09/04/2026
କମ୍ପାନୀ ପାଇଁ ଆଦିବାସୀଙ୍କ ହକ୍ କୁ ବଳପୂର୍ବକ ଲୁଟ୍
ଡଜନଗଣଙ୍କ ସର୍ବନାଶ କରୁଛି ବବଲ୍ ଇଞ୍ଜିନ ସରକାର
ମହାମହିମ ରାଷ୍ଟ୍ରପତି ଏବଂ ମୂଖ୍ୟମନ୍ତ୍ରୀ କମ୍ପାନୀ ସ୍ୱାର୍ଥରେ ନିଜ ଜମିର ହରାଇଛନ୍ତି।
Save Peasants, Save Agriculture
09/04/2026
କମ୍ପାନୀ ପାଇଁ ଆଦିବାସୀଙ୍କ ହକ୍ କୁ ବଳପୂର୍ବକ ଲୁଟ୍
ଡଜନଗଣଙ୍କ ସର୍ବନାଶ କରୁଛି ବବଲ୍ ଇଞ୍ଜିନ ସରକାର
ମହାମହିମ ରାଷ୍ଟ୍ରପତି ଏବଂ ମୂଖ୍ୟମନ୍ତ୍ରୀ କମ୍ପାନୀ ସ୍ୱାର୍ଥରେ ନିଜ ଜମିର ହରାଇଛନ୍ତି।
07/04/2026
ତାରିଖ : ୦୭ ଅପ୍ରେଲ ୨୦୨୬
*ମୁଖ୍ୟମନ୍ତ୍ରୀଙ୍କୁ ଖୋଲା ଚିଠି*
ମାନ୍ୟବର ମୁଖ୍ୟମନ୍ତ୍ରୀ, ଓଡ଼ିଶା
ଭୁବନେଶ୍ୱର ।
ବିଷୟ: ରାୟଗଡ଼ା ଓ କଳାହାଣ୍ଡି ଜିଲ୍ଲାରେ ରାଷ୍ଟ୍ର ହିଂସା ବନ୍ଦ ଦିଗରେ ତୁରନ୍ତ ପଦକ୍ଷେପ ନେବାକୁ ଦାବି ।
ମହାଶୟ,
ଗତ ରାତି (୬ ଅପ୍ରେଲ)ମଧ୍ୟ ଭାଗରୁ ଆଜି ସକାଳ ୭ଟା ପର୍ଯ୍ୟନ୍ତ ଉଭୟ ପୁଲିସ ଓ ବରିଷ୍ଠ ପ୍ରଶାସନିକ ଅଧିକାରୀମାନଙ୍କ ଉପସ୍ଥିତିରେ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ କଣ୍ଟାମାଳର ଗ୍ରାମବାସୀମାନଙ୍କ ଉପରେ ପୁଲିସର ବର୍ବରୋଚିତ ହିଂସାକାଣ୍ତଙ୍କୁ ଆମେମାନେ ସାମୁହିକ ଭାବେ ଦୃଢ଼ ନିନ୍ଦା କରିବା ସହ ଅତ୍ୟନ୍ତ ଉଦ୍ବିଗ୍ନ ଯେ ଏକ ଗଣତାନ୍ତ୍ରିକ ଦେଶରେ ବେଦାନ୍ତ ଓ ତା’ର ମୈତ୍ରୀ ନାମକ ଠିକା କମ୍ପାନୀ ଦ୍ୱାରା ବକ୍ସାଇଟ ଖଣି ଖନନକୁ ବିରୋଧ କରୁଥିବା ଆଦିବାସୀ ଓ ଦଳିତ ଜନସାଧାରଣ ୨୦୨୩ ଜୁଲାଇ-ଅଗଷ୍ଟରୁ ଲଗାତାର ପୁଲିସର ମନମୁଖି ଗିରଫ, ହିଂସା ଓ ଦମନ ଭୋଗି ଆସୁଛନ୍ତି ।
ଉଲ୍ଲେଖନୀୟ, ଏହି ସମଗ୍ର ଅଞ୍ଚଳଟି ଭାରତୀୟ ସମ୍ୱିଧାନର ପଞ୍ଚମ ଅନୁସୂଚୀ ଅଞ୍ଚଳର ଅଂଶବିଶେଷ ।
ପ୍ରକାଶ ଥାଉକି, ସ୍ଥାନୀୟ ଦଳିତ ଓ ଆଦିବାସୀ ସମୂହ ବେଦାନ୍ତର ବକସାଇଟ୍ ଖଣି ଖନନରୁ ଆପଣାର ମାଟି, ପାଣି, ପବନ ଓ ଜୀବିକାକୁ ରକ୍ଷା କରିବା ସହ ନିଜର ସାଂସ୍କୃତିକ ଅସ୍ମିତା ଓ ଧର୍ମୀୟ ଆସ୍ଥାର ମୂଳପୀଠ "ତିଜ ରଜାର ପବିତ୍ର ଆସ୍ଥାନ"କୁ ସୁରକ୍ଷିତ ରଖିବା ପାଇଁ "ମା ମାଟି ମାଳି ସୁରକ୍ଷା ମଞ୍ଚ" ନେତୃତ୍ୱରେ ଗଣତାନ୍ତ୍ରିକ ଉପାୟରେ ଲଢ଼େଇ କରିଆସୁଛନ୍ତି । ଖଣି ଖନନ ପ୍ରସ୍ତାବକୁ ବାତିଲ କରିବା ପାଇଁ ସେମାନେ ସ୍ଥାନୀୟ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି ରାଜ୍ୟ ସରକାର ପର୍ଯ୍ୟନ୍ତ ଏବଂ ସମ୍ପୃକ୍ତ କେନ୍ଦ୍ର ମନ୍ତ୍ରୀଙ୍କ ଠାରୁ ଆରମ୍ଭ କରି ଦେଶର ରାଷ୍ଟ୍ରପତିଙ୍କ ପର୍ଯନ୍ତ ସମସ୍ତଙ୍କୁ ନିବେଦନ କରିଆସିଛନ୍ତି । ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ଼ ଦ୍ୱାରା ଅନୁଷ୍ଠିତ ଜନଶୁଣାଣିରେ ସେମାନେ ଏହାକୁ ସଂପୂର୍ଣ୍ଣ ଭାବେ ବାତିଲ୍ କରିବା ପାଇଁ ଦାବି କରି ଆସୁଛନ୍ତି। ସେହିଭଳି ଜଙ୍ଗଲ ଅଧିକାର ଆଇନ ଅନୁଯାୟୀ ଗ୍ରାମବାସୀଙ୍କ ଦ୍ୱାରା ଆୟୋଜିତ ହୋଇଥିବା ଗ୍ରାମସଭାରେ ଏହି ପ୍ରକଳ୍ପ ସେମାନଙ୍କ ଜୀବନଜୀବିକା ଓ ସାଂସ୍କୃତିକ ଅସ୍ମିତାକୁ ଧ୍ୱଂସ କରିବ ବୋଲି ଏହି ପ୍ରକଳ୍ପ ବିରୋଧରେ ସେମାନଙ୍କର ସ୍ପଷ୍ଟ ମତ ବ୍ୟକ୍ତ କରିଆସିଛନ୍ତି ।
କଳେବଳେ ଓ କୌଶଳେ ଅନୁସୂଚିତ ଅଞ୍ଚଳର ଅଧିବାସୀ ମାନଙ୍କ ଉପରେ ଏହି ପ୍ରକଳ୍ପକୁ
ଲଦିଦେବା ପାଇଁ ସରକାରୀ କଳ ଦମନ ର ରାସ୍ତା ବାଛି ନେଇଛନ୍ତି। ତେଣୁ ବିରୋଧୀ ମାନଙ୍କୁ ଦମନ କରିବା ପାଇଁ ସେମାନଙ୍କ ଉପରେ ଶହ ଶହ ଅପରାଧିକ ମାମଲା ଲଦି ଦିଆଯାଇଛି । ପାଖାପାଖି ୧୦୦ ଜଣ ଜେଲ ଖଟି ସାରିଛନ୍ତି ଏବଂ ଆହୁରି ଅନେକ ଏବେ ବି ଜେଲରେ ଅଛନ୍ତି । ନିକଟ ଅତୀତରେ ମଞ୍ଚର ନେତୃତ୍ୱକୁ ଶରବ୍ୟ କରି ପୁଲିସ ଦମନ ଆହୁରି ତୀବ୍ରତର ହୋଇଛି । ଏହି ପରିପ୍ରେକ୍ଷୀରେ, କେତେକ ଘଟଣା ପ୍ରତି ଆମେ ଆପଣଙ୍କର ଧ୍ୟାନ ଆକର୍ଷଣ କରୁଛୁ :
• ମାର୍ଚ୍ଚ ୧୦ ତାରିଖ ରାତିରେ ତଳ ଆମପଦର ଗାଁରେ ଏକ ଗଣ୍ତଗୋଳକୁ କେନ୍ଦ୍ର କରି ରାତିଅଧିଆ ଶହ ଶହ ପୁଲିସ ଗାଁ ଉପରେ ଝାମ୍ପିପଡ଼ିଲେ ଏବଂ ୧୦ ଜଣ ମହିଳାଙ୍କ ସମେତ ୨୧ ଜଣ ଆଦିବାସୀଙ୍କୁ ଉଠେଇ ନେଲେ । ସେମାନଙ୍କ ଘର ଉପରେ ଚଢ଼ଉ କରି ଘରଦ୍ୱାର ଭାଙ୍ଗି ପକେଇଲେ । ମହିଳାଙ୍କ ଭିତରେ ଜଣେ ୧୯ ବର୍ଷୀୟା ମହିଳା ଗର୍ଭବତୀ ଥିଲେ ଏବଂ କେତେଜଣଙ୍କର ଛୋଟ ଛୁଆ ମଧ୍ୟ ଥିଲେ । ସେମାନେ ଏବେ ଭବାନୀପାଟଣା ଜିଲ୍ଲା ଜେଲରେ ଅଛନ୍ତି । ଏହି ଭଳି କ୍ଷେତ୍ରରେ ପୋଲିସ୍ ଏକ ଆଇନର ଗଣ୍ଡି ଭିତରେ କାମ କରିବା ବଦଳରେ ଏଭଳି ହିଂସ୍ର ଆଚରଣ କରୁଛି ଯେ ତାହା କମ୍ପାନୀ ଏଜେଣ୍ଟ ଭଳି କାମ କରୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ।
• "ମା ମାଟି ମାଳି ସୁରକ୍ଷା ମଞ୍ଚ"ର ନେତୃସ୍ଥାନୀୟ ସଭ୍ୟମାନଙ୍କ ଘର କାନ୍ଥରେ ରାୟଗଡ଼ା ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ଓ କାଶୀପୁର ମୁନସିଫ କୋର୍ଟ ଦ୍ୱାରା ଜାରି କରାଯାଇଥିବା ଗିରଫ ପରଓ୍ୱାନା ଲଗେଇବା ପାଇଁ ଫେବୃଆରୀ ୨୬,୨୭ ଓ ୨୮ ତାରିଖରେ ପାଖାପାଖି ୨୦୦ ପୁଲିସ ଓ ଅର୍ଦ୍ଧସାମରିକ ବାହିନୀ ଯବାନ ତିନୋଟି ଗାଁରେ ପଇଁତରା ମାରିଲେ ।
• ସାଗବାରି, ବନ୍ତେଜୀ, ବଣ୍ଡେଲ, କଣ୍ଟାମାଳ ଓ ତଳଆମପଦର ଗାଁରେ ସଶସ୍ତ୍ର ପୁଲିସ ବଳର ବ୍ୟାପକ ଉପସ୍ଥିତି ଏବଂ ଗାଁ ଗାଁରେ ମଞ୍ଚର ନେତୃତ୍ୱ ମଣ୍ତଳୀକୁ ପୁଲିସ ଖୋଜିବୁଲୁଛି । ଆକାଶ ମାର୍ଗରେ ଡ୍ରୋନ ଉଡ଼ିବା ସହ ପ୍ରାୟ ୧୮ରୁ ୨୫ ଗାଡ଼ିରେ ସଶସ୍ତ୍ର ପୁଲିସ ସହ ଅଣପୁଲିସ ବ୍ୟକ୍ତି ବିଶେଷ ସମଗ୍ର ଅଞ୍ଚଳରେ ପଇଁତରା ମାରୁଛନ୍ତି ।
• ଆଦିବାସୀ ଚାଷୀ ଓ ଦିନ ମଜୁରିଆମାନେ ଚାଷବାସ ଓ କାମଧନ୍ଦାକୁ ଯାଇ ନପାରି ରୋଜଗାର ହରାଉଛନ୍ତି । ଯେହେତୁ ଡ୍ରୋନ ଦ୍ୱାରା ତୀକ୍ଷ୍ଣଣ ନଜର ରଖାଯାଉଛି, ଲୋକମାନେ ନିତିଦିନିଆ କାମ ପାଇଁ ଜଙ୍ଗଲ ଓ ନଦୀକୁ ଯିବା ଅସମ୍ଭବ ହୋଇପଡ଼ିଛି । ଔଷଧ ଓ ଅନ୍ୟାନ୍ୟ ନିତ୍ୟ ବ୍ୟବହାର୍ଯ୍ୟ ଜିନିଷ କିଣିବା ପାଇଁ ଲୋକେ ଭୟରେ ଦୋକାନକୁ ମଧ୍ୟ ଯାଉନାହାନ୍ତି ।
• ଅପ୍ରେଲ ୩ ତାରିଖରେ ପୁଲିସ ଓ ପ୍ରଶାସନ ମାଇକ ସାହାଯ୍ୟରେ ନିଷେଧାଦେଶ ଘୋଷଣା କଲେ । ଖଣି ଅଞ୍ଚଳକୁ ତିଆରି ହେଉଥିବା ରାସ୍ତାର ୧୦୦ ମିଟର ମଧ୍ୟରେ ଚାରି ଜଣରୁ ଅଧିକ ଲୋକ ଏକତ୍ରିତ ହୋଇ ପାରିବେ ନାହିଁ ବୋଲି କୁହାଗଲା । ଯେତେବେଳେ ବ୍ୟାପକ ପୁଲିସ ଉପସ୍ଥିତିରେ ରାସ୍ତା ନିର୍ମାଣ କାମ ଆରମ୍ଭ କରିବା ପାଇଁ ଉଦ୍ୟମ କରାଗଲା, ଲୋକମାନେ ସ୍ଥାନ ଛାଡ଼ିଲେ ନାହିଁ ଏବଂ ଅପ୍ରେଲ ୪ ତାରିଖରୁ ୬ ତାରିଖ ପର୍ଯ୍ୟନ୍ତ ପ୍ରବେଶ ପଥରେ ଜଗି ରହିଲେ । ନିଷେଧାଦେଶକୁ ଶାନ୍ତିପୂର୍ଣ୍ଣ ଉପାୟରେ ତିନି ଧରି ଅମାନ୍ୟ କଲାପରେ ପୁଲିସ ହିଂସା ଆଚରଣ କରି ଅପ୍ରେଲ ୬ ତାରିଖ ମଧ୍ୟ ରାତ୍ରରେ କଣ୍ଟାମାଳ ଗାଁରେ ପ୍ରବେଶ କଲା । ଲୁହବୁହା ବାଷ୍ପ ପ୍ରୟୋଗ କରାଗଲା ଏବଂ ଗୋଟିଏ ଗାଈକୁ ମାରିଦିଆଗଲା । ପୁଲସିର ଲାଠିମାଡ଼ ହେତୁ ବହୁ ଲୋକ ଆହତ ହୋଇଛନ୍ତି । ଦୁଇ ଜଣ ମହିଳାଙ୍କ ମୁଣ୍ତରେ ଆଘାତ ହୋଇଛି । ଲୋକମାନେ ଡାକ୍ତରୀ ଚିକିତ୍ସା ପାଇଁ ଯାଇ ପାରୁନାହାନ୍ତି ।
ମହାଶୟ, ସ୍ଥାନୀୟ ଆଦିବାସୀ ଓ ଦଳିତ ଯେତେବେଳେ ଏପରି ଆତଙ୍କ, ଭୟ ଓ ଅଶାନ୍ତିରେ ବାସ କରୁଛନ୍ତି, ସେତେବେଳେ ପରିସ୍ଥିତିକୁ ସ୍ୱାଭାବିକ କରିବା ନିମନ୍ତେ ଆମେ ନିମ୍ନଲିଖିତ ଦାବିଗୁଡ଼ିକ ଉପରେ ଆଶୁ ପଦକ୍ଷେପ ଗ୍ରହଣ କରିବା ପାଇଁ ଆପଣଙ୍କୁ ନିବେଦନ କରୁଅଛୁ :
୧. ରାୟଗଡା ଉପଜିଲ୍ଲାପାଳଙ୍କ ଦ୍ୱାରା ଜାରି କରାଯାଇଥିବା ଧାରା ୧୬୩(ବି.ଏନ୍.ଏସ୍) ଓ ଧାରା ୧୪୪(ଭାରତୀୟ ଦଣ୍ଡବିଧି ସଂହିତା)ଧାରାକୁ ତୁରନ୍ତ ପ୍ରତ୍ୟାହାର କରାଯାଉ।
୨. ସିଜିମାଳି ଅଞ୍ଚଳରେ ଆଦିବାସୀମାନଙ୍କ ଜଳ, ଜମି, ଜଙ୍ଗଲ ଓ ଜୀବନ ଜୀବିକାର ସୁରକ୍ଷା ସୁନିଶ୍ଚିତ କରାଯାଉ ଓ ଖଣି ଖନନ ପ୍ରକଳ୍ପ ସଂପୂର୍ଣ୍ଣ ବାତିଲ କରାଯାଉ ।
୩. ବେଦାନ୍ତ କମ୍ପାନୀ ପାଇଁ ହେଉଥିବା ରାସ୍ତା ନିର୍ମାଣ କାମକୁ ତୁରନ୍ତ ବନ୍ଦ କରାଯାଉ।
୪. ସିଜିମାଳି ଅଞ୍ଚଳରେ ମୁତୟନ ହୋଇଥିବା ପୋଲିସ ପ୍ରତ୍ୟାହାର କରାଯାଉ ଏବଂ ପୋଲିସ ପ୍ରଶାସନଙ୍କ ଜୋର-ଜୁଲୁମକୁ ବନ୍ଦ କରାଯାଉ।
୫. ଜଳ, ଜମି ଓ ଜଙ୍ଗଲ ସୁରକ୍ଷା ପାଇଁ ବେଦାନ୍ତ କମ୍ପାନୀ ବିରୋଧୀ ଆନ୍ଦୋଳନରେ ସମସ୍ତ ସାଥୀମାନଙ୍କ ନାମରେ ଥିବା ମକଦ୍ଦମା ପ୍ରତ୍ୟାହାର କରାଯାଉ ଏବଂ ଜେଲରେ ଥିବା ସମସ୍ତ ସାଥୀମାନଙ୍କୁ ତୁରନ୍ତ ମୁକ୍ତ କରାଯାଉ ।
୬. ପଞ୍ଚମ ଅନୁସୂଚିତ ଅଞ୍ଚଳରେ ଆଦିବାସୀମାନଙ୍କ ଅଧୀକାର ରକ୍ଷା ପାଇଁ ପେଶା (PESA) ଓ ଜଙ୍ଗଲ ଅଧିକାର ଆଇନ (FRA) କଡ଼ାକଡ଼ି ଭାବେ କାର୍ଯ୍ୟକାରୀ କରାଯାଉ।
ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ତଥା ସିଜମାଳି ଅଞ୍ଚଳ ସମ୍ବିଧାନର ୫ମ ଅନୁଚ୍ଛେଦ ଅନୁଯାୟୀ ଅନୁସୂଚିତ କ୍ଷେତ୍ର ହୋଇଥିବାରୁ ଆପଣ ମୁଖ୍ୟମନ୍ତ୍ରୀ ତଥା ଆଦିବାସୀ ଉପଦେଷ୍ଟା ପରିଷଦ (TAC)ର ମୁଖ୍ୟ ଭାବେ ଅବିଳମ୍ବେ ଏହି ଘଟଣାରେ ହସ୍ତକ୍ଷେପ କରି ସେହି ଅଞ୍ଚଳରେ ଲୋକମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାର ସୁରକ୍ଷିତ କରିବାକୁ ଆମେ ନିବେଦନ କରୁଅଛୁ ।
ଆପଣଙ୍କର,
ସଚେତନ ନାଗରିକ ମଞ୍ଚ, ଓଡ଼ିଶା
୧. ଅନନ୍ତ ଲୋକମୁକ୍ତି ସଂଗଠନ, ଝାରସୁଗୁଡ଼ା
୨. ଅର୍ଚ୍ଚନା ରଥ, ବିଶ୍ଳେଷକ
୩. ଆକାଂକ୍ଷା ମହାପାତ୍ର, ଲେଖିକା ଏବଂ ଗବେଷକ
୪. ଆଶୁତୋଷ ପରିଡ଼ା, କବି, ଭୁବନେଶ୍ୱର
୫. ଦେବ ପ୍ରସାଦ ରାୟ, ଲୋହିଆ ଏକାଡେମୀ
୬. ବଳଭଦ୍ର ମଲ୍ଲିକ, ଚାଷୀ ମୂଲିଆ ସୁରକ୍ଷା ସମିତି, କନ୍ଧମାଳ
୭. ବ୍ରିଟିଶ କୁମାର, ଖଣ୍ଡୁଆଳମାଳୀ ସ୍ଥାୟୀ ସୁରକ୍ଷା ସମିତି, କଳାହାଣ୍ଡି
୮. ଡ଼ଃ. ବିଜୟ ବହିଦାର, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର
୯. ଡ଼ଃ. ବିରେନ୍ଦ୍ର ନାୟକ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର
୧୦. ଗୌରାଙ୍ଗ ମହାପାତ୍ର, CFSHR
୧୧. ବିଚିତ୍ର, TUCI
୧୨. ବିଭ୍ରାନ୍ତ ବିଶ୍ୱଜିତ୍, ମୂଳନିବାସୀ ଛାତ୍ର ଓ ଯୁବ ସାମ୍ମୁଖ୍ୟ, ଓଡ଼ିଶା
୧୩. ବିଶ୍ୱପ୍ରିୟ କାନୁନଗୋ, ଅଧିବକ୍ତା
୧୪. ଡ଼ଃ. ସ୍ୱାଧୀନ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର
୧୫. ଡ଼ଃ. ସୁମିତ୍ରା ପଟେଲ, ଅବସରପ୍ରାପ୍ତ ପ୍ରଫେସର, ଭୁବନେଶ୍ୱର
୧୬. ଦାମୋଦର ବେହେରା, ଦଳିତ ଅଧିକାର ଆନ୍ଦୋଳନ, କଳାହାଣ୍ଡି
୧୭. ଡ୍ରେଞ୍ଜୁ କୃଷିକା, ନିୟମଗିରି ସୁରକ୍ଷା ସମିତି
୧୮. ଦଣ୍ଡପାଣି ମହାନ୍ତି, ରାଜନୈତିକ କର୍ମୀ
୧୯. ଦେବରଞ୍ଜନ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଗଠନ, ଭୁବନେଶ୍ୱର
୨୦. ମହେନ୍ଦ୍ର ପରିଡ଼ା,AICCTU
୨୧ . ଡ଼ା. ରାଣ୍ଡାଲ୍ ସେକ୍ୟୁରା, ଭବାନୀପାଟଣା
୨୨. ଡା. ବିଶ୍ୱଜିତ୍, ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ଓଡ଼ିଶା
୨୩. ଗୋଲକ ନାଥ, ଗଣତାନ୍ତ୍ରିକ ଅଧିକାର ସୁରକ୍ଷା ସଂଘଠନ
୨୪. ହେନା ରାଣୀ, ଅଖିଳ ଭାରତୀୟ କ୍ରାନ୍ତିକାରୀ ମହିଳା ସଂଗଠନ
୨୫ . ଯମେଶ୍ୱର ସାମନ୍ତରାୟ, ଓଡ଼ିଶା କୃଷକ ସଭା
୨୬. ଜୟନ୍ତ ଦାସ, AITUC, ଓଡ଼ିଶା
୨୭. ଲଦ ସିକକା, ନିୟମଗିରି ସୁରକ୍ଷା ସମିତି
୨୮. ଲେନିନ କୁମାର, କବି ଏବଂ ରାଜନୈତିକ କର୍ମୀ
୨୯. ଲିଙ୍ଗରାଜ, ଜୟ କିସାନ ଆନ୍ଦୋଳନ, ବରଗଡ଼
୩୦. ମନୋରଞ୍ଜନ ସ୍ୱାଇଁ, ସାମାଜିକ କର୍ମୀ
୩୧. ନରେନ୍ଦ୍ର ମହାନ୍ତି, ମିଥ୍ୟା ମକଦ୍ଦମା ବିରୋଧୀ ଅଭିଯାନ, ଓଡ଼ିଶା
୩୨. ନିଗମାନନ୍ଦ ଷଢ଼ଙ୍ଗୀ , ଲେଖକ ଏବଂ ସକ୍ରିୟକର୍ମୀ
୩୩. ପ୍ରଦୀପ୍ତ ନାୟକ, ମାନବାଧିକାର କର୍ମୀ
୩୪. ପ୍ରଦ୍ୟୁମ୍ନ ବେହେରା
୩୫. ପ୍ରଫୁଲ୍ଲ ସାମନ୍ତରା, ଲୋକ ଶକ୍ତି ଅଭିଯାନ
୩୬. ପ୍ରକାଶ କୁମାର ସାମନ୍ତସିଂହାର, RTI କର୍ମୀ
୩୭.ପ୍ରମିଳା, ବସ୍ତି ସୁରକ୍ଷା ମଞ୍ଚ
୩୮. ପ୍ରଶାନ୍ତ ପାଇକରାୟ, ଜିନ୍ଦାଲ-ପୋସ୍କୋ ପ୍ରତିରୋଧ ସଂଗ୍ରାମ ସମିତି, ଢ଼ିଙ୍କିଆ
୩୯. ପ୍ରମୋଦିନୀ ପ୍ରଧାନ, PUCL, ଓଡ଼ିଶା
୪୦. ପ୍ରଣବ ଜେନା, CPDRS
୪୧. ପ୍ରତାପ ଚନ୍ଦ୍ର ପ୍ରଧାନ, IFTU, ଓଡ଼ିଶା
୪୨. ପ୍ରତାପ ନାୟକ, AIKMS, ଓଡ଼ିଶା
୪୩. ରାଧାକାନ୍ତ ସେଠୀ, AIPF, ଭୁବନେଶ୍ୱର
୪୪. ରାଜକିଶୋର ସୁନାନୀ, ସମାଜବାଦୀ ଜନ ପରିଷଦ, କଳାହାଣ୍ଡି
୪୫. ରଞ୍ଜନା ପାଢ଼ୀ, ଲେଖିକା ଏବଂ ନାରୀବାଦୀ
୪୬. ରୁମିତା କୁଣ୍ଡୁ, ସାମାଜିକ କର୍ମୀ
୪୭. ସଂଘମିତ୍ରା ଜେନା, AISF, ଓଡ଼ିଶା
୪୮. ସଙ୍କଳ୍ପ ମହାନ୍ତି, ଚଳଚ୍ଚିତ୍ର ନିର୍ମାତା
୪୯. ଶରତ ବରାଳ, AICCTU, ଖୋର୍ଦ୍ଧା
୫୦. ସରୋଜ ମହାନ୍ତି, ପଶ୍ଚିମ ଓଡ଼ିଶା କୃଷକ ସଂଗଠନ ସମନ୍ୱୟ ସମିତି
୫୧. ଶଙ୍କର, AIKKS
୫୨. ଶରଣ୍ୟା ନାୟକ, ସଂହତି କର୍ମୀ
୫୩. ସିଦ୍ଧାର୍ଥ, ସକ୍ରିୟକର୍ମୀ ଏବଂ ଡିଜାଇନର
୫୪. ସୋନିଆ ଚାନ୍ଦ, ଚଳଚ୍ଚିତ୍ର ନିର୍ମାତା
୫୫. ଶ୍ରୀକାନ୍ତ ମହାନ୍ତି, ଚାଷୀ ମୂଲ୍ୟ ସଂଘ, ଓଡ଼ିଶା, AIKMKS
୫୬. ଶ୍ରୀମନ୍ତ ମହାନ୍ତି, ରାଜନୈତିକ କର୍ମୀ
୫୭. ସୁଧୀର ପଟ୍ଟନାୟକ, ଗଣମାଧ୍ୟମ କର୍ମୀ
୫୮. ସୁଶ୍ରୀ ରାଜଲକ୍ଷ୍ମୀ, ଛାତ୍ରୀ
୫୯. ସ୍ୱାତି ଆଜାଦ, ସକ୍ରିୟକର୍ମୀ, ଭୁବନେଶ୍ୱର
୬୦. ଟୁନା ମଲ୍ଲିକ, ଆଦିବାସୀ ଭାରତ ମହାସଭା
୬୧. ଭେଙ୍କେଟେଶ ଏମ୍, ପ୍ୟାରାଲିଗାଲ୍ କର୍ମୀ, ଭୁବନେଶ୍ୱର
ଯୋଗାଯୋଗ ଇମେଲ୍ ID: [email protected]
07/04/2026
💥ବନ୍ଧୁକ ମୁନରେ କମ୍ପାନୀ ପାଇଁ ସିଜିମାଳି ଅଞ୍ଚଳରେ ରାସ୍ତା ନିର୍ମାଣ ବନ୍ଦ କର 💥
ବ୍ରହ୍ମପୁର ତା. ୦୭/୪. କ୍ରାନ୍ତିକାରୀ କୃଷକ ସଭା (AIKKS) ଓଡିଶା ରାଜ୍ୟ କମିଟି ତରଫରୁ ରାୟଗଡ଼ା ଜିଲ୍ଲାର ସିଜିମାଳି ଅଞ୍ଚଳରେ ବେଦାନ୍ତ କମ୍ପାନୀ ପାଇଁ ରାସ୍ତା ନିର୍ମାଣ ଏବଂ ଏହାକୁ ତୀବ୍ର ବିରୋଧ କରୁଥିବା ଆଦିବାସୀଙ୍କ ଗାଁ ମାନଙ୍କୁ ରାତି ୩ ଘଣ୍ଟ ଠାରୁ ସଶସ୍ତ୍ର ପୋଲିସ ବାହିନୀ ଦ୍ବାରା ଘେରା ବନ୍ଦୀ କରି ରଖିବା, କଣ୍ଟାମାଳ ଗାଁ ର ବିଦ୍ୟୁତ୍ ସଂଯୋଗ ବିଚ୍ଛିନ୍ନ କରିବା, ଲୁହବୁହା ଗ୍ୟାସ୍ ଚଲାଇବା, ଫାଙ୍କା ଗୁଳିଚାଳନା କରି ପୁରୁଷ ମହିଳାଙ୍କୁ ଆକ୍ରମଣ କରି ଘରଦ୍ୱାର ଭାଙ୍ଗିବା ଏକ ବର୍ବୋରଚିତ, ଅମାନବୀୟ ଏବଂ ଅଗଣତାନ୍ତ୍ରିକ ପଦ୍ଧତି କୁ ଅତି କଠୋର ଭାଷାରେ ସମାଲୋଚନା କରୁଛୁ। ଆଦିବାସୀ ମୂଖ୍ୟମନ୍ତ୍ରୀ ଥାଇ ଯଦି ସରଳ ନିରୀହ ପ୍ରକୃତି ପ୍ରେମୀ ଆଦିବାସୀଙ୍କ ଉପରେ ଏପରି ରାଷ୍ଟ୍ର ଦମନ ହେବ ତାହା ହେଲେ ଆମ ରାଜ୍ୟର ଭବିଷ୍ୟତ କଣ ହେବ ତାହା ପ୍ରଶ୍ନବାଚୀ।
ଆଦିବାସୀମାନେ ସ୍ୱାଭାବିକ ଭାବରେ ଗୋଷ୍ଠୀଗତ ଜୀବନଯାପନ ଏବଂ ଜଙ୍ଗଲ ଉପରେ ତାଙ୍କର ଜୀବନ ନିର୍ଭର କରିଥାଏ। ଜଙ୍ଗଲରୁ ଜାଳେଣୀ ସଂଗ୍ରହ, ଜଙ୍ଗଲଜାତ ପଦାର୍ଥ ଆଣିବା, ହାଟ ବଜାରକୁ ଯିବାଆସିବା ଓ ସୁରକ୍ଷା ଦୃଷ୍ଟିରୁ ଗୋଷ୍ଠୀଗତ ଭାବରେ ଚଳପ୍ରଚଳ କରିବା ତାଙ୍କର ନିତିଦିନିଆ ଜୀବନର ଅଂଶ। ଏହି ପରିସ୍ଥିତିରେ ଜଙ୍ଗଲ ଅଧିକାର କମିଟି ର ମୂଖିଆ ଉପଜିଲ୍ଲାପାଳ ଆଦିବାସୀଙ୍କ ସମସ୍ତ ମୌଳିକ ଓ ସାଂବିଧାନିକ ଅଧିକାରକୁ କ୍ଷୁଣ୍ଣ କରି ୧୪୪ ଧାରା ଲଗାଇଛନ୍ତି। ଏହା ସଂପୂର୍ଣ୍ଣ ଜନବିରୋଧୀ ନୀତି ଅଟେ।
ଆମର ଦାବୀ ସମୂହ :
୧. ୧୪୪ ଧାରା ଏବଂ ପୋଲିସ ସଶସ୍ତ୍ର ବାହିନୀ ତୁରନ୍ତ ପ୍ରତ୍ୟାହାର କର।
୨. ଗ୍ରାମସଭା ର ନିଷ୍ପତ୍ତି ଏବଂ ଜଳ, ଜଙ୍ଗଲ ଜମି, ଖଣି ଓ ପ୍ରକୃତି କୁ କର୍ପୋରେଟ କମ୍ପାନୀ ସ୍ୱାର୍ଥରେ ଟେକି ଦେବା ବନ୍ଦ କର।
୩. ଆଦିବାସୀଙ୍କୁ ବାସ୍ତୁହରା କରିବା ପାଇଁ ହେଉଥିବା ରାସ୍ତା ନିର୍ମାଣ କାମ ତୁରନ୍ତ ବନ୍ଦ କର।
୪. ବନ୍ଧୁକ ମୁନରେ ପୋଲିସ ଓ ପ୍ରଶାସନ ଦମନ ନୀତି ବନ୍ଦ କର।
୫. ଆଦିବାସୀଙ୍କ ପ୍ରିୟ ନେତା ସାଥୀ ଲିଙ୍ଗରାଜ ଆଜାଦ ଓ ସଂଗ୍ରାମୀ ସୁରେଶଙ୍କୁ ତୁରନ୍ତ ଏବଂ ନିଃସର୍ତ୍ତ ମୁକ୍ତ କର।
୬. ଆଦିବାସୀମାନଙ୍କ ଅଧିକାର ରକ୍ଷା ପାଇଁ ପେସା(PESA) ଓ ଜଙ୍ଗଲ ଅଧିକାର ଆଇନ (FRA) ସୁନିଶ୍ଚିତ କର।
୭. କମ୍ପାନୀ ଦଲାଲ୍ ସାଜି ଆଦିବାସୀ ଏବଂ କୃଷକଙ୍କ ସର୍ବନାଶ କରୁଥିବା ନେତା, ମନ୍ତ୍ରୀ, ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କୁ ଗିରଫ କର ।
୮. ଘରଦ୍ୱାର ଭାଙ୍ଗିଥିବା ଆଦିବାସୀ ପରିବାରକୁ ୨୦ ଲକ୍ଷ କ୍ଷତିପୂରଣ ସହ ତୁରନ୍ତ ନିର୍ମାଣ କର। ଏହି ଟଙ୍କା ପୋଲିସ ଓ ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆଦାୟ କରାଯାଉ।
ନିବେଦକ
ଶଙ୍କର ଇନକିଲାବ, ରାଜ୍ୟ ସଂପାଦକ
କ୍ରାନ୍ତିକାରୀ କୃଷକ ସଭା (AIKKS)
ଓଡ଼ିଶା ରାଜ୍ୟ କମିଟି
୯୪୩୭୨୬୩୨୧୧
୭ ଅପ୍ରେଲ ୨୦୨୬
କୃଷକ ବିରୋଧୀ ସରକାର
ଗାଡ଼ି ଛାଡ
15/01/2026
ପ୍ରଖ୍ୟାତ କୃଷକ ନେତା କମ୍ରେଡ ସୋମନାଥ ପାତ୍ର ଆଜି ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ସେ ଓଡ଼ିଶା କୃଷକ ଆନ୍ଦୋଳନର ଅନ୍ୟତମ ବିନ୍ଧାଣି ଥିଲେ। ଅଖିଳ ଭାରତ କ୍ରାନ୍ତିକାରୀ କୃଷକ ସଭା ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି।
ଶଙ୍କର ଇନକିଲାବ, ରାଜ୍ୟ ସଂପାଦକ
କ୍ରାନ୍ତିକାରୀ କୃଷକ ସଭା (A.I.K.KS)
9437363211
14/12/2025
ଆସନ୍ତୁ ସମସ୍ତେ ଏକ ହୋଇ ଶ୍ରମିକ ବିରୋଧୀ ୪ ଶ୍ରମ ସଂହିତାକୁ ରଦ୍ଦ କରି ଶ୍ରମଜୀବୀଙ୍କ ହକ ପୁଣି ଥରେ ହାସଲ କରିବା
Press Statement December 10, 2025
*SKM leader Satyawan and others beaten and kidnapped in RSS goons attack*
*SKM condemns attack, praises Jindal Posco resistance platform's brave struggle protecting homeland from corporate loot imposed by RSS*
*SKM writes a letter to the Chief Minister to identify the culprits, take strict legal action, ensure law-order in the state and protect the democratic rights of people's protest. *
Joint Kisan Morcha (SKM) strongly condemns the attack on SKM national leader and president of AIKKMS Comrade Satyawan and other farmer leaders in Kenjhar, Odisha. This kidnapping by RSS-BJP goons is a disgusting trick to threaten patriotic agitators while the government is trying to show itself neutral.
The goons were armed with sticks and other weapons and fought all the activists including Satywan. During this time Satyawan's forehead was injured. Goons kidnapped the leaders and later taken to Turumunga police station in Odisha's Kyonjhar district, where police detained them illegally for hours. Goons tried many attempts to sn**ch the mobile phones of leaders, outside and inside the police station. They were practically not allowed to talk to anyone on the phone. All this misbehavior happened in the presence of police and later some policemen removed them from there. Then police released Satyawan and other leaders.
SKM has written a letter to Odisha Chief Minister Mr. Mohan Charan Majhi demanded to identify all the culprits and take strict legal action, ensure law-order and protect the democratic rights of citizens.
The shameful incident took place on 9 December 2025 when Comrade Satywan and other colleagues were returning from Jamunaposi village, Kyonjhar district where they addressed a general assembly of struggling villagers under the banner of Jindal Posco Resistance Forum. Villagers are fighting to protect their fertile agricultural land from being forced sn**ched by Posco and Jindal. Jindal family is part of BJP family and Posco is a Korean multinational company.
During the tour, the villagers told the leaders that this village is their central land, their lives, livelihood and identity are deeply connected to the village, and under no circumstances they would give their land to multinational companies. They were totally determined to fight till the end.
Police force and anti-social elements have attacked villagers many times to break the morale of struggling villagers. On 26th November midnight, heavy police force surrounded the villages and arrested Jindal Posco Protest Forum Secretary Comrade Benudhar Sardar and 5 other leaders and filed false lawsuit against them. They are in jail right now. Comrade Satyawan and other leaders participated in villagers meeting and supported them on behalf of SKM.
In fear of failing to overthrow villagers and exposing the disgusting conspiracy to sell nation and public's properties to foreign exploiters and their domestic allies, RSS did this illegal act in daylight. We have a clear opinion that these organized criminal activities are being done to clear the way for farmers to sn**ch their land despite their unwillingness. This is a fierce attack not only on democratic movement, but also on the lives of poor people.
Joint Kisan Morcha (SKM) appeals to democratic forces and hardworking public to come forward and bravely fail the attacks of fascist BJP government and multinational companies.
The issuer
Media Cell | Joint Kisan Morcha
Contact: 9447125209 | 9830052766
[email protected]
08/12/2025
ସଫଳ କରାନ୍ତୁ
ଅଖିଳ ଭାରତ ଫାସିବାଦ ବିରୋଧୀ କନଭେନସନ୍
୬ ଡିସେମ୍ବର, ୨୦୨୫
୧୦:୦୦AM - ସନ୍ଧ୍ୟା ୫:୩୦PM
ସମାହିତା ଫଙ୍କସନ୍ ହଲ୍ (ଅଶଫାକୁଲ୍ଲା ଖାନ - ରାମ ପ୍ରସାଦ ବିସମିଲ୍ ହଲ୍), ଏଲବି ନଗର, ହାଇଦ୍ରାବାଦ
ଆରଏସଏସ ଫାସିବାଦକୁ ପ୍ରତିରୋଧ ଏବଂ ପରାସ୍ତ କରନ୍ତୁ
ଭାରତର ବହୁ ଭାଷା, ବହୁ ସଂସ୍କୃତି, ବହୁ-ଧର୍ମ, ବହୁଜାତି ଏବଂ ସମସ୍ତ ସଂଘୀୟ ବିରୋଧୀ ଆଇନ ଏବଂ ପ୍ରଶାସନିକ ନୀତି କୁ ପ୍ରତ୍ୟାହାର କର
03/12/2025
Dear Comrades,
Red Salutes from the Sanjukta Kisan Morcha!
Today, we stand here not just as workers or farmers, but as the united fighting force of the oppressed of this nation. India’s ruling class has thrown a challenge at us—a challenge more dangerous, more deceitful, and more anti-people than anything we have faced in the past.
The so-called Labour Codes are nothing but new instruments of slavery. These Codes are designed to crush the rights of workers, to weaken trade unions, and to hand over complete power to corporations. And comrades, as farmers, we know this pattern well. The same government that tried to enslave farmers through the three Farm Laws is now targeting workers through these four Labour Codes.
1. A Direct Assault on Workers—and on the Entire Working People
The Industrial Relations Code is an attack on the right to strike, the right to bargain, and the right to dignity. It gives employers the power to hire and fire at will, to shut down factories without accountability, and to treat workers like disposable machines.
The Occupational Safety & Health Code dilutes protections and condemns workers to unsafe, life-threatening workplaces.
The Social Security Code destroys the idea of secure employment and throws crores into the pit of gig, platform, and fixed-term exploitation.
And the Wage Code promises minimum wage but delivers minimum justice.
2. Workers and Farmers Are Being Thrown Into the Same Fire
Comrades, the assault is not limited to workers.
Farmers are facing:
Corporate control over seeds, prices, markets, and land
Rising input costs
Falling MSP
Criminalisation of peaceful protest
Complete abandonment by the State
This is the same anti-people philosophy behind the Labour Codes:
Maximise corporate profits, minimise people’s rights.
Workers are pushed into insecurity.
Farmers are pushed into indebtedness.
Both are pushed into slavery.
3. SKM Stands Shoulder to Shoulder With the Working Class
The Sanjukta Kisan Morcha declares from this stage:
We will not allow the government to divide the working people.
An attack on workers is an attack on farmers.
An attack on farmers is an attack on workers.
Together we defeated the three black Farm Laws.
Together we will defeat these four black Labour Codes.
4. Our Struggle Must Become a Nationwide People’s Movement
Comrades, we must take this message:
To every factory
To every village
To every mandi
To every construction site
To every field and farm
To the streets of every state
We must build a resistance that the ruling class cannot ignore and cannot suppress.
5. Our Clear Demands
Immediate repeal of all four anti-worker Labour Codes
Legal guarantee of MSP for all crops
Protection of trade unions and peasant organisations
Universal social security for all workers and farmers
Respect the right to strike, right to organise, and right to protest
6. A Call for Powerful United Action
Comrades, today we declare from this united platform:
“We will not bow.
We will not break.
We will not be slaves.”
The ruling class of India wants to crush our rights.
But they forget—
Workers and farmers create this nation.
Without us, not a wheel will turn,
Not a field will produce,
Not a factory will run.
Final Call
Let this demonstration send a loud, clear message:
Workers and Farmers of India are united.
United against corporate greed.
United against anti-worker Labour Codes.
United against exploitation.
United for justice, dignity, and rights.
Long Live Worker–Farmer Unity!
Long Live People’s Struggle!
Inquilab Zindabad!
03/12/2025
ଅଖିଳ ଭାରତ ଫାସିବାଦ ବିରୋଧୀ କନଭେନସନ୍
୬ ଡିସେମ୍ବର, ୨୦୨୫
୧୦:୦୦AM - ସନ୍ଧ୍ୟା ୫:୩୦PM
ସମାହିତା ଫଙ୍କସନ୍ ହଲ୍ (ଅଶଫାକୁଲ୍ଲା ଖାନ - ରାମ ପ୍ରସାଦ ବିସମିଲ୍ ହଲ୍), ଏଲବି ନଗର, ହାଇଦ୍ରାବାଦ
ଆରଏସଏସ ଫାସିବାଦକୁ ପ୍ରତିରୋଧ ଏବଂ ପରାସ୍ତ କରନ୍ତୁ
‘ଏକ ରାଷ୍ଟ୍ର ଏକ ନିର୍ବାଚନ' ଚିନ୍ତା ବନ୍ଦ କର