08/10/2026
ଆଜି ନୟାଗଡ଼ରେ ଟିବି ନିରାକରଣ ଅଭିଯାନକୁ ଆହୁରି ସୁଦୃଢ଼ କରିବା ସହ ଜନଭାଗିଦାରୀ ବୃଦ୍ଧି ଲକ୍ଷ୍ୟରେ ‘ଜୋସ୍’ (JOSH) ଟିମ୍ ଗଠନ ଉପରେ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।
ଏହି ବୈଠକରେ ବ୍ଲକ୍ ସ୍ତରରେ ନୋଡାଲ ଅଫିସରଙ୍କ ନେତୃତ୍ୱରେ ‘ମାଇଁ ଭାରତ’ର ୫ ଜଣ ସ୍ୱେଚ୍ଛାସେବୀ ଓ ୫ ଜଣ ନି-କ୍ଷୟ ମିତ୍ର NCC କ୍ୟାଡେଟ୍ଙ୍କୁ ନେଇ ଟିମ୍ ଗଠନ ନେଇ ଆଲୋଚନା ହୋଇଥିଲା।
ଏହି ଅବସରରେ ୨୦୨୫ର ଉଲ୍ଲେଖନୀୟ ସଫଳତା ପାଇଁ ୯ଟି ‘ଟିବି ମୁକ୍ତ ପଞ୍ଚାୟତ’କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଟିବିର ପ୍ରାରମ୍ଭିକ ଚିହ୍ନଟ, ମାଗଣା ଚିକିତ୍ସା ଓ ନି-କ୍ଷୟ ପୋଷଣ ସହାୟତା ସମ୍ପର୍କରେ ଜନସଚେତନତା ବୃଦ୍ଧି ପାଇଁ ଆହ୍ୱାନ କରାଯାଇଥିଲା।