02/11/2026
🙏 2026 ମସିହାର କେସ୍ ନଂ – ୩୭୬ 🙏
DT-01/11/26
❤️ HELP FOR PEOPLE ❤️
SHREE GIRIDHARI JEW CHARITABLE TRUST
📍 BINJHARPUR, JAJPUR
🩸 ଆଜିର ରକ୍ତଦାତା – ଆମର ସକ୍ରିୟ ସଦସ୍ୟ ଶଶିକାନ୍ତ ଜେନା ଭାଇ 🩸
🏡 ଘର – ଖଣ୍ଡରା
ପ୍ରତିଦିନ ଭଳି ଆଜି ମଧ୍ୟ ହଠାତ୍ ଯାଜପୁର ଟାଉନ ବ୍ଲଡ୍ ବ୍ୟାଙ୍କରୁ ଆମ ପାଖକୁ ଏକ ଜରୁରୀ ରକ୍ତଦାନ ପାଇଁ ଅନୁରୋଧ ଆସିଥିଲା। ଯାଜପୁରର ଜଣେ ଅସହାୟ ମାଉଶି ପାଇଁ ଗୋଟିଏ ୟୁନିଟ୍ O Negative (O−) ରକ୍ତର ଆବଶ୍ୟକତା ଥିଲା।
ଏହି ଖବର ପାଇବା ମାତ୍ରେ ଆମର ସକ୍ରିୟ ସଦସ୍ୟ ଶଶିକାନ୍ତ ଜେନା ଭାଇ ତୁରନ୍ତ ଯାଜପୁର ଟାଉନ ବ୍ଲଡ୍ ବ୍ୟାଙ୍କରେ ପହଞ୍ଚି ନିଜର ମୂଲ୍ୟବାନ ରକ୍ତଦାନ କରିଥିଲେ।
ବିଶେଷ କଥା ହେଉଛି, ଏହା ଭାଇଙ୍କର ତୃତୀୟ ଥର ରକ୍ତଦାନ। ❤️
ଆହୁରି ଗର୍ବର କଥା ହେଉଛି, ପ୍ରତିଦିନ ଟ୍ରଷ୍ଟର ସେବାକାର୍ଯ୍ୟରେ ସକ୍ରିୟ ରହୁଥିବା ଆମର ଏହି ପ୍ରତିନିଧି ନିଜର ରକ୍ତର ଆବଶ୍ୟକତା ଓ ଅନ୍ୟାନ୍ୟ କଥାକୁ ଖାତିର ନକରି ଜଣେ ଅସହାୟ ମଣିଷଙ୍କ ଜୀବନ ବଞ୍ଚାଇବା ପାଇଁ ଆଗେଇ ଆସିଥିଲେ।
ଭାଇ, ତୁମର ଏହି ମହାନ ମନୋଭାବ, ମାନବିକତା ଓ ସେବା ପ୍ରତି ସମର୍ପଣ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। ତୁମ ପରି ସେବା ମନୋଭାବ ଥିବା ସଦସ୍ୟ ଆମ ପରିବାରର ଗର୍ବ।
🙏 ଅଶେଷ ଧନ୍ୟବାଦ ଓ ହୃଦୟରୁ ସାଧୁବାଦ ଶଶିକାନ୍ତ ଜେନା ଭାଇ। 🙏
ରକ୍ତଦାନର ଏହି ମହାନ ଯାତ୍ରା ଏମିତି ଜାରି ରହୁ। ମହାପ୍ରଭୁ ଶ୍ରୀଜଗନ୍ନାଥ ତୁମକୁ ସୁସ୍ଥ, ନିରୋଗ ଓ ଦୀର୍ଘାୟୁ କରନ୍ତୁ।
🩸 ରକ୍ତଦାନ କରନ୍ତୁ – ଜୀବନ ବଞ୍ଚାନ୍ତୁ।
❤️ ସେବା ହିଁ ପରମ ଧର୍ମ। ❤️
7684033908-Ananta swain
SaluteToShashikantaJena