Papu Bhai Fan Club

Papu Bhai Fan Club

Share

Contact information, map and directions, contact form, opening hours, services, ratings, photos, videos and announcements from Papu Bhai Fan Club, Social service, Bhubaneswar.

13/12/2022

ଦିନକୁ ଦିନ ଓଡ଼ିଶା ରେ ଶୀତର ପ୍ରଭାବ ପ୍ରଭାବ ଯେଉଁ ଭଳି ବଢ଼ିବାରେ ଲାଗିଚି ଦିନ କଣ ରାତି କଣ ବିନା ଶୀତ ବସ୍ତ୍ର ରେ ବାହାରକୁ ବାହାରିବା ବହୁତ୍ କଷ୍ଟ କର ହୋଇ ପଡୁଛି ଏବଂ ଯେଉଁ ମାନଙ୍କ ଶୀତ ବସ୍ତ୍ର ନାହିଁ ଏଇ ଶୀତର ପ୍ରଭାବରେ ଥଣ୍ଡା ରେ ଶିକାର ହୋଇ ଅସୁସ୍ଥ ହୋଇ କଷ୍ଟ ପାଉଛନ୍ତି । ମାନବ ଜାତି ପଥର ନୁହେଁ ଯେ ପଥର ପରି ପଡ଼ି ରହି ଖରା, ବର୍ଷା, ଶୀତ କୁ ସହ୍ୟ କରି ଜୀବନ କୁ ଆଗେଇ ନେବେ 🙏🏻 । ଏଇ ହାଡ଼ ଭଙ୍ଗା ଶୀତ ପ୍ରଭାବ ରୁ ରକ୍ଷା ପାଇବା ପାଇଁ ସୁରକ୍ଷିତ ଭାବେ ରହିବା ପାଇଁ କୋରାପୁଟ ର 50 ଜଣ ଅସହାୟ ବୃଦ୍ଧ ବୃଦ୍ଧା ବାପା ମାଆ ଙ୍କୁ ପପୁ ଭାଇ 50 ଖଣ୍ଡ କମଳ ବଣ୍ଟନ କରିଛନ୍ତି🙏🏻 ପପୁ ଭାଇ ଙ୍କ ଏଇ ଭଳି ନିଃସ୍ଵାର୍ଥପର ସେବା ମନୋଭାବ ଏବଂ ତାଙ୍କର ଆଜି ଏଇ ମହତ୍ ମଣିଷ ପଣିଆ ପ୍ରତ୍ୟେକ ଦୁଃଖି ଅସହାୟ ଙ୍କ ଶୁଖିଲା ମୁହଁରେ ହସ ଫୁଟାଇବା ଏବଂ ତାଙ୍କ ମୁହଁରେ ଖୁସି ଦେବା ଆମ ପପୁ ଭାଇ ଫ୍ୟାନ୍ସ ଗ୍ରୁପ୍ ବହୁତ୍ ଗର୍ବ ଅନୁଭବ କରୁଚୁ🙏🏻 ଭଗବାନ୍ ଙ୍କ ତୋ ବହୁତ୍ ରୂପ କେତେବେଳେ କେଉଁ ରୂପ ଧାରଣ କରି ସେ ଅସହାୟ ଙ୍କ ମୁହଁରେ ହସ ଆଉ ଖୁସି ଦିଅନ୍ତି କେହି ଜାଣି ପାରନ୍ତି ନାହିଁ ଠିକ୍ ସେଇ ପରି ଭଗବାନ୍ ଭଳି ଆମ ପପୁ ଭାଇ ଦୁଃଖି ଅସହାୟ ଙ୍କ ପାଖରେ ପହଞ୍ଚି ତାଙ୍କ ମୁହଁରେ ଯେଉଁ ଶୁଖିଲା ମୁହଁରେ ହସ ଫୁଟାଇ ପାରୁଛନ୍ତି ଅତି ପ୍ରଶଂସନୀୟ କାର୍ଯ୍ୟ 🙏🏻। ଭଗବାନ୍ ପପୁ ଭାଇ ଙ୍କୁ ଏବଂ ତାଙ୍କ ସୁନାର ସଂସାର କୁ ସବୁବେଳେ ଏମିତି ହସ ଆଉ ଖୁସିରେ ରଖିଥାନ୍ତୁ ଭଗବାନ୍ ଙ୍କ ପାଖରେ ଏତିକି ପ୍ରାର୍ଥନା 🙏🏻🙏🏻🙏🏻

03/11/2022

ଶିକ୍ଷା ହେଉଚି ଜୀବନ ର ମାନଦଣ୍ଡ ଜୀବନ ରେ ଶିକ୍ଷା ନାହିଁ ତୋ ଜୀବନ ର ମାନେ କିଛି ନାହିଁ ଏବଂ ଶିକ୍ଷା ହେଉଚି ପ୍ରତ୍ୟେକ ମନ୍ୟୁଷ ପାଇଁ ଏକ ଅମୂଲ୍ୟ ସମ୍ପଦ। ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ୍ ନିକଟସ୍ଥ ଗୋପାଳପୁର ଗ୍ରାମ ପଞ୍ଚାୟତ ର କଳାଶ୍ରୀ ଦଳେଇ ସାହିର ମେଧାବୀ ଛାତ୍ରୀ ମାମୁନି ଦଳେଇ ଯିଏ ଗତବର୍ଷ ଦଶମ ଶ୍ରେଣୀ ପରୀକ୍ଷାରେ 79% ମାର୍କ ରଖି ପାସ୍ କରି ବର୍ତ୍ତମାନ ଦ୍ଵାଦଶ ରେ ବିଜ୍ଞାନ ଶ୍ରେଣୀ ରେ ନାମ ଲେଖେଇ ଘର ଠାରୁ କଲେଜ୍ 5/6 km ହେବ କଲେଜ୍ ଯିବା ପାଇଁ ବହୁତ୍ ଅସୁବିଧା ହୁଏ ,କେଉଁ ଦିନ ନିଜ ସାଙ୍ଗ ସାଥୀ ଙ୍କ ସହିତ ଯାଏ ତୋ କେଉଁ ଦିନ ଚାଲି ଚାଲି ଯିବାକୁ ପଡ଼ିଥାଏ ଏବଂ ବାଟରେ ମଧ୍ୟ ବହୁତ୍ ଘାତ ପ୍ରତିଘାତ ତାକୁ ସହିବାକୁ ପଡ଼ିଥାଏ। ଏହି ଖବର ଆମ ଓଡ଼ିଶା ର ଜଣାଶୁଣା ଆମ ମାନବ ରୂପି ଦେବତା ଯିଏ ପ୍ରତ୍ୟେକ ଦୁଃଖି ଙ୍କ ମୁହଁରେ ପ୍ରତ୍ୟେକ ଅସହାୟ ଙ୍କ ମୁହଁରେ ହସ ଖୁସି ଦେଇ ଆସୁଛନ୍ତି ଏବଂ ଯଦି କେଉଁଠି କେହି ଅସୁବିଧା କିମ୍ବା ଦୁଃଖର କାହାଣୀ ଶୁଣିଲେ ସଙ୍ଗେ ସଙ୍ଗେ ସାହାଯ୍ୟର ହାତ ବଢ଼ାଇ ଦିଅନ୍ତି ସେଇ ଭଗବାନ୍ ଆମ ପପୁ ଭାଇ ଏଇ ଖବର ଶୁଣି ସଙ୍ଗେ ସଙ୍ଗେ ମହାବାହୁ ଗ୍ରୁପ୍ ଓଡ଼ିଶା ଟ୍ରଷ୍ଟ ଦ୍ଵାରା ମାମୁନି ଦଳେଇ ଙ୍କୁ ନୂଆଁ ସାଇକେଲ୍,କଲେଜ୍ ବ୍ୟାଗ୍ ଏବଂ ପାଠ୍ୟ ସାମଗ୍ରୀ ପ୍ରଦାନ୍ କରିଛନ୍ତି। ପପୁ ଭାଇ ସତରେ ଆପଣଙ୍କ ଭଳି ମଣିଷ ଏଇ ଦୁନିଆ ରେ ମିଳିବା ବହୁତ୍ କମ୍ ହେଇପାରେ । ଆପଣ ମଣିଷ ପରି ମଣିଷ ଟିଏ ଯାହାଙ୍କ ନା ଭବିଷ୍ୟତ ଚିନ୍ତା ଧାରା ,ନା ଜୀବନ ରେ ବଡ଼ ଲୋକ ହେବାର ଚିନ୍ତା ଧାରା ନା ନିଜକୁ ଗର୍ବ କରିବା ଚିନ୍ତା ଧାରା ଖାଲି ଗୋଟିଏ ଚିନ୍ତା ଧାରା ଅନ୍ୟ ମୁହଁରେ ହସ ଫୁଟାଇବା ଏବଂ ନୂଆଁ ଜୀବନ ପ୍ରଦାନ କରିବା । ଆପଣ ମଣିଷ ମାନଙ୍କ ଭିତରେ ସବୁଠୁ ଅନ୍ୟତମ ଆପଣଙ୍କ ଚିନ୍ତା ଧାରା କୁ ଆମ ପପୁ ଭାଇ ଫ୍ୟାନ୍ସ ଗ୍ରୁପ୍ ତରଫରୁ ହୃଦୟରୁ କୋଟି ନମସ୍କାର 🙏🏻🙏🏻🙏🏻।

01/11/2022

କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଲଳିତଗିରି ଗ୍ରାମପଞ୍ଚାୟତର ମାଣିତିରି ଗ୍ରାମର ଅସହାୟ ବିଦୁଲତା ମହାରଣା ଙ୍କ ସ୍ବାମୀ ଦ୍ଵିତୀୟ ବର୍ଷ କୋରନା ରେ ପରିବାର କୁ ଛାଡ଼ି ଆର ପାରିକୁ ଚାଲିଯାଇଥିଲେ ।ସେଇ ଦିନଠାରୁ ଅସହାୟ ବିଦୁଲତା ମହାରଣା ଛୋଟ ଛୋଟ ତିନି ପୁଅକୁ ଭଙ୍ଗା କୁଡ଼ିଆ ରେ ରଖି ଆଜି ପର୍ଯ୍ୟନ୍ତ ଭୋକ ଉପବାସ ରେ ରୁହନ୍ତି ଯଦି କେଉଁଠୁ ମିଳିଯାଏ ଓଳିଏ ଖାଇ ଓଳିଏ ଭୋକ ଉପାସରେ ସୋଇପଡ଼ନ୍ତି । ବିଦୁଲତା ଙ୍କ ଏଇ ଦୁଃଖ ଭରା କାହାଣୀ ଆମ ମଣିଷ ରୂପି ସାକ୍ଷାତ୍ ଈଶ୍ୱର ଯିଏ ଦୁଃଖି ଙ୍କ ଦୁଃଖ ଦେଖିଲେ ବା ଶୁଣିଲେ ସହି ପାରନ୍ତି ନାହିଁ ଆଉ ସଙ୍ଗେ ସଙ୍ଗେ ସାହାଯ୍ୟ କରିବାକୁ ବାହାରି ପଡ଼ନ୍ତି ସେଇ ଆମ ମାନବ ରୂପି ଭଗବାନ୍ ଆମ ପପୁ ଭାଇ ସଙ୍ଗେ ସଙ୍ଗେ ଏଇ ଖବର ଶୁଣି ତିନି ମାସର ଗ୍ରୋସରି,ପନିପରିବା ଏବଂ ଶୀତ ପାଇଁ ଶୀତ ବସ୍ତ୍ର ଦେଇ ଏବଂ ଆଗକୁ ମଧ୍ୟ ତାଙ୍କ ସୁବିଧା ଅସୁବିଧାରେ ସାହାଯ୍ୟ ର ହାତ ବଢ଼ାଇବାକୁ ପ୍ରତିଶୃତି ଦେଇ ଆସିଛନ୍ତି। ପପୁ ଭାଇ ଙ୍କ ବାରମ୍ବାର ଏଇ ଭଳି ମହାନ୍ କାର୍ଯ୍ୟ କୁ ଦେଖି ସତରେ ବହୁତ୍ ଆନନ୍ଦ ଲାଗୁଚି ଏବଂ ଆମେ ଭାଇ ଙ୍କ ଫ୍ୟାନସ୍ ଗ୍ରୁପ୍ ରେ ରହି ଏଇ ଭଳି ସେବା ସାହାଯ୍ୟ କରି ପାରୁଥିବାରୁ ବହୁତ୍ ଗର୍ବ ଅନୁଭବ କରୁଚୁ । ପପୁ ଭାଇ ଫ୍ୟାନ୍ସ ଗ୍ରୁପ୍ ତରଫରୁ ଭାଇ ଙ୍କ ଏଇ ଭଳି ମହାନ୍ କାର୍ଯ୍ୟ ପାଇଁ ଆମ ପାରିବାରୁ ତରଫରୁ ପପୁ ଭାଇ ଙ୍କୁ ଅଶେଷ ଅଶେଷ ଧନ୍ୟବାଦ୍ ଏବଂ ମହା ପ୍ରଭୁ ଶ୍ରୀ ଜଗନ୍ନାଥ ଭାଇଙ୍କ ଚଲାପଥ କୁସୁମିତ କରନ୍ତୁ ଏବଂ ଏମିତି ଅସହାୟ ଲୋକଙ୍କ ଙ୍କ ସେବା ଏବଂ ସାହାଯ୍ୟ କରିବା ପାଇଁ ପ୍ରଚୁର ଶକ୍ତି ଏବଂ ଆଶୀର୍ବାଦ ପ୍ରଦାନ କରନ୍ତୁ 🙏🏻🙏🏻🙏🏻

01/11/2022

ଯାଜପୁର ଜିଲ୍ଲା ବଡ଼ ଚଣା ବ୍ଲକ୍ ନିକଟସ୍ଥ ଗୋପାଳପୁର ଗ୍ରାମପଞ୍ଚାୟତ କଳାଶ୍ରୀ ଗ୍ରାମର ଶ୍ରୀ ରଙ୍କ ଦଳେଇ ଟି.ବି ରୋଗରେ 7 ମାସ ହେବ ବିଛଣାରେ ପଡ଼ି ରହିଛନ୍ତି । ପରିବାର ଟି ଅତି ଗରିବ ଶ୍ରେଣୀର ହେଇଥିବାରୁ ଡାକ୍ତର ଙ୍କୁ ପରାମର୍ଶ ଦୂରର କଥା ଘରେ ଖାଇବା ପାଇଁ ମୁଠାଏ ଦାନା ମଧ୍ୟ ନାହିଁ ଯାହା ଭୋକ ଉପବାସରେ ପରିବାର ଦିନ କଟାନ୍ତି। ଏହି ଭଳି ଦୁଃଖ ଭରା କାହାଣୀ କୁ ଆମ ମଣିଷ ପରି ମଣିଷ ମହାନ୍ ମଣିଷ ଯାହାଙ୍କୁ ଆମେ ମଣିଷ ରୂପରେ ଭଗବାନ୍ ବୋଲି ମାନିଥାଉ ସେ ଆଉ କେହି ନୁହଁନ୍ତି ଆମ ସମସ୍ତଙ୍କ ହୃଦୟ ଭିତରେ ଥିବା ଆମ ସମସ୍ତଙ୍କ ଆଖିରେ ଲୁହ ବଦଳରେ ହସ ଫୁଟାଉ ଥିବା ମଣିଷ ଆମ ପପୁ ଭାଇ ଏଇ ଖବର ଶୁଣିବା ମାତ୍ରେ ସଙ୍ଗେ ସଙ୍ଗେ 2 ମାସ ପାଇଁ ଗ୍ରୋସୋରି, ଔଷଧ ଏବଂ ଶୀତ ଋତୁ କୁ ଆଖିରେ ରଖି ଶୀତବସ୍ତ୍ର ମଧ୍ୟ ପ୍ରଦାନ କରିଥିଲେ ଏବଂ ଶେଷରେ ଆର୍ଥିକ ସହାୟତା କରି ପରିବାର ମୁହଁରେ ଲୁହ ବଦଳରେ ଯେଉଁ ହସ ଏବଂ ଖୁସି ଟିଏ ଫୁଟାଇ ଆସିଲେ ଆମ ପପୁ ଫ୍ୟାନସ୍ ଗ୍ରୁପ୍ ବହୁତ୍ ଗର୍ବିତ ଏବଂ ବହୁତ୍ ଖୁସି ଅନୁଭବ କରୁଚୁ। ପପୁ ଭାଇ ଙ୍କ ଏହି ଭଳି ସାମାଜିକ କାର୍ଯ୍ୟ କେବଳ ଆଜି ନୁହେଁ ସାରା ଓଡ଼ିଶା ଜାଣିଚି ଯାହାଙ୍କ ହୃଦୟରେ ବା ମନରେ ନା ସ୍ବାର୍ଥ ଅଛି ,ନା ଅହଙ୍କାର ଅଛି ,ନା ସମ୍ମାନ ଚାହାଁନ୍ତି , ନା ସମ୍ମାନିତ ହେବାକୁ ଚାହାଁନ୍ତି ନା ବଡ଼ ଲୋକ ହେବାରେ ସ୍ଵପ୍ନ ହେବାର ସ୍ଵପ୍ନ ଦେଖନ୍ତି ? ପପୁ ଭାଇ ଙ୍କ ଏଇ ବିଶାଳ ହୃଦୟରେ ଖାଲି ଏତିକି ଚାହାଁନ୍ତି କେମିତି ଏଇ ଦୁନିଆରେ ବସ ବାସ୍ କରୁଥିବା ଲୋକ ମାନେ ସବୁବେଳେ ତାଙ୍କ ମୁହଁରେ ହସ ଝରୁ ଥାଉ ଆଉ ଖୁସିରେ ରୁହନ୍ତୁ। ଭାଇ ଙ୍କ ଏଇ ଭଳି ଚିନ୍ତା ଧାରା କୁ ହୃଦୟରୁ କୋଟି କୋଟି ନମସ୍କାର 🙏🏻🙏🏻🙏🏻ମହା ପ୍ରଭୁ ଶ୍ରୀ ଜଗନ୍ନାଥ ପପୁ ଭାଇ ଙ୍କୁ ତାଙ୍କ ସେଇ ନେତ୍ର ରେ ଘୋଡ଼ାଇ ରଖିଥାନ୍ତୁ ଆମ ପପୁ ଭାଇ ଫ୍ୟାନସ୍ ଗ୍ରୁପ୍ ତରଫରୁ ଏତିକି ପ୍ରାର୍ଥନା 🙏🏻🙏🏻🙏🏻🙏🏻

05/10/2022
12/09/2022

ଅସହାୟ ପରିବାର କୁ ଏକ ଦୋକାନ ପାଇଁ ଦରକାରୀ ସାମଗ୍ରୀ ଯୋଗାଇ ଦିଆଗଲା
~~~~~~~~~~~

ଖୋର୍ଦ୍ଧା ଜିଲ୍ଲାର ହାଡପଡ଼ା ଅଞ୍ଚଳରେ ଏକ ଅସହାୟ ଭଉଣୀ ଙ୍କ ଅଳ୍ପ ବୟସରେ ତାଙ୍କ ସ୍ବାମୀ ତାଙ୍କୁ ଛାଡ଼ି ଆରପାରି କୁ ଚାଲି ଯାଇଛନ୍ତି।ପାଖରେ ଏକମାତ୍ର ଛୋଟପୁଅ ଟିଏ ଅଛି।ଦୋକାନ ଟିଏ କରି କଷ୍ଟେମଷ୍ଟେ ଚଳୁଥିଲେ କିନ୍ତୁ ଆର୍ଥିକ ପରିସ୍ଥିତି ଖରାପ ହେବା ଯୋଗୁ ସେ ଦୋକାନ ରେ ଆଉ ସାମଗ୍ରୀ କିଛି ରଖି ପାରି ନଥିଲେ ଫଳରେ ଅନେକ ଅସୁବିଧାର ସମ୍ମୁଖିନ ହେଉଥିଲେ।ଏହି ଖବର ରୀନା ଅପା ଆମ ପ୍ରିୟ ପପୁ ଭାଇଙ୍କୁ ଜଣାଇବା ପରେ।ପପୁ ଭାଇ ସେଇ ଭଉଣୀ ଙ୍କର ଦୋକାନ ପାଇଁ ସମସ୍ତ ପ୍ରକାର ସାମଗ୍ରୀ ଯୋଗାଇ ଦେଇଛନ୍ତି।

ଏମିତି ଅସହାୟ ଙ୍କ ର ସାହାରା ହୋଇଥାଅ ପପୁ ଭାଇ👏

04/09/2022

ଆଜି ବ୍ରହ୍ମଗିରି ଅନ୍ତର୍ଗତ ସୁକଳ ଗ୍ରାମରେ ବାପାମାଆଙ୍କ ମୃତ୍ୟୁ ପରେ ଅନାଥ ହୋଇ ସମ୍ପୂର୍ଣ୍ଣ ରୂପେ ଅସହାୟ ହୋଇ ଯାଇଥିବା ଚାରି ଭଉଣୀଙ୍କ ପାଖରେ ଆଜି ପୁଣି ଥରେ ପପୁ ଭାଇ ଫ୍ୟାନ କ୍ଲବ୍ ତରଫରୁ ପହଞ୍ଚିଥିଲେ।ଆଜି ପପୁ ଭାଇ ନିଜେ ଯାଇ ସେମାନଙ୍କର ସମସ୍ତ ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିବା ସହିତ ସମସ୍ୟାର ସମାଧାନ ଲାଗି ଚେଷ୍ଟା କରିବାକୁ କହିଥିଲେ। ତା ସଙ୍ଗେ ସଙ୍ଗେ ସାନ ଝିଅର ପାଠ ପଢିବା ପାଇଁ ଏକ ମୋବାଇଲ, ଗ୍ରାଇଣ୍ଡର, ବାସନ,ଡ୍ରେସ ଏବଂ କିଛି ଖାଇବା ଜିନିଷ ଦିଆ ଯାଇଥିଲା।🙏❤️🙏

03/09/2022

🙏🙏🙏🙏🙏

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Website

Address


Bhubaneswar
751007