Sudhanshu Sarangi

Sudhanshu Sarangi

Share

Senior Police Officer, Former Chevening Scholar, PhD in Psychology from University of Liverpool, UK, Qualified Para Trooper.

11/04/2026

ବାଲେଶ୍ୱର, ସ୍ୱାଧୀନତା ଦିବସ, 2002

ତତ୍କାଳୀନ ମାନ୍ୟବର ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସରେ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସଙ୍ଗେ ସଙ୍ଗେ ସମବେତ ପରେଡରେ ଅଭିବାଦନ ଗ୍ରହଣ କରିଥିଲେ ୲

ଏହି ସ୍ଥିର ଚିତ୍ରଟି ହଠାତ ଜଣେ ବନ୍ଧୁଙ୍କ ପାଖରୁ ପାଇ ସେଦିନର ସ୍ମୃତି ମନକୁ ଆସିଗଲା ୲ ସେଥିପାଇଁ ବନ୍ଧୁଙ୍କୁ ଧନ୍ୟବାଦ ଦେଉଛି ୲
ବାଲେଶ୍ୱରର ରହଣୀ ମୋ ପାଇଁ ଅଭୂଲା ୲ 👍

ଆଜି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଭାରତର ମହାମହିମ ରାଷ୍ଟ୍ରପତି ଓ ଆମ ସମସ୍ତଙ୍କ ପାଇଁ ଉତ୍ସର୍ଗୀକୃତ ଜନସେବା ଓ ନାରୀଶକ୍ତିର ପ୍ରତୀକ ୲ ରାଷ୍ଟ୍ର ସେବାରେ ତାଙ୍କ ଚଲାପଥ ସୁଗମ ହେଉ, ଏହା ହିଁ କାମନା ୲ 🙏

04/03/2026

ଶ୍ରୀ ଭୁବନେଶ୍ୱର ପ୍ରଧାନ ଚିତ୍ରକୋଣ୍ଡାରେ ମୋ High Schoolର ପ୍ରଧାନ ଶିକ୍ଷକ ଥିଲେ I
ନବମ ଶ୍ରେଣୀରେ ପଢୁଥିଲା ବେଳେ ସେ ମୋତେ ବିଦ୍ୟାଳୟର ‘Best Student’ ଭାବେ ପୁରସ୍କୃତ କରିଥିଲେ I ସାଧାରଣତଃ ପୁରାସ୍କାରଟି ଦଶମ ଶ୍ରେଣୀର ଛାତ୍ରମାନଙ୍କୁ ଦିଆ ଯାଉଥିଲା I ତେଣୁ ସେତେବେଳେ ଶ୍ରୀ ପ୍ରଧାନଙ୍କ ନିଷ୍ପତ୍ତି ଅନେକଙ୍କୁ ଆଶ୍ଚର୍ଯ୍ୟ କରିଥିଲା I

ତାଙ୍କଠାରୁ ମୁଁ ଇଂରାଜୀ ଶିଖିଥିଲି ଓ ତାଙ୍କପାଇଁ NCCରେ ଯୋଗ ଦେଇଥିଲି

ନିକଟରେ ଏକ ସାମାଜିକ କାର୍ଯ୍ୟକ୍ରମରେ ତାଙ୍କ ସାଙ୍ଗରେ ଦେଖା ହେଲା I
ମହାଶୟ ସୁସ୍ଥ ଅଛନ୍ତି ଓ ଏବେ ବି ତାଙ୍କ ସ୍ମରଣ ଶକ୍ତି ପୂର୍ବପରି ଅଛି I
ତାଙ୍କ ଦୀର୍ଘ ଜୀବନ କାମନା କରୁଛି 🙏

05/09/2024

An essay after a long gap- last published essay dates back to 14 June 2021- more than three years back. Let's see how it goes !!!
Sambad, Thursday 5 September, 2024.

28/10/2021

Received this FB link a little while ago.

28/06/2021

ସାହିତ୍ୟ ଜୀବନକୁ ଅତିକ୍ରାନ୍ତ କରିବ
( ଦେବାଶିଷଙ୍କ ଏକାଦଶାହ ଅବସରରେ ସ୍ମରଣ )

"ଚାକିରି ସରିଯିବ । ଦିନେ ଆମେ ଅବସର ନେବା । ଶେଷରେ ଦେହତ୍ୟାଗ କରିବା । କିନ୍ତୁ ଆମେ ସୃଷ୍ଟିକରିଥିବା ସାହିତ୍ୟ ରହିଯିବ । Our books will outlive us." ଗଲା କିଛି ବର୍ଷ ହେଲା ଦେବାଶିଷ, ଯାହାଙ୍କୁ ମୁଁ ଗଲା ତିରିଶବର୍ଷ ହେଲା 'ଭାଇନା' ଭାବେ ସମ୍ବୋଧନ କରୁଥିଲି, ପ୍ରତ୍ୟେକ ଦେଖାରେ ଏଇ କିଛି ପଦ କୁହନ୍ତି । ଶେଷରେ, 2016 ମସିହାରେ ତାଙ୍କରି ଉପଦେଶ ଓ କିଛି ହିତାକାଂକ୍ଷୀଙ୍କ ପ୍ରେତ୍ସାହନରେ ଲେଖିବା ଆରମ୍ଭ କଲି । ଏବେଯାଏଁ ଯେଉଁ ପ୍ରାୟ ତିରିଶଟି ପ୍ରବନ୍ଧ ଲେଖିଛି, ତାହା ଉପାଦେୟ ନା ନାହିଁ ଜାଣେନା । କିନ୍ତୁ ସାଧାରଣ ପାଠକଙ୍କ ପାଇଁ କିଛି ଲେଖିବାରେ ଜୀବନକୁ ଭିନ୍ନଭାବେ ଜିଇଁବା ସେ ମତେ ଶିଖେଇଦେଇ ଗଲେ । କିନ୍ତୁ କେବେ ଚିନ୍ତା କରିନଥିଲି ଯେ 'ଭାଇନା' ମୋ ପାଇଁ ନିଜେ ଦିନେ ଲେଖାର ବିଷୟ ହେଇଯିବେ । ହାଲ୍‌କା ବୌଦ୍ଧିକ ଗପସପରେ ଜୀବନର ଦର୍ଶନକୁ ଆକଳନ କରିବା ସମ୍ଭବପର ନଥିଲା । ଏବେ ବୁଝୁଛି ସେ କାହିଁକି କହୁଥିଲେ ସାହିତ୍ୟ ଆମକୁ ଅତିକ୍ରାନ୍ତ କରିବ ।

ଦେବାଶିଷ ହୁଏତ ଆଉ ଗୋଟିଏ ଓଡ଼ିଶାର ପ୍ରତିନିଧିତ୍ଵ କରୁଥିଲେ । ଯେମିତି ଫକୀରମୋହନଙ୍କ କୃତ ଚରିତ୍ରଟିଏ । ମିଷ୍ଟଭାଷୀ, ନମ୍ର, ସଂସ୍କାରୀ ଓଡ଼ିଆ ଭଦ୍ରଲୋକ । ହୃଦୟରେ ଅଗାଧ ସମ୍ବେଦନଶୀଳତା । ଗୁରୁଜନଙ୍କ ପାଇଁ ଅଶେଷ ଭକ୍ତି, ପିଲାଙ୍କ ପାଇଁ ସ୍ନେହ । ମାଛିକୁ ମ' କହିବେନି । ଚରିତ୍ରରେ ଟିକିଏ ବି କଳା ଛାପ ନାହିଁ । ସଦା ସଚ୍ଚୋଟ । ସରଳ ଜୀବନ । ହାଇସ୍କୁଲର ଆଦର୍ଶ ଛାତ୍ର । ଶିକ୍ଷକ, ବାପା'ମା, ସାହିପଡ଼ିଶା ସମସ୍ତଙ୍କ ପାଇଁ ସୁନାପିଲା । କର୍ମମୟ ବ୍ୟସ୍ତତା ମଧ୍ୟରେ ସାହିତ୍ୟ ସାଧନା । ଏବେ ଏହି ଚରିତ୍ରର ଲୋକଙ୍କୁ ଭେଟିବା କଷ୍ଟ ହେଇଗଲାଣି । ସେଭଳି ମାର୍ଜିତ କଥାବାର୍ତ୍ତାକୁ ଅନେକ ଏବେ ଦୁର୍ବଳତା ଭାବେ ଦେଖିଲେଣି । ଉଚ୍ଚସ୍ୱରରେ କଥା ହେବାକୁ ହେବ । ନୀରବ ରହିଗଲେ ହୁଏତ କହିବାକୁ ସୁଯୋଗ ନମିଳିପାରେ । ଆଉ ଓଡ଼ିଆରେ ଲେଖାଲେଖି ? ପ୍ରତିଷ୍ଠିତ ଲୋକେତ ଓଡ଼ିଆ ସାହିତ୍ୟ ପଢ଼ନ୍ତିନି । ଯେମିତି ସେମାନେ ହିନ୍ଦି କି ଇଂରାଜୀ ସିନେମା ଦେଖନ୍ତି, ସେମିତି ହୁଏତ ଇଂରାଜୀ ବହି ପଢୁଥିବେ ? ଏଠି ଲୁଚିକି ଲେଖକ ହେବାକୁ ହୁଏ । ବଡ଼ଲୋକଙ୍କ ଆଚରଣରେ ବା କଥାରେ ସେମିତି ସ୍ୱୀକୃତି ମିଳେ ନାହିଁ । ମୁଁ ଏ ବିଷୟରେ ଭାଇନାଙ୍କ ସାଙ୍ଗରେ ଅନେକ ଥର କଥା ହେଇଛି । ପଚାରିଛି, ‘ଆମେ ଘରେ ଖାଇ ଘୋଡା ଆଗରେ ଡ଼େଉଁନେତ’ ? ସେ କୁହନ୍ତି, ‘ସେ ବିଷୟରେ ଚିନ୍ତାକରି ଲାଭ ନାହିଁ । ଆମେ ଆମ କାମ କରିବା’ ।

ଏଠି ଭଲ ଲୋକ ହେବା ଓ ଦଣ୍ଠା ପୋଲିସ୍ ଅଫିସର ହେବା ଅଲଗା ବୋଲି ଧରାଯାଏ । ଯିଏ ସାହିତ୍ୟ ଚାଷ କରେ, ସେ ଠେଙ୍ଗା-ବାଡ଼ି ଧରି ପୋଲିସ ହବ କେମିତି ? କାହାକୁ ରୁକ୍ଷ ଗଳାରେ ତାଗିଦ୍ କରିବ କେମିତି ? ଏଭଳି ଭାବୁଥିବା ଲୋକେ ପୋଲିସ୍‌ର କାମକୁ ଏତେ ବେଶି ବୁଝନ୍ତିନି । ତାଙ୍କ ପାଇଁ ପୋଲିସ୍ ସେମାନେ ସିନେମାରେ ଦେଖିଥିବା କାଳ୍ପନିକ ଚରିତ୍ରଟିଏ । ଦେବାଶିଷ ଓଡ଼ିଶାର ସବୁ ଗୁରୁତ୍ୱପୂର୍ଣ୍ଣ ଜିଲ୍ଲାର ଏସ୍.ପି. ଭାବେ କାମ କରିଛନ୍ତି । ଓଡ଼ିଶା ପୋଲିସ୍‌ର ଇତିହାସରେ ଖୁବ ବେଶୀ ଅଫିସର କଟକ, ଖୋର୍ଦ୍ଧା (ଭୁବନେଶ୍ୱର ସମେତ), ପୁରୀ, ଗଂଜାମ ଓ କେନ୍ଦୁଝର ଜିଲ୍ଲାର ଆରକ୍ଷୀ ଅଧୀକ୍ଷକ ହୋଇନାହାନ୍ତି । ତେଣୁ ତାଙ୍କ ଆମାୟିକ ବ୍ୟକ୍ତିତ୍ୱ ବା ସାହିତ୍ୟ ପ୍ରତି ଆଦର ଏକ ଦୁର୍ବଳତା ନଥିଲା । ବରଂ ଏହା ତାଙ୍କୁ ଜଣେ ଦରଦୀ ଓ ସଫଳ ପୋଲିସ୍ ଅଫିସର କରିଥିଲା । ଏହା ଛଡ଼ା ସେ ଥିଲେ ପ୍ରଚଣ୍ଡ ପରିଶ୍ରମୀ । ଘଣ୍ଟା ଘଣ୍ଟା, ବିଳମ୍ବିତ ସଂଧ୍ୟାଯାଏଁ ବସି କାମ କରନ୍ତି । ନୀତି-ନିୟମରେ ପାଣ୍ଡିତ୍ୟ ଓ ଉଭୟ ଇଂରାଜୀ ଓ ଓଡ଼ିଆରେ ବିକଶିତ ଲେଖାଶୈଳୀ ତାଙ୍କୁ ବୃତ୍ତିଗତ ଦୃଷ୍ଟିକୋଣରୁ ସଫଳ କରିଥିଲା । ପ୍ରାୟ ଦଶବର୍ଷ ସେ ପୋଲିସ୍ ମୁଖ୍ୟ ଦପ୍ତରରେ ରହି ଆରକ୍ଷୀ ମହାନିର୍ଦେଶକମାନଙ୍କୁ ସହାୟତା କରିଥିଲେ । ସେଥିପାଇଁ ତାଙ୍କୁ ସମସ୍ତଙ୍କ ସମ୍ମାନ ଓ ଆଦର ମିଳିଛି । ଏଭଳି ନିର୍ଭରଯୋଗ୍ୟ ପୋଲିସ୍ ଅଫିସର ଅତି ବିରଳ । ନେତୃତ୍ୱର ପରାକାଷ୍ଠା ଦୃଷ୍ଟିକୋଣରୁ ସେ ଦିନେ ଓଡ଼ିଶା ପୋଲିସ୍‌ର ନେତୃତ୍ୱ ନେଇଥିଲେ ବିଭାଗ ଓ ରାଜ୍ୟବାସୀଙ୍କ ପାଇଁ ମଙ୍ଗଳକର ହୋଇଥା’ନ୍ତା ।

1991 ମସିହାରେ ଆମେ ହାଇଦ୍ରାବାଦ ରାଷ୍ଟ୍ରୀୟ ପୋଲିସ୍ ଏକାଡେମୀରେ ପ୍ରଶିକ୍ଷଣ ପାଇଁ ଭର୍ତ୍ତି ହେଲୁ । ସେଠି ଗୋଟିଏ ଛକକୁ ମିକେଲ୍ ଆଞ୍ଜେଲୋ ଛକ କୁହାଯାଏ । ମାର୍ବଲ୍ ପଥରଟିଏ ରଖାହେଇଛି । ମିକେଲ୍ ଆଞ୍ଜେଲୋ କହିଥିଲେ ସବୁ ମାର୍ବଲ୍‌ରେ ଗୋଟିଏ ସୁନ୍ଦର ମୂର୍ତ୍ତି ଲୁଚିରହିଛି । ସେମିତି ଏକାଡେମୀ ଚିନ୍ତା କରେ, ‘ସବୁ ପ୍ରଶିକ୍ଷଣାର୍ଥୀଙ୍କ ମଧ୍ୟରେ ଜଣେ ଦକ୍ଷ ଅଫିସର ଲୁକ୍କାୟିତ’ । ଯାହାଙ୍କୁ ପୋଲିସ୍ ଏକାଡେମୀ ଆବିଷ୍କାର କରିବ । ପ୍ରଶିକ୍ଷଣ ଅର୍ଥ, ସକାଳ ପାଞ୍ଚଟାରୁ ରଗଡା । ଦୌଡ଼, ଘୋଡ଼ା ଚଢ଼ା, ମାରାଥନ୍, ସନ୍ତରଣ, ପରେଡ଼, ବନ୍ଧୁକ ଚାଳନା- ଏସବୁ ସନ୍ଧ୍ୟାଯାଏଁ ଚାଲେ । ଆମେ ଏତେ ଥକିଯାଉଯେ ଆଖି ଖୋଲା ରଖି କ୍ଲାସ୍‌ରେ ବସି ରହିବା କଷ୍ଟ । ଆମ ଭିତରୁ ଅଧିକାଂଶ ପଢୁଆ ପିଲା, ଖୁବ୍ କମ୍ ଖେଳା-ଖେଳି ଆଗରୁ କରିଥାଉ । ଅଧିକାଂଶ ଚାପରେ ଆସି ପଢ଼ାପଢ଼ି ଛାଡ଼ି ନିଜକୁ ନୂଆଭାବେ ଆବିଷ୍କାର କରନ୍ତି । ଏକାଡେମୀରେ ଆମକୁ ନୂଆ କଳେବର ମିଳେ । ପଢ଼ା-ଲେଖାରେ ଚିରଦିନ ପାଇଁ ଡୋରି ବନ୍ଧା ହେଇଯାଏ । ତେଣିକି ନୂଆ ରୂଚି ହୁଏ ଦୌଡ଼ିବା, ସାଇକଲ ଚଲେଇବା, ପାହାଡ଼ ଚଢ଼ିବା, ଟେନିସ୍ ଖେଳିବା ଇତ୍ୟାଦି । ଭାଇନା କିନ୍ତୁ ନଛୋଡ଼ ବନ୍ଦା । ପଢ଼ା-ଲେଖା ଛାଡ଼ି ହବନି । ସାହିତ୍ୟ ରୂଚି ନୁହେଁ, ଜୀବନ । ତେଣୁ ପଡ଼ିଆରେ ଗୋଟିଏ ଚକର ମାରିଲା ପରେ ଚାଲନ୍ତି । କିନ୍ତୁ ଏତେ ଭଲ ଲୋକ ଯେ କେହି କିଛି କୁହନ୍ତିନି । ଚଢ଼ା ଗଳାରେ ଆମକୁ ରଗଡ଼ୁଥିବା ନିଶୁଆ ଉସ୍ତାଦ୍ ଥଣ୍ଡା ମିଜାଜ୍‌ରେ କହେ, 'ପାଣିଗ୍ରାହୀ ସାବ୍, ବହୋତ୍ ବଢ଼ିଆ, ଲଗେ ରହୋ' । ଭାଇନା ନିଜ ଦୁନିଆରେ ନିଜ ଇଛାରେ ରହୁଥିଲେ । ଏକାଡେମୀ ପୂର୍ବରୁ ଯାହା ଥିଲେ, ପରେ ବି ସେଇଆ । ପୋଲିସ୍ ପ୍ରଶିକ୍ଷଣ କିଛି ଦିନର ରହଣୀସ୍ଥାନ, ଗନ୍ତବ୍ୟସ୍ଥଳୀ ନୁହେଁ । ଆମେ ଅନେକ ଥର କଥା ହେଇଛୁ, ସେ ଭାରତୀୟ ବିଦେଶ ସେବା ନଛାଡିଥିଲେ, ଦେଶକୁ ଭଲ ପ୍ରତିନିଧିତ୍ଵ କରିଥା'ନ୍ତେ । ସେ ମତେ କହିବାକୁ ଆରମ୍ଭ କରିଥିଲେ, ‘ତୁମେ କାହିଁକି ବିଲାତରେ ଅଧ୍ୟାପନା ନକରି ଓଡ଼ିଶା ଫେରିଲ’ ? ବିତର୍କରେ ପୂର୍ଣ୍ଣଛେଦ ପଡ଼େ । ଉଭୟ ବୁଝିଯାଉ, କ'ଣ ହୋଇଥିଲେ କ'ଣ ହେଇଥା'ନ୍ତା, ଭାବିକି ଲାଭ ନାହିଁ ।

କୋଭିଡ଼୍ କଟକଣା ପୂର୍ବରୁ ସେ ସତ୍ୟବ୍ରତ ଷ୍ଟାଡିଅମରେ ପ୍ରାତଃଭ୍ରମଣ କରୁଥିଲେ । ମୁଁ ଛଅ-ଆଠ କିଲୋମିଟର ଦୌଡ଼ିଲା ପରେ ତାଙ୍କ ସାଥିରେ ଅନେକ ଥର ଦି’ରାଉଣ୍ଡ ଚାଲେ । ଦି'ପଦ ତାଙ୍କ ସାଙ୍ଗରେ ଗପସପ କଲେ ମନ ହାଲ୍‌କା ହେଇଯାଏ । ଦିନକୁ ଦିନ ସେ ଅଧିକ ନିରବ ରହିବାକୁ ଆରମ୍ଭ କରିଥିଲେ । ହୁଏତ ନିଜ ଦୁନିଆରେ ସେ ନିଜ କାହାଣୀର ଚରିତ୍ରମାନଙ୍କ ସାଙ୍ଗରେ କଥା ହେଉଥିବେ । ନିଜ ବାପାଙ୍କ ଦ୍ୱାରା ସେ ଅନେକ ପ୍ରଭାବିତ ଥିଲେ । ଶୂନ୍‌ଶାନ୍‌ର ସୁଯୋଗ ସୃଷ୍ଟିକରି ବାପାଙ୍କୁ ସ୍ମରଣ କରୁଥିବେ । କିନ୍ତୁ ସେ ଯେ ଦୁଇଟି ପୃଥିବୀରେ ଅବସ୍ଥାନ କରୁଥିଲେ, ତାହା ଜାଣିବା କଷ୍ଟ ନଥିଲା । ଗୋଟିଏ କର୍ମମୟ ଓ ଜଞ୍ଜାଳମୟ ଦୁନିଆ । ଅନ୍ୟଟି ଏକ ଦାର୍ଶନିକ, ଚିନ୍ତାଶୀଳ, ଶୂନ୍‌ଶାନ୍‌ ପୃଥିବୀ । ଏହି ଦ୍ୱିତୀୟ ପୃଥିବୀଟି ଥିଲା ମୋ ପାଇଁ ଅଭେଦ୍ୟ । ଚିନ୍ତା କରିଥିଲି ଦିନେ ପଚାରିବି, "ଭାଇନା, ନୀରବରେ କାହା ସାଙ୍ଗରେ ବାର୍ତ୍ତାଳାପ କରୁଚ ? ବିତର୍କ କରୁଚ ନା ସୁହାଗ" । ସେ ପ୍ରଶ୍ନ ଆଉ ପଚାରି ହେବନି ।

ଆମେ ରାଷ୍ଟ୍ରୀୟ ପୋଲିସ୍ ଏକାଡ଼େମୀରେ ଥିଲାବେଳେ ତାଙ୍କର ବାହାଘର ଭୁବନେଶ୍ୱରରେ ହେଲା । ତାଙ୍କ ବାପା ଆମ ପାଇଁ ଷ୍ଟେଟ୍ ଗେଷ୍ଟ ହାଉସ୍‌ରେ ରହିବାକୁ ବନ୍ଦୋବସ୍ତ କରିଥା’ନ୍ତି । ୟୁନିଟ୍-8 କଲ୍ୟାଣ ମଣ୍ଡପରେ ରିସେପ୍‌ସନ୍‌ରେ ମୁଁ ଓ ମୋ ସ୍ତ୍ରୀ ପ୍ରଥମେ ଭାଉଜଙ୍କୁ ଦେଖିଲୁ । ପ୍ରଥମରେ ପଡୋଶୀଙ୍କ ମଧ୍ୟରେ ପ୍ରେମ, ପରେ ସମସ୍ତଙ୍କ ଆଶୀର୍ବାଦରେ ବିବାହ । ଲାଗୁଥିଲା ଦଇବ ଖୁବ ଯତ୍ନରେ ମନଲାଖି ଯୋଡ଼ିଟିଏ ତିଆରି କରିଛି । ଜଣେ ଗୀତ ଲେଖିବ, ଆଉ ଜଣେ ଗୀତ ଗାଇବ । ଉଭୟଙ୍କର ବ୍ୟବହାର ଅତି ମାର୍ଜିତ । ଯେତେବେଳେ ଆମେ ରାଷ୍ଟ୍ରୀୟ ପୋଲିସ୍ ଏକାଡ଼େମୀରେ ପ୍ରଥମ ସୋପାନ ପ୍ରଶିକ୍ଷଣସାରି ଅନୁଗୁଳ ପୋଲିସ୍ ଟ୍ରେନିଂ କଲେଜ୍‌ରେ ପହଞ୍ଚିଲୁ ଉଭୟ ସସ୍ତ୍ରୀକ ପାଖ ଗୋଟିଏ ହୋଟେଲ୍‌ରେ ରହୁଥିଲୁ । ସଂଧ୍ୟା ହେଲେ ଚାଲିକି ଯାଉ, ଅନୁଗୁଳ ବଜାରରେ ବୁଲୁ, ସିନେମା ଦେଖୁ । ଏହା ପରେ ଆମେ ନିଜ ନିଜ ଜୀବନରେ ବ୍ୟସ୍ତ ରହିଲୁ । ଆଉ ଏକାଠି ରହିବାର ସୁଯୋଗ ମିଳିଲାନି । କିନ୍ତୁ ଆମ ସ୍ମୃତିରେ ସେମାନେ ଅଛିନ୍ନ ଯୋଡ଼ି । କେହି କେବେ ଭାଇନା ଓ ଝୁମ୍‌କୀ ଭାଉଜଙ୍କୁ ଅଲଗା କରିପାରିବନି । ସେ କେବେ ନିଜ ବୃତ୍ତିଗତ ଜୀବନରେ କୌଣସି ସଙ୍କଟ ଦେଖିନଥିଲେ । ସବୁବେଳେ ମନଲାଖି ନିଯୁକ୍ତି ପାଇଛନ୍ତି । ସମସ୍ତଙ୍କ ସମ୍ମାନ ଅର୍ଜନ କରିଛନ୍ତି । ପୁରା ପାରମ୍ପରିକ ଟେଷ୍ଟ ମ୍ୟାଚ ବ୍ୟାଟ୍ସମ୍ୟାନ୍ ।ରକ୍ଷଣାତ୍ମକ ଖେଳ । ସେ ଥିଲେ ଓଡ଼ିଶା ପୋଲିସ୍‌ର ରାହୁଲ୍‌ ଦ୍ରାବିଡ଼, 'ଦି ୱାଲ୍‌' । ଏଭଳି ଚରମ ସଙ୍କଟ ପାଇଁ ଭାଉଜ, ଝିଅ ପଲ୍ଲବୀ ଓ ପୁଅ ପ୍ରତ୍ୟୟ ପ୍ରସ୍ତୁତ ହେବାର ଆଦୌ ସୁଯୋଗ ପାଇନଥିଲେ । ସେମାନେ କଷ୍ଟ କ'ଣ ଜାଣି ନାହାନ୍ତି । ବର୍ତ୍ତମାନ ସେମାନଙ୍କ କଥା ଭାବିଲା ବେଳକୁ ଛାତି ଥରି ଉଠୁଛି । କେମିତି ଜୀବନ ବିତାଇବେ ସେମାନେ ?

ଏମିତିଆ ନିଖୁଣ, ଦରଦୀ, ଦାର୍ଶନିକ, ଆଦର୍ଶବାଦୀ ପୋଲିସ୍‌ ଅଫିସର ଓ ସାହିତ୍ୟିକ ଆଉ ସୃଷ୍ଟି ହେବେନି । ମୋ ମନରେ ଅସରନ୍ତି ପ୍ରଶ୍ନ । ସେ ପ୍ରଶ୍ନସବୁ ଅସମାହିତ ରହିବ । ଏଲିଅଟ୍ ଲେଖିଲା ଭଳି, 'life ends, not with a bang, but with a whimper' । ଜୀବନର ଦିନେ ଅନ୍ତ ଘଟେ । ପ୍ରବଳତା ମଧ୍ୟରେ ନୁହେଁ, ଶୂନ୍ୟତାରେ । ସବୁକିଛି ନୀରବତାରେ ଲୀନ ହୋଇଯାଏ । ତାହା ହିଁ ସତ୍ୟ । ସେଥିପାଇଁ ମାନସିକ ସଙ୍କୀର୍ଣ୍ଣତାରୁ ଊର୍ଦ୍ଧ୍ଵରେ ରହିବା । ସେ ଯାହା କହୁଥିଲେ ତାହା ହେବ । ଦେବାଶିଷ ପାଣିଗ୍ରାହୀଙ୍କ ସାହିତ୍ୟ ତାଙ୍କ ଜୀବନକୁ ଅତିକ୍ରାନ୍ତ କରିବ ।

14/06/2021

In the 14th Essay on Democracy in today's Smbad, I look at the issue of merit following debate initiated by Professor Michael Sandel of Harvard University.

In a non-meritocratic society, people are assigned high positions basing on their privileged birth and upbringing. On the other hand, a meritocratic society is based on two core principles. First, people become successful because of their merit and hard-work and therefore, fully deserve the rewards that accompany such success; power, wealth and other privileges. Second, no matter where a person is born, he or she can rise to the pinnacle of success through hard-work and merit. These two principles, then, make a meritocratic society just and moral. So, the effort must be to create a more perfect meritocratic society by creating greater opportunities for the talented and by ensuring fair competition.

In a feudal society, people who become successful are aware of their fortuitous circumstances. They know that many others may be more deserving. But, in a meritocratic society the successful can claim their success to their own talent and hard-work. So, a sense of entitlement and hubris sets in. Similarly, those who fail, can no longer justify their failure to the misfortune of a lowly birth or lack of upbringing. They own failure and are fully responsible for it. So, they end up being stigmatised, made to feel small.

The understanding is that through a better education system and by providing greater opportunities the problem of socio-economic disparity will be irradiated. This solution is also being advanced by left-of-center political parties, which have themselves become models of meritocracy led by the highly intellectual elements of society. Therefore, the less educated and the working class is revolting against the political establishment. In US, they support Trump. In UK, they supported Brexit. In France they have launched the Yellow Vest Movement. Those who are feeling humiliated/ neglected by the meritocratic system are up in arms.

Picketty’s magnum opus “Capital in the Twenty First Century” was published in 2014. He showed that disparity is increasing in Europe and United States steadily. The top ten percent of the population now owns 50 % of the wealth. A study by Oxfam showed that in 2017, the top ten richest section of Indian society owned 70 % of the wealth. So, people are becoming more educated, society is becoming more meritocratic, and yet disparity is widening.

Do people decide their birth and talent? Does anyone ask us before birth what gender, family and with what physical and mental attributes we will take birth? A person does not also decide what talent the society will find to be useful. Many work hard. Not all are successful. Some are successful with much less efforts. We do not build schools and colleges we go to study. Our family and teachers play a role. Society contributes in myriad ways to our success. One in five thousand candidates become successful in the All India Civil Services examination. If the examination is conducted differently or for a second time, the merit list will change. There is actually very little justification for arrogance. Those who become successful have benefitted from mostly a lottery, they have been fortunate. So, the first principle of meritocracy that we deserve our success is flawed.

Let's look at the second argument of meritocracy that anyone can rise irrespective of birth, 50 % of students from the ivy-league colleges come from top one percent of the income bracket in the US. Raj Chetty and his colleagues found that only 2 % of students from the bottom 20 % of society in the US are able to finally enter the top 20 % of the US society. So, despite college education only 2 % of students from poorer section of society are actually able to rise up. The professional class know how to pass on their privilege to their next generation. They know how to educate their children and support them to enter the IITs and similar institutions that will certify merit and make way for a successful life. In the lift of society, the successful are entering from the top floors. There is very little scope for the bottom 50 % of the population to rise to become successful. Our understanding of unlimited scope of mobility is factually wrong.

Not that success comes without a cost. To win the rat race, you have to first become a rat. To become successful children are being subjected to regimentation and helicopter parenting. They remain under pressure to be successful. Those who fail are equally traumatised. In US, they are now increasingly seeing young people getting addicted and dying early in their 30s due to substance abuse or even by su***de. These deaths are being called ‘death by despair.’. Trump did very well in the states that have higher rates of death by despair. In India also, alcoholism and drug abuse among the young is on the rise. They have no motivation to live long. Both the successful and the failed are under pressure, they are experiencing the tyranny of meritocracy.

Democracy is supposed to be for the people, of the people and by the people. And not for the successful, by the successful and of the successful. The concept of ‘common good’ is the soul of democracy. But, once people are successful, whatever be the pathway, they are no longer interested in the common good and become focussed on advancing their own selfish interest, in extracting the maximum benefits for themselves.

There is a need for the successful to develop a sense of humility and understand that their success is to be shared with society. Secondly, we have to redefine success. Why only getting into some services or doing well in some examinations be defined as success? Thirdly, we need to recognise contribution of all professions to society. People should be recognized not on the basis of money earned, but contribution to the common good. Every person in society wants to be productive and contribute to society. If they are viewed as consumers who are looking at welfare benefits, then we are not able to understand the nature of human beings. If so many people feel left out, democracy will be bereft of its soul, ‘the common good’. We need elaborate debate and engagement and not take the so called meritocratic system as inevitably moral, just and based on the common good.

Link to the article
https://sambadepaper.com/imageview_273506_1117125_4_71_14-06-2021_5_i_1_sf.html

02/06/2021

In the 13th essay on Democracy for Odia Newspaper Sambad I look at why developed democracies like the United States and the United Kingdom failed miserably in dealing with the COVID-19 pandemic and lessons for the world from their failure.

Democracy is a means to establishing a responsive and accountable system of governance. But, democracy will not automatically produce a robust and effective government and government institutions.

From the Reagan-Thatcher era the US and the UK worked on the assumptions that 'government is not a solution, government is the problem' and 'privatisation is TINA'. So, government started withdrawing from different activities through privatisation and reduced funding. The pandemic came after 40 years of weakening of government organisations in the US and in the UK. The Reagan-Thatcher prescription of dealing with inefficiencies in government institutions have spread to many parts of the world. So, many countries suffered because the governance structures had become weak and ineffective.

A 'for profit' hospital system, like in the US, needs to work on 'occupancy' and cannot create surplus beds, testing capacity etc. Though the UK has an excellent public health system called the National health Service (NHS), it has been starving of funds for decades now. A simple X-ray, unless there is an emergency, may require you to be in the waiting list for a week. So, a private 'for profit' medical system or an under-funded government health system could not have prepared for dealing with a pandemic.

Countries that have strong, well-resourced government systems, that are led by specialists and experts have done very well as can be seen by the examples of Taiwan, South Korea, Hong Kong, UAE, Australia, New Zealand etc. They are small countries with less population. But, that is a wrong way of understanding their success.

COVID-19 will end after vaccination. There will be a lot of discussion on who deserves credit and who should be blamed for failures. But, beyond these claims, denials and accusations, there are lessons to be learnt.

World will hopefully look beyond the Reagan-Thatcher dogma. Privatisation cannot be a panacea for everything. People elect a government to improve functioning of government organisations and not just to escape by privatising. True, some activities need to be privatised, but not all. Government systems must be robust. This would require autonomy of government organisations, and them being led by talented people with world-class expertise.

Following is the link to the article:

https://sambadepaper.com/imageview_268480_22923401_4_71_02-06-2021_7_i_1_sf.html

19/05/2021

In the 12th Essay on democracy published today in Odia News Paper Sambad I argue that liberal democracy is built on a set of values that became dominant in the Western world during Enlightenment (1650-1750), particularly values of individualism and science.
We now witness two kinds of problems in democracies. First, in countries with long-standing and robust democratic systems, there is a systematic attempt to attack these enlightenment values. Second, in other societies that have copied modern constitutional systems, these values are not able to take root and therefore, the democracy project has remained incomplete or getting easily reversed.
I look at three enlightenment values, in this essay, that I consider essential to democracy.
First, the ability of individuals to use reason, rationality rather than accepting what is told to them in an immature, lazy and superstitious manner. Before enlightenment Kings and Queens were believed to have divine right to rule. But enlightenment rejects such claims, gives primacy to inalienable rights of people, makes state a result of social contract. So, individual comes first, not the rulers, who have no birth-right to rule and have only conditional consent to govern. If loyalty to rulers becomes absolute and unconditional, then citizens are no longer able to do their duty properly.
Second, accept science as the basis of truth. Being able to question, refute and reject lies.
Third, humanism, every human being irrespective of caste, class, religion being entitled to basic human dignity. Human beings treating each other with sympathy, compassion, tolerance and empathy.
I have argued that democracy institutionalises these values. So, unless society accepts and is committed to these philosophical moorings, democracy will remain a formal arrangement, but substantively will be in crisis.
Hope you will find the essay useful. For clarity read slowly, go sentence-by-sentence. Would be happy to answer your questions, which can be posted as comments below this post.
To continue the conversation, do consider subscribing to my Fb Page.
Here is the link to today's article in case you prefer that.
https://sambadepaper.com/imageview_263962_2559665_4_71_19-05-2021_6_i_1_sf.html

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Website

Address


Bhubaneswar