16/04/2024
🚨 Notice for Press 🚨
ବନ୍ଧୁଗଣ, ନର୍ଲା ବିଧାନସଭା ଆସନ ପାଇଁ ମୁଁ ପ୍ରମୁଖ ଦାବିଦାର ଥିଲି। ତେବେ ମୋତେ ଦଳ ଟିକେଟ ନଦେବାରୁ ଅସନ୍ତୁଷ୍ଟ ହେବା ଏକ ସ୍ୱାଭାବିକ ପ୍ରକ୍ରିୟା। କିନ୍ତୁ ଗତକାଲି ଦଳୀୟ ରାଜ୍ୟ ନେତୃବର୍ଗ ଙ୍କ ସହ ଦୀର୍ଘ ସମୟ ଆଲୋଚନା ପରେ ଭବିଷ୍ୟତରେ ମୋ କଥା ବିଚାର କରାଯିବ ବୋଲି ନିର୍ଭର ପ୍ରତିଶ୍ରୁତି ଦେଲେ। ଚଳିତ ନିର୍ବାଚନରେ ଦଳୀୟ କାର୍ଯ୍ୟରେ ସହଯୋଗ କରିବାକୁ ସେମାନେ ମୋତେ ପରାମର୍ଶ ଦେଲେ। ଏଣୁ ମୁଁ ପୂର୍ବବତ ଦଳ ର ଶୃଙ୍ଖଳିତ କର୍ମୀ ଭାବେ କାର୍ଯ୍ୟ କରିବାକୁ ନିଷ୍ପତ୍ତି ନେଇଛି।
ଏହା ଆପଣଙ୍କ ଗୋଚରାର୍ଥେ ଏବଂ ଖବର ପ୍ରକାଶ ସକାଶେ ଜଣାଇଲି।
ଶାରଦା ପ୍ରସନ୍ନ ସ୍ୱାଇଁ (ବାବୁଲି)
ଜିଲ୍ଲା ଉପ ସଭାପତି , ବିଜେଡି
କଳାହାଣ୍ଡି