25/06/2026
#ବିଜେଡିରେ_ଯୋଗ_ଦେଲେ_ପଟ୍ଟାମୁଣ୍ଡାଇ_ଝିଅ_ସୁଜାତା
ବିଜୁ ପଟ୍ଟନାୟକଙ୍କ କର୍ମଭୂମି କେନ୍ଦ୍ରାପଡ଼ା ମାଟିର ପଟ୍ଟାମୁଣ୍ଡାଇ ଝିଅ ଶ୍ରୀମତୀ ସୁଜାତା ରାଉତ କାର୍ତ୍ତିକେୟନ, ବିଜେଡିରେ ସାମିଲ ହେଲେ। ସୁଜାତାଙ୍କ ସଂକଳ୍ପ, ଭିଜନ ଆମେ ପୂର୍ବରୁ ଦେଖି ସାରିଛେ। ୭୦ ଲକ୍ଷ ମହିଳାଙ୍କୁ ସଶକ୍ତ ଓ ସ୍ବାବଲମ୍ବୀ କରିବାର ସୂତ୍ରଧର। ମିଶନ ଶକ୍ତିର ପୁରୋଧା। ଯାହାଙ୍କ ଦୃଢ଼ ଇଚ୍ଛାଶକ୍ତି ବଳରେ ଗାଁର ମହିଳା ଆଜି ଉଦ୍ୟୋଗୀ। ବିଜେଡି ସେଭଳି ଜଣେ ମହିଳାଙ୍କୁ ଦଳରେ ସାମିଲ କରିଛି। ଉଚ୍ଚଶିକ୍ଷିତ, ସେବା ମନୋଭାବ, ସର୍ବୋପରି ଓଡ଼ିଆ ଝିଅ। ରାଜନୀତିରେ ଏଭଳି ମହିଳାଙ୍କର ଆବଶ୍ୟକତା ଅଛି। ସୁଜାତା ସେ ମଧ୍ୟରୁ ଜଣେ। ସବୁଠୁ ବଡ଼ କଥା, ମାଟିର ଝିଅ ଭାବେ ପଟ୍ଟାମୁଣ୍ଡାଇକୁ ଗର୍ବିତ କରିଥିବା ସୁଜାତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ। ରାଜନୀତିରେ ବହୁତ ଆଗକୁ ଯାଅ, ପଟ୍ଟାମୁଣ୍ଡାଇବାସୀ ଭାବେ ଏହା ହିଁ କାମନା। ମହାପ୍ରଭୁଙ୍କ ଆଶୀର୍ବାଦ ଆପଣଙ୍କ ଉପରେ ସର୍ବଦା ବଜାୟ ରହୁ।
#ପଟ୍ଟାମୁଣ୍ଡାଇ_ପଲିଟିକ୍ସ