30/05/2026
ସ୍ଵର୍ଗତା ପ୍ରତିମା ପଟ୍ଟନାୟକଙ୍କ ଏକାଦଶାହରେ ଉପସ୍ଥିତ ରହି ତାଙ୍କର ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଲି l
ଓମ୍ ଶାନ୍ତି 🙏🏻
Official Page of Surama Padhy
Hon'ble Speaker, Odisha Legislative Assembly
Elected Representative from Ranpur
In service of democracy & the people of Odisha
30/05/2026
ସ୍ଵର୍ଗତା ପ୍ରତିମା ପଟ୍ଟନାୟକଙ୍କ ଏକାଦଶାହରେ ଉପସ୍ଥିତ ରହି ତାଙ୍କର ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାଞ୍ଜଳି ଜଣାଇଲି l
ଓମ୍ ଶାନ୍ତି 🙏🏻
30/05/2026
କଳିଙ୍ଗ ଟିଭି ଦ୍ଵାରା ଆୟୋଜିତ ଯୁବ ଶକ୍ତି ଓଡିଶାର ପ୍ରଗତି ସମ୍ମିଳନୀରେ ମୁଖ୍ୟ ଅତିଥି ରୂପେ ମଞ୍ଚାସୀନ ହୋଇ ପ୍ରଦୀପ ପ୍ରଜ୍ଜଳନ ପୂର୍ବକ କାର୍ଯ୍ୟକ୍ରମର ଉଦଘାଟନ କରିଲି l
ରାଜନୀତିରୁ କ୍ରୀଡ଼ା,କଳାରୁ ବିଜ୍ଞାନ,ସେବାରୁ ଶିଳ୍ପାୟନ ପରି ପ୍ରତିଟି କ୍ଷେତ୍ରରେ ଆଜି ଓଡିଆ ଯୁବକ ଯୁବତୀ ସମ୍ପୂର୍ଣ୍ଣ ବିଶ୍ୱରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି l ସେମାନଙ୍କର ଦୃଢ଼ ଇଚ୍ଛାଶକ୍ତି,ନିଷ୍ଠାପର ପ୍ରୟାସ ଓ ନୂତନତ୍ୱର ଅନୁସନ୍ଧାନ ଓଡିଶାର ଖ୍ୟାତିକୁ ନୂଆ ଏକ ଦିଗଦର୍ଶନ ଦେଉଛି l ଶତାବ୍ଦୀର ଶ୍ରେଷ୍ଠ ଓଡିଶା ଓ ଭାରତ ଗଠନରେ ସେମାନଙ୍କର ସର୍ବୋତ୍କୃଷ୍ଟ ଯୋଗଦାନ ହିଁ ଏକ ସ୍ଵର୍ଣ୍ଣିମ ଇତିହାସର ସଂରଚନା କରିବ ବୋଲି ମୋର ବିଶ୍ବାସ l ତେଣୁ ମୁଁ ଆଗ୍ରହ ରଖିବି ଲକ୍ଷ୍ୟ ସ୍ଥିର କରି ନିଜର ସାଧନା ଜାରି ରଖିଥିବା ଓଡିଆ ଯୁବଶକ୍ତି ପୂର୍ଣ୍ଣ ଆତ୍ମ ବିଶ୍ଵାସକୁ ପ୍ରଦୀପର ଶିଖା ସଦୃଶ ଜାଗ୍ରତ କରି ଉଚ୍ଚତମ ସଫଳତା ହାସଲ କରନ୍ତୁ ଏବଂ ଏକ ଶ୍ରେଷ୍ଠ ସମାଜ ଗଠନରେ ନିଜର ସର୍ବ ଶ୍ରେଷ୍ଠ ଯୋଗଦାନ ଦିଅନ୍ତୁ ବୋଲି ଉଦବୋଧନ ଦେଲି l
ଏହି ଅବସରରେ ବିବିଧ କ୍ଷେତ୍ରରେ ଓଡିଶାର ଖ୍ୟାତି ବର୍ଦ୍ଧନ କରିଥିବା ଯୁବଶକ୍ତିଙ୍କୁ ସମ୍ମାନିତ କରିବା ସହ ସେମାନଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଶୁଭକାମନା ଜଣାଇଲି I
ମଞ୍ଚରେ ଓଡିଶା ସରକାରଙ୍କ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ସୁରେଶ ପୂଜାରୀ,ସୂକ୍ଷ୍ମ,କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ,ଶିଳ୍ପ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ଵାଇଁ,ପୂର୍ବତନ ସାଂସଦ ମାନନୀୟ ଶ୍ରୀଯୁକ୍ତ ଅଚ୍ୟୁତ ସାମନ୍ତଙ୍କ ସମେତ ଅନ୍ୟ ବିଶିଷ୍ଟ ଅତିଥିମାନେ ଉପସ୍ଥିତ ଥିଲେ l
Suresh Pujari
Gokulananda Mallick
Sampad Swain
Achyuta Samanta
Kalinga TV
29/05/2026
ମତେ ଅତ୍ୟନ୍ତ ଆନନ୍ଦିତ ଲାଗେ ଯେତେବେଳେ ମୋର ପ୍ରିୟ ରଣପୁର ମାଟିର ପ୍ରତିଭାବାନ ଯୁବ ହକି ତାରକା ମାନଙ୍କ ଅଗ୍ରସର ବିଷୟରେ ଜାଣିଥାଏ l ମୋର ପୂର୍ଣ୍ଣ ବିଶ୍ଵାସ ସେମାନଙ୍କର ନିଷ୍ଠା,ଦୃଢ଼ ଇଚ୍ଛାଶକ୍ତି ଏବଂ ପରସ୍ପର ମଧ୍ୟରେ ପଡ଼ିଆରେ ହେଉ ଅବା ଡ୍ରେସିଂ ରୁମରେ ସମନ୍ଵୟ ରଖି ନିଜକୁ ଗଢି ତୋଳିବାର ପ୍ରୟାସ ଆମ ମାଟି ପାଇଁ ନିଶ୍ଚିତ ଭାବରେ ଗୌରବ ଆଣିବ l
ରଣପୁର ସ୍ଥିତ ମୋର ବାସ ଭବନ ପରିସରରେ ସେମାନେ ସମସ୍ତେ ଉପସ୍ଥିତ ରହି ସେଠାରେ କିଛି ସମୟ ଖେଳ କୁଦ କରିବା ସହ ତାଙ୍କ ସହ ସାମୟିକ ଆଲୋଚନା କରି ସମସ୍ତଙ୍କ ଉଜ୍ଜ୍ଵଳ ଭବିଷ୍ୟତ ନିମନ୍ତେ ଶୁଭକାମନା ଜଣାଇଲି I
#ରଣପୁର
29/05/2026
ରଣପୁର ବ୍ଲକ ଅଧିନସ୍ଥ ରାଇପଡା ଗ୍ରାମ ପଞ୍ଚାୟତ ଠାରେ ଅନୁଷ୍ଠିତ ଜନ ଶୁଣାଣି କାର୍ଯ୍ୟକ୍ରମରେ ଯୋଗଦେଇ ଉପସ୍ଥିତ ସ୍ଥାନୀୟ ଅଧିବାସୀଙ୍କ ବିଭିନ୍ନ ସମସ୍ୟା ତଥା ଅଞ୍ଚଳର ବିକାଶ ପାଇଁ ଆଗତ ପ୍ରସ୍ତାବ ସମ୍ଵନ୍ଧୀୟ ପତ୍ର ଗୁଡ଼ିକ ଗ୍ରହଣ କରି ଏହାର ତ୍ଵରିତ ସମାଧାନ ପାଇଁ ପଦକ୍ଷେପ ଗ୍ରହଣ କରିଛି l ତତ୍ ସଙ୍ଗେ ଯେଉଁ ସମସ୍ୟା ଗୁଡ଼ିକ ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀମାନଙ୍କ ଦ୍ଵାରା ସମାଧାନ କରାଯାଇ ପାରିବ,ତାହା ନିର୍ଦ୍ଧିଷ୍ଟ ସମୟ ସୀମା ମଧ୍ୟରେ ସଠିକ ଭାବରେ କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛି l
#ରାଇପଡା
#ରଣପୁର
29/05/2026
ଓଡିଶା ସରକାରଙ୍କ କାରଖାନା ଓ ବାଷ୍ପିତ୍ର ନିର୍ଦ୍ଦେଶାଳୟ ଏବଂ ଇଣ୍ଡିଆନ୍ ଚ୍ୟାମ୍ବର ଅଫ୍ କମର୍ସ ଦ୍ଵାରା ଆୟୋଜିତ ତୃତୀୟ ଔଦ୍ୟୋଗିକ ସୁରକ୍ଷା ଏବଂ ବୃତ୍ତିଗତ ସ୍ଵାସ୍ଥ୍ୟ ସମ୍ମିଳନୀକୁ ମୁଖ୍ୟ ଅତିଥି ରୂପେ ମଞ୍ଚାସୀନ ହୋଇ ସତ୍ରକୁ ଉଦଘାଟନ କରିଲି l
ଓଡିଶାର ପ୍ରତିଟି ଜିଲ୍ଲାରେ ଅପାର ସମ୍ଭାବନା ରହିଛି l ପ୍ରତିଟି ଓଡିଆ ଜଣେ ଜଣେ ନିଖୁଣ ଶିଳ୍ପକାର l ସେମାନଙ୍କ ଦକ୍ଷତାକୁ ସଠିକ ରୂପେ ଚିହ୍ନଟ କରି ଆବଶ୍ୟକୀୟ ତାଲିମ୍ ପ୍ରଦାନ ଦ୍ଵାରା ଅନେକ ଔଦ୍ୟୋଗିକ କ୍ଷେତ୍ର ସୃଷ୍ଟି ହୋଇପାରିବ l ତେବେ ତାଲିମ୍ ପ୍ରଦାନକାରୀ ଅନୁଷ୍ଠାନ ଗୁଡ଼ିକ ସେମାନଙ୍କୁ କାର୍ଯ୍ୟ କ୍ଷେତ୍ରରେ ନିୟୋଜିତ କରିବା ପୂର୍ବରୁ ସେଠାରେ ତାଙ୍କର ସମ୍ପୂର୍ଣ୍ଣ ସୁରକ୍ଷା ବିଷୟରେ ଅବଗତ କରାଇବା ସହ ସୁରକ୍ଷା ସମ୍ବଳିତ ଉପକରଣକୁ ବ୍ୟବହାର କରିବା ପାଇଁ ବାଧ୍ୟତାମୂଳକ ପଦକ୍ଷେପ ଗ୍ରହଣ କରିବା ଆବଶ୍ଯକ l ତାଙ୍କର ବହୁମୂଲ୍ୟ ଜୀବନ କେବଳ ଅନୁଷ୍ଠାନ ପାଇଁ ନୁହ ସମ୍ପୂର୍ଣ୍ଣ ରାଜ୍ଯ ଓ ଦେଶର ଅର୍ଥନୈତିକ ସମୃଦ୍ଧି ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ l ପ୍ରତିଟି ଶିଳ୍ପାନୁଷ୍ଠାନର ପରିଚାଳକ ସମସ୍ତ ଶିଳ୍ପକାରମାନଙ୍କୁ ନିଜର ପରିବାରର ସଦସ୍ୟ ରୂପେ ଗ୍ରହଣ କରି ତାଙ୍କର ଶାରୀରିକ,ମାନସିକ,ଅର୍ଥନୈତିକ ଓ ସାମାଜିକ ସୁରକ୍ଷା ପାଇଁ ପ୍ରାଥମିକ ସ୍ତରରେ ପଦକ୍ଷେପ ଗ୍ରହଣ କରିବା ପାଇଁ ଆହ୍ଵାନ ଦେଲି l
ମଞ୍ଚରେ ଓଡିଶା ସରକାରଙ୍କ ସୂକ୍ଷ୍ମ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ମନ୍ତ୍ରୀ ମାନନୀୟ ଶ୍ରୀଯୁକ୍ତ ଗୋକୁଳାନନ୍ଦ ମଲ୍ଲିକ, ଓଡିଶା ଚାପ୍ଟରର ଅଧ୍ୟକ୍ଷ ଶ୍ରୀଯୁକ୍ତ ରାଜୀବ ଏସ୍. ସାହୁ,ଶ୍ରୀଯୁକ୍ତ ଏନ୍. ଆର୍. ସାହୁ, ଶ୍ରୀଯୁକ୍ତ ମଳୟ ପ୍ରଧାନ,ଶ୍ରୀଯୁକ୍ତ ଆର୍.ଜି. ମୀନା,ଶ୍ରୀଯୁକ୍ତ ଇନ୍ଦ୍ରମଣି ତ୍ରିପାଠୀ,ଶ୍ରୀଯୁକ୍ତ କେଦାର ରଞ୍ଜନ ପଣ୍ଡୁ,ଶ୍ରୀଯୁକ୍ତ ରାଜେଶ କାନୁନଗୋ,ଶ୍ରୀଯୁକ୍ତ ଜେ.ପି. ପାଲ ପ୍ରମୁଖ ଉପସ୍ଥିତ ଥିଲେ l
Gokulananda Mallick
Federation of Indian Chambers of Commerce & Industry (FICCI)
29/05/2026
भारत सरकार में सूचना एवं प्रसारण तथा संसदीय कार्य विभाग में राज्य मंत्री माननीय श्री डॉ. एल. मुरुगन जी को जन्मदिन की हार्दिक शुभकामनाएं एवं बहुत बहुत बधाई l माँ कन्याकुमारी आपको सदैव स्वस्थ एवं दीर्घायु जीवन समेत राष्ट्र के सेवा के लिए आशीर्वाद प्रदान करें I
Dr.L.Murugan
29/05/2026
କୃଷକ ଏବଂ ଗରିବଙ୍କ କଲ୍ଯାଣ ନିମିତ୍ତ ପୂର୍ଣ୍ଣ ଜୀବନ ସମର୍ପିତ ରୂପେ ସେବା କରିଥିବା ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ଵର୍ଗୀୟ ଚୌଧୁରୀ ଚରଣ ସିଂହଙ୍କ ପୁଣ୍ଯତିଥିରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରୁଛି l
28/05/2026
ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ଦ୍ଵାରା ଅନୁଷ୍ଠିତ ନାଗରିକ ଅଭିନନ୍ଦନ ସମାରୋହ କାର୍ଯ୍ୟକ୍ରମରେ ନିମନ୍ତ୍ରିତ ଅତିଥି ରୂପେ ଉପସ୍ଥିତ ରହିଲି l
28/05/2026
ସର୍ବ ଭାରତୀୟ ଦି ଗ୍ରାଜୁଏଟ ଆପଟିଚ୍ୟୁଡ ଟେଷ୍ଟ ଇନ୍ ଇଞ୍ଜିନିୟରିଂ (ଗେଟ୍) ପରୀକ୍ଷାରେ ପ୍ରଥମ ସ୍ଥାନ ଅଧିକାର କରିଥିବା ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟର ଛାତ୍ରୀ ଏକତା ପ୍ରିୟଦର୍ଶିନୀଙ୍କୁ ଆନ୍ତରିକ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଉଛି l
VSSUT Burla
28/05/2026
ଓଡିଶା ଲୋକସେବା ଆୟୋଗ ଦ୍ଵାରା ପରିଚାଳିତ ଓଡିଶା ପ୍ରଶାସନିକ ସେବା ପରୀକ୍ଷାରେ ନୟାଗଡ଼ ଜିଲ୍ଲାର ପ୍ରତୀକ୍ଷା ପ୍ରିୟଦର୍ଶିନୀ,ଶ୍ୱେତା ସୁଚରିତା ଏବଂ ଆଦିତ୍ୟ ନାରାୟଣ ସଫଳତା ଅର୍ଜନ କରି ଆମ ସମସ୍ତଙ୍କୁ ଗୌରବାନ୍ୱିତ କରିଛନ୍ତ l
ରାଷ୍ଟ୍ରର ନିର୍ମାଣରେ ସେମାନଙ୍କ ପ୍ରୟାସ ଆଗାମୀଦିନରେ ଅନେକଙ୍କ ପାଇଁ ଏକ ପ୍ରେରଣାର ଉତ୍ସ ହେଉ, ଏହାହିଁ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନିକଟରେ ପ୍ରାର୍ଥନା l
28/05/2026
ରାଷ୍ଟ୍ରର ସେବା ଓ ସାଂସ୍କୃତିକ ପୁନରୁତ୍ଥାନ ନିମନ୍ତେ ପୂର୍ଣ୍ଣ ଜୀବନ ସମର୍ପିତ କରିଥିବା ମହାନ ସ୍ଵତନ୍ତ୍ରତା ସେନାନୀ କ୍ରାନ୍ତିକାରୀ ବୀର ବିନାୟକ ଦାମୋଦର ସଭରକରଙ୍କ ଜୟନ୍ତୀରେ ଭକ୍ତିପୂତ ପ୍ରଣାମ ଜଣାଉଛି l