Odisha Livelihoods Mission

Call Directions Website Contact the organization

Odisha Livelihoods Mission OLM is ensuring sustainable livelihoods for the rural through improved access to financial, livelihood and other support services.

କୁପୋଷଣର ମୁକାବିଲା ତଥା ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ଜୀବିକା ମିଶନ (OLM)ର FNHW କାର୍ଯ୍ୟକ୍ରମ ଅଧୀନରେ ତୃଣମୂଳ ପଞ୍ଚାୟତ ସ୍ତରରୁ ନେଇ...
07/10/2026

କୁପୋଷଣର ମୁକାବିଲା ତଥା ସୁସ୍ଥ ସମାଜ ଗଠନ ଲକ୍ଷ୍ୟରେ ଓଡ଼ିଶା ଜୀବିକା ମିଶନ (OLM)ର FNHW କାର୍ଯ୍ୟକ୍ରମ ଅଧୀନରେ ତୃଣମୂଳ ପଞ୍ଚାୟତ ସ୍ତରରୁ ନେଇ ସମୁଦାୟ ପର୍ଯ୍ୟନ୍ତ ନବମ ରାଷ୍ଟ୍ରୀୟ ପୋଷଣ ମାସ-୨୦୨୬ (୯ ସେପ୍ଟେମ୍ବରରୁ ୮ ଅକ୍ଟୋବର) ମହାସମାରୋହରେ ପାଳିତ ହେଉଛି।

"ଆମ ଅଙ୍ଗନୱାଡ଼ି ଆମ ଦାୟିତ୍ୱ" ଆଭିମୁଖ୍ୟକୁ ଆଧାର କରି ସ୍ୱୟଂ ସହାୟକ ଗୋଷ୍ଠୀ (SHG) ଓ ସମୁଦାୟ କ୍ୟାଡରଙ୍କ ସକ୍ରିୟ ସହଭାଗିତାରେ ଆୟୋଜିତ ଏହି ମାସବ୍ୟାପୀ ଜନଆନ୍ଦୋଳନରେ ଶିଶୁର ପ୍ରଥମ ୧,୦୦୦ ଦିନର ଯତ୍ନ, ଗର୍ଭବତୀ ଓ ପ୍ରସୂତି ମାଆ ତଥା କିଶୋରୀମାନଙ୍କ ସ୍ୱତନ୍ତ୍ର ପୋଷଣ ସହିତ ଖାଦ୍ୟରେ ବିବିଧତା, ଗରମ ରନ୍ଧା ଖାଦ୍ୟର ଗୁରୁତ୍ୱ, ସାମାଜିକ ଦାୟିତ୍ୱ, ପ୍ରାରମ୍ଭିକ ଶିଶୁ ଶିକ୍ଷା ଓ ଯତ୍ନ ଏବଂ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା ଉପରେ ବିଶେଷ ଆଲୋକପାତ କରାଯାଉଛି।

ଏଥିସହ ସ୍ଥାନୀୟ ପୁଷ୍ଟିକର ଓ ପ୍ରୋଟିନ୍‌ଯୁକ୍ତ ଖାଦ୍ୟର ଉପଯୋଗ, ସ୍ୱଚ୍ଛ ପାନୀୟ ଜଳ ଏବଂ ନିୟମିତ ହାତଧୁଆ ଭଳି ଉତ୍ତମ ସ୍ୱାସ୍ଥ୍ୟକର ଅଭ୍ୟାସକୁ ଏକ ସାମାଜିକ ସଂସ୍କାରରେ ପରିଣତ କରି ପ୍ରତ୍ୟେକ ପରିବାରକୁ ଏକ ସୁସ୍ଥ, ସଚେତନ ଓ ସମୃଦ୍ଧ ଜୀବନ ପ୍ରଦାନ କରି ବିକଶିତ ଓଡ଼ିଶା ଗଠନ କରିବା ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ।

#ରାଷ୍ଟ୍ରୀୟପୋଷଣମାସ୨୦୨୬


06/10/2026

ଉପ- ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ସ୍ଵୟଂ ସହାୟକ ଗୋଷ୍ଠୀଙ୍କୁ ସୁଧ ଫେରସ୍ତ..




ଆଜି ଭୁବନେଶ୍ବରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର...
06/10/2026

ଆଜି ଭୁବନେଶ୍ବରସ୍ଥିତ ମିଶନ ଶକ୍ତି ଭବନଠାରେ ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ାଙ୍କ କରକମଳରେ ଚଳିତ ୨୦୨୬-୨୭ ଆର୍ଥିକ ବର୍ଷର ଦ୍ୱିତୀୟ ପର୍ଯ୍ୟାୟରେ ୧.୭୯ ଲକ୍ଷ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୯୯.୨୬ କୋଟି ଟଙ୍କାର ସୁଧ ଫେରସ୍ତ କରାଯାଇଛି। ଏହାସହିତ ସ୍ୱୟଂ ସହାୟକ ଗୋଷ୍ଠୀ ଓ ସେମାନଙ୍କ ସଂଘଗୁଡ଼ିକୁ ଆବର୍ତ୍ତନ ପାଣ୍ଠି, ଗୋଷ୍ଠୀ ବିନିଯୋଗ ପାଣ୍ଠି ଓ ନିରାପତ୍ତା ପାଣ୍ଠି ବାବଦରେ ମୋଟ ୧୫୧.୨୮ କୋଟି ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି।

ଏହି ପଦକ୍ଷେପ ମହିଳାଙ୍କ ଜୀବିକା ଓ ଉଦ୍ୟୋଗକୁ ଅଧିକ ସୁଦୃଢ଼ କରିବା ସହ ରାଜ୍ୟରେ ଅଧିକ ଲକ୍ଷପତି ଦିଦି ସୃଷ୍ଟିର ପଥକୁ ପ୍ରଶସ୍ତ କରିବ।

The Department of Mission Shakti signed MoUs with  to promote the Lakhpati Didi initiative and with  to promote green en...
06/10/2026

The Department of Mission Shakti signed MoUs with to promote the Lakhpati Didi initiative and with to promote green entrepreneurship among women collectives.

The partnerships will support women in expanding livelihood opportunities, adopting sustainable enterprise models and advancing their journey from Lakhpati Didis to Mahalakhpati and Crorepati Didis.

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରୁ ଆଜି ଶୁଭୁଛି ଗ୍ରାମୀଣ ନାରୀ ଶକ୍ତିର ଗୌରବମୟ ଜୟଗାନ। ଓଡ଼ିଶା ଜୀବିକା ମିଶନର ମାର୍ଗଦର୍ଶନ ଏବଂ କୃଷି  ଉତ୍...
05/10/2026

କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକରୁ ଆଜି ଶୁଭୁଛି ଗ୍ରାମୀଣ ନାରୀ ଶକ୍ତିର ଗୌରବମୟ ଜୟଗାନ।

ଓଡ଼ିଶା ଜୀବିକା ମିଶନର ମାର୍ଗଦର୍ଶନ ଏବଂ କୃଷି ଉତ୍ପାଦନ କ୍ଲଷ୍ଟର (APC ) କାର୍ଯ୍ୟକ୍ରମ ଅନ୍ତର୍ଗତ 'ବାଂଶପାଳ କୃଷକ ଉତ୍ପାଦକ କମ୍ପାନୀ' (BFPCL)ର ଦୃଢ଼ ସହଯୋଗରେ କଖାରୁ ଚାଷ ୩୫ ଏକରରୁ ସିଧାସଳଖ ୬୯୧ ଏକରକୁ ବୃଦ୍ଧି ପାଇଛି, ଯାହା ଗ୍ରାମୀଣ ମା' ଭଉଣୀମାନଙ୍କୁ କେବଳ 'ଲକ୍ଷପତି ଦିଦି' ନୁହେଁ, ବରଂ 'ମହାଲକ୍ଷପତି ଦିଦି' ହେବାର ସ୍ୱର୍ଣ୍ଣିମ ପଥରେ ଅଗ୍ରସର କରାଇଛି।

ସେପ୍ଟେମ୍ବର ସୁଦ୍ଧା ୭୫ ଲକ୍ଷ ଟଙ୍କାର ବ୍ୟବସାୟ ଓ ବର୍ଷ ଶେଷକୁ ୨.୫ କୋଟିର ଟର୍ଣ୍ଣଓଭର ଲକ୍ଷ୍ୟ ରଖିଥିବା ଏହି ସଙ୍ଗଠନ, କଖାରୁ ବିକ୍ରିର ମାତ୍ର ସପ୍ତାହକ ମଧ୍ୟରେ ୨୩ ଲକ୍ଷରୁ ଊର୍ଦ୍ଧ୍ୱ କାରବାର କରି ଚମତ୍କାରିତା ଦେଖାଇଛି। ୩ ଟ୍ରକ୍ (୬୩ MT) କଖାରୁ ପଶ୍ଚିମବଙ୍ଗକୁ ପଠାଯିବା ସହ ଝାଡ଼ଖଣ୍ଡ ଓ ଆସାମର ବଜାରରେ ଏହାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପ୍ରମାଣ କରୁଛିଯେ—ଓଡ଼ିଶାର ସଂକଳ୍ପବଦ୍ଧ ନାରୀଶକ୍ତି ଆଜି ‘ଭୋକାଲ୍ ଫର୍ ଲୋକାଲ୍’ରୁ ‘ଲୋକାଲ୍ ଟୁ ଗ୍ଲୋବାଲ୍’ ଆଡ଼କୁ ପାଦ ବଢ଼ାଇ ସମୃଦ୍ଧ ଓ ଆତ୍ମନିର୍ଭର ଭାରତ ଗଠନର ପ୍ରକୃତ କର୍ଣ୍ଣଧାର ସାଜିଛନ୍ତି।




03/10/2026





ଓଡ଼ିଶା ଜୀବିକା ମିଶନ (OLM)ର ତତ୍ତ୍ୱାବଧାନରେ ଅକ୍ଟୋବର ୧ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ରାଜ୍ୟର ୫୨୬ ଟି ମଡେଲ୍ GPLF ରେ ଏକ ବ...
03/10/2026

ଓଡ଼ିଶା ଜୀବିକା ମିଶନ (OLM)ର ତତ୍ତ୍ୱାବଧାନରେ ଅକ୍ଟୋବର ୧ ଆନ୍ତର୍ଜାତୀୟ ବରିଷ୍ଠ ନାଗରିକ ଦିବସ ଅବସରରେ ରାଜ୍ୟର ୫୨୬ ଟି ମଡେଲ୍ GPLF ରେ ଏକ ବୃହତ୍ ସଚେତନତା ଓ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି।

ସ୍ଥାନୀୟ ଆଞ୍ଚଳିକ ମଞ୍ଚଗୁଡ଼ିକରେ ବୟସ୍କ ବ୍ୟକ୍ତିବିଶେଷଙ୍କ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଶିବିର ଆୟୋଜନ କରାଯିବା ସହ ସରକାରୀ ଯୋଜନା ଓ ସୁବିଧା ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଥିଲା। ଏହି କ୍ରମରେ ପ୍ରତ୍ୟେକ ମଡେଲ୍ ପଞ୍ଚାୟତ ସ୍ତରୀୟ ସଂଘରେ ସରପଞ୍ଚ ଏବଂ ବିଭିନ୍ନ ବିଭାଗୀୟ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ଆୟୋଜିତ ବିଶେଷ ସଭାରେ ଦୁଇଜଣ ଲେଖାଏଁ ବରିଷ୍ଠ ନାଗରିକଙ୍କୁ ସମ୍ମାନିତ କରାଯାଇଥିଲା; ଏଥିସହ ଓଡ଼ିଶା ଜୀବିକା ମିଶନ ଜରିଆରେ ବରିଷ୍ଠ ମହିଳାମାନଙ୍କୁ SHG ରେ ଅନ୍ତର୍ଭୁକ୍ତ କରିବା, ସେମାନଙ୍କ ଗୋଷ୍ଠୀକୁ ବ୍ୟାଙ୍କ ଋଣ ସଂଯୋଗରେ ସହାୟତା ଯୋଗାଇବା ଏବଂ ପ୍ରଶାସନିକ ସ୍ତରରେ ସମସ୍ତ ସରକାରୀ ସୁବିଧା ସୁନିଶ୍ଚିତ କରିବା ଦିଗରେ ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି।

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ଅନୁଷ୍ଟିତ ସ୍ଵତନ୍ତ୍ର ଗ୍ରାମସଭାରେ ସ୍ଵୟଂ  ସହାୟକ ଗୋଷ୍ଠୀର ମା’ ମାନେ ସକ୍ରିୟ ଅଂଶ ଗ୍ରହଣ କରିଛନ୍...
02/10/2026

ଆଜି ଗାନ୍ଧୀ ଜୟନ୍ତୀ ଅବସରରେ ରାଜ୍ୟବ୍ୟାପୀ ଅନୁଷ୍ଟିତ ସ୍ଵତନ୍ତ୍ର ଗ୍ରାମସଭାରେ ସ୍ଵୟଂ ସହାୟକ ଗୋଷ୍ଠୀର ମା’ ମାନେ ସକ୍ରିୟ ଅଂଶ ଗ୍ରହଣ କରିଛନ୍ତି । ମହିଳା ସଶକ୍ତିକରଣ ଏବଂ ଲକ୍ଷପତି ଦିଦି କାର୍ଯ୍ୟକ୍ରମକୁ ଆଗକୁ ନେଇ “ଲୋକ ଯୋଜନା ଅଭିଯାନ” ମାଧ୍ୟମରେ ଗ୍ରାମପଞ୍ଚାୟତସ୍ତରରେ ଆୟୋଜିତ ସ୍ୱତନ୍ତ୍ର ଗ୍ରାମସଭାରେ ସମସ୍ତ ଗୋଷ୍ଠୀଭିତ୍ତିକ ସଂଗଠନ (CBOs)ର ସଦସ୍ୟାମାନେ ସକ୍ରିୟ ଅଂଶଗ୍ରହଣ କରି ସରକାରଙ୍କ ବିଭିନ୍ନ ମହିଳା ସଶକ୍ତିକରଣଭିତ୍ତିକ ଯୋଜନାର ବ୍ୟାପକ ପ୍ରଚାର ପ୍ରସାର କରିଛନ୍ତି ।

ଓଡ଼ିଶା ଜୀବିକା ମିଶନ(OLM), ମିଶନ ଶକ୍ତି ବିଭାଗର ମାର୍ଗଦର୍ଶନ ଓ ନିରନ୍ତର ସହଯୋଗରେ ପୁରୀ ସଦର ବ୍ଲକ ମାଳତୀପାଟପୁର ପଞ୍ଚାୟତର 'ଓମ୍ ଶ୍ରୀ ରାଧ...
01/10/2026

ଓଡ଼ିଶା ଜୀବିକା ମିଶନ(OLM), ମିଶନ ଶକ୍ତି ବିଭାଗର ମାର୍ଗଦର୍ଶନ ଓ ନିରନ୍ତର ସହଯୋଗରେ ପୁରୀ ସଦର ବ୍ଲକ ମାଳତୀପାଟପୁର ପଞ୍ଚାୟତର 'ଓମ୍ ଶ୍ରୀ ରାଧାକୃଷ୍ଣ ସ୍ୱୟଂ ସହାୟକ ଗୋଷ୍ଠୀ'ର ସଦସ୍ୟାମାନେ ଆଜି ଗ୍ରାମୀଣ ଅର୍ଥନୀତିରେ ପରିବର୍ତ୍ତନର ଉଦାହରଣ ସାଜିଛନ୍ତି।

୨୦୨୩ ମସିହାରେ TPCODL ସହ ଯୋଡ଼ି ହୋଇ ମିଟର ରିଡିଂ, ବିଲିଂ ଏବଂ କଲେକ୍ସନ କାର୍ଯ୍ୟରେ ଦକ୍ଷତା ପ୍ରଶିକ୍ଷଣ ପାଇଥିବା ଏହି ଗୋଷ୍ଠୀର ଦୁଇଜଣ ମହିଳା ନିଜର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଦୁଇଥର ‘ଷ୍ଟାର ପରଫର୍ମର’ ସମ୍ମାନ ହାସଲ କରିଛନ୍ତି। ମାସିକ ମାତ୍ର ₹୭,୦୦୦ ରୁ ଯାତ୍ରା ଆରମ୍ଭ କରି ଆଜି ସେମାନେ ମାସକୁ ପ୍ରାୟ ₹୬-୭ ଲକ୍ଷ ଟଙ୍କାର ବିଜୁଳି ବିଲ୍ ଆଦାୟ କରିବା ସହ ନିଜେ ପାଖାପାଖି ₹୧୬,୦୦୦ କମିଶନ ଉପାର୍ଜନ କରୁଛନ୍ତି, ଯାହା ସେମାନଙ୍କୁ ସଫଳତାର ସହ ବାର୍ଷିକ ଲକ୍ଷାଧିକ ଟଙ୍କା ଆୟକାରୀ ସ୍ୱାବଲମ୍ବୀ ‘ଲକ୍ଷପତି ଦିଦି’ ଭାବେ ଗଢ଼ିତୋଳିଛି।

ପରିବାରର ଭରଣପୋଷଣ ଓ ପିଲାଙ୍କ ଉତ୍ତମ ଶିକ୍ଷା ସୁନିଶ୍ଚିତ କରିବା ସହ ଆଗାମୀ ଦିନରେ ‘ମହାଲକ୍ଷପତି ଦିଦି’ ହେବା ଦିଗରେ ଦୃଢ଼ ପାଦ ଥାପିଥିବା ଏହି ନାରୀଶକ୍ତିଙ୍କ ଯାତ୍ରା ପ୍ରମାଣ କରେ ଯେ— ଉପଯୁକ୍ତ ସୁଯୋଗ, ଦକ୍ଷତା ବିକାଶ ଓ ପରିବାରର ସମର୍ଥନ ମିଳିଲେ ଗ୍ରାମାଞ୍ଚଳର ମହିଳାମାନେ କେବଳ ଆର୍ଥିକ ଭାବେ ସ୍ୱାଧୀନ ହୁଅନ୍ତି ନାହିଁ, ବରଂ ସମାଜରେ ମର୍ଯ୍ୟାଦା ଓ ସମ୍ମାନର ନୂଆ ପରିଚୟ ସୃଷ୍ଟି କରନ୍ତି।

🍄 From small beginnings to a thriving agribusiness!The Jay Maa Mahalaxmi SHG from Kotapokhari village, Khandapada block,...
01/10/2026

🍄 From small beginnings to a thriving agribusiness!

The Jay Maa Mahalaxmi SHG from Kotapokhari village, Khandapada block, Nayagarh, has transformed mushroom cultivation into a commercially viable enterprise with the support of a ₹10 lakh institutional bank loan.

With a daily production of 30 kg and sales of ₹7,200, the group has turned local resources into a sustainable source of income, demonstrating how collective effort, financial inclusion and entrepreneurship can create meaningful livelihood opportunities for rural women.

Their journey is a testament to the power of women-led enterprises in building financial independence and strengthening rural livelihoods. 🌱

Address

Odisha Livelihoods Mission, SIRD Campus, Unit VIII
Bhubaneswar
751012

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm

Alerts

Be the first to know and let us send you an email when Odisha Livelihoods Mission posts news and promotions. Your email address will not be used for any other purpose, and you can unsubscribe at any time.

Contact The Organization

Send a message to Odisha Livelihoods Mission:

Shortcuts

Share