Saroj Mohapatra

Call Directions

Saroj Mohapatra Love to Write Romantic n Current issue poems in Odiya.

ମେଘରେ ତିଆରି ମେଘର କିଆରିଚାରି ଦିଗ ମେଘ ମେଘ ।ସୁଲୁ ପବନରେ ଭସା ମେଘ ଦେଖିଇଚ୍ଛାର ସପନ ଦୀର୍ଘ ।।ଆକାଶ ଦେହର ବତୁରା ଛାତିରେଲେଖୁଛି ଅନେକ ଗୀତି...
30/08/2026

ମେଘରେ ତିଆରି ମେଘର କିଆରି
ଚାରି ଦିଗ ମେଘ ମେଘ ।
ସୁଲୁ ପବନରେ ଭସା ମେଘ ଦେଖି
ଇଚ୍ଛାର ସପନ ଦୀର୍ଘ ।।

ଆକାଶ ଦେହର ବତୁରା ଛାତିରେ
ଲେଖୁଛି ଅନେକ ଗୀତି ।
ହସକୁରା ମେଘ ଅଜାଡି ଦେଉଛି
କେତେ ମନସ୍କର ସ୍ମୃତି ।।

......ସରୋଜ
----------000-------‐--

କିଛି ପ୍ରେମ ସକାଳ ହୋଇ ରହିଯାଏ କିଛି ଅପରାହ୍ନକୁ ସାରା ଜୀବନ ଝୁରୁଥାଏ କିନ୍ତୁ ଅବଶିଷ୍ଟାଂଶ ହୋଇ ରହିବା ସବୁ ସଂପର୍କରେ ନଥାଏ ।             ...
26/08/2026

କିଛି ପ୍ରେମ ସକାଳ ହୋଇ ରହିଯାଏ
କିଛି ଅପରାହ୍ନକୁ ସାରା ଜୀବନ ଝୁରୁଥାଏ
କିନ୍ତୁ ଅବଶିଷ୍ଟାଂଶ ହୋଇ ରହିବା
ସବୁ ସଂପର୍କରେ ନଥାଏ ।

..........ସରୋଜ

ମନ ବଡଦାଣ୍ଡେ ହୃଦ ନନ୍ଦିଘୋଷଇଚ୍ଛା ଯାଏ ଗଡିଗଡି ।ଚେତନା ରଥରେ ତୁ ଏକା ଦଉଡି ଧରିଥିବି ତତେ ଭିଡି ।।                   ...........ସରୋଜ
18/07/2026

ମନ ବଡଦାଣ୍ଡେ ହୃଦ ନନ୍ଦିଘୋଷ
ଇଚ୍ଛା ଯାଏ ଗଡିଗଡି ।
ଚେତନା ରଥରେ ତୁ ଏକା ଦଉଡି
ଧରିଥିବି ତତେ ଭିଡି ।।

...........ସରୋଜ

ବିଶ୍ବାସର ଟିକେ ଲୁଣ, ଶ୍ରଦ୍ଧାର ଲେମ୍ବୁ ଲଙ୍କା, କିଛି ଆତ୍ମୀୟତାର ଭରତା,ସଂସ୍କାରର ବଡିଚୁରା,ଓ ସତ୍ଯ ବେସରର ଝୋଳ କେବେ ଉପଭୋଗ କରିଛକେମିତି ଲା...
20/03/2026

ବିଶ୍ବାସର ଟିକେ ଲୁଣ,
ଶ୍ରଦ୍ଧାର ଲେମ୍ବୁ ଲଙ୍କା,
କିଛି ଆତ୍ମୀୟତାର ଭରତା,
ସଂସ୍କାରର ବଡିଚୁରା,
ଓ ସତ୍ଯ ବେସରର ଝୋଳ
କେବେ ଉପଭୋଗ କରିଛ
କେମିତି ଲାଗେ ଏ ଜୀବନ ପଖାଳ ?

ବିଶ୍ବ ପଖାଳ ଦିବସର ଶୁଭେଚ୍ଛା ।

..... ୋଜ

ହୋଲି....ଯେଉଁ ବନ୍ଧୁମାନଙ୍କୁ ପାଖରେ ପାଇଲି କ୍ଯମେରାରେ କଏଦ୍ କଲି ।।
04/03/2026

ହୋଲି....
ଯେଉଁ ବନ୍ଧୁମାନଙ୍କୁ
ପାଖରେ ପାଇଲି
କ୍ଯମେରାରେ କଏଦ୍ କଲି ।।

ହୋଲି - 2026--------------------ସେପଟେ ଘମାଘୋଟ ଯୁଦ୍ଧର ବିଭୀଷିକାଅଶାନ୍ତ ରକ୍ତର ହୋରି ।ଆ ରଂଗ ଟିକେ ଦେଇ ବୁଝେଇଦେବି ଜୀବନ ଢଙ୍ଗରେପ୍ରେମ ...
03/03/2026

ହୋଲି - 2026
--------------------

ସେପଟେ ଘମାଘୋଟ
ଯୁଦ୍ଧର ବିଭୀଷିକା
ଅଶାନ୍ତ ରକ୍ତର ହୋରି ।

ଆ
ରଂଗ ଟିକେ ଦେଇ
ବୁଝେଇଦେବି
ଜୀବନ ଢଙ୍ଗରେ
ପ୍ରେମ ଫଗୁଣରେ
ଶାନ୍ତିର କେତେ ଯେ ଜରୁରୀ !!
........ସରୋଜ

Address

Bhubaneswar
751014

Telephone

9437064693

Website

Alerts

Be the first to know and let us send you an email when Saroj Mohapatra posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category