହି ଆଲୋଚନାରେ ବକ୍ତା ଭାବେ ଯୋଗଦେଇ ମାଟିର ସ୍ବର ସଂଗଠନର ଏ ଉଦ୍ୟମକୁ ପ୍ରଶଂସା କରିବା ସହିତ ଉପସ୍ଥିତ ସମସ୍ତ କବି ଲେଖକ ମାନଙ୍କୁ ସାଧାରଣ ଜନ ଜୀବନ ଆଧାରିତ ସାହିତ୍ୟ ସୃଷ୍ଟି କରିବା ସହିତ ଓଡିଆ ଭାଷା ସାହିତ୍ୟର ସୁରକ୍ଷା ଓ ଏହାକୁ ଶକ୍ତିଶାଳୀ କରିବା ପାଇଁ ଆହ୍ବାନ ଦେଇଥିଲେ*
*ଆଲୋଚକ ଶ୍ରୀଯୁକ୍ତ ଶଙ୍କର୍ଷଣ ପରିଡ଼ା କହିଥିଲେ - ସହ ଜାଗତିକ ସ୍ବର ହେଉଛି ମାଟିର ସ୍ବର*
*ଭାଷା ହେଉଛି, ଜାତିର ପ୍ରାଣ ସ୍ପନ୍ଦନ।
"ସାହିତ୍ୟ- ପ୍ରେମ, ବିପ୍ଳବ ଓ ସତ୍ଯାଗ୍ରହର ମହାସଂଗ୍ରାମ"। ସାହିତ୍ୟ ସୁଦୁର ପ୍ରସାରୀ ଅନ୍ତର୍ଦୃଷ୍ଟି ଓ ବୌଦ୍ଧିକ ପ୍ରତି ବେଦନର ପ୍ରତିବିମ୍ବ। ଜାତିପ୍ରଥା, ଅସ୍ମିତା,ଘୃଣା,
ଅସ୍ପର୍ଶ୍ଯତା,ଭେଦଭାବ ବିରୋଧରେ ସାହିତ୍ୟ ସମାଜକୁ ଦିଏ ସଠିକ ବାର୍ତ୍ତା। ସଂପ୍ରତି ମାନବିକ ଓ ଗଣତାନ୍ତ୍ରିକ ଅଧିକାର କ୍ଷୁର୍ଣ୍ଣ ହେଉଥିଲା ବେଳେ ଏହାକୁପ୍ରତିରୋଧ କରିପାରିବ କେବଳ ସାହିତ୍ୟ। ଏଥିପାଇଁ ସନ୍ଥ କବି ଭୀମଭୋଇ ହୋଇପାରିଛନ୍ତି ବିଶ୍ବ ବିଦିତ।
*ଭାଷା,ଭାବ ଓ ସ୍ବର ହେଉଛି ମାଟିର ସ୍ବର। ସାଧାରଣ ମଣିଷ ଓ ସମାଜର ସ୍ୱର ହେଉଛି ମାଟିର ସ୍ବର । ସମାଜକୁ ସଠିକ ବାର୍ତ୍ତା ଦିଏ ସମାଜକୁ ବଦଳାଏ ଓ ଗଢେ ସାହିତ୍ୟ। ଅତ୍ଯାଚାର ଅସ୍ମିତା ଅନ୍ୟାୟ ବିରୁଦ୍ଧରେ ସାହିତ୍ୟ ହିଁ କରିଛି ବୌଦ୍ଧିକ ଆନ୍ଦୋଳନ। ସାହିତ୍ୟ ଭାଷା ଭାବ ପରିସ୍ଥିତି ପରିବେଶ ଆବେଗ ଓ ପ୍ରଗତିର ବାର୍ତ୍ତାବହ। ଯେଉଁ ସାହିତ୍ୟରେ ଜନ ଜୀବନର ବାସ୍ତବ ଦୃଶ୍ୟ ରହିଛି ସେ ସାହିତ୍ୟ କାଳଜୟୀ ହୋଇଛି*
*ସାହିତ୍ୟ ବଜାର କୈନ୍ଦ୍ରିକ ନ ହୋଇ ସମାଜ କୈନ୍ଦ୍ରିକ ହେବା ଆବଶ୍ୟକ। ଏଥିପ୍ରତି ଲେଖକ ଲେଖିକା ଧ୍ୟାନ ଦେବା ଉଚିତ। ଜନ ଜୀବନ ଓ ସମାଜ ଆଧାରିତ ସାହିତ୍ୟର ମୃତ୍ୟୁ ନାହିଁ। ଭୀମଭୋଇ ହେଉଛନ୍ତି ଏହାର ଉଦାହରଣ। ସାମାଜିକ ଜନ ଜୀବନର ସାହିତ୍ୟିକ ହଳଧର ନାଗଙ୍କୁ ଆଜିର ଲେଖକ ଲେଖିକା ଅନୁସରଣ କରିବା ଆବଶ୍ୟକ*
*ଲୋକ କୈନ୍ଦ୍ରିକ ସାହିତ୍ୟ ଏ ସମାଜକୁ କରିଛି ଜାଗ୍ରତ ଓ ରଚିଛି ଅନେକ ବିପ୍ଳବ। ସାହିତ୍ୟ ଏ ସମାଜକୁ ଦେଖାଇଛି ମାର୍ଗ ଆଣିଛି ପରିବର୍ତ୍ତନ*
ଅନ୍ୟତମ ବକ୍ତା ସୁସାହିତ୍ୟିକ ଓ କବି ଶ୍ରୀଯୁକ୍ତ ସଂଗ୍ରାମ କେଶରୀ ସାମନ୍ତରାୟ ନିଜ ବକ୍ତବ୍ୟରେ କହିଥିଲେ ଯେ,
ସାହିତ୍ୟ ହେଉଛି ସତ୍ୟ ଶିବ ସୁନ୍ଦର।
ଭାଷାର ସୁରକ୍ଷା ପାଇଁ ସାହିତ୍ୟ ଏକ ଆନ୍ଦୋଳନ ।
ଦମନ, ଅତ୍ୟାଚାର, ଜାତିପ୍ରଥା, ମନ୍ଦିରରେ ହରିଜନମାନଙ୍କ ପ୍ରବେଶ ନିଷେଧ ବିରୋଧରେ ମହା ସଂଗ୍ରାମ ଓ ଜାଗରଣ ସୃଷ୍ଟି କରିଥିଲା ପ୍ରଥମ ଓଡ଼ିଆ ସାହିତ୍ୟ ପତ୍ରିକା ଉତ୍କଳ ଦୀପିକା।
ସାମାଜିକ କ୍ରାନ୍ତି ଓ ସଂସ୍କାର ସାହିତ୍ୟ ଦ୍ବାରା ସମ୍ଭବ।
ବନ୍ଦୀର ଆତ୍ମକଥା କବିତା ନୁହେଁ, ଥିଲା ବିପ୍ଳବର ଆହ୍ଵାନ। ସାହିତ୍ୟ, ସମାଜ ଓ ପ୍ରଗତି ପାଇଁ ଉଦ୍ଦିଷ୍ଟ ବାଣିଜ୍ୟ ପାଇଁ ନୁହେଁ।
ଶ୍ରୀମତୀ ପ୍ରିୟଦର୍ଶିନୀ ମିଶ୍ର, ସସ୍ମିତା ଦାଶ, ଅଞ୍ଜଳୀପ୍ରଭା ପଟ୍ଟନାୟକ, ଶ୍ରଦ୍ଧାଞ୍ଜଳି ମହାନ୍ତି, ଅନନ୍ୟା ଦାଶ,ନଟବର ପ୍ରଧାନ ,ଅନ୍ତର୍ଯ୍ୟାମୀ ପାଣିଗ୍ରାହୀ, ଶ୍ରୀକାନ୍ତ ପଣ୍ଡା, ଅମୂଲ୍ୟ କୁମାର ନାୟକ,ସୁରେଶ କୁମାର ସାହୁ,ପ୍ରଫୁଲ ମାଝୀ, ରୋହିତ ଜେନା, ଶ୍ରୀମାନ୍ ଜିତେନ୍ଦ୍ର, ପ୍ରେମସାଗର ଦେହେରିଆ, ବନ୍ଦନା ପାତ୍ର, ସାନ୍ତ୍ବନୁ ବିଶୋଇ ଏବଂ ମୂରଲୀଧର ମହାରଣା ଇତ୍ୟାଦି ଏହି ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।
ଲେଖିକା ଶ୍ରୀମତୀ ସସ୍ମିତା ଦାଶ ଧନ୍ୟବଦ ଅର୍ପଣ କରିଥିବା ବେଳେ ପ୍ରଭାତ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ସଂଚାଳନା କରିଥିଲେ।
ଧନ୍ୟବାଦ ସହ
ମାଟିର ସ୍ବର
20/2/22
09/10/2025
Voice from Ground
++++++++++++++++
Jewel of Utkal
++++++++++++++++
ମିଶୁ ମୋର ଦେହ ଏ ଦେଶ ମାଟିରେ,
ଦେଶବାସୀ ଚାଲି ଯାଆନ୍ତୁ ପିଠିରେ।
ଦେଶର ସ୍ବରାଜେ ଅଛି ଯେତେ ଗାଡ,
ପୁରୁ ତହିଁ ପଡି ମୋର ମାଂସ ହାଡ।
ସ୍ବାଧୀନତା ମାନବର ଜନ୍ମ ଅଧିକାର,
ସ୍ବାଧୀନ ଭାଷଣ ଆଉ ସ୍ବାଧୀନ ବିହାର ।
ସ୍ବାଧୀନ ଜୀବନ ପୁଣି ସ୍ବାଧୀନ ସମିତି,
ଚାରି ସ୍ତମ୍ବେ ମାନବର ସମାଜ ସଂସ୍ଥିତି।
ଓଡ଼ିଆ ଜାତିର ଗର୍ବ ଗୌରବ, ସମାଜ ସେବୀ, ସ୍ବାଧୀନତା ସଂଗ୍ରାମୀ, ବିପ୍ଲବୀ, ଶିକ୍ଷା ସଂସ୍କାରକ, ଭାଷା ସାହିତ୍ୟ ସଂସ୍କୃତି ଓ ସମ୍ବେଦନଶୀଳତାର ମହାନାୟକ, ପ୍ରେରଣାର ଉତ୍ସ, ଦୀନ ଦରିଦ୍ରଙ୍କ ବନ୍ଧୁ, ତ୍ଯାଗୀ ତଥା ପ୍ରଗତୀବାଦର ସ୍ବର ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୧୪୫ତମ ଜନ୍ମ ଜୟନ୍ତୀ ଉପଲକ୍ଷେ ଗଭୀର ଶ୍ରଦ୍ଧାଞ୍ଜଳି।
15/04/2025
ବର୍ଷିଆନ ସର୍ବୋଦୟ କର୍ମୀ- *ବିନୋଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳନ*
+++++++++++++++++++
ଦଶପଲ୍ଲା, 14/4/25। ବର୍ଷିଆନ ସର୍ବୋଦୟ କର୍ମୀ ଗାନ୍ଧିବାଦୀ ନେତା ବେସାଲିସ ସାମାଜିକ କ୍ରାନ୍ତି ସାଥି ଦିବଂଗତ ବିନୋଦ ମହାନ୍ତିଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକ ଉତ୍ସବ ବରିଷ୍ଟ ସମାଜସେବୀ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ରଙ୍କ ପୌରାହିତ୍ୟରେ ହରିଡ଼ାବାଡ଼ି, ଦଶପଲ୍ଲାରେ ମାଟିର ସ୍ୱର ଦ୍ୱାରା ଆଜି ଅନୁଷ୍ଠିତ ହୋଇଯାଇଛି।
ଗାନ୍ଧିବାଦୀ କର୍ମୀ ବିନୋଦ ମହାନ୍ତିଙ୍କ ଉଦେଶ୍ୟରେ ସମର୍ପିତ ମାଟିର ସ୍ୱର ଇ- ପତ୍ରିକା ଶୀର୍ଷକ ବିନୋଦ ମହାନ୍ତି ସଂସ୍କରଣ ଏ ଅବସରରେ ବିଶିଷ୍ଟ ଓକିଲ, ସମାଜସେବୀ ଏବଂ ବିନୋଦ ମହାନ୍ତିଙ୍କ ଆଦର୍ଶରେ ନିଜକୁ ଗଢ଼ିଥିବା ବିପ୍ଲବୀ ଶରତ ବେହେରା, ଦଶପଲ୍ଲାଙ୍କ କର କମଳରେ ଲୋକାର୍ପଣ ହୋଇଯାଇଛି।
ସମାଜ ସେବୀ ଶ୍ରୀଯୁକ୍ତ ନାରାୟଣ ସାହୁ, ଯୁବ ପ୍ରତିଭା କୁମାରୀ ଇସାନା ଦିବ୍ୟଜ୍ୟୋତି, ସୁରଜ କୁମାର ମିଶ୍ର ଓ ସାମାଜିକ କର୍ମୀ ପ୍ରଭାତ କୁମାର ସାହୁ ଇତ୍ୟାଦି ବିପ୍ଲବୀ ସମର୍ପିତ ସର୍ବୋଦୟ କର୍ମୀ ବିନୋଦ ମହାନ୍ତିଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରି ତାଙ୍କ ମହାନ ମାନବୀୟ ମୂଲ୍ୟବୋଧକୁ ସ୍ମରଣ କରିଥିଲେ।
ଜ୍ଞାନର ଭଣ୍ଡାର, ଶ୍ରମିକର ସାଥୀ, ବିସ୍ଥାପିତର ବନ୍ଧୁ, ଗାଁ ମାଆ ମାଟିର ଆଜୀବନ ସେବକ ଥିଲେ ବିନୋଦ ମହାନ୍ତି। ଛାତ୍ର ସମୟରୁ ଆମ ମାନଙ୍କର ସେ ଥିଲେ ମାର୍ଗ ଦର୍ଶକ ଓ ପ୍ରୋତ୍ସାହନର ସ୍ରୋତ । ସାମାଜିକ ପ୍ରତିବଦ୍ଧତା ଥିବା ଉତ୍ସର୍ଗୀକୃତ ଯୁବକ ମାନଙ୍କ ପାଇଁ ସେ ଥିଲେ ପଥ ପ୍ରଦର୍ଶକ। ସମାଜ ବିଜ୍ଞାନୀ ଭାବେ ସେ ସମାଜର ତଳେ ଥିବା ଶୋଷିତ ବଞ୍ଚିତ ନିର୍ଯ୍ୟାତିତ ମାନଙ୍କ ବିକାଶ ପାଇଁ ନିଜକୁ ସମର୍ପି ଦେଇଥିଲେ ବୋଲି ମୁଖ୍ୟ ଅତିଥି ଶ୍ରୀଯୁକ୍ତ ବେହେରା ମହୋଦୟ ନିଜ ବକ୍ତବ୍ୟରେ କହିଥିଲେ।
ସମାଜ ସେବୀ ଶ୍ରୀଯୁକ୍ତ ସୁରେଶ କୁମାର ମିଶ୍ର ସ୍ମୃତି ଚରଣ କରି କହିଥିଲେ ଯେ, ଦିବଂଗତ ବିନୋଦ ମହାନ୍ତି କେବଳ ମୋର ନୁହେଁ ଅନେକ ଯୁବକ ମାନଙ୍କର ସାମାଜିକ ଓ ରାଜନୈତିକ ଗୁରୁ ଥିଲେ। ସେଭଳି ବ୍ୟକ୍ତିତ୍ୱଙ୍କ ପ୍ରେରଣାରେ ଆମ ମାନଙ୍କ ଜୀବନ ଚକ୍ର ବଦଳିଛି ଓ ତାଙ୍କ ଆନ୍ଦୋଳନ ଦ୍ୱାରା ବହୁ ଗରିବ ଦରିଦ୍ର ଭୂମିହୀନ ପାଇଛନ୍ତି ସାମାଜିକ ନ୍ୟାୟ।
କୁମାରୀ ଇସାନା ସ୍ମୃତି ଚାରଣ କରି କହିଥିଲେ ଯେ, ବିନୋଦ ମହାନ୍ତି ଥିଲେ ଅତି ସରଳ ଶାନ୍ତ, ସ୍ନେହୀ ଓ ଜ୍ଞାନୀ। ସେହି ମହାନ ବ୍ୟକ୍ତିତ୍ୱଙ୍କ ଆଶୀର୍ବାଦ ମୋତେ ପ୍ରେରିତ କରିଛି ଶିକ୍ଷା ଓ ସାମାଜିକ କାର୍ଯ୍ୟ କ୍ଷେତ୍ରରେ ଆଗେଇଯିବା ପାଇଁ।
ଶେଷରେ ପ୍ରଭାତ କୁମାର ସାହୁ କହିଥିଲେ ଯେ,ବିବଙ୍ଗତ ବିନୋଦ ମହାନ୍ତି ସାମାଜିକ ପରିବର୍ତ୍ତନ କ୍ଷେତ୍ରରେ ଗଣ ସଂଘର୍ଷର ଅନନ୍ୟ ନେତା ଓ କୁସଂସ୍କାର ବିରୋଧୀ ତଥା ପ୍ରଗତିଶୀଳ ସାହିତ୍ୟିକ ଥିଲେ । ଦିବଂଗତ ବିନୋଦ ମହାନ୍ତିଙ୍କ ସ୍ନେହ, ଶ୍ରଦ୍ଧା,ପ୍ରେରଣା, ଆଶୀର୍ବାଦ ଓ ଉତ୍ସାହ ମାଟିର ସ୍ୱରକୁ କରିଛି ସମୃଦ୍ଧ ଓ ସଶକ୍ତ। ସାମାଜିକ କ୍ରାନ୍ତି ଯୋଦ୍ଧା ବିନୋଦ ମହାନ୍ତିଙ୍କ ଅନୁପସ୍ଥିତ ଆମ ପରି ସାମାଜିକ କର୍ମୀଙ୍କ ପାଇଁ ଅପୂରଣୀୟ କ୍ଷତି ପହଞ୍ଚାଇଛି ବୋଲି ସ୍ମୃତି ଚାରଣ କରି କହିଥିଲେ।
****************
ମାଟିର ସ୍ୱର, ପୂଜ୍ୟଙ୍କ ସ୍ୱର।
05/01/2025
ମାଟିର ସ୍ୱର ର ସଦସ୍ୟ ଅବସରପ୍ରାପ୍ତ ଓଡଗାଁ ରଘୁନାଥ ମହାବିଦ୍ୟାଳୟର କିରାଣୀ, ସାହିତ୍ୟିକ,ସଂଗଠକ ଓ ସମାଜ ସେବୀ ଶ୍ରୀଯୁକ୍ତ ପ୍ରଫୁଲ୍ଲ ଡାକୁଆ,ଓଡଗାଁଙ୍କ ଅକାଳ ବିୟୋଗରେ ମାଟିର ସ୍ୱର ତରଫରୁ ଆମେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛୁ।
ପ୍ରଫୁଲ୍ଲ ଡାକୁଆଙ୍କ ପରି ଜଣେ ନିର୍ଭିକ ସମ୍ପର୍ପିତ ସାହିତ୍ୟ ସଂଗଠକ ଓ ସମାଜ ସେବୀଙ୍କୁ ହରାଇ ଓଡ଼ଗାଁ ବ୍ଲକ ମର୍ମାହତ।
ପ୍ରଫୁଲ୍ଲ ଡାକୁଆ,
ଅମର ରହେ...... ଅମର ରହେ.....
ମାଟିର ସ୍ୱର, 5/1/25
07/11/2024
ସାହିତ୍ୟର ଜୟ ହେଲା ନିଶ୍ଚୟ |ସମର କବି ବ୍ରଜନାଥ ବଡ଼ଜେନାଙ୍କ ପ୍ରତିମୂର୍ତ୍ତି ଢେଙ୍କାନାଳର ପାଣି ଓହଳା ପାହାଡ଼ ତଳ ଏକ ଉଦ୍ୟାନରେ ଅତି ଦୟନୀୟ ଅବସ୍ଥାରେ ଥିବାରୁ, ନିଜର ଅସନ୍ତୋଷ ବ୍ୟକ୍ତକରି କବିତାଟିଏ ଲେଖିଲି ଆଜି ସକାଳେ |ବେଶ ଚହଳ ପକେଇଲା କବିତାର ଅନ୍ତଃସ୍ୱର |ଢେଙ୍କାନାଳର ପୋୖରାଧ୍ୟକ୍ଷାଙ୍କ ସମେତ ଜିଲ୍ଲା ପ୍ରଶାସନ, ମାନ୍ୟବର ମୁଖ୍ୟମନ୍ତ୍ରୀ, ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ, ରାଜ୍ୟର ପ୍ରମୁଖ ସଚିବ ଆଦିଙ୍କୁ x ଯୋଗେ ଟ୍ୱଇଟ କରିଥିଲି ଆଉ ସନ୍ଧ୍ୟା ବେଳେ ସମ୍ମାନନୀୟା ପୋୖରାଧ୍ୟ୍ୟକ୍ଷା ଶ୍ରୀମତୀ ଜୟନ୍ତୀ ପାତ୍ର ମହୋଦୟା ଏହି ଘଟଣାକୁ ନିଜେ ତଦନ୍ତ କରି କବି ବ୍ରଜନାଥ ବଡ଼ଜେନାଙ୍କୁ ଯଥୋଚିତ ସମ୍ମାନ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି |ସାହିତ୍ୟ ଏମିତି ହିଁ ସମାଜର ହିତ ସାଧନ କରେ |
ଜୟ ଢେଙ୍କାନାଳ,ଜୟ ଢେଙ୍କା 🙏
31/10/2024
ମାଟିର ସ୍ୱର, ଜନବାଦୀ ସାହିତ୍ୟର ସ୍ୱର।
ମାଟିର ସ୍ୱର,ଉପହାର କିମ୍ବା ପୁରସ୍କାର ପାଇଁ ଉଦିଷ୍ଟ ନୁହେଁ।
ମାଟିର ସ୍ୱର ର ସଂଘର୍ଷ ସାମାଜିକ କ୍ରାନ୍ତି ଓ ସଂସ୍କାର ପାଇଁ ଉଦିଷ୍ଟ।
କିନ୍ତୁ ଏ ସ୍ୱରର ଵି ଦମ ଅଛି ବୋଲି ଏ ଚିଠି ଓ ନିମନ୍ତ୍ରଣ ସୂଚନା ଦିଏ।
ମାଟିର ସ୍ୱର, 31/10/24
18/10/2024
ଏଇ ଧୁଆମଡ଼ା କୃତି -
ଦିବଂଗତ ପ୍ରଫୁଲ୍ଲ କୁମାର ସାହୁଙ୍କ ସ୍ମରଣେ.
++++++++++++++
ହସ ହସ ମୁହଁ ଦେଖିଲି ସେଦିନ
ଗ୍ରାମ ପେଣ୍ଡାଲରେ ବସି,
ପାରିଲିନି ବୁଝି ହସର ରହସ୍ୟ
କାହିଁକି ଏତେ ସେ ଖୁସି।
ଶୁଣିଲି ବୁଝିଲି ଅନୁଧ୍ୟାନ କଲି
କାହିଁ ପାଇଁ ଆନନ୍ଦିତ,
ଗ୍ରାମର ଉର୍ନତି ଏକତା ଓ ଶାନ୍ତି
କରୁଥିଲା ପ୍ରଫୁଲ୍ଲିତ।
ମନ୍ଦିର ହେଉ କି ପାଠଶାଳା ହେଉ
ଥିଲା ସବୁଠାରେ ଆଖି ,
ଗୀତା ପ୍ରବଚନ ଅବା ସଂକୀର୍ତ୍ତନ
ଥିଲାଟି ହୃଦୟ ଲାଖି।
ଆଦର୍ଶ ଶିକ୍ଷକ ଶିକ୍ଷାର ପ୍ରଦୀପ
ଶିକ୍ଷା ଦାନେ ଥିଲେ ଦକ୍ଷ,
ବିପଦ ଆପଦେ ହେଉଥିଲେ ଠିଆ
ସବୁଥିରେ ଥିଲା ଲକ୍ଷ୍ୟ।
ମେଧାବୀ ପ୍ରତିଭା ହେଲେ ବିକଶିତ
ଗାଁ ଆଗେଇବ ଜାଣ,
ଗ୍ରାମ ଗୋଷ୍ଠୀ ମଧ୍ୟେ ରହିଲେ ଏକତା
ହସିବ ଗାଁ ର ବଣ।
ହେଲେ ଭିର୍ନକ୍ଷମ ନ ଥିଲେ ଅକ୍ଷମ
ସବୁଠି ତାଙ୍କରି ହାତ ,
ଗ୍ରାମର ପ୍ରକୃତି ଚାଷ ବାସ ବୃତ୍ତି
ନାମ ଯଜ୍ଞ ଯାନୀ ଜାତ।
କହୁଥିଲେ ଦିନେ ଗ୍ରାମର ଅତୀତ
ପଲ୍ଲୀ ଗାଥା ଇତି ବୃତ୍ତି,
ହିଂସା ଦଙ୍ଗା କେବେ ଗ୍ରାମରେ ଘଟିନି
ଏଇ ଧୁଆମଡ଼ା କୃତି।
ପାଠଶାଳା ଏକ ଥିଲା ଦରକାର
ଗାଁ ର ପିଲାଙ୍କ ପାଇଁ,
ଟିଣ ଟ୍ରଙ୍କ ଟିଏ ଦେଇ କହିଥିଲେ
ଲାଗି ଯାଅ ଭାଇ ଭାଇ।
ମେଧାବୀ ଛାତ୍ର ଙ୍କୁ ଦେଇ ଉପହାର
ଢ଼ାଳୁ ଥିଲ ଆଶୀର୍ବାଦ,
ଅନେକ ସମ୍ମାନ ପାଇଛ ଜୀବନେ
ପାଇନାହଁ ଅପବାଦ।
ମାଟିର ସ୍ୱର ର ଅତି ପ୍ରିୟ ସ୍ୱର
ନିୟମିତ ପଢ଼ ବହି,
ଯାଜ୍ଞସେନୀ ଗ୍ରନ୍ଥ କେବେ ପଠାଇବେ
ଯାଇଥିଲ ତୁମେ କହି।
କୋର୍ଟ କଚେରୀ କି ଲୋଡ଼ା ଯିବାକୁ
ଗ୍ରାମ ଯଦି ଅଛି ଏକ,
ଏଇ ଧୁଆ ମଡ଼ା ହୋଇନାହିଁ ଛିଡ଼ା
ରଖିଛି ଗ୍ରାମର ଟେକ।
ତୁମରି ପ୍ରେରଣା ତୁମ ଅବଦାନ
ଏ ମାଟି ଭୁଲିବ ନାହିଁ,
ତୁମ ହସ ସ୍ୱର ହସୁଥିବ ସଦା
କିଏ ବା ଭୁଲିବ କାହିଁ!
ପ୍ରଫୁଲ୍ଲିତ ସ୍ୱର ହେବନି ବେକାର
ନିଶ୍ଵାର୍ଥ ମଣିଷ ଟିଏ,
ମାଟି ସ୍ୱର ଢ଼ାଳେ ଶ୍ରଦ୍ଧାର ସୁମନ
ସନ୍ଧ୍ୟା ଶ୍ରଦ୍ଧାଞ୍ଜଳି ଦିଏ।
++++++++++++++++++
ପ୍ରଭାତ କୁମାର ସାହୁ
ସାମାଜିକ କର୍ମୀ, 18/10/24