Preetinanda

Directions Website Contact the organization

Preetinanda Work is Worship

ବହୁତ ଦିନପରେ Campus election ହେଉଛି। ଏହା ପାରସ୍ପରିକ ସଦଭାବନା, ଖୋଲା ଆଲୋଚନା ଏବଂ ଭାଇଚାରା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ...
08/10/2026

ବହୁତ ଦିନପରେ Campus election ହେଉଛି। ଏହା ପାରସ୍ପରିକ ସଦଭାବନା, ଖୋଲା ଆଲୋଚନା ଏବଂ ଭାଇଚାରା ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ ଓ ଅହିଂସାତ୍ମକ ନିର୍ବାଚନ ହେଉ।
Preetinanda Routray

ବିଏମସି ଭୁବନେଶ୍ୱର ଅଧୀନରେ ଚିହ୍ନଟ ବାଣିଜ୍ୟିକ ସ୍ଥାନଗୁଡ଼ିକର ଲାଇସେନ୍ସ ପାଇଁ ଇଚ୍ଛୁକ ବ୍ୟକ୍ତି/ସଂସ୍ଥା ଆବେଦନ କରନ୍ତୁ।ଆବେଦନର ଶେଷ ତାରିଖ:...
07/10/2026

ବିଏମସି ଭୁବନେଶ୍ୱର ଅଧୀନରେ ଚିହ୍ନଟ ବାଣିଜ୍ୟିକ ସ୍ଥାନଗୁଡ଼ିକର ଲାଇସେନ୍ସ ପାଇଁ ଇଚ୍ଛୁକ ବ୍ୟକ୍ତି/ସଂସ୍ଥା ଆବେଦନ କରନ୍ତୁ।

ଆବେଦନର ଶେଷ ତାରିଖ: ୪, ନଭେମ୍ବର
ବିସ୍ତୃତ ସୂଚନା ଓ ଆବେଦନ: https://www.bmc.gov.in/tender⁠

Preetinanda Routray

Know yourself ❤️Preetinanda Routray
06/10/2026

Know yourself ❤️
Preetinanda Routray

କଳିଙ୍ଗ ଷ୍ଟୁଡିଓର ନବୀକରଣ ପାଇଁ ଶ୍ରୀ ନବୀନ ପଟ୍ଟନାୟକ 2021 ରେ ଅନୁମୋଦନ କରିଥିଲେ। ବର୍ତ୍ତମାନ ତାର ଲୋକାର୍ପଣ ଉତ୍ସବ ହେବା ରାଜ୍ୟ ପାଇଁ ଖୁସ...
06/10/2026

କଳିଙ୍ଗ ଷ୍ଟୁଡିଓର ନବୀକରଣ ପାଇଁ ଶ୍ରୀ ନବୀନ ପଟ୍ଟନାୟକ 2021 ରେ ଅନୁମୋଦନ କରିଥିଲେ। ବର୍ତ୍ତମାନ ତାର ଲୋକାର୍ପଣ ଉତ୍ସବ ହେବା ରାଜ୍ୟ ପାଇଁ ଖୁସିର ବିଷୟ।

Preetinanda Routray

06/10/2026

କଳିଙ୍ଗ ଷ୍ଟୁଡ଼ିଓ ଉଦଘାଟନ ଉତ୍ସବ ରେ ରାଜ୍ୟ ଗୀତ
'ବନ୍ଦେ ଉତ୍କଳ ଜନନୀ '
ବଜା ନ ଯିବା ଦୁଃଖ ଓ ପରିତାପର ବିଷୟ 😔

କାଗଜ କଲମର ହିସାବ ପରିବେଶକୁ ଛାଇ ଦେଇପାରିବ ନାହିଁ, ବାସ୍ତବ ପଦକ୍ଷେପ ହିଁ ତାହା କରିପାରିବ।ସରକାରୀ ତଥ୍ୟ ଅନୁସାରେ, କେବଳ ସେପ୍ଟେମ୍ବର ୨୦୨୬ ...
05/10/2026

କାଗଜ କଲମର ହିସାବ ପରିବେଶକୁ ଛାଇ ଦେଇପାରିବ ନାହିଁ, ବାସ୍ତବ ପଦକ୍ଷେପ ହିଁ ତାହା କରିପାରିବ।

ସରକାରୀ ତଥ୍ୟ ଅନୁସାରେ, କେବଳ ସେପ୍ଟେମ୍ବର ୨୦୨୬ ମାସରେ ଓଡ଼ିଶାରେ ୧ କୋଟି ଚାରା ରୋପଣ ହୋଇଛି ବୋଲି ଦାବି କରାଯାଇଛି।

ଆମ ରାଜ୍ୟର ମୋଟ ବ୍ଲକ୍ ସଂଖ୍ୟା ୩୧୪। ମାତ୍ର ୩୦ ଦିନ ଭିତରେ ବ୍ଲକ୍ ପିଛା ହାରାହାରି ୩୧,୮୦୦ରୁ ଅଧିକ ଚାରା ଲାଗିଛି। କିନ୍ତୁ ଆମ ଆଖପାଖ, ରାସ୍ତାକଡ଼ କିମ୍ବା ଖୋଲା ସ୍ଥାନକୁ ଚାହିଁଲେ ଏତେ ସଂଖ୍ୟକ ଗଛ କେଉଁଠି ଲଗାଗଲା ତାହା ଦେଖିବାକୁ ମିଳୁନାହିଁ।

ସେ ଯାହାହେଉ, ରାଜନୀତି କିମ୍ବା ଦୋଷାରୋପକୁ ପଛରେ ରଖି ଭାବିଲେ, ପରିବେଶର ସ୍ଥିତି ଚିନ୍ତାଜନକ। ଅନିୟମିତ ପାଣିପାଗ, ବଢ଼ୁଥିବା ତାପମାତ୍ରା ଏବଂ ପ୍ରଦୂଷଣ ଯୋଗୁଁ ଆମ ଜୀବନଶୈଳୀ ବିପର୍ଯ୍ୟସ୍ତ ହେଉଛି। ସରକାରୀ ଘୋଷଣା ଉପରେ ଭରସା କରି ଆମେ ପରିବେଶ ସୁରକ୍ଷା ଦାୟିତ୍ୱରୁ ମୁକ୍ତ ହୋଇପାରିବା ନାହିଁ।

ତେଣୁ ସମସ୍ତଙ୍କୁ ବିନମ୍ର ନିବେଦନ, ଚାଲନ୍ତୁ ଆମେ ନିଜେ ଦାୟିତ୍ୱ ନେବା।

ଆସନ୍ତୁ, ନିଜ ବାଡ଼ି-ବଗିଚା କିମ୍ବା ପାର୍କ ପାଖରେ ଗଛଟିଏ ଲଗାଇବା। ରାସ୍ତାକଡ଼ ଏବଂ ଖାଲି ଜାଗାରେ ଚାରା ରୋପଣ କରିବା। ସେଗୁଡ଼ିକର ଯତ୍ନ ବି ନେବା।

ପ୍ରେସ୍ ବିଜ୍ଞପ୍ତିର ସଂଖ୍ୟାରୁ ନୁହେଁ, ଆମ ନିଜ ହାତର ପରିଶ୍ରମରୁ ହିଁ ପ୍ରକୃତ ସବୁଜିମା ଆସିବ। ଆସନ୍ତୁ ଆମ ଓଡ଼ିଶାକୁ ସବୁଜ ସୁନ୍ଦର କରିବା ପାଇଁ ବ୍ୟକ୍ତିଗତ ଭାବେ ସଂକଳ୍ପ ନେବା। ଧନ୍ୟବାଦ

🌱 Singer Preetinanda Preetinanda Routray

🤔
05/10/2026

🤔

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଓ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ବୃଦ୍ଧ, ଅସୁସ୍ଥ ଏବଂ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼...
05/10/2026

ଶ୍ରୀମନ୍ଦିରରେ ପ୍ରବଳ ଭିଡ଼ ଓ ଦୀର୍ଘ ସମୟ ଧାଡ଼ିରେ ଛିଡ଼ା ହେବା ବୃଦ୍ଧ, ଅସୁସ୍ଥ ଏବଂ ଦିବ୍ୟାଙ୍ଗ ଭକ୍ତମାନଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ହୋଇପଡ଼ୁଛି। ଏହି କାରଣରୁ ସେମାନଙ୍କ ଶାନ୍ତିପୂର୍ଣ୍ଣ ଓ ସୁରକ୍ଷିତ ଦର୍ଶନ ନିମନ୍ତେ ନିମ୍ନଲିଖିତ ବ୍ୟବସ୍ଥା କରାଯିବା ଆବଶ୍ୟକ:
-ସ୍ୱତନ୍ତ୍ର ଧାଡ଼ି: ଭିଡ଼ରୁ ରକ୍ଷା ପାଇବା ପାଇଁ ବରିଷ୍ଠ ନାଗରିକଙ୍କ ନିମନ୍ତେ ଅଲଗା ପ୍ରବେଶ ପଥ।
-ହୁଇଲ୍ ଚେୟାର ଓ ରାମ୍ପ୍: ଚାଲିବାରେ ଅକ୍ଷମ ଭକ୍ତଙ୍କ ପାଇଁ ସହାୟକ ସହିତ ହୁଇଲ୍ ଚେୟାର ସୁବିଧା।
-ବିଶ୍ରାମ ଓ ପ୍ରାଥମିକ ଚିକିତ୍ସା: ପାନୀୟ ଜଳ, ବସିବା ସ୍ଥାନ ଏବଂ ଜରୁରୀକାଳୀନ ଚିକିତ୍ସା କେନ୍ଦ୍ର।
-ସ୍ୱତନ୍ତ୍ର ସମୟ: ଦିନର କୌଣସି ଏକ ନିର୍ଦ୍ଦିଷ୍ଟ ସମୟ କେବଳ ବୟସ୍କ ଓ ଅସୁସ୍ଥଙ୍କ ପାଇଁ ଧାର୍ଯ୍ୟ।
ଶେଷ ବୟସରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସୁବିଧାରେ ଦର୍ଶନ କରିବା ପ୍ରତ୍ୟେକ ଭକ୍ତଙ୍କ ଇଛା; ତେଣୁ ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ତୁରନ୍ତ ସହାନୁଭୂତିପୂର୍ଣ୍ଣ ପଦକ୍ଷେପ ନେବା ଜରୁରୀ।
Preetinanda Routray

05/10/2026

Address

Sailashree Vihar
Bhubaneswar
751021

Alerts

Be the first to know and let us send you an email when Preetinanda posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Preetinanda:

Shortcuts

Share

Category