02/06/2026
ପୁସ୍ତକ ପ୍ରେମୀଙ୍କ ପାଇଁ ଖୁସି ଖବର । ରାଜ୍ୟର କୋଣ ଅନୁକୋଣରେ ପୁସ୍ତକ ପଠନର ସ୍ପୃହା ବଢ଼ାଇବା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରସାର ପାଇଁ ଓଡ଼ିଶା ସରକାରଙ୍କ ଏକ ବଡ଼ ଓ ସ୍ୱାଗତଯୋଗ୍ୟ ପଦକ୍ଷେପ । ଏଣିକି କେବଳ ରାଜଧାନୀ କିମ୍ବା ବଡ଼ ସହରରେ ସୀମିତ ନରହି, ରାଜ୍ୟର ସମସ୍ତ ୩୦ଟି ଯାକ ଜିଲ୍ଲାରେ ଜିଲ୍ଲାସ୍ତରୀୟ ପୁସ୍ତକ ମେଳା ଆୟୋଜନ କରାଯିବ। ଏହି ପ୍ରୟାସ ଦ୍ୱାରା ରାଜ୍ୟର ପ୍ରକାଶକମାନେ ପ୍ରୋତ୍ସାହିତ ହେବା ସହ ଯୁବପିଢ଼ିଙ୍କ ମଧ୍ୟରେ ବହି ପଢ଼ିବାର ଆଗ୍ରହ ଆହୁରି ଦ୍ୱିଗୁଣିତ ହେବ।
CMO Odisha Suryabanshi Suraj Information & Public Relations Department, Government of Odisha
01/06/2026
ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ନେଇ ଅନ୍ନପୂର୍ଣ୍ଣା ଥିଏଟର 'ଏ' ଗ୍ରୁପ୍, ପୁରୀଠାରେ ଆୟୋଜିତ ହୋଇଥିଲା ସାଂସ୍କୃତିକ କାର୍ଯ୍ୟକ୍ରମ 'ଶ୍ରୀଜଗନ୍ନାଥାୟନ'। ଶ୍ରୀମତୀ ମନସ୍ଵିନୀ ମହାପାତ୍ରଙ୍କ ସୁମଧୁର ଭକ୍ତି ସଙ୍ଗୀତ ଏବଂ 'ଉତ୍କଳ ନାଟ୍ୟମ୍' ଅନୁଷ୍ଠାନର ଚିତ୍ତାକର୍ଷକ ନାଟକ "ଅତିଥି ଦେବୋ ଭବଃ" ଉପସ୍ଥିତ ସମସ୍ତ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଥିଲା।
CMO Odisha Suryabanshi Suraj Information & Public Relations Department, Government of Odisha
31/05/2026
ସମ୍ବଲପୁରର ଗଣପର୍ବ ଶୀତଳଷଷ୍ଠୀ ଆମ ସଂସ୍କୃତି ଓ ପରମ୍ପରାର ଏକ ଜୀବନ୍ତ ପ୍ରତୀକ। ଶିବ-ପାର୍ବତୀଙ୍କ ବିବାହର ଏହି ପବିତ୍ର ଉତ୍ସବକୁ ଅଧିକ ବୈଭବ ଓ ଉତ୍ସାହର ସହ ପାଳନ କରିବା ପାଇଁ ଆମ ସରକାର ସମ୍ବଲପୁରର ବିଭିନ୍ନ ଯାତ୍ରା କମିଟିକୁ ୧ କୋଟି ୮ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଆମର ସମୃଦ୍ଧ କଳା, ସଂସ୍କୃତି ଓ ଆଧ୍ୟାତ୍ମିକ ପରମ୍ପରାର ସଂରକ୍ଷଣ ତଥା ପ୍ରଚାର-ପ୍ରସାର ଦିଗରେ ଏହା ଆମର ଏକ ପ୍ରୟାସ। ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଉଥିବା ଏହି ଅନୁଦାନ, ଶୀତଳଷଷ୍ଠୀର ଗରିମାକୁ ବିଶ୍ୱ ଦରବାରରେ ପହଞ୍ଚାଇବା ସହ ଆମର ଅସ୍ମିତାକୁ ଆହୁରି ସୁଦୃଢ଼ କରିବ।
31/05/2026
ଭବ୍ୟତାର ସହ ପାଳନ ହେବ ସମ୍ବଲପୁର ଶୀତଳ ଷଷ୍ଠୀ l ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ୧ କୋଟି ୮ ଲକ୍ଷ ଟଙ୍କାର ଅନୁଦାନ ରାଶି ଘୋଷଣା କରିଛନ୍ତି। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଏହି ଅର୍ଥ ରାଶି ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀଙ୍କ ଏହି ନିଷ୍ପତ୍ତିକୁ ସ୍ଵାଗତ କରିଛନ୍ତି ମାନ୍ୟବର ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ।
CMO Odisha Suryabanshi Suraj Information & Public Relations Department, Government of Odisha
29/05/2026
ଶ୍ରୀ ଜଗନ୍ନାଥଙ୍କ ଅପାର ମହିମାକୁ ନେଇ ଆୟୋଜିତ ହେବାକୁ ଯାଉଛି ସାଂସ୍କୃତିକ କାର୍ଯ୍ୟକ୍ରମ 'ଶ୍ରୀଜଗନ୍ନାଥାୟନ'। ଏହି ଭକ୍ତିମୟ ସନ୍ଧ୍ୟାରେ ଯୋଗଦେବା ପାଇଁ ଆପଣ ମାନଙ୍କୁ ସାଦର ନିମନ୍ତ୍ରଣ l
Information & Public Relations Department, Government of Odisha