Gyana Ranjan Panda
A Patriot
Former Zilla Parisad Candidate
13 No Zone, Cuttack
Former General Secretary, BJYM Cuttack BJP.
23/05/2026
ମେରା ପାନୀ ଉତ୍ତର୍ତା ଦେଖ ମେରେ କିନାରେ ପେ ଘର ମତ୍ ବସା ଲେନା, ମୈ ସମନ୍ଦର୍ ହୁଁ, ଲୌଟକର୍ ୱାପସ୍ ଜରୁର୍ ଆଉଙ୍ଗା!
23/05/2026
#ସୂଚନା_ଅଧିକାରର_ଗଳାଚିପି_ହତ୍ୟା
୍ୟା_ବନ୍ଦ_କର
#ଜନତାଙ୍କ_ଅଧିକାର_ଛଡ଼ାଇ_ନିଅନା
ଆଦରଣୀୟ CM sir,
CMO Odisha Mohan Charan Majhi
ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ସରକାରୀ ଯୋଜନାରେ ବ୍ୟାପକ ଦୁର୍ନୀତି ଓ ସୂଚନା ଅଧିକାର ଆଇନ ଉଲ୍ଲଂଘନ ବାବଦରେ ଆପଣଙ୍କୁ ଅଗବତ କରେଇ ଦେଉଛୁ କି...
କଟକ ଜିଲ୍ଲା ଅନ୍ତର୍ଗତ ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ବିଭିନ୍ନ ସରକାରୀ ଉନ୍ନୟନମୂଳକ ଯୋଜନାରେ ବ୍ୟାପକ ଅନିୟମିତତା ଓ ଦୁର୍ନୀତି ହେଉଥିବାର ଅଭିଯୋଗ ଆସିଛି। ଏହା ସମ୍ପର୍କରେ ସ୍ଥାନୀୟ ଖବରକାଗଜରେ ମଧ୍ୟ ଖବର ପ୍ରକାଶ ପାଇଛି।
ମୁଖ୍ୟ ଅଭିଯୋଗଗୁଡ଼ିକ:
1. ବ୍ଲକରେ ଚାଲିଥିବା ବିଭିନ୍ନ କାମରେ ନିମ୍ନମାନର ସାମଗ୍ରୀ ବ୍ୟବହାର ଓ ଅର୍ଥ ହଡ଼ପ ହେଉଛି।
2. ସୂଚନା ଅଧିକାର ଆଇନ, ୨୦୦୫ ଅନୁଯାୟୀ ତଥ୍ୟ ମାଗିଲା ବେଳେ ସୂଚନା ଅଧିକାର କର୍ମୀମାନଙ୍କୁ ସଠିକ୍ ସୂଚନା ଦିଆଯାଉନାହିଁ, ଯାହା ଆଇନର ଘୋର ଉଲ୍ଲଂଘନ। 3. ଏହାଦ୍ୱାରା ସାଧାରଣ ଜନତା ସରକାରୀ ଯୋଜନାର ସୁଫଳରୁ ବଞ୍ଚିତ ହେଉଛନ୍ତି ଓ ସରକାରଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ ହେଉଛି।
ଏହି ପରିପ୍ରେକ୍ଷୀରେ ଆପଣଙ୍କୁ ବିନମ୍ର ଅନୁରୋଧ ଯେ, ଉପରୋକ୍ତ ଘଟଣାର ଏକ ଉଚ୍ଚସ୍ତରୀୟ ତଦନ୍ତ କରାଇ ଦୋଷୀ ବ୍ୟକ୍ତିମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ସେହିପରି ସୂଚନା ଅଧିକାର ଆଇନକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେବାକୁ ଅନୁରୋଧ।
ଆପଣଙ୍କ ଦୁର୍ନୀତି ବିରୋଧୀ ଆଭିମୁଖ୍ୟ ଉପରେ ଆମର ସମ୍ପୂର୍ଣ୍ଣ ଭରସା ଅଛି। ଆଶା କରୁଛି ଆପଣ ଏହି ଘଟଣାରେ ତୁରନ୍ତ ହସ୍ତକ୍ଷେପ କରି ନ୍ୟାୟ ପ୍ରଦାନ କରିବେ।
Cuttack District Administration
Dharmendra Pradhan
Suryabanshi Suraj
22/05/2026
#କୋକ୍ରୋଚ_ଜନତା_ପାର୍ଟିର_ଅସଲି_ଚେହେରା?
#ସାବଧାନ_ଯୁବସମାଜ
ଆଜିକାଲି ସୋସିଆଲ ମିଡିଆରେ 'କୋକ୍ରୋଚ ଜନତା ପାର୍ଟି'କୁ ନେଇ ଯେଉଁ ଟ୍ରେଣ୍ଡ୍ ଚାଲିଛି, ତାହା ପଛରେ ଏକ ବଡ଼ ସତ୍ୟ ସାମ୍ନାକୁ ଆସିଛି! ଭାରତର ବେକାରୀ ସମସ୍ୟା ଓ ଯୁବପିଢ଼ିଙ୍କ ସ୍ୱର କହି ରାତିାରାତି କୋଟିଏରୁ ଅଧିକ ଫଲୋୟର୍ସ ସାଉଣ୍ଟିଥିବା ଏହି ପେଜ୍ର ଅସଲି ସତ୍ୟ ଜାଣିଲେ ଆପଣ ବି ଆଶ୍ଚର୍ଯ୍ୟ ହେବେ। 😮
ଏହି ପାର୍ଟିର ଆକାଉଣ୍ଟରେ ଯେତିକି ଫଲୋୟର୍ସ ଭାରତର ନାହାନ୍ତି, ସେତିକି ବାଂଲାଦେଶ, ପାକିସ୍ତାନ ଏବଂ ତୁର୍କୀ ଭଳି ଦେଶରୁ ଅଛନ୍ତି! ଏହା କୌଣସି ସାଧାରଣ ସଂଯୋଗ ନୁହେଁ, ବରଂ ଏହା ପଛରେ 'ଫେକ୍ ବୋଟ୍ସ' (Fake Bots) ଏବଂ ପେଡ୍ ଫଲୋୟର୍ସ (paid followers)ଙ୍କ ଏକ ବଡ଼ ନେଟୱର୍କ କାମ କରୁଥିବା ଆଶଙ୍କା କରାଯାଉଛି।
ଦିନେ ଓଡ଼ିଶାରେବିଜେଡି ମଧ୍ୟ 'ବିଜୁ ଯୁବ ବାହିନୀ' ଭଳି ସଂଗଠନ ତିଆରି କରି ଯୁବକମାନଙ୍କୁ ଭୋଟ୍ ପାଇଁ ବ୍ୟବହାର କରିବାକୁ ଚେଷ୍ଟା କରାଯାଇଥିଲା। ଆଜି ସେ ଅସରପା ଜନତା ଦଳ କୁ ସପୋର୍ଟ କରୁଛି...
ଆଜି ଠିକ୍ ସେହିପରି ବିଦେଶୀ followers ଙ୍କ ସାହାରାରେ ଏକ ନକଲି ହାଇପ୍ (Hype) ତିଆରି କରାଯାଇ ଆମ ଦେଶର ଯୁବପିଢ଼ିଙ୍କ ଆବେଗ ସହ ଖେଳାଯାଉଛି।
ପ୍ରତିବାଦ ଏବଂ ବ୍ୟଙ୍ଗ ନିଜ ଜାଗାରେ ଠିକ୍, କିନ୍ତୁ ବିଦେଶୀ ଲିଙ୍କ୍ ଏବଂ ଫେକ୍ ଆକାଉଣ୍ଟ ବଳରେ ଚାଲୁଥିବା ଏଭଳି ଏଜେଣ୍ଡାକୁ ଆମେ କେବେ ବି ପ୍ରଶ୍ରୟ ଦେବା ନାହିଁ। ଆମ ଦେଶର ଯୁବଶକ୍ତି ଏତିକି ଦୁର୍ବଳ ନୁହେଁ ଯେ ସେମାନଙ୍କୁ ଗୋଟିଏ କାଳ୍ପନିକ 'ଅସରପା' ପାର୍ଟି ପଛରେ ପଥଭ୍ରଷ୍ଟ କରାଯାଇପାରିବ।
ସଚେତନ ରୁହନ୍ତୁ, ସତ୍ୟକୁ ଚିହ୍ନନ୍ତୁ! 🇮🇳
#ଜ୍ଞାନ_ପଣ୍ଡା #ଗରୀବର_ସ୍ୱର
22/05/2026
ଦିଲ୍ଲୀ ରୁ ପଲ୍ଲୀ ପର୍ଯ୍ୟନ୍ତ ପ୍ରତିଟି ଓଡ଼ିଆଙ୍କ ହୃଦୟରେ ସେ ସଦା ସୁପରିଚିତ ଓ ଆଦୃତ । Dharmendra Pradhan
21/05/2026
#ଟାଙ୍ଗି_ଚୌଦ୍ୱାର_ବ୍ଲକ କର୍ମଚାରୀଙ୍କ ଅସଲ ଚେହେରା....ବ୍ଲକ ଅଫିସ ଭିତରେ #ଜନ୍ମଦିନ_ପାର୍ଟି, ବ୍ଲକ ବାହାରେ ାଡ଼ ଆନ୍ଦୋଳନ.. ଧନ୍ୟ ଧନ୍ୟ ରେ..
CMO Odisha Dharmendra Pradhan Manmohan Samal Baijayant 'Jay' Panda BJP Odisha
21/05/2026
େଲା_ଅରିନ୍ଦମରାୟ_ଙ୍କ_ଅଭିଯୋଗ
#ଟାଙ୍ଗି_ବ୍ଲକ_ପୁଣି_ପାଲଟିଲା_ଉତ୍ସବ_ମଣ୍ଡପ
ଟାଙ୍ଗି ଚୌଦ୍ୱାର ବ୍ଲକ, ବିଜେପି ନେତା ଅରିନ୍ଦମ ରାୟ ଏବଂ ବ୍ଲକ ପ୍ରଶାସନ କୁ ନେଇ ହୋଇଥିବା ତୁମ୍ବି ତୁଫାନ ଘଟଣା, ଅଧିକାରୀ ଙ୍କ କଲମ ଛାଡ଼ ଆନ୍ଦୋଳନ ର ନିଆଁ ଠିକ ସେ ଲିଭିନି କିନ୍ତୁ ବ୍ଲକ ଅଧିକାରୀ ଙ୍କ ପ୍ରଶାସନ ପ୍ରତି ବେଖାତିର ମନୋଭାବ ପୁଣି ସାମ୍ନା କୁ ଆସିଛି.
"ବ୍ଲକ ଅଫିସ ଭିତରେ ଜନ୍ମଦିନ,ବ୍ଲକ ବାହାରେ କଲମ ଛାଡ଼ ଆନ୍ଦୋଳନ ?..???
କେକ ଖାଇ ଖୁସି ମନାଉଛନ୍ତି କର୍ମଚାରୀ, ଉପରିସ୍ଥ ଅଧିକାରୀ ନିରବଦ୍ରଷ୍ଟା...ଏହି ଘଟଣାଟି ଆମର ଟାଙ୍ଗୀ-ଚୌଦ୍ୱାର ବ୍ଲକ ସ୍ଥିତ ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ (CDPO) ଭିତରେ ଘଟିଛି। ସରକାରୀ କାର୍ଯ୍ୟ ସମୟରେ ଅଫିସ୍ କାର୍ଯ୍ୟାଳୟ ଭିତରେ ଧୁମଧାମରେ କେକ୍ କାଟି ଜନ୍ମଦିନ ଉତ୍ସବ ପାଳନ କରାଯାଇଥିଲା, ଯାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଆପଣ ମାନଙ୍କ ଦୃଷ୍ଟି ଆକର୍ଷଣ କରି ଜଣାଇବାକୁ ସୂଚେଇ ଦେଉଛି ଯେ, କଟକ ଜିଲ୍ଲା ଟାଙ୍ଗୀ-ଚୌଦ୍ୱାର ବ୍ଲକରେ ଥିବା ମହିଳା ଓ ଶିଶୁ ବିକାଶ କାର୍ଯ୍ୟାଳୟ (CDPO) ଭିତରେ ସରକାରୀ ନିୟମ ଓ କାର୍ଯ୍ୟାଳୟର ଗାରିମାକୁ ଜଳାଞ୍ଜଳି ଦିଆଯାଇଛି। ସରକାରୀ କାର୍ଯ୍ୟ ସମୟରେ କାର୍ଯ୍ୟାଳୟକୁ ଏକ ଘରୋଇ ପାର୍ଟି ହଲ୍ରେ ପରିଣତ କରି ଜାକଜମକରେ ଜନ୍ମଦିନ ଉତ୍ସବ ପାଳନ କରାଯାଇଛି।
କର୍ମଚାରୀମାନେ ନିଜ କର୍ତ୍ତବ୍ୟ ଭୁଲି କେକ୍ କାଟିବା ସହ ଏହାର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ପ୍ରସାରିତ କରିଛନ୍ତି, ଯାହା ସାଧାରଣ ଜନତାଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି କରିଛି। ସବୁଠାରୁ ଦୁର୍ଭାଗ୍ୟର ବିଷୟ ହେଉଛି, ସେଠାରେ ଉପସ୍ଥିତ ଥିବା ଉଚ୍ଚ ପଦାଧିକାରୀ ଏହାକୁ ରୋକିବା ପରିବର୍ତ୍ତେ ନିରବଦ୍ରଷ୍ଟା ସାଜିଥିଲେ, ଯାହା ସରକାରୀ ବ୍ୟବସ୍ଥାର ଚରମ ଅରାଜକତାକୁ ଦର୍ଶାଉଛି।
ଏହି କାର୍ଯ୍ୟାଳୟ ଲୋକଙ୍କ ସେବା ପାଇଁ ଉଦ୍ଦିଷ୍ଟ, କୌଣସି ବ୍ୟକ୍ତିଗତ ମୋଦପ୍ରମୋଦ ପାଇଁ ନୁହେଁ। ଏଭଳି ବେଆଇନ କାର୍ଯ୍ୟକଳାପ ସରକାରଙ୍କ "ସ୍ୱଚ୍ଛ ଓ ଶୃଙ୍ଖଳିତ ଶାସନ" ବ୍ୟବସ୍ଥା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରୁଛି।
ଏହି ଘଟଣାର ଏକ ନିରପେକ୍ଷ ତଦନ୍ତ ନିର୍ଦ୍ଦେଶ ଦେଇ, ଏଥିରେ ସମ୍ପୃକ୍ତ ଥିବା ସମସ୍ତ କର୍ମଚାରୀ ଏବଂ ଏହାକୁ ପ୍ରଶ୍ରୟ ଦେଇଥିବା ଦାୟିତ୍ୱହୀନ ଅଧିକାରୀଙ୍କ ବିରୋଧରେ ତୁରନ୍ତ ଦୃଢ଼ ବିଭାଗୀୟ ତଥା ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଅନୁରୋଧ କରୁଛୁ। ଯାହାଫଳରେ ଭବିଷ୍ୟତରେ କୌଣସି ସରକାରୀ କାର୍ଯ୍ୟାଳୟରେ ଏଭଳି ବ୍ୟଭିଚାରର ପୁନରାବୃତ୍ତି ହେବ ନାହିଁ।
#ଜ୍ଞାନ_ପଣ୍ଡା #ଗରୀବର_ସ୍ୱର
CMO Odisha Manmohan Samal Dharmendra Pradhan Cuttack District Administration Suryabanshi Suraj
21/05/2026
#ହେଇ_ଲୋ_ହେଇ
ଏ ହଉଛି ସବ୍ୟସାଚୀ ଅମିତାଭ.. ଫେସବୁକ ରେ ବହୁତ ଭାଷଣ ମାରେ, ଆପଣ ମାନେ ଦେଖିଥିବେ.. ବାବୁ ଏବେ ଭିତରେ.....
20/05/2026
#ମନେ_ଅଛି_ଟି
#ଚାଉଳ_ଆଠେଣି_ଆଉ_ଚାରେଣି
କେବେ ଚାଉଳ ଦାମ ସହ ଆଠେଣି-ଚାରେଣି ର ସମ୍ପର୍କ ଥିଲା....ଆଜି ସେଇ ପୁରୁଣା ମୁଦ୍ରା ମାନେ ସ୍ମୃତି ପାଲଟି ଯାଇଛନ୍ତି....
ପୁରୁଣା ଦିନ ମନେ ଅଛି କି ଆପଣ ମାନଙ୍କର ? ଯେତେବେଳେ ଆଠେଣି ରେ ମିଳୁଥିଲା ଖୁସି, ଚାରେଣି ରେ ହେଉଥିଲା କିଣାକଟା !
ଛାଡ଼ ହୋ, ସମୟ ବଦଳିଛି…
କିନ୍ତୁ ସେଇ ପୁରୁଣା ଟଙ୍କା ଆଉ ସ୍ମୃତି ଆଜିବି ଲୋକଙ୍କ ମନରେ ଜୀବନ୍ତ । ଦୁଃଖର କଥା.. କିଛି ଲୋକ ବି ଏବେ ସେଇ ଚାରେଣି ଆଠେଣି ରେ ରହି ଗଲେ... ମାନସିକତା ଆଦୌ ବଦଳିଲା ନାହିଁ..
ଜୟ ଜଗନ୍ନାଥ 🙏
#ଜ୍ଞାନ_ପଣ୍ଡା
#ଚାଉଳ #ଆଠେଣି #ଚାରେଣି #ପୁରୁଣାଦିନ #ଓଡ଼ିଶା
18/05/2026
#ଗାଦି_ଗଲା_ସରକାର_ଗଲା
#କ୍ଷମତା_ଗଲା #ମାନସିକତା_ଗଲାନି
ଆଜି ବି ଅମଲାତନ୍ତ୍ର ଉପରେ କବଜା ରଖି ସାଧାରଣ ଲୋକଙ୍କ ପାଟି ବନ୍ଦ କରିବାକୁ ଚେଷ୍ଟା କରୁଛି #ବିଜେଡି.
କାହାରି ଦୁଃଖ କଥା ବା ସମସ୍ୟା କଥା ଉଠେଇଲେ FIR, ଦୁର୍ନୀତି ପ୍ରସଙ୍ଗ ଉଠେଇଲେ ଧମକ। ମୁଁ ଭାବୁଛି, ଆଜି ବି ଯଦି #ବିଜେଡି ସରକାରରେ ଥାଆନ୍ତା, ତେବେ ଏହି ପ୍ରତିବାଦ ଘଟଣାରେ ସିଧା ଜେଲ୍ ପଠେଇ ଦେଇଥାନ୍ତା. କ୍ଷମତା ଚାଲିଗଲେ ବି ଭୟ ଦେଖେଇବା ଅଭ୍ୟାସ ଗଲାନି #ବିଜେଡି ର. ସମୟ ତାଙ୍କୁ ଜବାବ ଦେଇ ସାରିଛି , ଆଉ କିଛି କିଛି ବାକି ଅଛି...
ଓଡ଼ିଶାବାସୀ ସବୁ ଦେଖୁଛନ୍ତି, ସବୁ ବୁଝୁଛନ୍ତି।
#ଜ୍ଞାନ_ପଣ୍ଡା
BJP Odisha CMO Odisha Dharmendra Pradhan
Click here to claim your Sponsored Listing.
Location
Category
Contact the business
Telephone
Website
Address
Tangi Salipur (94) Constituency
Cuttack
