Raurkela Police

Directions

Raurkela Police Raurkela Police | Odisha Police
ରାଉରକେଲା ପୋଲିସ | ଓଡ଼ିଶା ପୋଲିସ

We Serve and Protect
ସେବା ଓ ସୁରକ୍ଷା
(1)

ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।୧ ଅକ୍ଟୋବର ସନ୍ଧ୍ୟାରେ ଜଣେ ୨୧...
03/10/2026

ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଡକାୟତି ମାମଲାର ପର୍ଦ୍ଦାଫାସ କରି ୪ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।

୧ ଅକ୍ଟୋବର ସନ୍ଧ୍ୟାରେ ଜଣେ ୨୧ ବର୍ଷୀୟ ଯୁବକ ଓ ତାଙ୍କ ସାଙ୍ଗ ଏୟାରପୋର୍ଟ ପଡ଼ିଆରେ ଥିବାବେଳେ ୪ ଜଣ ବ୍ୟକ୍ତି ଲୁହା ରଡ୍ ଓ ବାଡ଼ି ଦେଖାଇ ମାଡ଼ ମାରିବା ସହ ଧମକ ଦେଇ ଏକ iPhone 14 ଏବଂ ୧,୦୦୦ ଟଙ୍କା ଲୁଟି ନେଇଥିବା ଅଭିଯୋଗ ହୋଇଥିଲା।

ତ୍ୱରିତ ତଦନ୍ତ ପରେ ପୋଲିସ ୪ ଜଣଙ୍କୁ ଗିରଫ କରି iPhone 14, ୧,୦୦୦ ଟଙ୍କା ଓ ଦୁଇଟି ସ୍କୁଟର ଜବତ କରିଛି।

📌 ମାମଲା: ଛେଣ୍ଡ ଥାନା କେସ୍ ନଂ ୨୭୩/୨୦୨୬
📌 ଧାରା: ୩୦୯(୪)/୩(୫) BNS

- - - - - - - - -

Raurkela Police have detected a robbery case registered at Chhend Police Station and arrested four persons.

On the evening of 1 October, a 21-year-old youth and his friend were at the Airport Field when four persons allegedly assaulted and threatened them with an iron rod and stick and robbed an iPhone 14 and ₹1,000 cash.

Following a prompt investigation, police arrested four persons and recovered the iPhone 14, ₹1,000 cash and two scooters.

📌 Case: Chhend PS Case No. 273/2026
📌 Sections: 309(4)/3(5) BNS

ରାଉରକେଲାର ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଛିନତାଇ ମାମଲାର ପର୍ଦ୍ଦାଫାସ କରି ୨ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।ସେପ୍ଟେମ୍ବର ୨୫ ତା...
03/10/2026

ରାଉରକେଲାର ଛେଣ୍ଡ ଥାନା ଅଞ୍ଚଳରେ ଘଟିଥିବା ଏକ ଛିନତାଇ ମାମଲାର ପର୍ଦ୍ଦାଫାସ କରି ୨ ଜଣଙ୍କୁ ଗିରଫ କରିଛି ରାଉରକେଲା ପୋଲିସ।

ସେପ୍ଟେମ୍ବର ୨୫ ତାରିଖ ରାତି ପ୍ରାୟ ୮ଟା ୧୫ ମିନିଟ୍‌ରେ ଛେଣ୍ଡ ପତଞ୍ଜଳି ଷ୍ଟୋର ନିକଟରେ ଘରକୁ ଫେରୁଥିବା ଜଣେ ମହିଳାଙ୍କଠାରୁ ବାଇକ୍‌ରେ ଆସିଥିବା ଦୁଇ ଜଣ ବ୍ୟକ୍ତି ଏକ ୱାଲେଟ୍‌ ଛିନତାଇ କରିଥିବା ଅଭିଯୋଗ ହୋଇଥିଲା। ୱାଲେଟ୍‌ରେ ସୁନା କାନଫୁଲ, ମୋବାଇଲ୍ ଫୋନ୍ ଓ ନଗଦ ଟଙ୍କା ଥିଲା।

ତଦନ୍ତ ପରେ ପୋଲିସ ୨ ଜଣଙ୍କୁ ଗିରଫ କରି ୨ଟି ସୁନା କାନଫୁଲ, ଏକ Motorola Android ଫୋନ୍ ଓ Pulsar ବାଇକ୍ (OD-14-AK-9649) ଜବତ କରିଛି।

ମାମଲାର ଅଧିକ ତଦନ୍ତ ଜାରି ରହିଛି।

ଛେଣ୍ଡ ଥାନା କେସ୍ ନଂ ୨୬୩/୨୦୨୬ | ଧାରା ୩୦୪(୨)/୩(୫) BNS

- - - - - - - - - - -

Raurkela Police have detected a snatching case registered at Chhend Police Station and arrested two persons in connection with the incident.

On September 25, at around 8:15 PM, a woman returning home near Patanjali Store, Chhend, was allegedly targeted by two persons on a motorcycle who snatched her wallet containing gold earrings, a mobile phone and cash.

Following investigation, police apprehended two accused and recovered two gold earrings, a Motorola Android phone and a Pulsar motorcycle (OD-14-AK-9649).

Further investigation is underway.

Chhend PS Case No. 263/2026 | U/S 304(2)/3(5) BNS

🚫 Child Labour is a Punishable Offence.A child belongs in a classroom, not at work. 📚Give them books, education, opportu...
01/10/2026

🚫 Child Labour is a Punishable Offence.

A child belongs in a classroom, not at work. 📚
Give them books, education, opportunities and the childhood they deserve.

If you know of any child or teenager being employed as domestic help or at a workplace, inform Raurkela Police immediately.

📞 Control Room: 8917684100
📞 SP Raurkela: 9438916630

Give them books, not burdens. ❤️

🚨 ପ୍ଲାଣ୍ଟସାଇଟ୍ ପୋଲିସ ଦ୍ୱାରା NDPS ମାମଲା ଚିହ୍ନଟ | ହେରୋଇନ୍ ଜବତପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ମିଳିଥିବା ବି...
01/10/2026

🚨 ପ୍ଲାଣ୍ଟସାଇଟ୍ ପୋଲିସ ଦ୍ୱାରା NDPS ମାମଲା ଚିହ୍ନଟ | ହେରୋଇନ୍ ଜବତ

ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ସନ୍ଧ୍ୟା ପାଟ୍ରୋଲିଂ ସମୟରେ ମିଳିଥିବା ବିଶ୍ୱସନୀୟ ସୂଚନା ଆଧାରରେ ନୟାବଜାର, ନନ୍ଦପଡ଼ା ରୋଡ୍, ରାଉରକେଲା ଠାରେ ପ୍ଲାଣ୍ଟସାଇଟ୍ ପୋଲିସ ଏକ NDPS ମାମଲା ଚିହ୍ନଟ କରିଛି। ଜଣେ ଅଭିଯୁକ୍ତଙ୍କୁ ହେରୋଇନ୍ (ନିଶାଦ୍ରବ୍ୟ) ବେଆଇନ ଭାବେ ବିକ୍ରି କରି ଅର୍ଥଲାଭ କରିବା ଉଦ୍ଦେଶ୍ୟରେ ନିଜ ହେପାଜତରେ ରଖିଥିବା ଅଭିଯୋଗରେ ଧରାଯାଇଛି।

ବେଆଇନ ନିଶାଦ୍ରବ୍ୟ କାରବାରକୁ ରୋକିବା ସହ ଯୁବପିଢ଼ିଙ୍କୁ ନିଶାର କୁପ୍ରଭାବରୁ ସୁରକ୍ଷିତ ରଖିବା ପାଇଁ ରାଉରକେଲା ପୋଲିସ ପ୍ରତିବଦ୍ଧ।

⚠️ ନିଶାକୁ ନା କୁହନ୍ତୁ। ନିଶାଠାରୁ ଦୂରେଇ ରୁହନ୍ତୁ। ନିଜ ଭବିଷ୍ୟତକୁ ସୁରକ୍ଷିତ ରଖନ୍ତୁ।
ଅଭିଭାବକ, ଛାତ୍ରଛାତ୍ରୀ ଓ ସମସ୍ତ ନାଗରିକଙ୍କୁ ବେଆଇନ ନିଶାଦ୍ରବ୍ୟ କାରବାର ସମ୍ପର୍କରେ ସଚେତନ ରହି ପୋଲିସକୁ ସୂଚନା ଦେବାକୁ ଅନୁରୋଧ।

ରାଉରକେଲା ପୋଲିସ | ଛେଣ୍ଡ ପୋଲିସ ଦ୍ୱାରା ଗୃହ ଚୋରି ମାମଲାର ପର୍ଦ୍ଦାଫାଶ |ଆରଡିଏ କଲୋନୀ, କଳିଙ୍ଗ ବିହାରର ଏକ ନୂତନ ନିର୍ମିତ ଘରୁ ନୂଆ ଲଗାଯା...
30/09/2026

ରାଉରକେଲା ପୋଲିସ | ଛେଣ୍ଡ ପୋଲିସ ଦ୍ୱାରା ଗୃହ ଚୋରି ମାମଲାର ପର୍ଦ୍ଦାଫାଶ |

ଆରଡିଏ କଲୋନୀ, କଳିଙ୍ଗ ବିହାରର ଏକ ନୂତନ ନିର୍ମିତ ଘରୁ ନୂଆ ଲଗାଯାଇଥିବା ପିତ୍ତଳ ଓ ଷ୍ଟିଲ୍‌ ପାଣି ଟ୍ୟାପ୍‌, ଫିଟିଂ ଏବଂ ଶାୱାର ସେଟ୍‌ ଚୋରି ଘଟଣାରେ ଛେଣ୍ଡ ପୋଲିସ ମାମଲାର ପର୍ଦ୍ଦାଫାଶ କରିଛି।

ତଦନ୍ତ ସମୟରେ ଜଣେ ଅଭିଯୁକ୍ତ ଗିରଫ ହୋଇଛି। ତାଙ୍କ ସୂଚନା ଆଧାରରେ ଘର ଓ ଗୋଦାମରେ ଚଢ଼ାଉ କରି ଚୋରି ହୋଇଥିବା ଟ୍ୟାପ୍‌, ଫିଟିଂ ଓ ଶାୱାର ସେଟ୍‌ ଉଦ୍ଧାର କରାଯାଇଛି। ଅନ୍ୟ କିଛି ସନ୍ଦିଗ୍ଧ ଚୋରି ଲୁହା ସ୍କ୍ରାପ୍‌ ସାମଗ୍ରୀ ମଧ୍ୟ ଜବତ କରାଯାଇଛି।

ରାଉରକେଲାର ବିଭିନ୍ନ ଥାନାରେ ‘ଆମ ପୋଲିସ୍’ ବୈଠକ ଅନୁଷ୍ଠିତ।ରାଉରକେଲାର ବିଭିନ୍ନ ଥାନା ଅଞ୍ଚଳରେ ‘ଆମ ପୋଲିସ୍’ ବୈଠକ ଅନୁଷ୍ଠିତ ହୋଇ ପୋଲିସ୍ ଓ...
30/09/2026

ରାଉରକେଲାର ବିଭିନ୍ନ ଥାନାରେ ‘ଆମ ପୋଲିସ୍’ ବୈଠକ ଅନୁଷ୍ଠିତ।

ରାଉରକେଲାର ବିଭିନ୍ନ ଥାନା ଅଞ୍ଚଳରେ ‘ଆମ ପୋଲିସ୍’ ବୈଠକ ଅନୁଷ୍ଠିତ ହୋଇ ପୋଲିସ୍ ଓ ଜନସାଧାରଣଙ୍କ ମଧ୍ୟରେ ସମନ୍ୱୟ ଏବଂ ଜନସହଭାଗିତାକୁ ଆହୁରି ସୁଦୃଢ଼ କରାଯାଇଛି।

ଏହି ବୈଠକରେ ସାଧାରଣ ଲୋକମାନେ ପୋଲିସ୍ ଅଧିକାରୀମାନଙ୍କ ସହ ସିଧାସଳଖ ଆଲୋଚନା କରି ଆଇନ-ଶୃଙ୍ଖଳା, ଜନସୁରକ୍ଷା, ଟ୍ରାଫିକ୍ ପରିଚାଳନା, ଅପରାଧ ନିରୋଧ ଏବଂ ସ୍ଥାନୀୟ ସମସ୍ୟା ସମ୍ପର୍କରେ ନିଜ ମତାମତ ଓ ଅଭିଯୋଗ ଉପସ୍ଥାପନ କରିଥିଲେ।

ଜନସାଧାରଣଙ୍କୁ ସନ୍ଦେହଜନକ କାର୍ଯ୍ୟକଳାପ ପ୍ରତି ସଚେତନ ରହିବା, ଆବଶ୍ୟକ ସମୟରେ ପୋଲିସ୍‌କୁ ତୁରନ୍ତ ସୂଚନା ଦେବା ଏବଂ ଅଞ୍ଚଳରେ ଶାନ୍ତି ଓ ସୁରକ୍ଷା ବଜାୟ ରଖିବାରେ ପୋଲିସ୍‌କୁ ସହଯୋଗ କରିବାକୁ ଆହ୍ୱାନ କରାଯାଇଥିଲା।

ଜନସାଧାରଣଙ୍କ ସହଭାଗିତା ଓ ସହଯୋଗ ମାଧ୍ୟମରେ ଏକ ଶାନ୍ତିପୂର୍ଣ୍ଣ, ସୁରକ୍ଷିତ ଓ ଅପରାଧମୁକ୍ତ ରାଉରକେଲା ଗଠନ ପାଇଁ ରାଉରକେଲା ପୋଲିସ୍ ପ୍ରତିବଦ୍ଧ।

🚨 ପ୍ଲାଣ୍ଟସାଇଟ୍ ପୋଲିସର ତ୍ୱରିତ ପଦକ୍ଷେପ – ଅସ୍ତ୍ରଧାରୀ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ୨୯.୦୯.୨୦୨୬ ତାରିଖରେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚ...
29/09/2026

🚨 ପ୍ଲାଣ୍ଟସାଇଟ୍ ପୋଲିସର ତ୍ୱରିତ ପଦକ୍ଷେପ – ଅସ୍ତ୍ରଧାରୀ ଅପରାଧ ବିରୋଧରେ କାର୍ଯ୍ୟାନୁଷ୍ଠାନ

୨୯.୦୯.୨୦୨୬ ତାରିଖରେ ପ୍ଲାଣ୍ଟସାଇଟ୍ ଥାନା ଅଞ୍ଚଳରେ ଦିନ ପାଟ୍ରୋଲିଂ ସମୟରେ ବିଶ୍ୱସନୀୟ ସୂଚନା ଆଧାରରେ ପୋଲିସ ଜଣେ ବ୍ୟକ୍ତିଙ୍କୁ ଧରିବା ସହ ତାଙ୍କ ନିକଟରୁ ଗୋଟିଏ ଦେଶୀ ପିସ୍ତଲ ଜବତ କରାଯାଇଛି।

ପ୍ଲାଣ୍ଟସାଇଟ୍ ପୋଲିସର ତ୍ୱରିତ ଏବଂ ସମୟୋପଯୋଗୀ ପଦକ୍ଷେପ ଫଳରେ ଏକ ସମ୍ଭାବ୍ୟ ଗୁରୁତର ଅପରାଧକୁ ରୋକାଯାଇପାରିଛି। ଧରାପଡ଼ିଥିବା ଅଭିଯୁକ୍ତଙ୍କୁ ଆଇନ ଅନୁଯାୟୀ ଅଦାଲତରେ ହାଜର କରାଯାଇଛି।

ଶାନ୍ତି, ଜନସୁରକ୍ଷା ଏବଂ ଅପରାଧ ନିୟନ୍ତ୍ରଣ ପାଇଁ ରାଉରକେଲା ପୋଲିସ ସର୍ବଦା ପ୍ରତିବଦ୍ଧ।

🚨 ସାଇବର ଠକେଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ | ବନ୍ଧମୁଣ୍ଡା ପୋଲିସସାଇବର ଠକେଇରେ ବ୍ୟବହୃତ ଅବୈଧ ବ୍ୟାଙ୍କ ଆକାଉଣ୍ଟ ଖୋଲା ଏବଂ ଯୋଗାଣ ସମ୍ପ...
29/09/2026

🚨 ସାଇବର ଠକେଇ ବିରୋଧରେ ବଡ଼ କାର୍ଯ୍ୟାନୁଷ୍ଠାନ | ବନ୍ଧମୁଣ୍ଡା ପୋଲିସ

ସାଇବର ଠକେଇରେ ବ୍ୟବହୃତ ଅବୈଧ ବ୍ୟାଙ୍କ ଆକାଉଣ୍ଟ ଖୋଲା ଏବଂ ଯୋଗାଣ ସମ୍ପର୍କିତ ଏକ ଆନ୍ତଃରାଜ୍ୟ ସାଇବର ଠକେଇ ଚକ୍ର ବିରୋଧରେ ବନ୍ଧମୁଣ୍ଡା ପୋଲିସ ଦୁଇଜଣ ଅଭିଯୁକ୍ତଙ୍କୁ ଧରିଛି।

ତଦନ୍ତ ସମୟରେ ଜଣାପଡ଼ିଛି ଯେ, ଅଭିଯୁକ୍ତମାନେ ସାଧାରଣ ଲୋକଙ୍କୁ ଟଙ୍କା ଏବଂ ଚାକିରିର ପ୍ରଲୋଭନ ଦେଖାଇ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟ ସମ୍ବନ୍ଧୀୟ ତଥ୍ୟ, ATM କାର୍ଡ, SIM କାର୍ଡ ଏବଂ ପାସବୁକ୍ ସଂଗ୍ରହ କରି ସାଇବର ଠକମାନଙ୍କୁ ଆର୍ଥିକ ଲାଭ ବଦଳରେ ଯୋଗାଇ ଦେଉଥିଲେ।

ସାମନ୍ୱୟ ପୋର୍ଟାଲ୍ ଏବଂ ସାଇବର ସେଲ୍, ରାଉରକେଲା ମାଧ୍ୟମରେ କରାଯାଇଥିବା ଯାଞ୍ଚରୁ ୧୧ଟି ବ୍ୟାଙ୍କ ଆକାଉଣ୍ଟ ସହ ପ୍ରାୟ ୨୦ଟି ସାଇବର ଅପରାଧ ଅଭିଯୋଗ ସଂପୃକ୍ତ ଥିବା ଜଣାପଡ଼ିଛି। ଏହି ଅଭିଯୋଗଗୁଡ଼ିକ ହରିୟାଣା, ଦିଲ୍ଲୀ, ପଞ୍ଜାବ, କର୍ଣ୍ଣାଟକ, ରାଜସ୍ଥାନ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଆଦି ବିଭିନ୍ନ ରାଜ୍ୟରୁ ଆସିଥିବା ଜଣାପଡ଼ିଛି।

ଉକ୍ତ ବ୍ୟାଙ୍କ ଆକାଉଣ୍ଟଗୁଡ଼ିକ ମାଧ୍ୟମରେ ପ୍ରାୟ ₹୨୫ ଲକ୍ଷର ସାଇବର ଠକେଇ ଜନିତ ଆର୍ଥିକ କାରବାର ହୋଇଥିବା ତଦନ୍ତରୁ ପ୍ରକାଶ ପାଇଛି। ପ୍ରତ୍ୟେକ ବ୍ୟାଙ୍କ ଆକାଉଣ୍ଟ ଯୋଗାଇବା ପାଇଁ ଅଭିଯୁକ୍ତମାନେ ପ୍ରାୟ ₹୧୫,୦୦୦ ପାଉଥିବା ମଧ୍ୟ ଜଣାପଡ଼ିଛି।

ଏହି ଆନ୍ତଃରାଜ୍ୟ ସାଇବର ଠକେଇ ଚକ୍ରର ଅନ୍ୟ ସଦସ୍ୟମାନଙ୍କୁ ଚିହ୍ନଟ କରିବା ଏବଂ ଆର୍ଥିକ କାରବାରର ସମ୍ପୂର୍ଣ୍ଣ ତଦନ୍ତ ପାଇଁ ଅଧିକ ଅନୁସନ୍ଧାନ ଜାରି ରହିଛି।
ସାଇବର ଅପରାଧ ବିରୋଧରେ ରାଉରକେଲା ପୋଲିସର ଦୃଢ଼ ପଦକ୍ଷେପ ଜାରି ରହିଛି।

🏑 ସମ୍ମାନିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 🏑୭୬ତମ ରାଜ୍ୟ ପୋଲିସ୍ ହକି ଚାମ୍ପିଅନ୍‌ଶିପ୍–୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଏସ୍ଏପି (ଓଡ଼ିଶ...
27/09/2026

🏑 ସମ୍ମାନିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ 🏑

୭୬ତମ ରାଜ୍ୟ ପୋଲିସ୍ ହକି ଚାମ୍ପିଅନ୍‌ଶିପ୍–୨୦୨୬ରେ ସ୍ୱର୍ଣ୍ଣ ପଦକ ହାସଲ କରିଥିବା ଓଏସ୍ଏପି (ଓଡ଼ିଶା ସଶସ୍ତ୍ର ପୋଲିସ୍) ୪ର୍ଥ ବାଟାଲିୟନ, ରାଉରକେଲା ଏବଂ ରୌପ୍ୟ ପଦକ ହାସଲ କରିଥିବା ରାଉରକେଲା ଜିଲ୍ଲା ପୋଲିସ୍ ଟିମ୍ କୁ ହାର୍ଦ୍ଦିକ ଅଭିନନ୍ଦନ। 👏

ଭୁବନେଶ୍ୱର କମିଶନରେଟ୍ ପୋଲିସ୍ ଦ୍ଵାରା ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ଖେଳାଳି ଓ ଟିମ୍ ସଦସ୍ୟମାନଙ୍କୁ ମାନ୍ୟବର ଡ଼ିଆଇଜି, ପଶ୍ଚିମାଞ୍ଚଳ ରେଞ୍ଜ ଏବଂ ମାନ୍ୟବର ଆରକ୍ଷୀ ଅଧୀକ୍ଷକ, ରାଉରକେଲାଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଗଲା।

ଖେଳ ମାଧ୍ୟମରେ ଶୃଙ୍ଖଳା, ଟିମ୍‌ୱର୍କ ଓ ଉତ୍କର୍ଷର ଅନନ୍ୟ ଉଦାହରଣ।

Address

Rourkela Smart City Limited,
Rourkela
769012

Website

Alerts

Be the first to know and let us send you an email when Raurkela Police posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share