31/08/2026
ମା ପଞ୍ଚୁବରାହୀ,ସାତଭାୟା, ରାଜନଗର
Collectorate Kendrapara
#ଅସ୍ତିତ୍ୱ_ହଜିଗଲା_ପରେ
ସମୟ ସ୍ରୋତର ଗତି ବଢିଗଲେ
ପୁରାତନ ସଭ୍ୟତାର ପ୍ରତ୍ୟକଟି ସତ୍ତା
ଖଣ୍ଡ ବିଖଣ୍ଡିତ ହୋଇ ଢେଉ ସଙ୍ଗେ ଭାସିଯାଏ
ହଠାତ, ଆଖି ପିଛୁଳାକେ
ପଛରେ ଛାଡି ଦେଇ ଯାଏ
କିଛି କଥା ଆଉ କିଛି ବ୍ୟଥା l
ଯେଉଁଠି ରାତିର ନିଶବ୍ଦ ପ୍ରହରରେ ଦିନେ
ସ୍ୱପ୍ନ ମାନେ ଏକାଠି ହେଉଥିଲେ ଅକସ୍ମାତ
ଯେଉଁଠି ବାଲିର ସୁକ୍ଷ୍ମ ରେଣୁରେ ଦିନେ
ଗଢି ହେଉଥିଲେ କେତେ ସମ୍ପର୍କର ଅଟ୍ଟାଳିକା
କିଏ ଜାଣିଥିଲା,
ବର୍ଷ ବର୍ଷର ସାଉଁଟା ସଜଡା ଅତୀତ
ଧ୍ବଂସ ପାଇଯିବ ନିମିଷକେ l
ଏମିତି ହୁଅନ୍ତାନି,
ନୂଆ ସକାଳର ଉଜ୍ବଳ ରଶ୍ମିରେ
ଦୂରରୁ ଝାପ୍ସା ଦିଶନ୍ତା
ହଜି ଯାଇଥିବା ଇତିହାସ
ଆଉ,
ସମୟ ସ୍ରୋତର ଶକ୍ତି ବଳୟକୁ ଭେଦ କରି
ନୂଆ ସଭ୍ୟତାର ନୂଆ କାହାଣୀଟେ
ଲେଖି ହୋଇଯାଆନ୍ତା
ଅସ୍ତିତ୍ୱ ହଜିଗଲା ପରେ l
ମାନସ ଦାସ (କୁମାର ଲିଟନ )
ଧାନଦିଆ, ରାଜନଗର
କେନ୍ଦ୍ରାପଡ଼ା
8984028632