Odia Pride Conclave ଓଡ଼ିଆ ଅସ୍ମିତା ସମ୍ମିଳନୀ

Odia Pride Conclave ଓଡ଼ିଆ ଅସ୍ମିତା ସମ୍ମିଳନୀ

Share

A historic conclave for every Odias by each Odia.

29/12/2024

ମାନନୀୟେଷୁ,
ନୂଆଦିଲ୍ଲୀସ୍ଥିତ ଓଡିଆ ବୁଦ୍ଧିଜୀବୀ ଫୋରମ ‘ଦି ଇଣ୍ଟେଲେକ୍ଟସ’ ଓ ବିଶ୍ବର ବିଭିନ୍ନ କୋଣରେ ଓଡ଼ିଶା ତଥା ଓଡିଆଙ୍କ ପାଇଁ ସମର୍ପିତ ସମସ୍ତ ଅନୁଷ୍ଠାନ ତରଫରୁ ଓଡିଆ ଅସ୍ମିତା ସମ୍ମିଳନୀ ମାଧ୍ୟମରେ ହାର୍ଦ୍ଦିକ ଅଭିନନ୍ଦନ|
ଏହି ଜାତି ଯେତବେଳେ ପରିସ୍ଥିତିର ଚକ୍ରରେ ନିଜର ଅସ୍ତିତ୍ଵ ହରାଇ ବିସ୍ମୃତି ଗର୍ଭରେ ଲୀନ ହେବାକୁ ବସିଥିଲା ସେହି ସମୟରେ ଏ ଜାତିର ମହାନାୟକ କୁଳବୃଦ୍ଧ ମଧୁସୂଦନ ଦାସ ନିଜର ଅସମ୍ଭବ ନେତୃତ୍ବ ଓ ଅବିଶ୍ଵାସନୀୟ ଦୂରଦୃଷ୍ଟି ଦ୍ବାରା କେବଳ ଓଡିଆ ଜାତିର ପରିଚୟକୁ ପୁନଃ ପ୍ରତିଷ୍ଠାରେ ସଫଳ ହୋଇନଥିଲେ ବରଂ ଓଡ଼ିଶାକୁ ସାରା ବିଶ୍ବରେ ଶ୍ରେଷ୍ଠ ଜାତି ଭାବରେ ପ୍ରତିପାଦିତ କରିବା ପାଇଁ ସମସ୍ତ ପ୍ରୟାସ କରିଥିଲେ| ଶିକ୍ଷା, ଶିଳ୍ପ, ସମାଜ ସଂସ୍କାର, ସାହିତ୍ୟ ଓ ସଂସ୍କୃତି କ୍ଷେତ୍ରରେ ଯେଉଁ ପାଦ ଚିହ୍ନ ସେ ଛାଡି ଯାଇଛନ୍ତି ତାହା ଚିରଦିନ ପାଇଁ ଏଜାତିକୁ ଆଗକୁ ବଢିବାରେ ପ୍ରୋତ୍ସାହନର ଉତ୍ସ ହୋଇ ରହିଥିବ| ନାରୀ ସଶକ୍ତି କରଣ ଯାତ୍ରାରେ ସର୍ବଭାରତୀୟ ସ୍ତରରେ ସେ ଥିଲେ ଆଦ୍ୟ ସାରଥି| ଆମ ଜନ୍ମଭୂମିକୁ ସଫଳତାର ଶୀର୍ଷରେ ପହଞ୍ଚାଇବାକୁ ହେଲେ ଯୁବ ପିଢିଙ୍କ ମନରେ ଆତ୍ମବିଶ୍ବାସ ଭରିବା ପାଇଁ ସେହି ମହାନ ବ୍ଯକ୍ତିତ୍ବଙ୍କ ପ୍ରତିଛବିକୁ ପ୍ରତିଫଳନ କରିବା ଅତ୍ୟନ୍ତ ଜରୁରୀ ଅଟେ| ତାଙ୍କ ଜୀବନ ଯାତ୍ରାର କାହାଣୀ ପ୍ରତ୍ୟକ ଯୁବ ଓଡିଆଙ୍କ ପାଖରେ ପହଞ୍ଚାଇବାର ଲକ୍ଷ୍ୟରେ “ଓଡିଆ ଅସ୍ମିତା ସମ୍ମିଳନୀ”ର ପରିକଳ୍ପନା| ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ଆଦ୍ୟ କର୍ମଶାଳା ‘ଉତ୍କଳ ସମ୍ମିଳନୀ’ ର ୧୨୦ ତମ ବର୍ଷପୂର୍ତ୍ତି ଅବସରରେ ଗତ ୨୦୨୩ ଡିସେମ୍ବର ୩୦ ଓ ୩୧ ତାରିଖରେ ଐତିହାସିକ କଟକ ସହର ସ୍ଥିତ ସାରଳା ଭବନରେ ବିଶ୍ବର ବିଭିନ୍ନ କୋଣରେ ବସବାସ କରୁଥିବା ମାଟିମନସ୍କ ଓଡିଆ ଭାଇଭଉଣୀଙ୍କ ମିଳିତ ପ୍ରୟାସରେ ଆୟୋଜିତହୋଇ ଯାଇଛି ‘ପ୍ରଥମ ଓଡିଆ ଅସ୍ମିତା ସମ୍ମିଳନୀ”| ଓଡିଆ ଜାତିର ଏହି ମହାମିଳନ ପର୍ବରେ ପରମପୂଜ୍ୟ ଗଜପତି ମହାରାଜା ଶ୍ରୀ ଦିବ୍ୟସିଂହ ଦେବଙ୍କ କରକମଳରେ ଉଦ୍ଘାଟିତ ହୋଇଥିଲା| ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଓଡ଼ିଆ ଅସ୍ମିତାର ଧ୍ଵଜାବାହକ ଭାବରେ କାର୍ଯ୍ୟରତ ଓଡ଼ିଶାର ଅନେକ ବରପୁତ୍ର ଏହି ସମ୍ମିଳନୀରେ ଯୋଗଦେଇ ନିଜର ଗୁରୁତ୍ବପୂର୍ଣ୍ଣ ମତାମତ ରଖିଥିଲେ ଯାହାର ପ୍ରଭାବରେ ସମ୍ପୂର୍ଣ୍ଣ ଓଡ଼ିଶାରେ ଏକ କ୍ରାନ୍ତିକାରୀ ପରିବର୍ତ୍ତନର ବାର୍ତ୍ତା ପ୍ରବାହିତ ହୋଇଥିଲା|
ସେହି ଐତିହାସିକ ଦିବସକୁ ସ୍ମରଣ କରି ଚଳିତ ବର୍ଷ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଅନଲାଇନ ମାଧ୍ୟମରେ ଆୟୋଜିତ ହେଉଛି ଦ୍ବିତୀୟ ଅସ୍ମିତା ସମ୍ମିଳନୀ| ଏହି ସମ୍ମିଳନୀରେ ଓଡ଼ିଶାର ଯୁବ ପିଢି “ଓଡ଼ିଆ ଅସ୍ମିତା ଓ ମଧୁ ବାବୁ” ଶୀର୍ଷକ ଆଲୋଚନାରେ ନିଜର ଅଭିବ୍ୟକ୍ତି ରଖିବେ|
ଗତ ବର୍ଷର ସଫଳ ପ୍ରାୟସରେ ଆପଣଙ୍କ ସହଭାଗୀତା ପାଇଁ ହୃଦୟରୁ କୃତଜ୍ଞତା ଜଣାଇବା ସହିତ ଚଳିତ ବର୍ଷର ଏହି ମହାମିଳନ ପର୍ବକୁ ଆପଣଙ୍କୁ ସାଦର ନିମନ୍ତ୍ରଣ କରୁଛୁ |
🙏🙏🙏

22/12/2024

ମାନନୀୟେଷୁ,
ଓଡିଆ ଅସ୍ମିତା ସମ୍ମିଳନୀର ଦ୍ବିତୀୟ ପର୍ବକୁ ସାଦର ନିମନ୍ତ୍ରଣ|
ଚଳିତ ଡିସେମ୍ବର ୩୦ ଏବଂ ୩୧ ତାରିଖରେ ଐତିହାସିକ ଉତ୍କଳ ସମ୍ମିଳନୀର ୧୨୧ ତମ ବର୍ଷପୂର୍ତ୍ତି ତଥା ଓଡ଼ିଆ ଅସ୍ମିତା ସମ୍ମିଳନୀର ପ୍ରଥମ ବାର୍ଷିକୀ ଅବସରରେ ଏକ ଯୁବ କିଶୋର ସଂଗୋଷ୍ଠୀ ଅନଲାଇନ ମାଧ୍ୟମରେ ଅନୁଷ୍ଠିତ ହେବାକୁ ଯାଉଛି| ଏହି ସଂଗୋଷ୍ଠୀରେ ୭ ବର୍ଷରୁ ୧୨ ବର୍ଷ ଏବଂ ୧୩ ବର୍ଷରୁ ୨୧ ବର୍ଷ ଛାତ୍ରଛାତ୍ରୀମାନେ "ଓଡ଼ିଆ ଅସ୍ମିତା ଏବଂ ମଧୁ ବାବୁ" ଶୀର୍ଷକ ବକ୍ତୃତା ପ୍ରତିଯୋଗିତାରେ ଭାଗନେବା ପାଇଁ ପଞ୍ଜୀକରଣ କରିବାକୁ ଆହ୍ବାନ କରାଯାଉଛି| ଏହି ପଞ୍ଜୀକରଣ ପ୍ରକ୍ରିୟାର ଶେଷ ତାରିଖ ଡିସେମ୍ବର ୨୭ ତାରିଖ ଭାରତୀୟ ସମୟ ସନ୍ଧ୍ୟା ୭ ଟା ରଖାଯାଇଛି|
ଏଣୁ ସମସ୍ତ ଅଭିଭାବକ ଓ ପ୍ରତିଯୋଗୀମାନଙ୍କୁ ଅନୁରୋଧ ୨୭ ତାରିଖ ପୂର୍ବରୁ ନିଜକୁ ପଞ୍ଜୀକୃତ କରାନ୍ତୁ ଓ ଓଡ଼ିଆ ହେବାର ଗର୍ବ ଅନୁଭବ କରନ୍ତୁ|

Registration Link:
https://docs.google.com/forms/d/e/1FAIpQLSdWC22z30nW0EJzLW6coZUYU-3h7B9sqCCjJZtJTo_k6vFacg/viewform?usp=sharing

Want your business to be the top-listed Government Service in Cuttack?

Click here to claim your Sponsored Listing.

Location

Website

Address


Cuttack