Kalyan Ashram Odisha

Kalyan Ashram Odisha

Share

Contact information, map and directions, contact form, opening hours, services, ratings, photos, videos and announcements from Kalyan Ashram Odisha, Social service, Bhubaneswar.

11/04/2025

ଶୋକ ସଂବାଦ

ପୂର୍ବକ୍ଷେତ୍ର ହିତରକ୍ଷା ପ୍ରମୁଖ ଡକ୍ଟର ଲକ୍ଷ୍ମୀକାନ୍ତ ଦାଶ ଆଉ ନାହାନ୍ତି। ସେ ପ୍ରାୟ ଦୁଇ ବର୍ଷ ଧରି ରକ୍ତ କର୍କଟ ରୋଗରେ ପୀଡିତ ଥିଲେ। ସେ ଭୁବନେଶ୍ୱରର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନରେ ଦଶ ଦିନ ଧରି ଇଣ୍ଟେନ୍ସିଭ୍ କେୟାର ୟୁନିଟ୍ ରେ ଏବଂ ପାଞ୍ଚ ଦିନ ଧରି ଭେଣ୍ଟିଲେଟର ସପୋର୍ଟରେ ଚିକିତ୍ସା ପାଉଥିଲେ। ସେ ୧୧ ଏପ୍ରିଲ ରାତି ୧୧ଟାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ପୁରୀ ଆୟୁର୍ବେଦିକ ମେଡିକାଲ କଲେଜରୁ ଡିଗ୍ରୀ ହାସଲ କରିବା ପରେ, ସେ ୧୯୮୦ ମସିହାରେ ବରଗଡ଼ ଜିଲ୍ଲା ପ୍ରଚାରକ ଭାବରେ କାର୍ଯ୍ୟ କରିଥିଲେ। ପରେ ସେ ଦୀନଦୟାଲ ଗବେଷଣା ପ୍ରତିଷ୍ଠାନରେ ଡାକ୍ତର ତଥା ସଂପାଦକ ଦାୟିତ୍ୱ ନିର୍ବାହ କରିଥିଲେ। ୧୯୮୭ ମସିହାରୁ ସେ ବିଶ୍ୱ ହିନ୍ଦୁ ପରିଷଦ ଅଧୀନରେ ଓଡ଼ିଶା ମାଳାଞ୍ଚଳ ପ୍ରକଳ୍ପର ମୁଖ୍ୟ ଥିଲେ। ସେ ୧୯୯୦ ମସିହାରୁ ଓଡ଼ିଶାର ବନବାସୀ କଲ୍ୟାଣ ଆଶ୍ରମର ସାଧାରଣ ସମ୍ପାଦକ ଥିଲେ। ଏହି ସମୟ ମଧ୍ୟରେ ସେ ଦୁଇ ବର୍ଷ ପାଇଁ ସାଧାରଣ ସମ୍ପାଦକ ଏବଂ ପ୍ରାନ୍ତ ସଂଗଠନ ମନ୍ତ୍ରୀ ଦାୟିତ୍ୱ ମଧ୍ୟ ତୁଲାଇଥିଲେ। ୨୦୨୧ ମସିହାରୁ ଏପର୍ଯ୍ୟନ୍ତ, ଚିକିତ୍ସାଧୀନ ଥିବା ସମୟରେ ମଧ୍ୟ କାର୍ଯ୍ୟକର୍ତ୍ତା ମାନଙ୍କ ସହିତ ଯୋଗାଯୋଗ ରକ୍ଷା କରି କ୍ଷେତ୍ର ହିତରକ୍ଷା ପ୍ରମୁଖ ଦାୟିତ୍ୱ ନିର୍ବାହ କରିଛନ୍ତି। ଭଗବାନ ଦିବଂଗତ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ। ଓମ୍ ଶାନ୍ତିଃ ଶାନ୍ତିଃ ଶାନ୍ତିଃ
ଶୋକ ବାର୍ତ୍ତା ପାଇଁ -
ପୁଅ ଶ୍ରୀ ସତ୍ ସଂକଳ୍ପ ଦାଶ 6371163352 |

29/03/2025
22/03/2025

ଅତ୍ୟନ୍ତ ଦୁଃଖ ଖବର ବନବାସୀ କଲ୍ୟାଣ ଆଶ୍ରମ ର ମାର୍ଗ ଦର୍ଶକ ମା. ପବିତ୍ର କହଁର ,କନ୍ଧମାଳ ଙ୍କ ବାପା ଗୁରୁବନ କହଁର, ବୟସ -90 ଆଜି ଦିବା 11.15 ମି. ସମୟରେ ଦେହାନ୍ତ ହୋଇଯାଇଛି ।ସେ ଜ୍ଯୋତିଷ ଶାସ୍ତ୍ର ଜ୍ଞାତା ଓ ଆଧ୍ଯାତ୍ମିକ ବ୍ଯକ୍ତି ଭାବରେ ଜନମାନସରେ ସୁପରିଚିତ ଥିଲେ। ବଡ ପୁଅ ପବିତ୍ର ସମେତ ସାନ ବିରେନ,ଓ ସୁଧୀର ସମସ୍ତେ ଆର,ଏସ,ଏସ ର ସ୍ବୟଂସେବକ। ପବିତ୍ରଭାଇ ଅ.ଭା.ବନବାସୀ କଲ୍ଯାଣ ଆଶ୍ରମ ର କାର୍ଯ୍ୟକାରିଣୀ ସଦସ୍ଯ ରୁପେ ଓ ସଂଘ ର ଜିଲ୍ଲା କାର୍ଯ୍ୟବାହ ଭାବରେ ଦାୟିତ୍ବ ନିଭାଇ ଛନ୍ତି। ତାଙ୍କ ବାପା ସର୍ବଦା ସମାଜ କାମ ପାଇଁ ପ୍ରେରଣା ଯୋଗାଇ ଯାଇଛନ୍ତି। ତାଙ୍କର ଅମର ଆତ୍ମାର ସଦଗତିନିମନ୍ତେ ବନବାସୀ କଲ୍ୟାଣ ଆଶ୍ରମ, ଓଡିଶା ର ସମସ୍ତ କାର୍ଯ୍ୟକର୍ତ୍ତା ଜଗତର ନାଥ ଜଗନ୍ନାଥ ଙ୍କ ଠାରେ ପ୍ରାର୍ଥନା କରୁଛୁ 🙏ଓମ ଶାନ୍ତି ଶାନ୍ତି ଶାନ୍ତି...
ଯୋଗାଯୋଗ - 6371438986

କୃଷ୍ଣଚନ୍ଦ୍ର ଭାଟି
ପ୍ରାନ୍ତ ସଂଗଠନ ମନ୍ତ୍ରୀ
ବନବାସୀ କଲ୍ୟାଣ ଆଶ୍ରମ,ଓଡିଶା

Photos from Akhil Bharatiya Vanvasi Kalyan Ashram's post 21/09/2024
12/06/2024

ଓଡ଼ିଆ ଅସ୍ମିତାର ବିଜୟ ଓ ବିକଶିତ ଦୃଢ ସଂକଳ୍ପ ପାଇଁ ଓଡ଼ିଶାର ନୂତନ ମୁଖ୍ୟମନ୍ତ୍ରୀ ଭାବେ ମାନନୀୟ ଶ୍ରୀ ମୋହନ ଚରଣ ମାଝୀ ଙ୍କୁ ବନବାସୀ କଲ୍ୟାଣ ଆଶ୍ରମ ପରିବାର ତରଫରୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ

Photos from Kalyan Ashram Odisha's post 26/12/2023

ବନବାସୀ କଲ୍ୟାଣ ଆଶ୍ରମର 72 ସ୍ଥାପନା ଦିବସ ଆଜି ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ କରିବା ସହ ଆଶ୍ରମର ପ୍ରତିଷ୍ଠାତା ବାଲାସାହେବ ଦେଶପାଣ୍ଡେ ଜୀଙ୍କର ଜନ୍ମଦିନ ଅବସରରେ ତାଙ୍କର ପ୍ରେରଣାଦାୟକ ସ୍ମୃତି ପାଇଁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି|
ବନବାସୀର ବିକାଶ ରେ ଦେଶର ପ୍ରକୃତ ବିକାଶ,ପୂଜ୍ୟ ଶ୍ରୀ ବନଯୋଗୀ ବାଲାସାହେବ ଦେଶପାଣ୍ଡେ ଜୀଙ୍କ ଆଦର୍ଶକୁ ଆପଣେଇ ପୁରା ଦେଶରେ ବ୍ୟାପ୍ତ ହୋଇ ବନବାସୀ ସମାଜ ମଧ୍ୟରେ ଶିକ୍ଷା, ଚିକିତ୍ସା,ସଂସ୍କାର, ସ୍ୱାବଲମ୍ବନ,ଶ୍ରଦ୍ଧା ଜାଗରଣ ଓ ଖେଳ କୁଦ ମାଧ୍ୟମରେ ସ୍ୱାବଲମ୍ବୀ ଓ ସ୍ୱାଭିମାନୀ କରିବା ସହ ରାଷ୍ଟ୍ର ନିର୍ମାଣରେ ଜାଗୃତ କରିବା ଆମର ଲକ୍ଷ୍ୟ ଓ ଧ୍ୟେୟ ।
ସମସ୍ତଙ୍କୁ ସ୍ଥାପନା ଦିବସର ଶୁଭେଚ୍ଛା ଓ ଶୁଭ କାମନା ।

23/06/2023

ଅଖିଳ ଭାରତୀୟ ବନବାସୀ କଲ୍ୟାଣ ଆଶ୍ରମର ମହାମନ୍ତ୍ରୀ ମାନନୀୟ ଯୋଗେଶ ବାପଟ ଜୀ କନ୍ଧମାଳ ଜିଲ୍ଲାରେ ଗସ୍ତ କରି ଗ୍ରାମ ସମିତି ବୈଠକ , ଶ୍ରଦ୍ଧା ଜାଗରଣ କେନ୍ଦ୍ର, ଗ୍ରାମ ବିକାଶ ବୈଠକ ଜିଲ୍ଲା ସମିତି ବୈଠକ କରେ ମାର୍ଗ ଦର୍ଶନ କଲେ।

Photos from Kalyan Ashram Odisha's post 22/06/2023

ଅନ୍ତର୍ଜାତୀୟ ଯୋଗ ଦିବସ ୨୦୨୩

09/05/2023

ଓଁମ ଶ୍ରୀପରମାତ୍ମନେ ନମଃ।ଭଗବାନ ଶ୍ରୀଜଗନ୍ନାଥ ରଂଜନ ଭାଇଙ୍କର ଅମର ଆତ୍ମାକୁ ସଦ୍ଗତି ପ୍ରଦାନ କରିଥିବେ ନିଶ୍ଚିତ ରେ,ସେ ଜନଜାତି ସମାଜ ପାଇଁ କରିଯାଇଥିବା ସୁକର୍ମ ପାଇଁ।ଆମେମାନେ ତାଙ୍କର ଆତ୍ମୀୟ ସ୍ୱଜନ ଓ ଶୁଭାକାଂକ୍ଷୀ ଭାବରେ ସେହିକାର୍ଯ୍ୟ କୁ ନିଷ୍ଠା ର କରି ଚାଲିଲେ ତାହା ତାଙ୍କ ପାଇଁ ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।ତାଙ୍କର ଏହି ପୁଣ୍ୟତିଥୀ ରେ ଅମର ଆତ୍ମାକୁ ଶତ ଶତ ପ୍ରଣାମ।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Website

Address


Bhubaneswar
751010