ଓଡ଼ିଶା ଲୋକ ଦଳ

ଓଡ଼ିଶା ଲୋକ ଦଳ

Share

Youth Political Party of Odisha | ଓଡ଼ିଶାର ଯୁବ କୈନ୍ଦ୍ରିକ ଆଞ୍ଚଳିକ ରାଜନୈତିକ ଦଳ।

06/06/2026

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା ପାଇଁ ଆଉ ମାସେ ସମୟ ରହିଲା, ଆମ ରାଜ୍ୟ ସରକାର କେତେ ପ୍ରସ୍ତୁତ ଅଛନ୍ତି? ପ୍ରଭୁ ଜଗନ୍ନାଥଙ୍କ ରଥଯାତ୍ରା ପାଇଁ ନା କେନ୍ଦ୍ର ନା ରାଜ୍ୟ ସରକାର ଆଗ୍ରହୀ ଥିଲା ଭଳି ଦେଖା ଯାଉ ନାହାନ୍ତି। କୁମ୍ଭମେଳା ଠାରୁ ଜଗନ୍ନାଥଙ୍କ ରଥଯାତ୍ରାର ମହାତ୍ମ୍ୟ କ'ଣ କମ? ରଥଯାତ୍ରା ପାଇଁ ଜାତୀୟ ସ୍ତରରେ କାଇଁ ପ୍ରଚାର ପ୍ରସାର ଦେଖାଯାଉ ନାହିଁ। କାଳିମାରେ ସବୁ ତୋତେ ଜଣା ଅଛି।

#ଘୋଷଯାତ୍ରା #ଓଡ଼ିଆ #ଓଗ଼ିଶା #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆସ୍ୱାଭିମାନ #ଓଡ଼ିଆପାଇଁଓଡ଼ିଶା

04/06/2026

ଓଡ଼ିଆ ପାଇଁ ଓଡ଼ିଶାକୁ ପୁନର୍ଗଠନ କରିବା, ଓଡ଼ିଶାରେ ଓଡ଼ିଆ ମାନଙ୍କର ପ୍ରଭୁତ୍ଵ କୁ ଫେରାଇ ଆଣିବା ଓ ନୁଆ ଯୁବପିଢିଙ୍କୁ ରାଜନୀତିରେ ସୁଯୋଗ ଦେବା ସହ ରାଜ୍ୟରେ ସୁଶାସନ ଆଣିବା ଲକ୍ଷ୍ୟରେ ଗଠନ ହୋଇଥିବା ଓଡ଼ିଶା ଲୋକ ଦଳର ଏ ଯାତ୍ରାରେ ସହଭାଗିତା ହୁଅନ୍ତୁ।

Donate US using the QR Code.
#ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଆମରାଜ୍ୟଆମଦାୟିତ୍ୱ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

02/06/2026

ଆମର ପ୍ରତିଶ୍ରୁତି:
ଓଡ଼ିଶାର ସମସ୍ତ ଖଣିଜ ସମ୍ପଦରେ ଓଡ଼ିଆମାନଙ୍କର ପ୍ରଭୁତ୍ୱ ରହିବ। ଜିଲ୍ଲା ଖଣିଜ ପାଣ୍ଠିର ସଦୁପଯୋଗ କରାଯିବା ସହ ଓଡ଼ିଆ ଯୁବପିଢିଙ୍କ ପାଇଁ ୭୦ଭାଗ ନିଯୁକ୍ତି ସଂରକ୍ଷଣ ରହିବ ଏହା ସହ ଖଣିଜ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ଖଣିର ଲାଭାଂଶରେ ଅଂଶୀଦାର ମଧ୍ୟ କରିବୁ।

ଆମ ରାଜ୍ୟର ଖଣିଜ ସମ୍ପଦ ଆମ ରାଜ୍ୟର ଜନସାଧାରଣଙ୍କ ପାଇଁ କେତେ ଲାଭଦାୟକ ହୋଇଛି? ଆମ ଖଣିଜ ସମ୍ପଦରୁ ପ୍ରଭାକରନ ଭଳି କେତେଜଣ ଓଡ଼ିଆ ଆଗକୁ ବଢିଛନ୍ତି ତାହା ହିସାବ କରିବା ନିହାତି ଆବଶ୍ୟକ ରହିଛି।

#ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଆମରାଜ୍ୟଆମଦାୟିତ୍ୱ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

31/05/2026

ଆମ ପ୍ରତିଶୃତି: ସମସ୍ତ ଲୋକ ପ୍ରତିନିଧିଙ୍କୁ ଉଚିତ ସମ୍ମାନ ଦିଆଯିବା ଉଚିତ।

ରାଜ୍ୟରେ ବିଧାୟକମାନଙ୍କୁ ମିଳୁଥିବା ସମସ୍ତ ସୁବିଧା ସୁଯୋଗ (ଉପଯୁକ୍ତ ଦରମା, ଭତ୍ତା ଓ ପେନସନ) ରାଜ୍ୟର ଅନ୍ୟ ସମସ୍ତ ନିର୍ବାଚିତ ପ୍ରତିନିଧିମାନଙ୍କୁ ପ୍ରଦାନ କରାଯିବ। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

29/05/2026

ଏ ଓଡ଼ିଆ ଜାତିକୁ ପ୍ରଶ୍ନ?

#ସର୍ବାଗ୍ରେଓଡ଼ିଆ #ସର୍ବାଗ୍ରେଓଡ଼ିଶା #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

29/05/2026

ଆମର ପ୍ରତିଶ୍ରୁତି: ଶିକ୍ଷକମାନେ କେବଳ ଓ କେବଳ ଶିକ୍ଷାଦାନ କରିବେ। ସମସ୍ତ ସ୍କୁଲରେ ଶ୍ରେଣୀ/ବିଷୟ ଅନୁଯାୟୀ ସ୍ଥାୟୀ ଶିକ୍ଷକ ନିଯୁକ୍ତି କରାଯିବ। ବିଭିନ୍ନ ବର୍ଗର ଶିକ୍ଷକ ବ୍ୟବସ୍ଥା ବନ୍ଦ କରାଯିବା ସହ ସମ୍ମାନ ଓ ଜାତୀୟ ସ୍ତରର ବେତନ ପ୍ରଦାନ କରାଯିବ। #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

27/05/2026

ଆମେ ପ୍ରତିଶୃତି ବଦ୍ଧ ଯେ ଆମେ ଓଡ଼ିଶାରୁ ବାହାର ରାଜ୍ୟର କଂସେଇଖାନାକୁ ଆମ ରାଜ୍ୟରୁ ଗାଈ ଚାଲାଣ ସମ୍ପୂର୍ଣ୍ଣ ବନ୍ଦ କରିବା ସହ ପ୍ରତ୍ୟେକ ଜିଲ୍ଲାରେ ତିନୋଟି କିମ୍ବା ଚାରୋଟି ବଡ଼ବଡ଼ ଗାଈ ଫାର୍ମ ତିଆରି କରିବୁ। ଏହି ଗାଈ ଫାର୍ମ ଗୁଡ଼ିକରେ ଅଞ୍ଚଳର ଯୁବକମାନେ ନିଯୁକ୍ତି ପାଇବା ସହ ସରକାରୀ ସ୍କୁଲ ପିଲାମାନଙ୍କ ପାଇଁ ଦୁଗ୍ଧ ଉତ୍ପାଦନ କରାଯିବ।

#ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ #ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #

26/05/2026

ଆମେ ସରକାରକୁ ଆସିଲେ ଓଡ଼ିଶାର ବିଧାନସଭା କୋଠାକୁ ଓଡ଼ିଶାର ସବୁଠାରୁ ବୃହତ ବିଶ୍ୱବିଦ୍ୟାଳୟରେ ପରିଣତ କରିବୁ। ବିଧାୟକ ଓ ମନ୍ତ୍ରୀମାନଙ୍କୁ ଦିଆଯାଉଥିବା ବିଳାସପୂର୍ଣ୍ଣ ବଙ୍ଗଳା ଗୁଡ଼ିକ ପ୍ରଫେସର ମାନଙ୍କ ବାସଗୃହ ଓ ଗବେଷଣା ଗୃହ ଭାବରେ ବ୍ୟବହୃତ କରାଯିବ।

ବିଧାୟକ ଓ ମନ୍ତ୍ରୀମାନଙ୍କ ପାଇଁ ସେମାନଙ୍କ ନିର୍ବାଚନ ମଣ୍ଡଳୀରୁ କାମ କରିବା ପାଇଁ ଅଫିସ ଗୃହ ଦିଆଯିବ। ବାର୍ଷିକ ମାତ୍ର ୬୦ଦିନ ଚାଲୁଥିବା ବିଧାନସଭା ଅଧିବେଶନ ରାଜ୍ୟର ଯେ କୌଣସି ସ୍ଥାନରୁ ପରିଚାଳନା କରାଯିବ।

#ସର୍ବାଗ୍ରେଓଡ଼ିଶା #ସର୍ବାଗ୍ରେଓଡ଼ିଆ #ଆମରାଜ୍ୟଆମଦାୟିତ୍ୱ #ଓଡ଼ିଆପାଇଁଓଡ଼ିଶା #ଓଡ଼ିଆସ୍ୱାଭିମାନ

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Category

Telephone

Address


Bhubaneswar
Bhubaneswar
751011