District Administration, Jajpur

District Administration, Jajpur

Share

Official Page of the Collector & DM, Jajpur

06/06/2026
05/06/2026

ନା ଅପେକ୍ଷା, ନା ଅସୁବିଧା… କେବଳ କିଛି କ୍ଲିକ୍‌ରେ ପୂରଣ କରନ୍ତୁ ଆପଣଙ୍କ ପରିଗଣନା ଫର୍ମ (EF)। 🗳️✨

SIR 2026 ଅନ୍ତର୍ଗତ ବର୍ତ୍ତମାନ ମତଦାତାମାନେ ଘରେ ବସି ଅନଲାଇନ୍‌ରେ EF ପୂରଣ କରିପାରିବେ। ଯଦି ଆପଣଙ୍କ ଘରକୁ BLO ଏପର୍ଯ୍ୟନ୍ତ ପହଞ୍ଚିନାହାନ୍ତି, ତେବେ ମଧ୍ୟ ଆପଣ ନିଜ ମୋବାଇଲ୍ କିମ୍ବା କମ୍ପ୍ୟୁଟର ମାଧ୍ୟମରେ ସହଜରେ ଫର୍ମ ପୂରଣ କରିପାରିବେ।

ଏକ ସଠିକ୍, ସମାବେଶୀ ଓ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତିରେ ନିଜର ସହଭାଗିତା ନିଶ୍ଚିତ କରନ୍ତୁ। କାରଣ ପ୍ରତ୍ୟେକ ମତଦାତାଙ୍କ ଅବଦାନ ମୂଲ୍ୟବାନ। 🇮🇳

No wait. No hassle. Just a few clicks. 🗳️✨

Under SIR 2026, you can now fill your Enumeration Form (EF) online from the comfort of your home. Even if your BLO has not yet visited your household, you can complete and submit your EF easily using your mobile phone or computer.

Contribute to building an accurate, inclusive and updated electoral roll. Because every voter matters. 🇮🇳

Photos from District Administration, Jajpur 's post 01/06/2026

ଆଜି ଯାଜପୁରରେ ଜିଲ୍ଲାପାଳ ଓ ପୋଲିସ ଆରକ୍ଷୀ ଅଧିକ୍ଷକଙ୍କ ଉପସ୍ଥିତିରେ ଜିଲ୍ଲାସ୍ତରୀୟ "ଯୁଗ୍ମ ଅଭିଯୋଗ ଶୁଣାଣି" ଶିବିର ଅନୁଷ୍ଠିତ ହୋଇଥିଲା।

ଜିଲ୍ଲାପରିଷଦ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ, ଉପଜିଲ୍ଲାପାଳଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
CMO Odisha Information & Public Relations Department, Government of Odisha

Photos from District Administration, Jajpur 's post 31/05/2026

ମଇ ୩୦ ରୁ ଜୁନ୍ ୨୮ ପର୍ଯ୍ୟନ୍ତ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ(SIR) ପ୍ରକ୍ରିୟା ଜାରି ରହିଛି। ଏହି ପ୍ରକ୍ରିୟା ଅନ୍ତର୍ଗତ ବିଭିନ୍ନ ବ୍ଲକରେ ବୁଥ ସ୍ତରୀୟ ଅଧିକାରୀ (BLO)ମାନେ ଘରେ ଘରେ ପହଞ୍ଚି ପରିଗଣନା ଫର୍ମ ବଣ୍ଟନ କରିବା ସହିତ ଭୋଟରମାନଙ୍କୁ ଫର୍ମ ପୂରଣରେ ସହଯୋଗ କରୁଛନ୍ତି। ଶୁଦ୍ଧ, ନିର୍ଭୁଲ ଏବଂ ଅଦ୍ୟତନ ଭୋଟର ତାଲିକା ପ୍ରସ୍ତୁତି ପାଇଁ ସମସ୍ତ ଯୋଗ୍ୟ ମତଦାତାଙ୍କ ସକ୍ରିୟ ସହଭାଗିତା ଅତ୍ୟନ୍ତ ଆବଶ୍ୟକ।


CMO Odisha Ceoodisha Information & Public Relations Department, Government of Odisha

Photos from District Administration, Jajpur 's post 30/05/2026

ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ (SIR) ପ୍ରକ୍ରିୟା ଆରମ୍ଭ ହେବା ଅବସରରେ ତା ୨୯-୦୫-୨୦୨୬ରିଖ ଅପରାହ୍ନରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ଶ୍ରୀ ଅମ୍ବର କୁମାର କରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। ଭୋଟର ତାଲିକାକୁ ସଠିକ୍, ନିର୍ଭୁଲ ଏବଂ ପାରଦର୍ଶୀ କରିବା ହେଉଛି SIR ପ୍ରକ୍ରିୟାର ମୂଳ ଉଦ୍ଦେଶ୍ୟ ବୋଲି ଜିଲ୍ଲାପାଳ ମତ ପ୍ରକାଶ କରିଥିଲେ।

ଆଜି ଠାରୁ ତଥା ମଇ ୩୦ ରୁ ଜୁନ ୨୮ ପର୍ଯ୍ୟନ୍ତ ଜିଲ୍ଲାରେ ୧୬୩୯ଜଣ ବିଏଲଓ ଏବଂ ୧୬୪ଜଣ ବିଏଲଓ ସୁପରଭାଇଜର ଘରକୁ ଘର ପରିଦର୍ଶନ କରି ପରିଗଣନା ଫର୍ମ ବଣ୍ଟନ ଓ ସଂଗ୍ରହ କରିବେ।ମତଦାତାମାନଙ୍କଠାରୁ ପ୍ରାପ୍ତ ପରିଗଣନା ଫର୍ମ ଆଧାରରେ ଚିଠା ଭୋଟର ତାଲିକା ପ୍ରସ୍ତୁତ କରାଯିବ।

ଏହି ଅବସରରେ ଜିଲ୍ଲାପାଳ ଏସଆଇଆର୍ ସମୟ ସାରଣୀ, ଫର୍ମ ପୂରଣ ପ୍ରକ୍ରିୟା, ଆପତ୍ତି ଦାଖଲ ଓ ସମାଧାନ, ବିଏଲଓଙ୍କ ଦାୟିତ୍ୱ, ହେଲ୍ପଲାଇନ୍ ଡେସ୍କ ଇତ୍ୟାଦି ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ।

ଜନସାଧାରଣଙ୍କୁ ଏସଆଇଆର ସମ୍ବନ୍ଧୀୟ କୌଣସି ଗୁଜବ କିମ୍ବା ମିଥ୍ୟା ଖବରରେ ବିଶ୍ୱାସ ନ କରିବାକୁ ଜିଲ୍ଲାପାଳ ଅନୁରୋଧ କରିଥିଲେ। ଅଧିକ ସୂଚନା ପାଇଁ ନିକଟସ୍ଥ ନିର୍ବାଚନ ପଞ୍ଜୀକରଣ ଅଧିକାରୀ, ବିଡ଼ିଓ କିମ୍ବା ତହସିଲଦାରଙ୍କ ସହ ଯୋଗାଯୋଗ କରିବା ସହ ଟୋଲ୍ ଫ୍ରୀ ନମ୍ବର ☎️ ୧୯୫୦ ରେ କଲ୍ କରିପାରିବେ।



CMO Odisha Ceoodisha Information & Public Relations Department, Government of Odisha

29/05/2026

ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ ଅନୁଯାୟୀ ଯାଜପୁର ଜିଲ୍ଲାରେ ସ୍ୱତନ୍ତ୍ର ସଘନ ଭୋଟର ତାଲିକା ସଂଶୋଧନ(SIR) ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଏହି ପରିପ୍ରେକ୍ଷୀରେ ନିର୍ବାଚନ ପଞ୍ଜୀକରଣ ଅଧିକାରୀ (୫୨-ଯାଜପୁର ନିର୍ବାଚନମଣ୍ଡଳୀ) ତଥା ଉପଜିଲ୍ଲାପାଳ ଶ୍ରୀ ତାପସ ରଞ୍ଜନ ଦେହୁରୀ, ଜିଲ୍ଲାବାସୀଙ୍କ ଉଦ୍ଦେଶ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ବାର୍ତ୍ତା ଦେଇଛନ୍ତି।


CMO Odisha Ceoodisha Information & Public Relations Department, Government of Odisha

Want your business to be the top-listed Government Service in Jajpur?

Click here to claim your Sponsored Listing.

Location

Website

Address


Collectorate Jajpur, SH 56
Jajpur
755001