CMO Odisha

CMO Odisha

Share

Official Page of the Chief Minister’s Office : Government of Odisha

Also on Twitter : @CMO_Odisha

03/06/2026

‘ମନ୍ କି ବାତ୍’ର ୧୩୪ତମ ସଂସ୍କରଣରେ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ Narendra Modi ଓଡ଼ିଶାର ସୁବର୍ଣ୍ଣରେଖା ଆମ୍ବର ସ୍ୱାଦ ଓ ସ୍ୱତନ୍ତ୍ରତାର ପ୍ରଶଂସା କରିଛନ୍ତି। ଏହା ହେଉଛି ଆମ କୃଷକଙ୍କ ପରିଶ୍ରମକୁ ସମ୍ମାନ ଏବଂ ଓଡ଼ିଶାର କୃଷି ସାମର୍ଥ୍ୟକୁ ସ୍ୱୀକୃତି।

ଏହି ସଫଳତାକୁ ଆହୁରି ଆଗକୁ ନେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଛି ‘ମ୍ୟାଙ୍ଗୋ ଫେଷ୍ଟିଭାଲ୍–୨୦୨୬’। ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ସହ କୃଷକଙ୍କ ଆୟ ବୃଦ୍ଧି ଓ ସେମାନଙ୍କୁ ଆର୍ଥିକ ଭାବେ ସ୍ୱାବଲମ୍ବୀ କରିବା ଦିଗରେ ଏହି ପଦକ୍ଷେପ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେଉଛି।

#ସମୃଦ୍ଧକୃଷକ #ସଶକ୍ତଓଡ଼ିଶା

03/06/2026

ସମାଜର ପ୍ରତ୍ୟେକ ବର୍ଗକୁ ସଶକ୍ତ ଓ ସ୍ୱାବଲମ୍ବୀ କରିବା ପାଇଁ ଲୋକଙ୍କ ସରକାର ଦୃଢ଼ ପ୍ରତିବଦ୍ଧ। ବୈଷୟିକ ଏବଂ ବୃତ୍ତିଗତ ଶିକ୍ଷାରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହୋଇଛି। ଏହି ପଦକ୍ଷେପ ଦ୍ୱାରା ଉଚ୍ଚ ଓ ବୈଷୟିକ ଶିକ୍ଷାରେ ଅଧିକ ସୁଯୋଗ ସୃଷ୍ଟି ହେବା ସହ ସାମାଜିକ ନ୍ୟାୟ ଓ ସମାବେଶୀ ବିକାଶକୁ ଆହୁରି ସୁଦୃଢ଼ କରିବl ଏଥିସହ ଏହି ସଂରକ୍ଷଣ ବ୍ୟବସ୍ଥା ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପାଇଁ ଏକ ନୂଆ ଦିଗନ୍ତ ଉନ୍ମୋଚନ କରିବା ଦିଗରେ ବେଶ୍ ସହାୟକ ହେବ। #ଲୋକଙ୍କସରକାର

03/06/2026

On World Bicycle Day, let us embrace cycling as a simple step towards better health, a cleaner environment and a sustainable future. May this occasion inspire more people to choose cycling and contribute to building a fitter, greener and cleaner Odisha. Warm greetings to everyone on .

03/06/2026
02/06/2026

ଚଳିତ ୨୦୨୬-୨୭ ଶିକ୍ଷା ବର୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ୍ ଆଦି ବୈଷୟିକ ଶିକ୍ଷା କ୍ଷେତ୍ରରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ତଥା ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ସଂରକ୍ଷଣ ବୃଦ୍ଧି ସମ୍ପର୍କିତ ନିଷ୍ପତ୍ତି କାର୍ଯ୍ୟକାରୀ ହେବ। ଆଜି ଏ ସମ୍ପର୍କରେ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ବିଧିବଦ୍ଧ ମେମୋରାଣ୍ଡମ୍ ବା ସ୍ମାରକ ପ୍ରକାଶ ପାଇଛି।

ଏହି ନିଷ୍ପତ୍ତି ଦ୍ବାରା ବର୍ତ୍ତମାନ ଅନୁସୂଚିତ ଜନଜାତି ବର୍ଗ ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ହାର ୧୨ ପ୍ରତିଶତରୁ ୨୨.୫ ପ୍ରତିଶତକୁ ଏବଂ ଅନୁସୂଚିତ ଜାତି ଛାତ୍ରଛାତ୍ରୀଙ୍କ ସଂରକ୍ଷଣ ୮ ପ୍ରତିଶତରୁ ୧୬.୨୫ ପ୍ରତିଶତକୁ ବୃଦ୍ଧି ପାଇଛି। ସାମାଜିକ ଓ ଶିକ୍ଷାଗତ ଭାବେ ପଛୁଆ ବର୍ଗଙ୍କ ପାଇଁ ପୂର୍ବରୁ କୌଣସି ସଂରକ୍ଷଣ ନଥିବା ବେଳେ, ବର୍ତ୍ତମାନ ଏହା ୧୧.୨୫ ପ୍ରତିଶତ ହୋଇଛି।

The Odisha Government has implemented enhanced reservation for ST, SC and SEBC students in technical and professional education courses from the 2026-27 academic session.

With the issuance of the official memorandum, reservation in engineering, medical and other professional courses will now be aligned with existing provisions in general higher education, ensuring greater access, equity and opportunity for all.

Under the revised policy, reservation for ST students has been increased from 12% to 22.5%, while reservation for SC students has been enhanced from 8% to 16.25%. Further, for the first time, SEBC students will receive 11.25% reservation in technical and professional education courses, where no such provision existed earlier.

Photos from CMO Odisha's post 02/06/2026

ଲୋକସେବା ଭବନରେ ପ୍ରତିଷ୍ଠିତ ଭାଷାବିତ୍, ଲୋକସାହିତ୍ୟ ଗବେଷକ ପଦ୍ମଶ୍ରୀ ଡଃ ମହେନ୍ଦ୍ର କୁମାର ମିଶ୍ରଙ୍କୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ Mohan Charan Majhi ସମ୍ବର୍ଦ୍ଧିତ କରିଛନ୍ତି।

02/06/2026

ରାଜ୍ୟର ଖଣିଜ ସମ୍ପଦର ସଠିକ୍ ପରିଚାଳନା ଓ ଶିଳ୍ପାୟନ ଆଜି ଓଡ଼ିଶାର ଅର୍ଥନୀତିକୁ ଏକ ନୂତନ ଉଚ୍ଚତା ପ୍ରଦାନ କରିଛି। ଖଣିଜ ପଦାର୍ଥର ବୃହତ୍ ଉତ୍ପାଦନ ରାଜ୍ୟର ରାଜକୋଷକୁ ସମୃଦ୍ଧ କରିବା ସହ ଦେଶର ଶିଳ୍ପ ଅଭିବୃଦ୍ଧିରେ ଓଡ଼ିଶାର ଗୁରୁତ୍ୱକୁ ବହୁଗୁଣିତ କରିଛି, ଯାହା ଆଗାମୀ ଦିନରେ ରାଜ୍ୟକୁ ଅର୍ଥନୈତିକ ସ୍ୱାବଲମ୍ବନ ଆଡ଼କୁ ଅଧିକ ଦୃଢ଼ ପଦକ୍ଷେପ ନେବାରେ ସହାୟକ ହେବ।

02/06/2026

ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ ରାଜ୍ୟ ସରକାର ଆରମ୍ଭ କରିବାକୁ ଯାଉଛନ୍ତି ସି.ଏମ୍. ସମ୍ପଦା ଯୋଜନା । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା, DMF ପାଣ୍ଠି ଏବଂ କର୍ପୋରେଟ ସାମାଜିକ ଦାୟିତ୍ୱବୋଧ (CSR) ପାଣ୍ଠିର ସୁବିନିଯୋଗ ମାଧ୍ୟମରେ ଖଣିଜ ସମୃଦ୍ଧ ଅଞ୍ଚଳଗୁଡ଼ିକର ଅଧିବାସୀଙ୍କ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ।

02/06/2026

ଆତ୍ମବିଶ୍ୱାସୀ କୃଷକ, ସଶକ୍ତ ଗ୍ରାମୀଣ ଅର୍ଥନୀତି ଏବଂ ସମୃଦ୍ଧ ଓଡ଼ିଶା ଗଠନ ଦିଗରେ ଲୋକଙ୍କ ସରକାରର ଆଉ ଏକ ଦୃଢ଼ ପଦକ୍ଷେପ । ORMAS ପକ୍ଷରୁ ଆରମ୍ଭ ହୋଇଛି ‘ମ୍ୟାଙ୍ଗୋ ଫେଷ୍ଟିଭାଲ୍–୨୦୨୬’ । ରାଜ୍ୟର ୧୬ ଟି ଜିଲ୍ଲାର ଉତ୍କୃଷ୍ଟ ଗୁଣବତ୍ତାର ଆମ୍ବ ଏହି ଉତ୍ସବ ମାଧ୍ୟମରେ ସିଧାସଳଖ ଗ୍ରାହକଙ୍କ ନିକଟରେ ପହଞ୍ଚୁଛି ।

ମଧ୍ୟସ୍ଥଙ୍କ ହସ୍ତକ୍ଷେପ ବିନା କୃଷକମାନେ ନିଜ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପାଉଥିବାବେଳେ, ଗ୍ରାହକମାନେ ପାଉଛନ୍ତି ତାଜା ଓ ଗୁଣାତ୍ମକ ଉତ୍ପାଦ । କୃଷକଙ୍କୁ ବଜାର ସହ ଯୋଡ଼ିବା, ସ୍ଥାନୀୟ ଉତ୍ପାଦକୁ ପ୍ରୋତ୍ସାହନ ଦେବା ଏବଂ ସେମାନଙ୍କ ଆୟ ବୃଦ୍ଧି କରି ଆର୍ଥିକ ଭାବେ ସଶକ୍ତ କରିବା ହେଉଛି ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ।

02/06/2026

Hosting the Second Technical Meeting of the BRICS Disaster Risk Reduction Working Group from 3–5 June in Puri is a matter of great pride for Odisha. This important gathering reflects the growing global recognition of Odisha’s leadership in disaster preparedness, resilience and effective disaster management.

The meeting offers an opportunity to showcase Odisha’s globally acclaimed disaster management model and commitment to building resilient communities. I warmly welcome the distinguished delegates from BRICS nations to Puri, the abode of Mahaprabhu Shri Jagannath, and am confident that this gathering will strengthen cooperation and advance global disaster resilience.

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Chief Minister’s Office, Lokaseva Bhavan
Bhubaneswar
751001