Chinmoy Ku Sahoo
Biju Yuva Janata Dal Odisha
Youth Icon Chinmoy Sahoo
Contact information, map and directions, contact form, opening hours, services, ratings, photos, videos and announcements from Youth Icon Chinmoy Sahoo, Political Party, Bhubaneswar.
ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିରୋଧରେ ବିକ୍ଷୋଭ
Chinmoy Ku Sahoo
Biju Yuva Janata Dal Odisha
07/04/2026
ମେଟ୍ରୋ ପ୍ରକଳ୍ପ ବାତିଲ ନିଷ୍ପତ୍ତି ବିଜେପି ସରକାରଙ୍କ ହୀନମନ୍ୟତାର ପରିଚୟ।ଏହାକୁ ବିରୋଧ କରି ବିଜୁ ଜନତା ଦଳ ତରଫରୁ ଆଜି ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକଠାରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀଙ୍କ କୁଶ ପୁତ୍ତଳିକା ଦାହ କରାଯାଇଛି।
ଦୂରଦୃଷ୍ଟି ସମ୍ପନ୍ନ ମେଟ୍ରୋ ପ୍ରକଳ୍ପ ଓଡ଼ିଶାବାସୀଙ୍କ ହକ୍। ବିକାଶ କାମରେ ବାଧା ସୃଷ୍ଟି ନକରି ବିଜେଡି ସରକାର ଆରମ୍ଭ କରିଥିବା ମେଟ୍ରୋ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ କରାଯାଉ।
Chinmoy Ku Sahoo
Biju Yuva Janata Dal Odisha
05/04/2026
ଆଜି ଭୁବନେଶ୍ୱରସ୍ଥିତ ଏଜି ବହୁମୁଖୀ ଭବନଠାରେ ବିଜୁ ଯୁବ ଜନତା ଦଳର ରାଜ୍ୟ ବରିଷ୍ଠ ଉପସଭାପତି ଶୁଭ୍ରଜିତ ପାଢ଼ୀଙ୍କ ପୁତ୍ର 'ସୁଜଲ'ଙ୍କ ଶୁଭ ବ୍ରତୋପନୟନ ଉତ୍ସବରେ ବିଜୁ ଯୁବ ଜନତା ଦଳ ରାଜ୍ୟ ସଭାପତି ଚିନ୍ମୟ ସାହୁ ଯୋଗଦେଇଥିଲେ।
Chinmoy Ku Sahoo
Biju Yuva Janata Dal Odisha
04/04/2026
ଭୁବନେଶ୍ୱର ଜାଗମରା ପଡ଼ିଆଠାରେ ଖଣ୍ଡଗିରି କ୍ରିକେଟ ଆସୋସିଏସନ୍ ଦ୍ୱାରା ଆୟୋଜିତ ୧୩ତମ ରାତ୍ରିକାଳୀନ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ବିଜୁ ଯୁବ ଜନତା ଦଳ ସଭାପତି ଶ୍ରୀ ଚିନ୍ମୟ ସାହୁ ଯୋଗ ଦେଇଥିଲେ। ସେଠାରେ ସେ ସମସ୍ତ କ୍ରୀଡ଼ାବିତ୍ଙ୍କୁ ଉତ୍ସାହିତ କରିବା ସହ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ
Chinmoy Ku Sahoo
Biju Yuva Janata Dal Odisha
04/04/2026
ବିଜୁ ଯୁବ ଜନତା ଦଳର ରାଜ୍ୟ ସାଧାରଣ ସମ୍ପାଦକ ଜ୍ଞାନ ରଞ୍ଜନ ମାନସିଂହ (ପୁତୁଲ)ଙ୍କ ଗ୍ରାମ ମଦନପୁରଠାରେ ଆୟୋଜିତ ଅଷ୍ଟମ ବାର୍ଷିକ ରାମନବମୀ ମହୋତ୍ସବରେ ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ଯୋଗଦେଇ ପ୍ରଭୁଙ୍କ ଆଶୀର୍ବାଦ ଭିକ୍ଷା କରିଛନ୍ତି। ଏହି ଅବସରରେ ସେ ସମସ୍ତ ଶ୍ରଦ୍ଧାଳୁ ଭାଇ ଓ ଭଉଣୀମାନଙ୍କ ଗହଣରେ କିଛି ସମୟ ଅତିବାହିତ କରିଥିଲେ।
Chinmoy Ku Sahoo
Biju Yuva Janata Dal Odisha
04/04/2026
କଳାହାଣ୍ଡି ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି ଅବିନାଶ ଠାକୁରଙ୍କ ପିତା ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାର ଶିକାର ହୋଇ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ଆଜି ବିଜୁ ଯୁବ ଜନତା ଦଳର ରାଜ୍ୟ ସଭାପତି ଚିନ୍ମୟ ସାହୁ ହସ୍ପିଟାଲରେ ପହଞ୍ଚି ଅବିନାଶଙ୍କୁ ଭେଟିବା ସହ ତାଙ୍କ ପିତାଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ଏବଂ ତାଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ।
Chinmoy Ku Sahoo
Biju Yuva Janata Dal Odisha
Click here to claim your Sponsored Listing.
Location
Category
Culinary Team
Attire
Website
Address
Bhubaneswar
