Nabeen pattnaik Fanclub's

Nabeen pattnaik Fanclub's

Share

I LOVE ODISHA �

23/08/2023

ଭାରତ ପାଇଁ ଗର୍ବ ଆଣିଲା ଇସ୍ରୋ । ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡ କଲା । ଏହି ମିଶନ ସହ ଜଡିତ ସମସ୍ତ ବୈଜ୍ଞାନିକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ।

07/08/2023

ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସମସ୍ତ ବୁଣାକାର ଭାଇ ଭଉଣୀମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ଓ ଅଭିନନ୍ଦନ ।

ହସ୍ତତନ୍ତ ତଥା ବୟନ ଶିଳ୍ପ କେବଳ ଏକ କଳା ନୁହେଁ ବରଂ ରାଜ୍ୟର ସଂସ୍କୃତି ଓ ପରମ୍ପରାର ଚିତ୍ର ବସ୍ତ୍ର ମାଧ୍ୟମରେ ପରିପ୍ରକାଶ କରିବାର ଏକ ମାଧ୍ୟମ । ବ୍ୟକ୍ତିଗତ ଭାବରେ ଆମେ ସମସ୍ତେ ହସ୍ତତନ୍ତ ବସ୍ତ୍ର ପ୍ରତି ଆଗ୍ରହୀ ହୋଇ ବୟନଶିଳ୍ପୀ ଏବଂ ହସ୍ତଶିଳ୍ପୀମାନଙ୍କୁ ଉତ୍ସାହିତ କରିବା ସହ ଆମର ସେଇ ପାରମ୍ପରିକ କଳା କାରିଗରୀକୁ ଆହୁରି ସମୃଦ୍ଧ କରିବାରେ ସମସ୍ତଙ୍କୁ ସହଯୋଗ କରିବା ।

ବର୍ତ୍ତମାନ ଓଡ଼ିଶା ସମେତ ସାରା ବିଶ୍ୱରେ ସମ୍ବଲପୁରୀ ବସ୍ତ୍ରର ଲୋକପ୍ରିୟତା ବୃଦ୍ଧି ପାଇବାରେ ଲାଗିଛି । ଏହାର ଆକର୍ଷଣୀୟ ଡିଜାଇନ ଏବଂ ହାତବୁଣା କାରୁକାର୍ଯ୍ୟ ଆଗକୁ ଅଧିକରୁ ଅଧିକ ଲୋକଙ୍କୁ ଆକୃଷ୍ଟ ବୋଲି ମୋର ଆଶା ।

05/08/2023

ପ୍ରତିଟି ହୃଦୟର ସ୍ପନ୍ଦନ, ସାଢେ ଚାରିକୋଟି ଓଡିଆଙ୍କ ପ୍ରିୟ ଶଙ୍ଖ।

05/08/2023

ରୂପାନ୍ତରିତ ହେବ ଗ୍ରାମାଞ୍ଚଳର ଯୋଗାଯୋଗ ବ୍ୟବସ୍ଥା ll

Photos from Nabeen pattnaik Fanclub's post 20/06/2023

ସଜେଇ ହୋଇଛି ରଥ, ସଜେଇ ହୋଇଛି ପଥ। ବଡ଼ଦାଣ୍ଡକୁ ଆସିବେ ବ୍ରହ୍ମାଣ୍ଡ ନାୟକ। #ଜୟଜଗନ୍ନାଥ 🙏


#ରଥଯାତ୍ରା୨୦୨୩

14/05/2023

ଝାରସୁଗୁଡ଼ା ଉପନିର୍ବାଚନରେ ଐତିହାସିକ ବିଜୟ ହାସଲ କରିଥିବା Biju Janata Dal Odisha ର ପ୍ରାର୍ଥୀ ଦୀପାଳି ଦାସଙ୍କୁ ଭେଟିଲି। ଝାରସୁଗୁଡ଼ାର ବିକାଶକୁ ଆଗେଇ ନେବା ସହ ଲୋକମାନଙ୍କ ଜୀବନରେ ପରିବର୍ତ୍ତନ ଆଣିବା ପାଇଁ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ତାଙ୍କୁ ପରାମର୍ଶ ଦେଲି।

13/05/2023

ପୁଣିଥରେ ଶଙ୍ଖନାଦ
ଝାରସୁଗୁଡ଼ାବାସୀଙ୍କୁ ଧନ୍ୟବାଦ । 🙏🙏🙏
Naveen Patnaik

30/03/2023

ପବିତ୍ର ଶ୍ରୀରାମ ନବମୀ ଅବସରରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଓ ଅଭିନନ୍ଦନ। ପ୍ରଭୁ ଶ୍ରୀରାମ ସମସ୍ତଙ୍କୁ ସୁଖ, ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ।

20/03/2023

ଓଡ଼ିଆ ଖାଦ୍ୟର ନିଆରା ସମ୍ଭାର ମଧ୍ୟରେ ପଖାଳ ଅନ୍ୟତମ। ଏହା ଆମ ଖାଦ୍ୟର ବିବିଧତା ମଧ୍ୟରେ ସ୍ୱତନ୍ତ୍ର। #ପଖାଳଦିବସ ରେ ସମସ୍ତଙ୍କୁ ମୋର ଶୁଭେଚ୍ଛା ଜଣାଇବା ସହ ଓଡ଼ିଆ ଖାଦ୍ୟର ପ୍ରସାର ଦିଗରେ ସମସ୍ତଙ୍କ ନିଷ୍ଠାପର ଓ ସମ୍ମିଳିତ ଉଦ୍ୟମ ପାଇଁ ଆହ୍ୱାନ ଜଣାଉଛି।

05/03/2023

ଆଧୁନିକ ଓଡ଼ିଶାର ରୂପକାର, ମହାନ ସ୍ୱାଧୀନତା ସଂଗ୍ରାମୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଜୟନ୍ତୀରେ ମୋର ଶ୍ରଦ୍ଧାଞ୍ଜଳି ଜଣାଉଛି। ଓଡ଼ିଶାକୁ ବିକାଶର ଶିଖରରେ ପହଞ୍ଚାଇବା ପାଇଁ ସେ ଦେଖିଥିବା ସ୍ଵପ୍ନ ସର୍ବଦା ପ୍ରେରଣାର ଉତ୍ସ ହୋଇ ରହିଛି। ତାଙ୍କ ନୀତି ଓ ଆଦର୍ଶକୁ ବଜାୟ ରଖି ନୂଆ ଓଡ଼ିଶା ଗଠନ ଦିଗରେ ଆମେ ଆଗକୁ ବଢୁଛୁ।

05/03/2023

ଦୈନିକ ଖବରକାଗଜ ସମାଜ ପକ୍ଷରୁ ମହାନ ଜନନାୟକ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଉପରେ ପ୍ରକାଶିତ ସ୍ୱତନ୍ତ୍ର ସଂସ୍କରଣ ଉନ୍ମୋଚନ କରି ମୁଁ ବହୁତ ଖୁସି। ବିଜୁ ବାବୁଙ୍କ ନୀତିଆଦର୍ଶ ଏବଂ ଓଡ଼ିଶା ବିକାଶର ବାର୍ତ୍ତା ପ୍ରସାରରେ ଏହା ନିଶ୍ଚୟ ସହାୟକ ହେବ ବୋଲି ମୋର ବିଶ୍ୱାସ।

18/02/2023

ପବିତ୍ର ମହା ଶିବରାତ୍ରି ତଥା ଜାଗର ଅବସରରେ ଓଡ଼ିଶାବାସୀଙ୍କୁ ମୋର ଶୁଭେଚ୍ଛା ଓ ଶୁଭକାମନା ଜଣାଉଛି। ମହାଦେବଙ୍କ ଅପାର କରୁଣା ସଭିଙ୍କ ଜୀବନକୁ ସୁଖ ଓ ଶାନ୍ତିରେ ଭରି ଦେଉ। #ମହାଶିବରାତ୍ରି

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar