ସୂର୍ଯ୍ୟାଲୋକ ସମାଜ ସେବା

ସୂର୍ଯ୍ୟାଲୋକ ସମାଜ ସେବା

Share

Contact information, map and directions, contact form, opening hours, services, ratings, photos, videos and announcements from ସୂର୍ଯ୍ୟାଲୋକ ସମାଜ ସେବା, Social service, Laliteswar Nagar, Jajpur.

Photos from ସୂର୍ଯ୍ୟାଲୋକ ସମାଜ ସେବା's post 25/07/2024

କିରଣ ଭାଇଙ୍କୁ ଅଶେଷ ଅଶେଷ ଧନ୍ୟବାଦ ଭାଇଙ୍କ ବହୁମୂଲ୍ୟ O+ve ରକ୍ତ ପ୍ରଦାନ କରି ଏକ ଜୀବନ ଆଲୋକ ଦେଖିଇଥିବାରୁ। #ସୂର୍ଯ୍ୟାଲୋକ_ସମାଜସେବା_ପରିବାର ର ସଦସ୍ୟ କଥାରେ ନୁହଁ ଅସୁବିଧାରେ ଜୀବନ କୁ ବାଜି ଦିଅନ୍ତି ବୋଲି ଏହା ପ୍ରମାଣ କରି ମଧ୍ୟ ଦେଖାଇଛନ୍ତି। ଭଗବାନ ତମକୁ ସର୍ବଦା ସାହା ହୁଅନ୍ତୁ। ଜୟ ଶ୍ରୀରାମ 🙏🙏

12/04/2023

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ସହାୟତା

19/12/2022

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ନିଃଶୁକ୍ଳ ଅମ୍ଳଜାନ ଯୋଗାଣ 🙏🙏

Photos from ସୂର୍ଯ୍ୟାଲୋକ ସମାଜ ସେବା's post 30/07/2022

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ଆଜି ରସୁଲଗଡ ଛକ ପାଖରେ ମୋର ବଡ ଭାଇ ସୁରେଶ ଭାଇଙ୍କ ସହ ଆମ ଟ୍ରଷ୍ଟ ବିଷୟରେ କଥା ହେଉଥିବା ସମୟରେ ମହାରାଷ୍ଟ୍ର ର ଗୋଟେ ପରିବାର ରସୁଲଗଡ ଛକ ନିକଟରେ ଦେଖା ହେଲେ ଓ ତାଙ୍କର ଅସୁବିଧା ବିଷୟରେ ଆମକୁ କହିଲେ. ସେମାନଙ୍କୁ କୌଣସି ଏକ ଠିକାଦାର ମହାରାଷ୍ଟ୍ର ରୁ ଓଡିଶାକୁ ଡକାଇ ଆଉ କାମରେ ରଖିନଥିଲେ. ଏହା ଫଳରେ ସେମାନେ ଆଣିଥିବା ସ୍ୱଳ୍ପ ଟଙ୍କା ତାଙ୍କର 1ଦିନ ଭିତରେ ସରିଯାଇଥିଲା ଆମେ ତାଙ୍କୁ ଠିକାଦାର ଙ୍କ ବିଷୟରେ ପଚାରିବାରୁ ସେ ଠିକ ଭାବରେ ତାଙ୍କ ବିଷୟରେ କହିପାରିନଥିଲେ. ଆମେ ତାଙ୍କୁ କିଛି ସାହାଯ୍ୟ ଦେଇ କହିଲୁ ତମେ ଷ୍ଟେସନ ରେ ଅପେକ୍ଷା କର ଆମେ ଯାଇକି ପହଞ୍ଚିକି ତମର ଯିବାର ବ୍ୟବସ୍ଥା କରିଵା. ଆମେ ଷ୍ଟେସନ ରେ ପହଁଚିଲା ବେଳକୁ ସାନଭାଇ ବିକାଶ ଙ୍କ ସହଯୋଗ ଓ ଆମ ଅନୁଷ୍ଠାନ ସୂର୍ଯ୍ୟାଲୋକ ସମାଜସେଵା ସହଯୋଗ ରେ ତାଙ୍କର ଟ୍ରେନ ଟିକେଟ ଖାଇବା ପିଇବା ର ବନ୍ଦବସ୍ତ ଆଉ କିଛି ପଇସା ସହଯୋଗ କରି ଭୁବନେଶ୍ୱର ଷ୍ଟେସନ ରୁ ମହାରାଷ୍ଟ୍ର ପହଞ୍ଚାଇବା ର ସମସ୍ତ ବ୍ୟବସ୍ଥା କରାଗଲା.
ଶେଷରେ ଏତିକି କହିବି ସେମାନେ ସତ କହିଛନ୍ତି ନା ମିଛ ମୁ ଜାଣିନି. ଏପରି ଅନେକ ଲୋକ ଅଛନ୍ତି ଯେଉଁମାନେ ମିଛ କହି ପଇସା ରୋଜଗାର କରୁଛନ୍ତି କିନ୍ତୁ ସେ ଲୋକର ଆଖି ଦେଖି ଲାଗିଲା ସେ ଯେମିତି ସତ କହୁଛି.

09/03/2021

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର

05/12/2020

#ପ୍ରତିଶ୍ରୁତି_ରକ୍ଷାକଲା_ସୂର୍ଯ୍ୟାଲୋକ_ସମାଜସେବା_ପରିବାର

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର ତରଫରୁ ଯାଜପୁର ସହରସ୍ଥିତ ସାନବଜ଼ାର ରେ ରହୁଥିବା ଜଣେ ପକ୍ଷାଘାତ ରୋଗୀ ତଥା ଉକ୍ତ ପରିବାର କୁ କିଛି ରାସନ ସାମଗ୍ରୀ ଯୋଗାଇ ଦିଆଯାଇଥିଲା..
ଅତଏବ ତାଙ୍କ ପରିବାର କୁ ପ୍ରତି ମାସ ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ସୂର୍ଯ୍ୟାଲୋକ ସମାଜ ସେବା ପକ୍ଷରୁ ପ୍ରତିଶୃତି ପୂର୍ବ ଦିଆଯାଇ ଥିଲା... ପୁର୍ବ ପ୍ରତିଶୃତି କୁ ରକ୍ଷା କରି ଆଜି ପଞ୍ଚମ ଥର ସୂର୍ଯ୍ୟାଲୋକ ପରିବାରର ସଦସ୍ୟ ମାନେ ପୁଣି ପହଞ୍ଚି ଥିଲେ ତାଙ୍କ ପାଖରେ । ତାଙ୍କର ଭଲ ମନ୍ଦ ଖବର ବୁଝି ତାଙ୍କୁ ପୁଣି ଏକ ମାସ ପାଇଁ ଖାଦ୍ୟ ସାମଗ୍ରୀ ଯୋଗାଇ ଦେଇଥିଲେ।

#ଯାଜପୁର #ସୂର୍ଯ୍ୟାଲୋକ #ମାନବସେବା_ହିଁ_ମାଧବସେବା

Suryalok Samaja Seba

Photos from ସୂର୍ଯ୍ୟାଲୋକ ସମାଜ ସେବା's post 05/12/2020

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର

" ରକ୍ତ ଦାନ ଜୀବନ ଦାନ "
ଲୋକମାନଙ୍କ ସେବାରେ ଆମ ସୂର୍ଯ୍ୟାଲୋକ ସମାଜ ସେବାର ପ୍ରତ୍ୟକ୍ ସଦସ୍ୟ ଯେ ସବୁବେଳେ ପ୍ରତିଶ୍ରୁତି ବଦ୍ଧ ତାହାକୁ ଆଜି ପୁଣି ଥରେ ପ୍ରମାଣିତ କଲେ ଆମର ସଦସ୍ୟ ଜୀବନ ଭାଇ ସେ ଆଜି ରକ୍ତ ଦାନ କରି ନିଜର ମହତ ପଣିଆର ପରିଚୟ ପ୍ରଦାନ କରିଛନ୍ତି। ଧନ୍ୟବାଦ ଜୀବନ ଭାଇ

Photos from ସୂର୍ଯ୍ୟାଲୋକ ସମାଜ ସେବା's post 21/09/2020

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର_ଦ୍ୱାରା_ନିରାଶ୍ରୟା_କୁଷ୍ଠରୋଗlଗ୍ରସ୍ତ_ବୁଢ଼ୀମାଉସୀଙ୍କୁ_ସହାୟତା

ଯାଜପୁର ଜିଲ୍ଲା ର ଧର୍ମଶାଳା ବ୍ଲକ ଆରୁହା ପଞ୍ଚାୟତ ଅନ୍ତର୍ଗତ କୋଲା ହିଞ୍ଜିଳିମାଟିଆ ର ବୁଢ଼ୀମାଉସୀ "ପିତେଇ ମାଝୀ " ନିକଟ ଅତୀତରେ ସ୍ୱାମୀ ଙ୍କ ଦେହାନ୍ତ ପରେ ସେ ଏବେ ବେସାହାରା ଏବଂ ନିରାଶ୍ରୟା.. ସରକାର ଙ୍କ ଅନେକ ଯୋଜନା ଥିଲେ ବି... ସେ ଏଥିରୁ ବଞ୍ଚିତ,, ନା ସରକାରୀ ଭତ୍ତା, ନା ଭିନ୍ନକ୍ଷମ ପ୍ରମାଣପତ୍ର.. ବୟସର ଅପରାହ୍ନ ସେ ଆଜି କୁଷ୍ଠରୋଗlଗ୍ରସ୍ତ, ଖଣ୍ଡିଆ ହାତଗୋଡ ର କଷ୍ଟ ରେ ଜର୍ଜରିତ ବୁଢ଼ୀ ମାଉସୀ ପିତେଇ ଭିକ୍ଷାବୃତ୍ତି କରି ବଞ୍ଚିବାକୁ ରାହା ଖୋଜୁଥିବା ବେଳେ, ଯାଜପୁର ର "ସୂର୍ଯ୍ୟାଲୋକ ସମାଜ ସେବା" ପରିବାର ସହଯୋଗ ର ହାତ ବଢେଇଛି ଏହି ନିଷ୍ପେସିତ ନିରାଶ୍ରୟା ଅବହେଳିତ ମୁଢି ମାଉସୀ ଙ୍କୁ, ପରିବାର ସଦସ୍ୟ ମାନେ ରାସନ ସାମଗ୍ରୀ, ବସ୍ତ୍ର ନେଇକି ପହଞ୍ଚିବା ସହ ତାଙ୍କ ସ୍ୱାସ୍ଥ୍ୟବସ୍ଥା ବୁଝିଥିଲେ..

Photos from ସୂର୍ଯ୍ୟାଲୋକ ସମାଜ ସେବା's post 19/09/2020

#ସୂର୍ଯ୍ୟାଲୋକ_ସମାଜସେବା_ପରିବାର_ଦ୍ୱାରା_ବାପାମାଆ_ଛେଉଣ୍ଡନିଷ୍ପେସିତ_ପରିବାରକୁ_ଆର୍ଥିକ_ସହାୟତା
ଭଦ୍ରକ ଜିଲ୍ଲା ର ଭଣ୍ଡାରୀପୋଖରୀ ବ୍ଲକ ଅନ୍ତର୍ଗତ ମଞ୍ଜୁରୀରୋଡ଼ ର ଏକ ନିଷ୍ପେସିତ ପରିବାର, ସମୟର କ୍ରୁର କରାଳ ସ୍ରୋତ ରେ ପାଞ୍ଚ ପାଞ୍ଚ ଟି କନ୍ୟା ଆଜି ଅନାଥ ଅର୍ଥାତ ବାପାମାଆ ଛେଉଣ୍ଡ ଆଉ ଏକମାତ୍ର ଅଂଧୁଣି ଜେଜେମା ସାହାରା ଆଜିର ସମାଜରେ ତିଷ୍ଠିବା ପାଇଁ ସଂଘର୍ଷରତ..
ସମସ୍ତ କନ୍ୟା ଙ୍କ ମନରେ ନିଜର ଭବିଷ୍ୟତ କୁ ନେଇ ଅନେକ ସ୍ବପ୍ନ ହେଲେ,, ବାସ୍ତବଚିତ୍ର ଅତି ଦୟନୀୟ... ସୁତରାଂ ଅଭାବ ଅନଟନ ଭିତରେ ସମସ୍ତ ପରିବାର ଆଜି ନିଷ୍ପେସିତ.. ନା ଅଛି ଆର୍ଥିକ ସ୍ୱଚ୍ଛଳତା ନା ଅଛି ଉପଯୁକ୍ତ ବାସଗୃହ ଟିଏ ନା ଅଛି ଆଗାମୀ ଭବିଷ୍ୟତ ପାଇଁ କିଛି ନିର୍ଣ୍ଣୟ ନେବାର ଶକ୍ତି...
ଏହିପରି ଘଡ଼ିସନ୍ଧି ମୁହୂର୍ତ୍ତରେ ଯାଜପୁର ଜିଲ୍ଲାର "ସୂର୍ଯ୍ୟାଲୋକ ସମାଜ ସେବା" ପରିବାର ପହଞ୍ଚି ସେମାନଙ୍କୁ ମାସକ ପାଇଁ ରାସନ ସାମଗ୍ରୀ ଦେବା ସହ ଆଗ୍ରହୀ ଥିବା କନ୍ୟା ମାନଙ୍କ ର ଉଚ୍ଚଶିକ୍ଷା ର ସମସ୍ତ ପ୍ରକାର ସହଯୋଗ ର ପ୍ରତିଶୃତି ସହ କିଛି ନଗଦ ଅର୍ଥ ରାଶି ପ୍ରଦାନ କରିଅଛୁ..
ଏବଂ ଆଗାମୀ ଦିନରେ ଏହି ପରିବାର ସହ ସବୁବେଳେ ଛିଡା ହେବାର ପ୍ରତିଶୃତି ଦେଇଅଛୁ
******************

ସୂର୍ଯ୍ୟାଲୋକ ସମାଜସେବା ପରିବାର ଦ୍ୱାରା କୃତିଛାତ୍ରୀ ଙ୍କୁ ଆର୍ଥିକ ସହାୟତା । - DISHA NEWS 17/09/2020

https://www.dishanewsodisha.com/2020/09/17/%e0%ac%b8%e0%ad%82%e0%ac%b0%e0%ad%8d%e0%ac%af%e0%ad%8d%e0%ad%9f%e0%ac%be%e0%ac%b2%e0%ad%8b%e0%ac%95-%e0%ac%b8%e0%ac%ae%e0%ac%be%e0%ac%9c%e0%ac%b8%e0%ad%87%e0%ac%ac%e0%ac%be-%e0%ac%aa%e0%ac%b0%e0%ac%bf/

ସୂର୍ଯ୍ୟାଲୋକ ସମାଜସେବା ପରିବାର ଦ୍ୱାରା କୃତିଛାତ୍ରୀ ଙ୍କୁ ଆର୍ଥିକ ସହାୟତା । - DISHA NEWS Spread the loveଯାଜପୁର:- ଗଣମାଧ୍ୟମ ରେ ପ୍ରକାଶିତ ଖବର କୁ ଅନୁଧ୍ୟାନ କରି “ସୂର୍ଯ୍ୟାଲୋକ ସମାଜ” ପରିବାର ପକ୍ଷରୁ ଚଳିତ ଦ୍ୱାଦଶ କଳା ପରୀକ୍ଷା....

Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Category

Telephone

Website

Address


Laliteswar Nagar
Jajpur
755001