Kalki Foundation

Directions

Kalki Foundation Contact information, map and directions, contact form, opening hours, services, ratings, photos, videos and announcements from Kalki Foundation, Social service, Delanga, Puri.

14/09/2026

ଆଜି ବିଘ୍ନବିନାସନ ସର୍ବାଗ୍ରେ ପୂଜ୍ୟ ଶ୍ରୀ ଶ୍ରୀ ଗଜାନନ ଙ୍କ ଙ୍କର ପବିତ୍ର ପୂଜା ଅବସରରେ ଆପଣଙ୍କୁ ତଥା ଆପଣଙ୍କ ପରିବାର କୁ ପ୍ରଭୁ ଶ୍ରୀ ଗଣେଶ ଘଣ୍ଟ ଘୋଡେ଼ଇ ରଖନ୍ତୁ। ଉତ୍ତରୋତ୍ତର ଉନ୍ନତି ହେଉ। ସମୟ ସୁଖ ଶାନ୍ତି ଆନନ୍ଦ ରେ କଟୁ। ଜୟ ଶ୍ରୀ ବିଘ୍ନେଶ୍ୱର।। 🙏🚩❤️

କୃଷ୍ଣଂ ବନ୍ଦେ ଜଗଦ୍‌ଗୁରୁମ୍‌ 🙏ଭକ୍ତି, ପ୍ରେମ ଏବଂ ଧର୍ମର ଶାଶ୍ୱତ ଆଲୋକ, ବାସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଅବତରଣ ଦିବସ ‘ଶ୍ରୀକୃଷ୍ଣ ଜ...
04/09/2026

କୃଷ୍ଣଂ ବନ୍ଦେ ଜଗଦ୍‌ଗୁରୁମ୍‌ 🙏

ଭକ୍ତି, ପ୍ରେମ ଏବଂ ଧର୍ମର ଶାଶ୍ୱତ ଆଲୋକ, ବାସୁଦେବ ଭଗବାନ ଶ୍ରୀକୃଷ୍ଣଙ୍କ ପବିତ୍ର ଅବତରଣ ଦିବସ ‘ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ’ ଅବସରରେ ସମସ୍ତ ପ୍ରଦେଶବାସୀଙ୍କୁ ହାର୍ଦ୍ଦିକ ଅଭିନନ୍ଦନ ଓ ମଙ୍ଗଳମୟ ଶୁଭେଚ୍ଛା।

ଭକ୍ତବତ୍ସଳ ଭଗବାନ ଶ୍ରୀକୃଷ୍ଣଙ୍କ ଅସୀମ କୃପାରୁ ସମସ୍ତଙ୍କ ଜୀବନରେ ପ୍ରେମ, କରୁଣା, ଧର୍ମ ଏବଂ ନିଷ୍କାମ କର୍ମର ଆଦର୍ଶ ପ୍ରତିଷ୍ଠିତ ହେଉ। ଚରାଚର ଜଗତରେ ସୁଖ, ଶାନ୍ତି, ସମୃଦ୍ଧି ଓ ଲୋକମଙ୍ଗଳର ବିସ୍ତାର ହେଉ—ଏହା ହିଁ ମୋର ପ୍ରାର୍ଥନା।

ଜୟ ଶ୍ରୀକୃଷ୍ଣ! 🦚💙🙏

🇮🇳 ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସର 🇮🇳ଆଜି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ RISD COMPUTER ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁ...
15/08/2026

🇮🇳 ୮୦ତମ ସ୍ୱାଧୀନତା ଦିବସର ପବିତ୍ର ଅବସର 🇮🇳

ଆଜି ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ RISD COMPUTER ଠାରେ ୮୦ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ସଂଗଠିତ ହିନ୍ଦୁ ପରିବାରର ପ୍ରତିଷ୍ଠାତା, ଯୁବ ଆଦର୍ଶ, ଯୁବ ସଂଗଠକ ତଥା ସାମାଜିକ କର୍ମୀ Pradipta Kumar Behera (ପ୍ରଦୀପ ଭାଇ) ଙ୍କ ସହିତ କଳ୍କୀ ଫାଉଣ୍ଡେସନ ର ସହ ପ୍ରତିଷ୍ଠାତା Jyoti Ranjan Pattanaik ଙ୍କ ଉପସ୍ଥିତିରେ ଅନୁଷ୍ଠାନର ଛାତ୍ରଛାତ୍ରୀମାନଙ୍କ ସହ ଛାତ୍ର ଜୀବନ ଓ ଯୁବ ସମାଜ ଉପରେ ସାମାଜିକ ଗଣମାଧ୍ୟମର ପ୍ରଭାବ, ଆମ ସଂସ୍କୃତି ଓ ପରମ୍ପରା, ସ୍ୱାଧୀନତା ସଂଗ୍ରାମୀମାନଙ୍କ ଜୀବନୀ ତଥା ପୌରାଣିକ କଥାବସ୍ତୁ ଉପରେ ଅର୍ଥପୂର୍ଣ୍ଣ ଆଲୋଚନା ହୋଇଥିଲା।

ବିଶେଷକରି ଆଜିର ଛାତ୍ର ସମାଜରେ ସାମାଜିକ ଗଣମାଧ୍ୟମର ଅତ୍ୟଧିକ ପ୍ରଭାବ ଯୋଗୁଁ ହ୍ରାସ ପାଉଥିବା ଏକାଗ୍ରତା, ଦୂରଦର୍ଶିତା ଓ ଚିନ୍ତନଶକ୍ତି ସମ୍ପର୍କରେ ମଧ୍ୟ ସଚେତନତାମୂଳକ ଆଲୋଚନା ହୋଇଥିଲା।

ପ୍ରଦୀପ ଭାଇଙ୍କ ମୂଲ୍ୟବାନ ଓ ପ୍ରେରଣାଦାୟକ ବକ୍ତବ୍ୟ ଉପସ୍ଥିତ ଛାତ୍ରଛାତ୍ରୀମାନଙ୍କ ବୌଦ୍ଧିକ ବିକାଶ, ସାମାଜିକ ଦାୟିତ୍ୱବୋଧ ଓ ଭବିଷ୍ୟତ ପ୍ରତି ଦୂରଦୃଷ୍ଟି ବିକଶିତ କରିବାରେ ନିଶ୍ଚୟ ସହାୟକ ହେବ।

କଳ୍କୀ ଫାଉଣ୍ଡେସନ ର ସମ୍ପାଦକ Priyabrata Pradhan କାର୍ଯ୍ୟକ୍ରମ କୁ ସଞ୍ଚାଳନ କରିଥିଲେ ।

ଜୟ ହିନ୍ଦ୍ 🇮🇳
ଜୟ ଭାରତ 🇮🇳
ବନ୍ଦେ ମାତରମ୍ 🇮🇳🚩

ରାମାନନ୍ଦ ସାଗରଙ୍କ ପୁତ୍ରବଧୂ ନିଶା ବେନ ସାଗରଙ୍କୁ ନିୟମାନୁସାରେ କପିରାଇଟ୍ ବାବଦରେ ପ୍ରତି ଏପିସୋଡ୍ ପାଇଁ ₹୨୫,୦୦୦  ଦେବାର ପ୍ରସ୍ତାବ ଦେଇ ଦ...
30/05/2026

ରାମାନନ୍ଦ ସାଗରଙ୍କ ପୁତ୍ରବଧୂ ନିଶା ବେନ ସାଗରଙ୍କୁ ନିୟମାନୁସାରେ କପିରାଇଟ୍ ବାବଦରେ ପ୍ରତି ଏପିସୋଡ୍ ପାଇଁ ₹୨୫,୦୦୦ ଦେବାର ପ୍ରସ୍ତାବ ଦେଇ ଦୂରଦର୍ଶନ ପକ୍ଷରୁ ‘ରାମାୟଣ’ର ପୁନଃ ପ୍ରସାରଣ ପାଇଁ ଅନୁମତି ଚାହିଁଥିଲେ।

ନିଶା ବେନ ସାଗର ଦୂରଦର୍ଶନକୁ ଚିଠି ଲେଖି କହିଥିଲେ, “ମୋତେ ବହୁତ ଖୁସି ଲାଗିବ ଯେ ଆଜିର ପିଲାମାନେ ଭଗବାନ ରାମ ଓ ରାମାୟଣ ବିଷୟରେ ଜାଣିପାରିବେ। ଆପଣମାନେ ନିଶ୍ଚିନ୍ତରେ ପ୍ରସାରଣ କରନ୍ତୁ, ମୋତେ କପିରାଇଟ୍ ବାବଦରେ ଗୋଟିଏ ପଇସା ମଧ୍ୟ ଦରକାର ନାହିଁ।”

ଏହିପରି ଭାବରେ ନିଶା ବେନ ରାମାୟଣର ପ୍ରସାରଣ ପାଇଁ ପ୍ରତି ଏପିସୋଡ୍ ₹୨୫,୦୦୦ ନେବାକୁ ଅସ୍ୱୀକାର କରିଥିଲେ।

ଆପଣ ଭାବନ୍ତୁ, ପ୍ରତି ଏପିସୋଡ୍ ₹୨୫,୦୦୦ ହିସାବରେ ସେ କେତେ ବଡ଼ ରାଶିକୁ ତ୍ୟାଗ କରିଥିଲେ।

ସେଥିପାଇଁ ଆଜି ନରେନ୍ଦ୍ର ମୋଦୀଜୀ ନିଶା ବେନ ସାଗରଙ୍କୁ ଫୋନ୍ କରି ତାଙ୍କୁ ଅନେକ ଧନ୍ୟବାଦ ଜଣାଇଥିଲେ।

ସନାତନ ଧର୍ମ ଆମକୁ ତ୍ୟାଗ, ସଦାଚାର ଏବଂ ଶୁଦ୍ଧ ଆଚରଣର ଶିକ୍ଷା ଦେଇଥାଏ, ଏବଂ ଏହା ତାହାର ଏକ ଉଦାହରଣ।

ବିଶେଷ ଦ୍ରଷ୍ଟବ୍ୟ: ସନାତନ ସଂସ୍କୃତି ପାଇଁ କାମ କରିବା ଅର୍ଥ ନୁହେଁ ଯେ କେବଳ ଭଗୁଆ ପତାକା ଧରି ରାସ୍ତାରେ ବୁଲିବା, ଆପଣ ଚାହିଁଲେ ନିଜସ୍ୱ ଶୈଳୀ ରେ ବି କାମ କରିପାରିବେ ।

ସତ୍ୟ ସନାତନ ର ଜୟ ହେଉ... ଜୟ ଶ୍ରୀ ରାମ... 🙏🚩

ଡେଲାଙ୍ଗ ଯୁବ ଉତ୍ସବ ଅବସରରେ କଳ୍କୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୧୧୧୧ ଶ୍ରୀ ରାମ ନାମ ଲିଖନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୁନି କୁନି...
04/05/2026

ଡେଲାଙ୍ଗ ଯୁବ ଉତ୍ସବ ଅବସରରେ କଳ୍କୀ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ୧୧୧୧୧ ଶ୍ରୀ ରାମ ନାମ ଲିଖନ ପ୍ରତିଯୋଗିତା ରେ ଅଂଶଗ୍ରହଣ କରିଥିବା କୁନି କୁନି ପ୍ରତିଯୋଗୀ ।

ପ୍ରଭୁ ଶ୍ରୀ ରାମଚନ୍ଦ୍ରଙ୍କ କୃପା ଓ ଆଶୀର୍ବାଦ ସମସ୍ତଙ୍କ ଉପରେ ରହିଥାଉ 🙏

ଜୟ ଶ୍ରୀ ରାମ 🙏🚩

କଳ୍କୀ ଫାଉଣ୍ଡେସନ ଓ ଲିପ୍ସା ଏଜୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଡେଲାଙ୍ଗ ଯୁବ ଉତ୍ସବ ୨୦୨୬
04/05/2026

କଳ୍କୀ ଫାଉଣ୍ଡେସନ ଓ ଲିପ୍ସା ଏଜୁକେସନାଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଡେଲାଙ୍ଗ ଯୁବ ଉତ୍ସବ ୨୦୨୬

କଳ୍କୀ ଫାଉଣ୍ଡେସନ: ରାଷ୍ଟ୍ର ପାଇଁ ନିଷ୍ଠା, ଧର୍ମ ପାଇଁ ସମର୍ପଣ
04/05/2026

କଳ୍କୀ ଫାଉଣ୍ଡେସନ: ରାଷ୍ଟ୍ର ପାଇଁ ନିଷ୍ଠା, ଧର୍ମ ପାଇଁ ସମର୍ପଣ

"ଭୟ ନାଶନଂ, ଦୁଃଖ ଭଞ୍ଜନଂ, ସର୍ବଦା ଶ୍ରୀରାମ ନାମ ସ୍ମରଣମ୍‌।"ଜୟ ଶ୍ରୀ ରାମ 🙏🚩
26/03/2026

"ଭୟ ନାଶନଂ, ଦୁଃଖ ଭଞ୍ଜନଂ, ସର୍ବଦା ଶ୍ରୀରାମ ନାମ ସ୍ମରଣମ୍‌।"

ଜୟ ଶ୍ରୀ ରାମ 🙏🚩

ଜୟ ଜଗନ୍ନାଥ 🙏🚩ଆଜି ଆମ ସଂଗଠନ  କୁ ଦିବ୍ୟ ପ୍ରସାଦ ସ୍ବରୂପ ୫୧ ଖଣ୍ଡ ଶ୍ରୀମଦ୍ଭଗବଦ୍ ଗୀତା ପ୍ରାପ୍ତ ହେଲା... 🙏ଏହି ଦିବ୍ୟ ପ୍ରସାଦ କୁ ଆଗାମୀ ଦ...
25/01/2026

ଜୟ ଜଗନ୍ନାଥ 🙏🚩

ଆଜି ଆମ ସଂଗଠନ କୁ ଦିବ୍ୟ ପ୍ରସାଦ ସ୍ବରୂପ ୫୧ ଖଣ୍ଡ ଶ୍ରୀମଦ୍ଭଗବଦ୍ ଗୀତା ପ୍ରାପ୍ତ ହେଲା... 🙏
ଏହି ଦିବ୍ୟ ପ୍ରସାଦ କୁ ଆଗାମୀ ଦିନରେ ଉପଯୁକ୍ତ କାର୍ଯ୍ୟରେ ବିନିଯୋଗ କରାଯିବ...🙏

#କଳ୍କୀ_ଫାଉଣ୍ଡେସନ

ଆମ ଡେଲାଙ୍ଗ କୁ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ଦେବା ପାଇଁ ଛୋଟ ଏକ ପ୍ରୟାସ, ନିଜର ମତାମତ ଦେବାକୁ ଅନୁରୋଧ🙏
18/01/2026

ଆମ ଡେଲାଙ୍ଗ କୁ ଏକ ସ୍ବତନ୍ତ୍ର ନିର୍ବାଚନ ମଣ୍ଡଳୀର ମାନ୍ୟତା ଦେବା ପାଇଁ ଛୋଟ ଏକ ପ୍ରୟାସ, ନିଜର ମତାମତ ଦେବାକୁ ଅନୁରୋଧ🙏

ପୁରୀ ଜିଲ୍ଲାରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଥିବା "ଡେଲାଙ୍ଗ" ଅଞ୍ଚଳର ନିଜସ୍ଵ ଏକ ସ୍ଥାନ ରହିଛି ଯେପରିକି ଭୌଗଳିକ ଆୟତନ, ଜନସଂ.....

Address

Delanga
Puri

Website

Alerts

Be the first to know and let us send you an email when Kalki Foundation posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category