Om puhan

Directions

Om puhan ପରିବର୍ତ୍ତନ ପାଇଁ ନିରନ୍ତର ପ୍ରୟାସ
ଲୋକଙ୍କ ସହ, ଲୋକଙ୍କ ପାଇଁ,
ଜାଜପୁର ଜିଲ୍ଲାର ସେବକ,
ଉତ୍କଳ ମାଟିର ସେବକ।
ସେବା ହିଁ ସଫଳତା
❤️💫✨

ବ୍ୟାସନଗର ମୁନିସିପାଲିଟି ଠାରେ ବଡ ଭାଇ ସୁନୀଲ ବହେଟି ଙ୍କ ଘରେ ଆୟୋଜିତ ସୁନ୍ଦରଃକାଣ୍ଡ ପାଠ ରେ ଯୋଗ ଦବ ଅବସର ରେ On the occasion of atten...
27/10/2026

ବ୍ୟାସନଗର ମୁନିସିପାଲିଟି ଠାରେ ବଡ ଭାଇ ସୁନୀଲ ବହେଟି ଙ୍କ ଘରେ ଆୟୋଜିତ ସୁନ୍ଦରଃକାଣ୍ଡ ପାଠ ରେ ଯୋଗ ଦବ ଅବସର ରେ
On the occasion of attending the Sundarakanda Path organised at elder brother Sunil Baheti's house in Vyasanagar Municipality.

ପବିତ୍ର ବିଜୟାଦଶମୀର ହାର୍ଦ୍ଦିକ ଶୁଭେଚ୍ଛା 🌿💚ପ୍ରଭୁ ଶ୍ରୀରାମଙ୍କ ବିଜୟ ଆମକୁ ସତ୍ୟ, ଧର୍ମ ଓ ନ୍ୟାୟର ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଉ। ଅଧ...
21/10/2026

ପବିତ୍ର ବିଜୟାଦଶମୀର ହାର୍ଦ୍ଦିକ ଶୁଭେଚ୍ଛା 🌿💚
ପ୍ରଭୁ ଶ୍ରୀରାମଙ୍କ ବିଜୟ ଆମକୁ ସତ୍ୟ, ଧର୍ମ ଓ ନ୍ୟାୟର ପଥରେ ଆଗେଇ ଚାଲିବାକୁ ପ୍ରେରଣା ଦେଉ। ଅଧର୍ମ ଉପରେ ଧର୍ମର, ଅସତ୍ୟ ଉପରେ ସତ୍ୟର ଏବଂ ଅନ୍ଧକାର ଉପରେ ଆଲୋକର ବିଜୟ ହେଉ। ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦରେ ସମସ୍ତଙ୍କ ଜୀବନ ସୁଖ, ଶାନ୍ତି ଓ ସମୃଦ୍ଧିରେ ଭରିଯାଉ। 🙏✨
ଜୟ ଶ୍ରୀରାମ! 🚩 | ଶୁଭ ବିଜୟାଦଶମୀ!
Warm wishes on the auspicious occasion of Vijayadashami! 🌿💚
May Lord Shri Ram’s victory inspire us to walk the path of truth, righteousness, and justice. May the victory of good over evil, truth over falsehood, and light over darkness always prevail. May the blessings of Lord Shri Ram fill everyone’s life with happiness, peace, and prosperity. 🙏✨
Jai Shri Ram! 🚩 | Happy Vijayadashami!

ମୋ YRM ପରିବାର ସହ କିଛି ସ୍ମରଣୀୟ ମୁହୂର୍ତ୍ତ 🤝ଆମ ସମସ୍ତଙ୍କର ପ୍ରିୟ ବଡ଼ ଭାଇ ଶ୍ରୀକାନ୍ତ ସାହୁ (ପପା ଭାଇ) ଙ୍କ ଜନ୍ମଦିନ ପାଳନ ଅବସରରେ ମୋର...
19/10/2026

ମୋ YRM ପରିବାର ସହ କିଛି ସ୍ମରଣୀୟ ମୁହୂର୍ତ୍ତ 🤝
ଆମ ସମସ୍ତଙ୍କର ପ୍ରିୟ ବଡ଼ ଭାଇ ଶ୍ରୀକାନ୍ତ ସାହୁ (ପପା ଭାଇ) ଙ୍କ ଜନ୍ମଦିନ ପାଳନ ଅବସରରେ ମୋର ପ୍ରିୟ YRM ପରିବାର ସହ ବିତାଇଥିବା କିଛି ଆନନ୍ଦମୟ ମୁହୂର୍ତ୍ତ।
ଏହି ଅବସର କେବଳ ଏକ ଜନ୍ମଦିନ ପାଳନ ନୁହେଁ, ବରଂ ଆମ ମଧ୍ୟରେ ଥିବା ଭାଇଚାରା, ଆତ୍ମୀୟତା, ସ୍ନେହ ଓ ଏକତାର ପ୍ରତୀକ। YRM ପରିବାରର ଏହି ଅତୁଟ ବନ୍ଧନ ଆମକୁ ସବୁବେଳେ ଏକାଠି ହୋଇ ଆଗକୁ ବଢ଼ିବାର ପ୍ରେରଣା ଦେଇଥାଏ।
ଆମ ପ୍ରିୟ ପପା ଭାଇଙ୍କୁ ଜନ୍ମଦିନର ଅଶେଷ ଶୁଭେଚ୍ଛା। ମହାପ୍ରଭୁଙ୍କ ଆଶୀର୍ବାଦରେ ତାଙ୍କ ଜୀବନ ସୁଖ, ସମୃଦ୍ଧି, ସଫଳତା ଓ ଉତ୍ତମ ସ୍ୱାସ୍ଥ୍ୟରେ ପରିପୂର୍ଣ୍ଣ ହେଉ। 🙏🎉

ଭାଇଚାରାର ସହର ବ୍ୟାସନଗର ❤️ଦଳା ଠାରେ ମୋର ବଡ଼ ଓ ସାନ ଭାଇମାନଙ୍କ ସହିତ ଆମ ସମସ୍ତଙ୍କର ଅତିପ୍ରିୟ ଟୁନା ଦାଦାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷା...
18/10/2026

ଭାଇଚାରାର ସହର ବ୍ୟାସନଗର ❤️
ଦଳା ଠାରେ ମୋର ବଡ଼ ଓ ସାନ ଭାଇମାନଙ୍କ ସହିତ ଆମ ସମସ୍ତଙ୍କର ଅତିପ୍ରିୟ ଟୁନା ଦାଦାଙ୍କ ସହ ଏକ ସୌଜନ୍ୟମୂଳକ ସାକ୍ଷାତ ହୋଇଥିଲା। ଏହି ସାକ୍ଷାତ କେବଳ ଏକ ଔପଚାରିକ ଭେଟଘାଟ ନଥିଲା, ବରଂ ଆତ୍ମୀୟତା, ସ୍ନେହ ଓ ଭାଇଚାରାର ଏକ ସୁନ୍ଦର ମୁହୂର୍ତ୍ତ ଥିଲା।
ସ୍ନେହ, ସମ୍ମାନ ଓ ଭାଇଚାରାର ଏହି ବନ୍ଧନ ସବୁବେଳେ ଅତୁଟ ରହୁ। ❤️🤝
Byasanagar, the City of Brotherhood ❤️
At Dala, I had the pleasure of meeting our beloved Tuna Dada in the warm company of my elder and younger brothers. It was more than just a courtesy meeting; it was a beautiful moment filled with affection, warmth, and the true spirit of brotherhood.
May this bond of love, mutual respect, and togetherness always remain strong and unbreakable. ❤️🤝

🙏🔱 ଜୟ ମା’ ଦୁର୍ଗା! 🌺ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନରୁ ଦୁଃଖ, କଷ୍ଟ ଓ ବାଧାବିଘ୍ନ ଦୂର ହେଉ। ମା’ଙ୍କ ଆଗମନ ସମସ୍ତଙ୍କ ଜ...
18/10/2026

🙏🔱 ଜୟ ମା’ ଦୁର୍ଗା! 🌺
ମା’ ଦୁର୍ଗାଙ୍କ ଦିବ୍ୟ ଆଶୀର୍ବାଦରେ ସମସ୍ତଙ୍କ ଜୀବନରୁ ଦୁଃଖ, କଷ୍ଟ ଓ ବାଧାବିଘ୍ନ ଦୂର ହେଉ। ମା’ଙ୍କ ଆଗମନ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ନୂତନ ଆଶାର ସଞ୍ଚାର କରୁ। ଧର୍ମର ଜୟ ହେଉ, ଅଧର୍ମର ବିନାଶ ହେଉ ଏବଂ ମାନବତାର ବିଜୟ ହେଉ। 🙏
ଆପଣ ଓ ଆପଣଙ୍କ ପରିବାରକୁ ପବିତ୍ର ଦୁର୍ଗାପୂଜାର ହାର୍ଦ୍ଦିକ ଶୁଭେଚ୍ଛା। 🌸🪔
ଜୟ ମା’ ଦୁର୍ଗା! 🚩

ଆମ ଚୋରଦା ଗ୍ରାମର ଜଣେ ମୁରବୀ, ବ୍ୟାସନଗର, ଯାଜପୁର ରୋଡ୍ ତଥା ସମଗ୍ର ଯାଜପୁର ଜିଲ୍ଲାରେ ଜଣେ ସୁପରିଚିତ ଓ ସମ୍ମାନିତ ବ୍ୟକ୍ତିତ୍ୱ, ମୋର ଅତି ସ...
07/10/2026

ଆମ ଚୋରଦା ଗ୍ରାମର ଜଣେ ମୁରବୀ, ବ୍ୟାସନଗର, ଯାଜପୁର ରୋଡ୍ ତଥା ସମଗ୍ର ଯାଜପୁର ଜିଲ୍ଲାରେ ଜଣେ ସୁପରିଚିତ ଓ ସମ୍ମାନିତ ବ୍ୟକ୍ତିତ୍ୱ, ମୋର ଅତି ସ୍ନେହର ଡାଡି ଶ୍ରୀ ପ୍ରଫୁଲ୍ଲ କୁମାର ବୋଇତାଇ ଆଜି ଆମ ସମସ୍ତଙ୍କୁ ଛାଡ଼ି ଅଫେରା ରାଇଜକୁ ଚାଲିଗଲେ। ଏହି ଦୁଃଖଦ ସତ୍ୟକୁ ଆଜି ବି ମନ ଗ୍ରହଣ କରିପାରୁନାହିଁ।
ପିଲାଦିନରୁ ତାଙ୍କ ସ୍ନେହ, ଆଶୀର୍ବାଦ ଓ ଭଲପାଇବା ଆମ ଜୀବନର ଏକ ଅଭିନ୍ନ ଅଂଶ ହୋଇ ରହିଥିଲା। ତାଙ୍କ ଆଖି ଆଗରେ ଆମେ ପିଲାରୁ ବଡ଼ ହୋଇଛୁ। ତାଙ୍କ ସହ ବିତାଇଥିବା ପିଲାଦିନର ଅସଂଖ୍ୟ ମୁହୂର୍ତ୍ତ, ତାଙ୍କ ସ୍ନେହଭରା କଥା, ହସ ଓ ଆପଣାପଣିଆ ବ୍ୟବହାର ସବୁକିଛି ଆଜି ମନରେ ଗୋଟିଏ ପରେ ଗୋଟିଏ ସ୍ମୃତି ହୋଇ ଭାସି ଉଠୁଛି।
କିଛି ସମ୍ପର୍କ ରକ୍ତର ହୋଇନଥିଲେ ମଧ୍ୟ ହୃଦୟରେ ତାହାର ସ୍ଥାନ ସବୁଠାରୁ ଗଭୀର ହୋଇଥାଏ। ଡାଡିଙ୍କ ସହ ମୋର ସମ୍ପର୍କ ମଧ୍ୟ ସେହିଭଳି ଏକ ନିଆରା ସମ୍ପର୍କ ଥିଲା। ତାଙ୍କ ଭଲପାଇବା ଓ ସ୍ନେହକୁ ମୁଁ ଜୀବନରେ କେବେ ବି ଭୁଲିପାରିବି ନାହିଁ।

ଆଜି ସେ ଆମ ଗହଣରେ ନାହାନ୍ତି, କିନ୍ତୁ ତାଙ୍କ ସ୍ମୃତି, ତାଙ୍କ ସ୍ନେହ ଓ ତାଙ୍କ ଆଶୀର୍ବାଦ ସବୁବେଳେ ଆମ ହୃଦୟରେ ଜୀବନ୍ତ ରହିବ। ତାଙ୍କ ଭଳି ଜଣେ ଆପଣାର ମଣିଷଙ୍କୁ ହରାଇବାର ଶୂନ୍ୟତା କେବେ ବି ପୂରଣ ହୋଇପାରିବ ନାହିଁ।
ଡାଡି, ଆପଣ ଆମକୁ ଛାଡ଼ି ଚାଲିଗଲେ, କିନ୍ତୁ ଆପଣଙ୍କ ସହ ବିତାଇଥିବା ସେହି ଅଭୁଲା ସ୍ମୃତିଗୁଡ଼ିକ ସବୁଦିନ ଆମ ସାଥିରେ ରହିବ।
ଆପଣଙ୍କ ଆତ୍ମାର ସଦ୍‌ଗତି ହେଉ। 🙏
ଶତ ଶତ ପ୍ରଣାମ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି। 🕯️🙏
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ 🙏

କିଛି ଦିନ ପୂର୍ବରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର Boys & Girls Hostel ଛାତ୍ରଛାତ୍ରୀମାନଙ୍କୁ ମେସ୍, ଫୁଡ୍ ଓ ବେଡ୍ ଚାର୍ଜ ବୃଦ୍ଧି ...
30/09/2026

କିଛି ଦିନ ପୂର୍ବରୁ ବ୍ୟାସନଗର ସ୍ୱୟଂଶାସିତ ମହାବିଦ୍ୟାଳୟର Boys & Girls Hostel ଛାତ୍ରଛାତ୍ରୀମାନଙ୍କୁ ମେସ୍, ଫୁଡ୍ ଓ ବେଡ୍ ଚାର୍ଜ ବୃଦ୍ଧି ସମ୍ପର୍କରେ ନୋଟିସ୍ ମିଳିଥିଲା। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ନୂଆ ଚାର୍ଜ ସେମାନଙ୍କ ପାଇଁ ଅତ୍ୟଧିକ ଏବଂ ଛୁଟି ସମୟରେ ମଧ୍ୟ ଦେୟ ନେଇ ପ୍ରଶ୍ନ ଉଠିଥିଲା।
ସମସ୍ୟା ନେଇ ଛାତ୍ରମାନେ ପ୍ରଥମେ Warden, ପରେ Superintendent ଏବଂ ଶେଷରେ Principalଙ୍କ ନିକଟକୁ ଯାଇଥିବା କଥା କହିଛନ୍ତି। କିନ୍ତୁ ସେମାନଙ୍କ ଅଭିଯୋଗ ଅନୁଯାୟୀ, ତିନି ଦିନ ଧରି ଏହି ଦାୟିତ୍ୱ ଏପଟୁ ସେପଟୁ ଯାଉଥିଲା।
ପରେ ଛାତ୍ରମାନଙ୍କ ଦାବି ଅନୁଯାୟୀ, “ଟଙ୍କା ଦେଇପାରୁନାହଁ ତେବେ Hostel ଛାଡ଼” ଭଳି ପରିସ୍ଥିତି ସୃଷ୍ଟି ହୋଇଥିଲା। ଏହା ପରେ ୧୫୦ରୁ ଅଧିକ ଛାତ୍ରଛାତ୍ରୀ TC ପାଇଁ ଆବେଦନ କରିଥିବା ସେମାନେ କହିଛନ୍ତି।
ଏହା ପରେ ଛାତ୍ରଛାତ୍ରୀମାନେ ନିଷ୍ପତ୍ତି ନେଲେ
“ଆମ ଦାବି ଶୁଣାନହେଲେ ଆମେ ଶାନ୍ତିପୂର୍ଣ୍ଣ ଭାବେ ଆନ୍ଦୋଳନ କରିବୁ।”
ଆଜି ୧୫୦ରୁ ଅଧିକ ଛାତ୍ର Principal’s Office ନିକଟରେ ଏକାଠି ହୋଇ ନିଜର ଦାବି ଉପସ୍ଥାପନ କରିଥିଲେ। ଛାତ୍ରଛାତ୍ରୀଙ୍କ କହିବା ଅନୁଯାୟୀ, ପରିସ୍ଥିତି ଆନ୍ଦୋଳନ ଦିଗକୁ ଯାଉଥିବା ଦେଖିବା ପରେ Principal ଅଭିଯୋଗ ଶୁଣି ତଦନ୍ତ କରିବା ଏବଂ ଦାବିଗୁଡ଼ିକ ଉପରେ ପଦକ୍ଷେପ ନେବାର ଆଶ୍ୱାସନ ଦେଇଛନ୍ତି।
ଏହି ଘଟଣା ଗୋଟିଏ କଥା ନିଶ୍ଚିତ ଭାବେ ମନେ ପକାଇଦିଏ
ଛାତ୍ରଙ୍କ ସ୍ୱର ଏକାଠି ହେଲେ ତାହାକୁ ଅଣଦେଖା କରିବା ସହଜ ନୁହେଁ।
ଏହା କେବଳ ଫି’ର ପ୍ରଶ୍ନ ନୁହେଁ।
ଏହା ପାରଦର୍ଶିତା, ଜବାବଦେହିତା ଓ ଛାତ୍ରଙ୍କ ମତ ଶୁଣିବାର ଅଧିକାରର ପ୍ରଶ୍ନ।
ଆଜିର ଛାତ୍ରମାନଙ୍କ ଏକତା ଓ ସାହସ ନିଶ୍ଚିତ ଭାବେ ଗୋଟିଏ ଶିକ୍ଷା ଦେଲା
“ଛାତ୍ରଶକ୍ତି କେବଳ ନାରା ନୁହେଁ ଏକତାରେ ଥିବା ସାମୂହିକ ସ୍ୱର।”

🌾 ନୂଆଁଖାଇ ଜୁହାର 🌾ପବିତ୍ର ନୂଆଁଖାଇର ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଯାଉ। 🙏🌾ମାଟି ଓ ମା’ର ଆଶୀର୍...
15/09/2026

🌾 ନୂଆଁଖାଇ ଜୁହାର 🌾
ପବିତ୍ର ନୂଆଁଖାଇର ଏହି ଶୁଭ ଅବସରରେ ସମସ୍ତଙ୍କ ଜୀବନରେ ସୁଖ, ଶାନ୍ତି, ସମୃଦ୍ଧି ଓ ସଫଳତା ଭରିଯାଉ। 🙏🌾
ମାଟି ଓ ମା’ର ଆଶୀର୍ବାଦ ସହ ଆମ ଓଡ଼ିଶାର ଗର୍ବ, ପରମ୍ପରା ଓ ଭାଇଚାରା ସଦା ଅତୁଟ ରହୁ। ❤️
ଆପଣ ଓ ଆପଣଙ୍କ ପରିବାରକୁ ନୂଆଁଖାଇର ହାର୍ଦ୍ଦିକ ଜୁହାର। 🌾🙏

🙏 ଗଣପତି ବାପ୍ପା ମୋରିୟା! 🌺ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ଆପଣ ଓ ଆପଣଙ୍କ ପରିବାରର ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ସଫଳତ...
14/09/2026

🙏 ଗଣପତି ବାପ୍ପା ମୋରିୟା! 🌺
ପ୍ରଭୁ ଶ୍ରୀ ଗଣେଶଙ୍କ ଆଶୀର୍ବାଦରେ ଆପଣ ଓ ଆପଣଙ୍କ ପରିବାରର ଜୀବନ ସୁଖ, ଶାନ୍ତି, ସମୃଦ୍ଧି, ସୁସ୍ୱାସ୍ଥ୍ୟ ଓ ସଫଳତାରେ ପରିପୂର୍ଣ୍ଣ ହେଉ। 🙏✨
ସମସ୍ତ ବାଧା ଦୂର କରି ପ୍ରଭୁ ବିଘ୍ନହର୍ତ୍ତା ଆପଣଙ୍କ ଜୀବନକୁ ଆଲୋକିତ କରନ୍ତୁ।
ପବିତ୍ର ଗଣେଶ ଚତୁର୍ଥୀର ହାର୍ଦ୍ଦିକ ଶୁଭେଚ୍ଛା!

ଦିଲ୍ଲୀରେ ୬ ଦିନର ବ୍ୟସ୍ତ କାର୍ଯ୍ୟ ଯାତ୍ରା ମଧ୍ୟରେ ଗୁରୁଗ୍ରାମରେ ମୋର ବାଲ୍ୟବନ୍ଧୁ ଅଭିନବ ସହ କିଛି ସୁନ୍ଦର ସମୟ ବିତାଇବାର ସୁଯୋଗ ମିଳିଲା। ...
01/09/2026

ଦିଲ୍ଲୀରେ ୬ ଦିନର ବ୍ୟସ୍ତ କାର୍ଯ୍ୟ ଯାତ୍ରା ମଧ୍ୟରେ ଗୁରୁଗ୍ରାମରେ ମୋର ବାଲ୍ୟବନ୍ଧୁ ଅଭିନବ ସହ କିଛି ସୁନ୍ଦର ସମୟ ବିତାଇବାର ସୁଯୋଗ ମିଳିଲା। ୨୦ ବର୍ଷର ଏହି ବନ୍ଧୁତ୍ୱ ଆଜି ବି ସେହିପରି ଆତ୍ମୀୟ। ଆଜି ଅଭିନବ ଗୁରୁଗ୍ରାମର Deloitteରେ କାର୍ଯ୍ୟରତ ଏବଂ ନିଜ କ୍ୟାରିୟରରେ ଆଗକୁ ବଢ଼ୁଛନ୍ତି। ସମୟ ବଦଳିଛି, ଜୀବନ ବ୍ୟସ୍ତ ହୋଇଛି, କିନ୍ତୁ ବାଲ୍ୟଦିନର ସେହି ବନ୍ଧୁତ୍ୱ ଓ ଭଲପାଇବା ଆଜି ବି ସମାନ। ❤️
ବାଲ୍ୟବନ୍ଧୁ ସହ କିଛି ମୁହୂର୍ତ୍ତ, ଆଉ ଅନେକ ପୁରୁଣା ସ୍ମୃତିର ପୁନରାବୃତ୍ତି। ❤️✨
During my busy 6-day work trip to Delhi, I got the opportunity to spend some wonderful time with my childhood friend, Abhinav, in Gurugram. Our friendship of 20 years still carries the same warmth and closeness. Today, Abhinav is working with Deloitte in Gurugram and steadily moving forward in his career. Time has changed, and life has become busier, but the friendship and affection we shared since childhood remain just the same. ❤️
A few moments with a childhood friend, bringing back countless beautiful memories from the past. ❤️✨

Address

Chorda Byasanagar Jajpur Road
Jajpur
755019

Website

Alerts

Be the first to know and let us send you an email when Om puhan posts news and promotions. Your email address will not be used for any other purpose, and you can unsubscribe at any time.

Shortcuts

Share

Category