Fisheries & ARD Department

Fisheries & ARD Department

Share

The main objective & activities of Fisheries & ARD Department relate to overall development of Fisheries & Animal Resources in the State of Odisha

01/06/2026

ଗୋପାଳକଙ୍କ କଲ୍ୟାଣ ପାଇଁ ରାଜ୍ୟରେ ଶ୍ୱେତ ବିପ୍ଳବକୁ ଆଗେଇ ନେବା ସହ ଲକ୍ଷ ଲକ୍ଷ ଦୁଗ୍ଧଚାଷୀଙ୍କ ଜୀବିକା ସମୃଦ୍ଧିରେ କ୍ରାନ୍ତିକାରୀ ଭୂମିକା ବହନ କରିଛି ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ। ଏହି ଶ୍ୱେତ ବିପ୍ଳବର ସାରଥୀ ସାଜିଛନ୍ତି ଓଡ଼ିଶାର ମହିଳା ଶକ୍ତି। ଗ୍ରାମୀଣ ଅର୍ଥନୀତି ସହିତ ରାଜ୍ୟ ଅର୍ଥନୀତି ବିକାଶରେ ମଧ୍ୟ ମହିଳାମାନଙ୍କ ଅବଦାନ ଅତୁଳନୀୟ।

ଗୋପାଳନ କ୍ଷେତ୍ରରେ ମହିଳାମାନଙ୍କ ଯୋଗଦାନକୁ ସମ୍ମାନ ଜଣାଇ ଜୁନ ୧ ତାରିଖରେ ମତ୍ସ୍ୟ ଏବଂ ପ୍ରାଣୀ ସମ୍ପଦ ବିକାଶ ବିଭାଗ ପକ୍ଷରୁ ପାଳିତ ହେଉଛି ବିଶ୍ୱ ଦୁଗ୍ଧ ଦିବସ ୨୦୨୬।

01/06/2026

ପ୍ରତି ବୁନ୍ଦା ଦୁଗ୍ଧରେ ରହିଛି ପୋଷଣର ଶକ୍ତି, ଗୋପାଳକଙ୍କ ଅକ୍ଳାନ୍ତ ପରିଶ୍ରମ ଏବଂ ସମୃଦ୍ଧ ଓଡ଼ିଶାର ସ୍ୱପ୍ନ।

ବିଶ୍ୱ ଦୁଗ୍ଧ ଦିବସ ଅବସରରେ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟର ଉତ୍ପାଦନ ବୃଦ୍ଧି, ପୋଷଣ ସୁରକ୍ଷା ଏବଂ ଗୋପାଳକଙ୍କ ଆର୍ଥିକ ସଶକ୍ତିକରଣ ପ୍ରତି ଆସନ୍ତୁ ଆମେ ଆମର ପ୍ରତିବଦ୍ଧତାକୁ ଆହୁରି ସୁଦୃଢ଼ କରିବା।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଗୋପାଳକଙ୍କ ସାମଗ୍ରିକ ବିକାଶକୁ ମିଳିଛି ନୂତନ ଗତି ଓ ସୁଦୃଢ଼ ଭିତ୍ତି।

ଏହି ଯୋଜନାର ସଫଳ ରୂପାୟନ ଦୁଗ୍ଧ ଉତ୍ପାଦନ ବୃଦ୍ଧି ସହ ଗ୍ରାମୀଣ ଅର୍ଥନୀତିକୁ କରୁଛି ଅଧିକ ସଶକ୍ତ,
ଯାହା ୨୦୩୬ ସୁଦ୍ଧା ବିକଶିତ ଓଡ଼ିଶା ଗଠନରେ ହେବ ଏକ ମାଇଲଖୁଣ୍ଟ।

31/05/2026

ଦୁଗ୍ଧ ଉତ୍ପାଦନ କ୍ଷେତ୍ରରେ ଆଗକୁ ବଢୁଛି ଓଡ଼ିଶା। ଏ ଦିଗରେ ଦୃଢ଼ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ଦୁଗ୍ଧଚାଷୀଙ୍କ ଆୟବୃଦ୍ଧି ସହ ଦୁଗ୍ଧ ଓ ଦୁଗ୍ଧଜାତ ଦ୍ରବ୍ୟ ଉତ୍ପାଦନରେ ଆସୁଛି ନୂଆ ସମ୍ଭାବନା, ସୃଷ୍ଟି ହେଉଛି ରୋଜଗାର ଓ ଆର୍ଥିକ ସଶକ୍ତିକରଣର ଅବସର। ଦୈନିକ ୭୩ ଲକ୍ଷ ଲିଟର ଦୁଗ୍ଧ ଉତ୍ପାଦନ କରି ‘ବିକଶିତ ଓଡ଼ିଶା’ର ନକ୍ସା ଆଙ୍କୁଛି ଓଡ଼ିଶା। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଗୋପାଳକଙ୍କ ସାମଗ୍ରିକ ବିକାଶକୁ ତ୍ୱରିତ କରିଛି।

ଏହି ଯୋଜନାର ସଫଳ ରୂପାୟନ ମାଧ୍ୟମରେ ଦୁଇଗୁଣରୁ ଊର୍ଦ୍ଧ୍ୱ ଦୁଗ୍ଧ ଉତ୍ପାଦନ କରି ୨୦୩୬ ସୁଦ୍ଧା ବିକଶିତ ରାଜ୍ୟ ହେବ ଓଡ଼ିଶା।

31/05/2026

ଆପଣ ଜାଣନ୍ତି କି? କେଉଁ ଦୁଗ୍ଧଜାତ ଦ୍ରବ୍ୟରେ ପ୍ରୋବାୟୋଟିକ୍ସ ରହିଛି?
(କ) ଛେନା
(ଖ) ଘିଅ
(ଗ) ଦହି
(ଘ) ଲହୁଣି

ସଠିକ୍ ଉତ୍ତରଟି କମେଣ୍ଟ ବକ୍ସରେ ଜଣାନ୍ତୁ।

ଦୁଗ୍ଧ - ପୋଷଣର ଭଣ୍ଡାର । ରାଜ୍ୟରେ ଅଧିକରୁ ଅଧିକ ଦୁଗ୍ଧ ଉତ୍ପାଦନ ପାଇଁ ଗୋପାଳକଙ୍କୁ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି ରାଜ୍ୟ ସରକାର ।

31/05/2026

ଗୋପାଳକଙ୍କ ଆୟ ଏବଂ ଦୁଗ୍ଧ ଉତ୍ପାଦନକୁ ଦ୍ୱିଗୁଣିତ କରିବା ପାଇଁ ଜୁନ ୧ ତାରିଖରେ ପାଳନ ହେଉଛି ଦୁଗ୍ଧ ଦିବସ।

ବିକଶିତ ଓଡ଼ିଶା ପାଇଁ ୨୦୪୭ ସୁଦ୍ଧା ରାଜ୍ୟରେ ଦୁଗ୍ଧ ଉତ୍ପାଦନ ୪ ଗୁଣ ବୃଦ୍ଧି କରିବାର ଲକ୍ଷ୍ୟ ରଖିଛନ୍ତି ସରକାର। ଏହି ଲକ୍ଷ୍ୟ ହାସଲ ପାଇଁ କାର୍ଯ୍ୟ କରୁଛି ‘ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା’ ଏବଂ ‘ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା’।

ଆସନ୍ତୁ, ବିଶ୍ଵ ଦୁଗ୍ଧ ଦିବସ ଅବସରରେ ରାଜ୍ୟର ସମସ୍ତ ଗୋପାଳକ ଭାଇଭଉଣୀଙ୍କ ସଫଳତାକୁ ସମ୍ମାନ ଜଣାଇବା। ଗୋପାଳନ କ୍ଷେତ୍ରକୁ ସଶକ୍ତ ଓ ସୁଦୃଢ କରିବା।

Photos from Fisheries & ARD Department's post 30/05/2026

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ମାଧ୍ୟମରେ ଦୁଗ୍ଧ ଉତ୍ପାଦନକୁ ନୂଆ ଗତି ମିଳିଥିବା ବେଳେ, ରାଜ୍ୟରେ ୨୧ଟି ନୂତନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର ସ୍ଥାପନ ହୋଇଛି। ସମବାୟ ସମିତି ମାଧ୍ୟମରେ ଦୁଗ୍ଧ ଓ ଦୁଗ୍ଧଜାତ ପଦାର୍ଥର ବିକ୍ରି ବୃଦ୍ଧି କରି କୃଷକଙ୍କ ଆୟ ବଢ଼ାଇବା ଆମର ପ୍ରମୁଖ ଲକ୍ଷ୍ୟ।

30/05/2026

“ମୁଁ କାମଧେନୁ। ଆଜି ମୁଁ ଆପଣଙ୍କୁ କ୍ଷୀରର ଉପକାରିତା ବିଷୟରେ କହିବି।

କ୍ଷୀର, ସୁସ୍ଥ ଜୀବନର ଆଧାର। କ୍ଷୀରରେ ରହିଥିବା ପୋଷଣତତ୍ତ୍ବ ଆପଣଙ୍କୁ ନିରୋଗ ରଖିବ। ଏଥିରେ ଥିବା ଭିଟାମିନ ଡି ଏବଂ କ୍ୟାଲସିଅମ୍ ଆପଣଙ୍କ ହାଡ଼ ମଜବୁତ କରିବ ଆଉ ଶକ୍ତି ଦେବ।

ଅଧିକରୁ ଅଧିକ କ୍ଷୀର ଉତ୍ପାଦନ ଆମ ଗୋ-ପାଳକ ଭାଇ, ଭଉଣୀମାନଙ୍କ ଜୀବନଜୀବିକାକୁ ସଶକ୍ତ କରିବ। ଆସନ୍ତୁ, ଏଇ ବିଶ୍ଵ ଦୁଗ୍ଧ ଦିବସରେ ଶପଥ ନେବା ରାଜ୍ୟର ଗୋପାଳନ କ୍ଷେତ୍ରକୁ ଆହୁରି ସମୃଦ୍ଧ କରିବା।”

30/05/2026

“ଦୁଗ୍ଧଚାଷୀଙ୍କ ହସ ହେଉଛି ଓଡ଼ିଶାର ଗ୍ରାମୀଣ ଅର୍ଥନୀତିର ଶକ୍ତି।”

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ସହ ଓମ୍‌ଫେଡ୍‌କୁ ଆହୁରି ସଶକ୍ତ କରି ଦୁଗ୍ଧଚାଷୀଙ୍କ ଆୟ ବୃଦ୍ଧି ପାଇଁ ଲୋକଙ୍କ ସରକାରଙ୍କ ନିରନ୍ତର ପ୍ରୟାସ ଜାରି ରହିଛି। ୨୧ଟି ନୂତନ ଦୁଗ୍ଧ ଶୀତଳୀକରଣ କେନ୍ଦ୍ର, ଉତ୍ପାଦନ ବୃଦ୍ଧି ଓ ବଜାର ବିସ୍ତାର ମାଧ୍ୟମରେ ଦୁଗ୍ଧ ବିପ୍ଳବ ଦିଗରେ ଆଗେଇ ଚାଲିଛି ଓଡ଼ିଶା।

30/05/2026

ଆଉ ମାତ୍ର ୨ ଦିନ ପରେ
ବିଶ୍ବ ଦୁଗ୍ଧ ଦିବସ ୨୦୨୬

ଦୁଗ୍ଧ ଉତ୍ପାଦନକୁ ଦୁଇଗୁଣ ବୃଦ୍ଧି କରି ‘ବିକଶିତ ଓଡିଶା’ର ସ୍ବପ୍ନକୁ ସାକାର କରିବାକୁ ଯାଉଛନ୍ତି ରାଜ୍ୟ ସରକାର।

ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ ପକ୍ଷରୁ ଜୁନ ୧ ତାରିଖରେ ପାଳନ ହେବାକୁ ଯାଉଛି ବିଶ୍ୱ ଦୁଗ୍ଧ ଦିବସ।

ଆସନ୍ତୁ, ଗୋ-ପାଳକଙ୍କ ଯୋଗଦାନକୁ ସମ୍ମାନ ଜଣାଇବା, ଏହି ବିଶେଷ ଦିବସକୁ ସ୍ମରଣୀୟ କରିବା।

#ବିକଶିତଓଡିଶା

30/05/2026

ଗୋପାଳନ ଜରିଆରେ ସଫଳତାର ନୂଆ କାହାଣୀ ଲେଖୁଛି ଓଡ଼ିଶା। ଗୋପାଳକଙ୍କ ସାମଗ୍ରିକ ବିକାଶ ସହିତ ୫ ବର୍ଷ ମଧ୍ୟରେ ରାଜ୍ୟରେ ଦ୍ଵିଗୁଣିତ ଦୁଗ୍ଧ ଉତ୍ପାଦନର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର।

ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା – ଗୋପାଳକଙ୍କ ଜୀବନରେ ଭରିଛି ନୂଆ ଆଶା। ଗୋପାଳନ ପାଇଁ ମିଳୁଛି ଆର୍ଥିକ ସହାୟତା। ଲାଭବାନ ହେବେ ରାଜ୍ୟର ୧୫ ଲକ୍ଷ ଗୋପାଳକ। ଏହି ଯୋଜନାର ସଫଳ ରୂପାୟନ ମାଧ୍ୟମରେ ୨୦୩୬ ସୁଦ୍ଧା ଦୁଗ୍ଧ ଉତ୍ପାଦନରେ ଅଗ୍ରଣୀ ରାଜ୍ୟ ହେବ ଓଡ଼ିଶା।

Want your business to be the top-listed Government Service in Bhubaneswar?

Click here to claim your Sponsored Listing.

Location

Telephone

Address


Sachivalaya Marg
Bhubaneswar
751001

Opening Hours

Monday 10am - 5:30pm
Tuesday 10am - 5:30pm
Wednesday 10am - 5:30pm
Thursday 10am - 5:30pm
Friday 10am - 5:30pm
Saturday 10am - 5:30pm