10/10/2026
ପବିତ୍ର ମହାଳୟାର ହାର୍ଦ୍ଦିକ ଶୁଭେଚ୍ଛା 🙏
ପବିତ୍ର ମହାଳୟା ହେଉଛି ପିତୃପୁରୁଷଙ୍କ ପ୍ରତି ଶ୍ରଦ୍ଧା, ଭକ୍ତି ଓ କୃତଜ୍ଞତା ଅର୍ପଣର ଏକ ପବିତ୍ର ଅବସର। ଏହି ପୁଣ୍ୟତିଥିରେ ଆମେ ଆମର ପୂର୍ବପୁରୁଷଙ୍କୁ ଶ୍ରଦ୍ଧାର୍ଘ୍ୟ ଅର୍ପଣ କରିବା ସହ ମାତୃଶକ୍ତି ଜଗତ୍ଜନନୀ ମା’ ଦୁର୍ଗାଙ୍କ ଧରାବତରଣକୁ ଭକ୍ତିଭାବରେ ସ୍ୱାଗତ କରିଥାଉ।
ମା’ ଦୁର୍ଗାଙ୍କ ଆଗମନରେ ସମଗ୍ର ଧରାପୃଷ୍ଠ ମଙ୍ଗଳମୟ, ଭକ୍ତିମୟ ଓ ଆନନ୍ଦମୟ ହୋଇଉଠୁ । ମା’ଙ୍କ ଅପାର କରୁଣାରୁ ସମସ୍ତଙ୍କ ଜୀବନରୁ ଦୁଃଖ, ଦୁର୍ଦ୍ଦଶା ଓ ଅଶାନ୍ତି ଦୂର ହେଉ ଏବଂ ସୁଖ, ସମୃଦ୍ଧି ଓ ଶାନ୍ତିର ନବାରୁଣୋଦୟ ଘଟୁ।
ଜୟ ମା’ ଦୁର୍ଗା! 🙏🌺