12/03/2026
ଗଞ୍ଜାମ କଳା ପରିଷଦ ଠାରେ ଜିଲ୍ଲା ମହିଳା ବିଜେଡ଼ି ଆୟୋଜିତ ଆନ୍ତର୍ଜାତିକ ମହିଳା ଦିବସ ସମାରୋହରେ ରାଜ୍ୟ ସଭାନେତ୍ରୀ ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ଯୋଗଦେଇ ଜିଲ୍ଲା ସ୍ତରୀୟ ସଂଗଠନକୁ ତୃଣମୂଳସ୍ତରରେ ସଶକ୍ତ କରିବା ନେଇ ଉଦବୋଧନ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର ମେୟର ଶ୍ରୀମତୀ ସୁଲୋଚନା ଦାସ, ପୂର୍ବତନ ମନ୍ତ୍ରୀ ଶ୍ରୀମତୀ ଟୁକୁନି ସାହୁ, ଡଃ ଲେଖାଶ୍ରୀ ସାମନ୍ତସିଂହାର, ପୂର୍ବତନ ମହିଳା କମିଶନ ଅଧ୍ୟକ୍ଷା ଡଃ ଲୋପାମୁଦ୍ରା ବକ୍ସିପାତ୍ର ଙ୍କ ସମେତ ପୂର୍ବତନ ବିଧାୟିକା ଲତିକା ପ୍ରଧାନ, ମଞ୍ଜୁଳା ସ୍ଵାଇଁ, ରଞ୍ଜିତା ସାହୁ ପ୍ରମୁଖ ଯୋଗଦେଇଛନ୍ତି।
ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳେଇ ଙ୍କ ନେତୃତ୍ଵରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ଜିଲ୍ଲାର ସମସ୍ତ ମହିଳା ନେତୃମଣ୍ଡଳୀ ଯୋଗଦେଇଥିଲେ।
Biju Janata Dal Odisha Naveen Patnaik
11/03/2026
ବିଜେପି ସରକାରଙ୍କ ରନ୍ଧନ ଗ୍ୟାସ ସିଲିଣ୍ଡର ପିଛା ଷାଠିଏ ଟଙ୍କା ବୃଦ୍ଧି, ଅତ୍ୟାବଶ୍ୟକ ସାମଗ୍ରୀର ଦରଦାମ ଅହେତୁକ ଭାବରେ ବୃଦ୍ଧି ବିରୁଦ୍ଧରେ ମାଷ୍ଟରକ୍ୟାଣ୍ଟିନ ଛକ ଠାରେ ବିଜୁ ଜନତା ଦଳର ଆନ୍ଦୋଳନ କରିଛି। ରାଜରାସ୍ତାରେ ପ୍ରତିବାଦ କରି, ଲୁଟେରା ବିଜେପି ସରକାରଙ୍କୁ ଚେତାବନୀ ଦେଇଛନ୍ତି, ମାଆ ଭଉଣୀଙ୍କୁ ହଇରାଣ କରି, ଘରୋଇ ହାଣ୍ଡିଶାଳ ଉପରେ କୋରଡାମାଡ କରି ଅଣ୍ଟିଧନ ବୃଦ୍ଧି ପାଇଁ ଯେଉଁ ଷଡଜନ୍ତ୍ର ଜାରିରହିଛି, ଆଗାମୀ ଦିନରେ ବିଜେପି ପୁଣି ୨୪ ବର୍ଷର ବନବାସ ପାଇଁ ପ୍ରସ୍ତୁତ ହୁଅନ୍ତୁ ।
Naveen Patnaik Snehangini Chhuria Biju Janata Dal Odisha
08/03/2026
ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ଶଙ୍ଖ ଭବନରେ ଆୟୋଜିତ ରାଜ୍ୟସ୍ତରୀୟ ଉତ୍ସବକୁ ଉଦବୋଧନ ପ୍ରଦାନ କରି, ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ୬ ଜଣ ମହିଳାମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ବିଜେଡି ସଭାପତି ନବୀନ ପଟ୍ଟନାୟକ ମହୋଦୟ।
06/03/2026
ଆନ୍ତର୍ଜାତିକ ମହିଳା ଦିବସ ସମାରୋହ: ଶଙ୍ଖ ଭବନ
ଆସନ୍ତା ମାର୍ଚ୍ଚ ୮ ତାରିଖ ଆନ୍ତର୍ଜାତିକ ମହିଳା ଦିବସ ଅବସରରେ ବିଜୁ ମହିଳା ଜନତା ଦଳ ପରିବାର ଓଡିଶାର ଅଗଣିତ ମହିଳା ଏବଂ ବାଳିକାମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା ଜ୍ଞାପନ କରୁଛି।
20/02/2026
ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତାଙ୍କୁ ଭେଟିଲେ ନବୀନ ପଟ୍ଟନାୟକ ।
ବିଜୁ ଜନତା ଦଳ ଉପରେ ମା’ ମାନଙ୍କର ଅଖଣ୍ଡ ଭରସା ରହିଛି ।
ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ ଓ ଅତ୍ୟାଚାର ବିରୁଦ୍ଧରେ ଲଢେଇ ଆହୁରି ମଜବୁତ୍ କର – ନବୀନ ପଟ୍ଟନାୟକ ।
ଆଜି ଶଙ୍ଖ ଭବନ ଠାରେ ବିଜୁ ଜନତା ଦଳର ସଭାପତି ଶ୍ରୀ ନବୀନ ପଟ୍ଟନାୟକ, ବିଜୁ ମହିଳା ଜନତା ଦଳର ନୂତନ କର୍ମକର୍ତ୍ତା ମାନଙ୍କୁ ଭେଟିଥିଲେ । ଏହି ଅବସରରେ ଉଦ୍ବୋଧନ ଦେଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଜନତା ଦଳ ହେଉଛି ଓଡିଶାର କୋଟି କୋଟି ମା’ ମାନଙ୍କର ନିଜ ଦଳ । ଗତ ୨୭ ବର୍ଷର ଯାତ୍ରା ଭିତରେ ବିଜେଡି ମା’ ମାନଙ୍କର ସଶକ୍ତି କରଣ ଉପରେ ସବୁବେଳେ ପ୍ରାଥମିକତା ଦେଇ ଆସିଛି । ଶ୍ରୀ ପଟ୍ଟନାୟକ କହିଥିଲେ ମା’ ମାନଙ୍କ ସଶକ୍ତ କରଣ ହିଁ ଓଡିଶାର ପ୍ରକୃତ ସଶକ୍ତି କରଣ । ବିଜୁ ମହିଳା ଜନତା ଦଳ ମିଶନ ଶକ୍ତି କାର୍ଯ୍ୟକ୍ରମକୁ ଏକ ଆଦର୍ଶ ସଶକ୍ତି କରଣ କାର୍ଯ୍ୟକ୍ରମ ଭାବରେ ଗ୍ରହଣ କରି ଗାଁ ଗାଁରେ ମା’ ମାନଙ୍କୁ ସଂରକ୍ଷିତ କରିବା ଓ ସେମାନଙ୍କ ଆର୍ଥିକ ବିକାଶ ଦିଗରେ ସବୁବେଳେ ମା’ ମାନଙ୍କ ସାଥିରେ ରହିଅଛି।
ମା’ ମାନଙ୍କ ରୋଜଗାର ବୃଦ୍ଧି ସହିତ ସେମାନଙ୍କ ଅଧିକାର ପାଇଁ ଲଢେଇ ଜାରୀ ରଖିବା ହେଉଛି ବିଜୁ ମହିଳା ଜନତା ଦଳର ଆଦର୍ଶ । ମା’ ମାନଙ୍କର ସଶକ୍ତି କରଣକୁ ଏକ ସାମାଜିକ ଆନ୍ଦୋଳନ ଭାବରେ ଗଢି ତୋଳିବାରେ ବିଜୁ ଜନତା ଦଳର ଭୂମିକା ଉଲ୍ଲେଖନୀୟ । ମହିଳା ମାନଙ୍କ ଉପରେ ବଢି ଚାଲିଥିବା ଅତ୍ୟାଚାର ଘଟଣାରେ କ୍ଷୋଭ ପ୍ରକାଶ କରିବା ସହ ମହିଳା ମାନଙ୍କ ପ୍ରତି ହେଉଥିବା ଅନ୍ୟାୟ, ଅତ୍ୟାଚାର ବିରୁଦ୍ଧରେ ଲଢେଇକୁ ଆହୁରି ଜୋରଦାର କରିବା ପାଇଁ ଶ୍ରୀ ପଟ୍ଟନାୟକ ପରାମର୍ଶ ଦେଇଥିଲେ । ତତ୍ ସହିତ ମିଥ୍ୟା ପ୍ରଚାରକୁ ପ୍ରତିରୋଧ କରି ମା’ ମାନଙ୍କୁ ବିକାଶ ମାର୍ଗରେ ନେବା ପାଇଁ ସହାୟତା ଯୋଗାଇ ଦେବା ପାଇଁ ଶ୍ରୀ ପଟ୍ଟନାୟକ ବିଜୁ ମହିଳା ଜନତା ଦଳର କର୍ମକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ ।
ବିଜୁ ମହିଳା ଜନତା ଦଳର ସଭାପତି ଶ୍ରୀମତୀ ସ୍ନେହାଙ୍ଗିନୀ ଛୁରିଆ ସ୍ୱାଗତ ଭାଷଣ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ନବ ନିଯୁକ୍ତ ଦଳୀୟ କର୍ମକର୍ତ୍ତା ମାନେ ସଭାପତିଙ୍କୁ ତାଙ୍କର ମାର୍ଗ ଦର୍ଶନ ପାଇଁ ଧନ୍ୟବାଦ ଜଣାଇଥିଲେ ।
Naveen Patnaik BJD I.T. Wing Snehangini Chhuria
15/02/2026
ମାନ୍ୟବର ସଭାପତି ଶ୍ରୀ Naveen Patnaik ଙ୍କ ଦ୍ଵାରା ବିଜୁ ମହିଳା ଜନତା ଦଳର ନୂତନ ରାଜ୍ୟ କର୍ମକର୍ତ୍ତାମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା।
Biju Janata Dal Odisha
15/02/2026
ମାନ୍ୟବର ସଭାପତି ଶ୍ରୀ Naveen Patnaik ଙ୍କ ଦ୍ଵାରା ବିଜୁ ମହିଳା ଜନତା ଦଳର ନୂତନ ଭାବରେ ନିଯୁକ୍ତ ଜିଲ୍ଲା ସଭାପତିମାନଙ୍କୁ ସାଦର ଶୁଭେଚ୍ଛା ଏବଂ ଶୁଭକାମନା।
Biju Janata Dal Odisha
15/02/2026
ବିଜୁ ଜନତା ଦଳର ମାନ୍ୟବର ସଭାପତି ଶ୍ରୀ Naveen Patnaik ଙ୍କ ଦ୍ଵାରା ବିଜୁ ମହିଳା ଜନତା ଦଳର ନୂତନ ଭାବରେ ନିଯୁକ୍ତ ଜୋନାଲ ସଭାପତି ମାନଙ୍କୁ ଶୁଭେଚ୍ଛା ଏବଂ ଶୁଭକାମନା।
Biju Janata Dal Odisha
26/10/2025
#ବିଜୁ_ଜନତା_ଦଳର_ବିଶାଳ_କର୍ମୀ_ସମ୍ମିଳନୀ !!
ନୂଆପଡା ଉପନିର୍ବାଚନ ପରିପ୍ରେକ୍ଷୀରେ ୯ ନଂ ଜୋନରେ ଆୟୋଜିତ କର୍ମୀ ସମ୍ମିଳନୀ।
ବିଜେଡି ବରିଷ୍ଠ ନେତା ଶ୍ରୀଯୁକ୍ତ Pratap Jena ଯୋଗଦେଇ ଦଳୀୟ ପ୍ରାର୍ଥୀନୀ ସ୍ନେହାଙ୍ଗିନୀ ଛୁରିଆଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟ ଜୟଯୁକ୍ତ କରିବା ପାଇଁ ନିବେଦନ କରିଛନ୍ତି।
24/10/2025
ଜୟ ଢୋଲକିଆ ଭଳି ଅପଦାର୍ଥ ସ୍ଵାର୍ଥବାଦୀ ଲୋକକୁ ଜବାବ ଦେବାର ସମୟ ଆସିଗଲାଣି ନୂଆପଡାବାସୀ....
24/10/2025
ଆଦିବାସୀ ସମ୍ପ୍ରଦାୟଙ୍କ ଆବଶ୍ୟକତାକୁ ବୁଝିଥିଲେ ନବୀନ। ସେଇଥିପାଇଁ ତ, ଆଦିବାସୀଙ୍କ ବିକାଶ ଏବଂ ଉନ୍ନତି ପାଇଁ ଅହରହ କାର୍ଯ୍ୟ କରିଥିଲେ। ସେହି ନବୀନଙ୍କ ହାତମୁଠାକୁ ଟାଣ କରିବାକୁ ଏବେ ନିଷ୍ପତ୍ତି ନେଇଛି ନୂଆପଡା।