JODA ULB

Directions

JODA ULB Contact information, map and directions, contact form, opening hours, services, ratings, photos, videos and announcements from JODA ULB, Government Official, Joda, Keonjhar, Odisha, Joda.

ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଯୋଡ଼ା ପୌରପାଳିକା ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି।ସହରାଞ୍ଚଳର ନିରନ୍ତର ବ...
31/08/2026

ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଯୋଡ଼ା ପୌରପାଳିକା ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି।

ସହରାଞ୍ଚଳର ନିରନ୍ତର ବିକାଶ, ସ୍ୱଚ୍ଛତା, ଶୃଙ୍ଖଳିତ ପରିଚାଳନା ଏବଂ ସିଧାସଳଖ ନାଗରିକ ସେବା ପ୍ରଦାନ ନିମନ୍ତେ ଆମେ ସଦାସର୍ବଦା ସଙ୍କଳ୍ପବଦ୍ଧ। ସହରର ସାର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତ ନାଗରିକଙ୍କ ସକ୍ରିୟ ସହଯୋଗ କାମନା କରୁଛୁ।

29/08/2026

ଜୋଡ଼ା ପୌରପାଳିକାର Wealth Centre ଠାରେ ପ୍ଲାଷ୍ଟିକ୍ ବର୍ଜ୍ୟର ପୃଥକୀକରଣ, ମୂଲ୍ୟାୟନ ଓ ବର୍ଗୀକରଣ କରାଯାଉଛି। ସ୍ୱଚ୍ଛତା କର୍ମଚାରୀଙ୍କ ନିଷ୍ଠା ଓ ପରିଶ୍ରମରେ ବର୍ଜ୍ୟବସ୍ତୁର ସଠିକ୍ ପରିଚାଳନା ସହିତ ପୁନଃବ୍ୟବହାର ଓ ପୁନଃଚକ୍ରଣକୁ ଗୁରୁତ୍ୱ ଦିଆଯାଉଛି।
ସ୍ୱଚ୍ଛ ସୁନ୍ଦର, ଆମ କେନ୍ଦୁଝର।

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ହାର୍ଦ୍ଦିକ ଶୁଭେଚ୍ଛା
27/08/2026

ପବିତ୍ର ରାକ୍ଷୀ ପୂର୍ଣ୍ଣିମା ର ହାର୍ଦ୍ଦିକ ଶୁଭେଚ୍ଛା

26/08/2026

ଛୋଟ ବ୍ୟବସାୟୀ ଓ ରାସ୍ତାକଡ଼ ବ୍ୟବସାୟୀଙ୍କ ଆତ୍ମନିର୍ଭରତାରେ ନୂଆ ଆଶାର କିରଣ।
ଯୋଡ଼ା ପୌରପାଳିକା ପକ୍ଷରୁ ପ୍ରଧାନମନ୍ତ୍ରୀ ସ୍ୱନିଧି ଯୋଜନା ମାଧ୍ୟମରେ ଉଠାଦୋକାନୀ ଓ କ୍ଷୁଦ୍ର ବ୍ୟବସାୟୀମାନଙ୍କୁ ଆର୍ଥିକ ସହାୟତା ଓ ନିଜ ବ୍ୟବସାୟକୁ ଆଗକୁ ବଢ଼ାଇବାର ସୁଯୋଗ ପ୍ରଦାନ।
ସ୍ୱାବଲମ୍ବୀ ବ୍ୟବସାୟୀ • ସଶକ୍ତ ସହର • ସମୃଦ୍ଧ ଜୀବନ

#ଯୋଡ଼ାପୌରପାଳିକା #ଆତ୍ମନିର୍ଭରଭାରତ

22/08/2026

ଯୋଡ଼ା ପୌରପାଳିକା ପକ୍ଷରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା–ସହରୀ ମାଧ୍ୟମରେ ଆବାସହୀନ ଓ ଆବଶ୍ୟକତାବୋଧ କରୁଥିବା ପରିବାରଙ୍କ ପାଇଁ ନିଜସ୍ୱ ଘରର ସ୍ୱପ୍ନକୁ ଦିଆଯାଉଛି ନୂଆ ଆକାର।
ସୁରକ୍ଷିତ ଘର, ସୁନ୍ଦର ଜୀବନ— ଆମର ସଂକଳ୍ପ।
#ଆବାସଯୋଜନା #ଯୋଡ଼ାପୌରପାଳିକା

ଆଜି ଯୋଡ଼ା ପୌରପାଳିକା କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।ଏହି ଗୌରବମୟ ଉତ୍ସବରେ ସ୍ଥାନୀୟ ଜନପ୍ରତ...
15/08/2026

ଆଜି ଯୋଡ଼ା ପୌରପାଳିକା କାର୍ଯ୍ୟାଳୟ ପରିସରରେ ୮୦ ତମ ସ୍ୱାଧୀନତା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି।
ଏହି ଗୌରବମୟ ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ପ୍ରଶାସନିକ ଅଧିକାରୀ, ପୌର କର୍ମଚାରୀ, ଉତ୍ସାହୀ ଛାତ୍ରଛାତ୍ରୀ, ମିଶନ ଶକ୍ତି SHG ର ମାତୃଶକ୍ତି ଏବଂ ସ୍ଥାନୀୟ ଜନସାଧାରଣ ସକ୍ରିୟ ଭାବେ ସାମିଲ ହୋଇଥିଲେ।
ଆସନ୍ତୁ ସମସ୍ତେ ଏକତ୍ରିତ ହୋଇ ଏକ ସମୃଦ୍ଧ, ସଶକ୍ତ ଓ ବିକଶିତ ଯୋଡ଼ା ଗଠନ ପାଇଁ ନିଜର କର୍ତ୍ତବ୍ୟ ନିଷ୍ଠାର ସହ ପାଳନ କରିବା।
ଜୟ ହିନ୍ଦ୍! 🇮🇳 ବନ୍ଦେ ଉତ୍କଳ ଜନନୀ!

H&UD Dept. Govt of Odisha

ଜୋଡ଼ା ପୌରପାଳିକା ପକ୍ଷରୁ ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା। 🇮🇳
15/08/2026

ଜୋଡ଼ା ପୌରପାଳିକା ପକ୍ଷରୁ ସମସ୍ତଙ୍କୁ ୮୦ତମ ସ୍ୱାଧୀନତା ଦିବସର ଅନେକ ଅନେକ ଶୁଭେଚ୍ଛା। 🇮🇳

14/08/2026

'ମୁଖ୍ୟମନ୍ତ୍ରୀ ସହରୀ ବିକାଶ ଯୋଜନା’ ଅଧୀନରେ ପୌରପାଳିକା ଅଞ୍ଚଳରେ ଥିବା ପାର୍କର ନବୀକରଣ ଓ ସୌନ୍ଦର୍ଯ୍ୟୀକରଣ କାର୍ଯ୍ୟ ସମ୍ପନ୍ନ ହୋଇଛି। ନାଗରିକଙ୍କ ପାଇଁ ସ୍ୱଚ୍ଛ, ସୁନ୍ଦର ଓ ସୁସ୍ଥ ପରିବେଶ ସୃଷ୍ଟି କରିବା ଆମର ପ୍ରାଥମିକତା।

Address

Joda, Keonjhar, Odisha
Joda
758034

Website

Alerts

Be the first to know and let us send you an email when JODA ULB posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share