02/05/2020
The State Govt. will bear the expenses of migrant workers during their 14 days quarantine period where an amount of ₹120 would be spent on for each adult per day and ₹100 for each child. Importance are being given to crucial aspects like social distancing, privacy, safety and dignity.
28/04/2020
ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନରେ ନିଜର ବହୁମୂଲ୍ୟ ଅବଦାନ ଦେଇଥିବା ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଜୟନ୍ତୀରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି । ଓଡ଼ିଆର ସାହିତ୍ୟ, ଶିଳ୍ପ ଓ ଶିକ୍ଷା କ୍ଷେତ୍ରରେ ତାଙ୍କର ବହୁମୂଲ୍ୟ ଅବଦାନ ସର୍ବଦା ପ୍ରେରଣାଦାୟୀ ।
26/04/2020
ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ସମସ୍ତ ଚାଷୀ ଭାଇ ଭଉଣୀମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା । କରୋନା ମହାମାରୀ ହେଉଥିବା ଲକଡାଉନ ସତ୍ତ୍ୱେ ଚାଷ କାର୍ଯ୍ୟ କରିବାକୁ ଅନୁମତି ଦିଆଯାଇଛି କିନ୍ତୁ ସରକାରଙ୍କ ନିର୍ଦ୍ଦେଶ କ୍ରମେ ସାମାଜିକ ଦୂରତା ରକ୍ଷା ସହ ମୁହଁରେ ମାସ୍କ କିମ୍ବା ଗାମୁଛା ବ୍ୟବହାର କରି ଚାଷ କାର୍ଯ୍ୟ କରିବାକୁ ଅନୁରୋଧ ।
01/04/2020
ସମସ୍ତ ଓଡିଆ ଭାଇ ଓ ଭଉଣୀମାନଙ୍କୁ ଉତ୍କଳ ଦିବସ ଅବସରରେ ହାର୍ଦ୍ଦିକ ଅଭିନନ୍ଦନ ଓ ଶୁଭେଚ୍ଛା । ଚାଲନ୍ତୁ ସ୍ୱାଭିମାନି ଓଡ଼ିଆ ଜାତିର ପୂର୍ବ ଐତିହ୍ୟ ଓ ଗୌରବମୟ ଇତିହାସକୁ ଉଜ୍ଜୀବିତ ରଖିବା ପାଇଁ ଶପଥ କରିବା ସହ ବିଶ୍ଵ ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ମିଳିତ ପ୍ରୟାସ ଜାରି ରଖିବା ।
13/03/2020
ଆମ୍ବୁଲାନ୍ସ ଖୋଜିବା ପାଇଁ ଆଉ ହଇରାଣ ହେବାକୁ ପଡିବ ନାହିଁ । ସବୁ ଆମ୍ବୁଲାନ୍ସ ପାଇଁ ରହିବ ଗୋଟିଏ ନମ୍ବର । ଫୋନ କାଲା ମାତ୍ରେ ମିଳିବ ଜରୁରୀକାଳୀନ ସେବା । ରାଜ୍ୟରେ ମୋଟ ଆମ୍ବୁଲାନ୍ସ ସଂଖ୍ୟା ୨୦୮୯ ।
28/01/2020
ଆଦିବାସୀ ଜନଜାତିଙ୍କ କଳା, ନୃତ୍ୟ, ସଙ୍ଗୀତର ପ୍ରଚାର ପ୍ରସାର ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି ଆଦିବାସୀ ମେଳା ୨୦୨୦ ।
27/01/2020
ରାଜ୍ୟ ରାଜସ୍ବ ଆଦାୟରେ ଉନ୍ନତି । ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସ ସୁଦ୍ଧା ରାଜସ୍ବ ଆଦାୟ ୮.୩୯ ପ୍ରତିଶତ ବୃଦ୍ଧି ପାଇଛି । ଅଣ ଟିକସ ରାଜସ୍ୱ ଆୟ ୯ ପ୍ରତିଶତ ବୃଦ୍ଧି ପାଇଥିବା ବେଳେ ନିଜସ୍ଵ ଟିକସ ସୂତ୍ରରୁ ଆୟରେ ୮.୧୩ ପ୍ରତିଶତ ବୃଦ୍ଧି ପାଇଛି ।
19/01/2020
ଉନ୍ନତ ଭ୍ରାମ୍ୟମାଣ ଚକ୍ଷୁ ଚିକିତ୍ସା ଗାଡି "ପଶ୍ୟନ୍ତୁ"ର ଶୁଭାରମ୍ଭ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ଏହା ଉନ୍ନତ ସରଞ୍ଜାମରେ ସୁସଜ୍ଜିତ ଏବଂ ପ୍ରଥମ ପର୍ଯ୍ୟାୟରେ ବ୍ରହ୍ମପୁର, ରାୟଗଡା, କେନ୍ଦୁଝର ଓ ରାଜଗାଙ୍ଗପୁରରେ ସେବା ପ୍ରଦାନ କରିବ ।
17/01/2020
ପୁରୀ ହେବ ବିଶ୍ଵ ଐତିହ୍ୟ ନଗରୀ । ୫୨୨ କୋଟି ମୂଲ୍ୟର ୭ ପ୍ରକଳ୍ପ ଶିଳାନ୍ୟାସ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ । ପୁରୀ ବିକାଶ ପାଇଁ ଅବଢ଼ା ଯୋଜନାରେ ନିର୍ମାଣ ହେବ ଶ୍ରୀସେତୁ, ଛଅ ମହଲା ଜଗନ୍ନାଥବଲ୍ଲଭ ତୀର୍ଥଯାତ୍ରୀ କେନ୍ଦ୍ର, ବହୁତଳ ପାର୍କିଂସ୍ଥଳ ଓ ମ୍ୟୁନିସିପାଲଟି ଭେଣ୍ଡିଂ ଜୋନ୍ ।
03/01/2020
ରାଜ୍ୟ ସରକାର ଶ୍ରୀକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ପାଇଁ ରାଜ୍ୟ ସରକାରଙ୍କ ତ୍ୱରିତ ପଦକ୍ଷେପ । ଶ୍ରଦ୍ଧାଳୁଙ୍କ ସୁବିଧା ଓ ସୁରକ୍ଷା ସରକାରଙ୍କ ପ୍ରାଥମିକ ଗୁରୁତ୍ବ ।
31/12/2019
ଶ୍ରୀକ୍ଷେତ୍ର ଓ ଶ୍ରୀମନ୍ଦିରର ସୌନ୍ଦର୍ଯ୍ୟକରଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ ଘୋଷଣା । ନିର୍ମାଣ ହେବ ଶ୍ରୀଜଗନ୍ନାଥ ଐତିହ୍ୟ କରିଡର । ଏହି କରିଡର ସମ୍ବନ୍ଧୀୟ ମତାମତ ଦେବା ପାଇଁ ମୁଖ୍ୟମନ୍ତ୍ରୀ ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି । ଜମି ଦାନ କରିଥିବା ବ୍ୟକ୍ତିଙ୍କ ନାମ ଫଳକରେ ଲିପିବଦ୍ଧ କରାଯିବା ସହ ସମସ୍ତ ଜମି ପ୍ରଭୁ ଜଗନ୍ନାଥଙ୍କ ନାମରେ ରେକର୍ଡ କରାଯିବ ।
29/12/2019
ରାଜ୍ୟସ୍ତରୀୟ single window clearance କମିଟି ବୈଠକରେ ୯୨୨ କୋଟିର ପୁଞ୍ଜିନିବେଶ ପ୍ରସ୍ତାବକୁ ମଞ୍ଜୁରୀ ଯାହା ୨୬୫୦ଟି ନିଯୁକ୍ତି ସୃଷ୍ଟି କରିବ । ଆଇଟି,ଖାଦ୍ୟ ପ୍ରକ୍ରିୟାକରଣ,ପର୍ଯ୍ୟଟନ ଇସ୍ପାତ ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ହେବ ନିବେଶ । ପ୍ରକଳ୍ପଗୁଡିକୁ ଶିଘ୍ର କାର୍ଯ୍ୟକ୍ଷମ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ନିର୍ଦ୍ଦେଶ ।